Posted inଜାତୀୟ

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ସରକାରୀ କର୍ମଚାରୀଙ୍କୁ ଖୁବ୍‌ଶୀଘ୍ର ମିଳିବ…

ନୂଆଦିଲ୍ଲୀ,୯।୯: ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ପ୍ରାୟ ଏକ ବର୍ଷ ଧରି ଅଷ୍ଟମ ବେତନ କମିଶନ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। କମିଶନ ଗଠନରେ ବିଳମ୍ବ ଏବଂ ଅନିଶ୍ଚିତତା ମଧ୍ୟରେ ଏକ ଆଶ୍ୱସ୍ତିର ଖବର ଆସିଛି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି, ସେମାନେ ରାଜ୍ୟ ସରକାରଙ୍କ ସହିତ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଗମ୍ଭୀରତାର ସହିତ ଆଲୋଚନା କରୁଛନ୍ତି ଏବଂ ବେତନ କମିଶନର ପ୍ୟାନେଲ ସମ୍ପର୍କରେ ଶୀଘ୍ର ନିଷ୍ପତ୍ତି ନିଆଯିବ।
ଭାରତୀୟ ମଜଦୁର ସଂଘ (BMS)ର ସର୍ବୋଚ୍ଚ ସଂସ୍ଥା ସରକାରୀ କର୍ମଚାରୀ ଜାତୀୟ ମହାସଂଘ (GENC)ର ଏକ ପ୍ରତିନିଧି ଦଳ ଗତ ମାସରେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କୁ ଭେଟିଥିଲେ। ଅଷ୍ଟମ ବେତନ କମିଶନ କାର୍ଯ୍ୟକାରୀ କରିବାରେ ବିଳମ୍ବ ଏବଂ ସରକାରୀ କର୍ମଚାରୀଙ୍କ ଚିନ୍ତା ଉପରେ ଆଲୋଚନା କରାଯାଇଥିଲା।
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଜାନୁଆରୀରେ ଅଷ୍ଟମ ବେତନ କମିଶନ ଗଠନ କରାଯାଇଥିଲା। କିନ୍ତୁ, ଏହା ପରେ ଏହି ମାମଲାରେ କୌଣସି ବିଶେଷ ଅଗ୍ରଗତି ହୋଇନାହିଁ କାରଣ କର୍ମଚାରୀମାନେ ବେତନ କମିଶନର ସଦସ୍ୟଙ୍କ ନିଯୁକ୍ତି ଏବଂ ସନ୍ଦର୍ଭ ସମୟ (ToR) ପାଇଁ ଅପେକ୍ଷା କରିଛନ୍ତି।
ଅଗଷ୍ଟ ୪ରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସହ ଏକ ବୈଠକରେ ପ୍ରତିନିଧି ଦଳ ଦ୍ୱାରା ଅନେକ ପ୍ରସଙ୍ଗ ଉଠାଇଥିଲେ। ଏଥିରେ ଅଷ୍ଟମ ବେତନ କମିଶନରେ ବିଳମ୍ବ, ଜାତୀୟ ପେନସନ ଯୋଜନା ଏବଂ ଏକୀକୃତ ଯୋଜନାର ଉଚ୍ଛେଦ, ପୁରୁଣା ପେନସନ ଯୋଜନାର ପୁନଃସ୍ଥାପନ ଏବଂ କୋଭିଡ-୧୯ ସମୟରେ ୧୮ ମାସ ଧରି ଅଟକାଇ ରଖାଯାଇଥିବା DA ସମେତ ଅନ୍ୟାନ୍ୟ ସମସ୍ୟା ଅନ୍ତର୍ଭୁକ୍ତ।
ଜିତେନ୍ଦ୍ର ସିଂହ ଆଶ୍ୱାସନା ଦେଇଛନ୍ତି ଯେ, ଅଷ୍ଟମ ବେତନ କମିଶନ ପାଇଁ ପ୍ୟାନେଲ ଖୁବ ଶୀଘ୍ର ଗଠନ କରାଯିବ ଏବଂ ପୁରୁଣା ପେନସନ ଯୋଜନା ସମ୍ପର୍କରେ ପେନସନ ସଚିବଙ୍କ ସହ ଖୁବଶୀଘ୍ର ଏକ ବୈଠକ ଅନୁଷ୍ଠିତ ହେବ। ସେ କନଫେଡେରେସନକୁ ମଧ୍ୟ ଆଶ୍ୱାସନା ଦେଇଛନ୍ତି,ପୁରୁଣା ପେନସନ ଯୋଜନାର ପୁନଃସ୍ଥାପନ ପାଇଁ ପେନସନ ସଚିବଙ୍କ ସହ ଖୁବଶୀଘ୍ର ଏକ ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବ। ଏହା ସହିତ, ଅନୁକମ୍ପାମୂଳକ ନିଯୁକ୍ତି, କ୍ୟାଡର ସମୀକ୍ଷା ଏବଂ ନିୟମିତ JCM ବୈଠକ ଭଳି ଅନ୍ୟାନ୍ୟ ପ୍ରସଙ୍ଗ ସୁନିଶ୍ଚିତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri