Posted inଜାତୀୟ

PM Awas Yojana ରେ ଆସିଲା ବଡ଼ ଅପଡେଟ୍‌, ଏଣିକି ମହିଳାଙ୍କୁ ମିଳିବ ଘର

ନୂଆଦିଲ୍ଲୀ,୧୨।୨: ଲୋକଙ୍କ ନିଜସ୍ବ ଘର ପାଇବାର ସ୍ବପ୍ନକୁ ପୂରଣ କରିବା ପାଇଁ, ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ସେମାନଙ୍କୁ ଆର୍ଥିକ ସହାୟତା ଦେଉଛନ୍ତି। ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଉଭୟର ଲୋକମାନେ ଏହାର ସୁଯୋଗ ନେଇପାରିବେ। କିନ୍ତୁ ଏବେ ମୋଦି ସରକାର ଏହି ଯୋଜନାରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ଏଣିକି ପୁରୁଷ ନୁହେଁ ମହିଳାଙ୍କ ନାମରେ ଘର କିଣିବାକୁ ପଡିବ। ତେବେ ହିଁ ଆପଣ ଯୋଜନାର ଲାଭ ଉଠାଇପାରିବେ। ମହିଳାମାନଙ୍କର ଆର୍ଥିକ ଏବଂ ସାମାଜିକ ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି। ଏହା ଦ୍ୱାରା ମହିଳାମାନେ ନିଜ ଘରର ମାଲିକାନା ପାିପାରିବେ ଓ ଆତ୍ମର୍ନିଭରଶୀଳ ହୋଇପାରିବେ।

ୟୁପି ସରକାରଙ୍କ ନୂଆ ନିୟମ ଅନୁଯାୟୀ, PM Awas Yojana (ଗ୍ରାମୀଣ) ଏବଂ ମୁଖ୍ୟମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ନିୟମରେ ପରିବର୍ତ୍ତନ କରାଯାଇଛି। ଏହା ଅଧୀନରେ, ଏବେ ରାଜ୍ୟର ସମସ୍ତ ନୂଆ ଗୃହ କେବଳ ମହିଳାଙ୍କ ନାମରେ ଅନୁମୋଦନ କରାଯିବ। ଏହାର ଅର୍ଥ ହେଉଛି ଏବେ ଯଦି ଘର କିଣାଯାଏ ତେବେ ମହିଳାଙ୍କ ନାମ ସେଥିରେ ରଖିବା ବାଧ୍ୟତାମୂଳକ ହେବ। କେବଳ ଏତିକି ନୁହେଁ, ଯେଉଁ ପୁରୁଷମାନଙ୍କ ନାମରେ ଗୃହ ମଞ୍ଜୁର ହୋଇସାରିଛି ସେମାନଙ୍କ ନାମ ସହିତ ଏବେ ମହିଳାଙ୍କ ନାମ ଯୋଡାଯିବ।

PM Awas Yojana କେନ୍ଦ୍ର ସରକାର ୨୦୧୫ ମସିହାରେ ଆରମ୍ଭ କରିଥିଲେ। ଏହାର ଉଦ୍ଦେଶ୍ୟ ହେଉଛି ଗରିବ ଏବଂ ଅସହାୟ ଲୋକଙ୍କୁ ପକ୍କା ଘର ଯୋଗାଇବା। ଏହା ଅଧୀନରେ, ସରକାର ଆର୍ଥିକ ସହାୟତା ପ୍ରଦାନ କରନ୍ତି ଯାହା ଦ୍ୱାରା ପ୍ରତ୍ୟେକ ବ୍ୟକ୍ତିଙ୍କ ଘର ପାଇବାର ସୱପ୍ନ ପୂରଣ ହୋଇପାରିବ। ଏହି ଯୋଜନାକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି, ଯେଉଁଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା – ଗ୍ରାମୀଣ (PMAY-G) ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା – ସହରାଞ୍ଚଳ (PMAY-U) ଅନ୍ତର୍ଭୁକ୍ତ।

ଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଉପରୋକ୍ତ ପରିବର୍ତ୍ତନ କେବଳ ଉତ୍ତରପ୍ରଦେଶ ରାଜ୍ୟ ପାଇଁ ଲାଗୁ । ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ନିୟମ ପ୍ରଯୁଜ୍ୟ। ଅନେକ ରାଜ୍ୟ ମହିଳାଙ୍କ ନାମରେ ଘର ଆବଣ୍ଟନ କରିବାକୁ ବାଧ୍ୟତାମୂଳକ କରିଛନ୍ତି, ଯେତେବେଳେ କିଛି ରାଜ୍ୟରେ ମିଳିତ ମାଲିକାନା ପାଇଁ ବ୍ୟବସ୍ଥା ଅଛି। ମଧ୍ୟପ୍ରଦେଶ  ଘର ମାଲିକାନାରେ ମହିଳାଙ୍କୁ ପ୍ରାଥମିକତା ଦିଆଯାଏ, କିନ୍ତୁ ମିଳିତ ମାଲିକାନା ମଧ୍ୟ ଅନୁମତିପ୍ରାପ୍ତ। ବିହାର – ଏଠାରେ ମଧ୍ୟ କେବଳ ମହିଳାଙ୍କ ନାମରେ ଘର ଦେବାର ନିୟମ ପ୍ରଯୁଜ୍ୟ। ରାଜସ୍ଥାନ – ଘର ମାଲିକାନା କ୍ଷେତ୍ରରେ ମହିଳାଙ୍କୁ ପ୍ରାଥମିକତା ଦିଆଯାଏ, କିନ୍ତୁ ପୁରୁଷମାନେ ମଧ୍ୟ ସହ-ମାଲିକ ହୋଇପାରିବେ। ଛତିଶଗଡ଼ ଏବଂ ଝାଡ଼ଖଣ୍ଡ – ଏଠାରେ ମିଳିତ ମାଲିକାନା ନିୟମ ପ୍ରଯୁଜ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ଲଘୁଚାପ; ଏଥର ବର୍ଷାରେ ଭିଜିପାରେ ଦଶହରା, ଏହି ଜିଲାରେ…

ଭୁବନେଶ୍ୱର,୨।୧୦: ଆସୁଛି ଆଉ ଏକ ଲଘୁଚାପ । ଦଶହରା ସମୟରେ ବଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୨ ତାରିଖରେ…

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଧୂଆଁଧାର ବ୍ୟାଟିଂ କରୁ କରୁ…

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ମ୍ୟାଚ୍ରେ ଭାରତ ପାଇଁ ପାଳି ଆରମ୍ଭ କରିଥିବା…

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

କ୍ୟାନସରକୁ ହରାଇ ୧୦ ବର୍ଷ ପରେ ଦଳକୁ ଫେରିଲେ ଏହି କ୍ରିକେଟର୍‌: ଅଚାନକ ମିଳିଲା..

ସିଡନୀ,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ଦଳରେ ବଡ଼ ପରିବର୍ତ୍ତନ ହୋଇଛି। ଟେଷ୍ଟିକୁଲାର କ୍ୟାନସର ଭଳି ଗୁରୁତର ରୋଗକୁ ପରାସ୍ତ କରି…

ଟିଏମ୍‌ସିର ଜବତ ବ୍ୟାଙ୍କ ଆକାଉଣ୍ଟ ମାମଲା, ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୧୦: ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଗୋଷ୍ଠୀର ପ୍ରାୟ ୮୦୪ କୋଟି ଟଙ୍କା ଥିବା ୪ଟି ଜବତ (ଡେବିଟ୍‌-ଫ୍ରିଜ) ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିବାକୁ ଅନୁମତି ଦେବା…

କାର୍ଯ୍ୟକାରୀ ହେଲା ଜନ୍ମ, ମୃତ୍ୟୁ ସଂଶୋଧନ ଆଇନ

ନୂଆଦିଲ୍ଲୀ,୨।୧୦: ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଆଇନ, ୨୦୨୬ ଗୁରୁବାରଠାରୁ ଦେଶରେ ଲାଗୁ ହୋଇଛି । ଏଥିରେ ନିର୍ଦ୍ଧାରିତ ସମୟସୀମା ପରେ ଜଣାଯାଇଥିବା ଜନ୍ମ ଓ…

ହାଇଭୋଲଟେଜ୍‌ ଡ୍ରାମା କଲେ ରିଷଭ ପନ୍ତ: ଅମ୍ପାୟରଙ୍କ ସହ ଯୁକ୍ତିତର୍କ ପରେ ଘଟିଲା…

ନୂଆଦିଲ୍ଲୀ,୨।୧୦:ଭାରତୀୟ କ୍ରିକେଟ ଦଳର ଉଇକେଟକିପର-ବ୍ୟାଟର ଋଷଭ ପନ୍ତଙ୍କ ପାଇଁ ଇରାନୀ କପ୍‌ର ପ୍ରଥମ ଦିନ ମଇଦାନରେ ହାଇଭୋଲଟେଜ୍‌ ଡ୍ରାମା କରିଛନ୍ତି। ରେଷ୍ଟ ଅଫ ଇଣ୍ଡିଆର ଅଧିନାୟକ ଭାବେ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?