Posted inଜାତୀୟ

ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ: ମାଗଣା ରାଶନ ମିଳୁଥିବାରୁ ଲୋକେ…

ନୂଆଦିଲ୍ଲୀ,୧୨ା୨: ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ମାଗଣା ସୁବିଧା ଉପରେ ସୁପ୍ରିମକୋର୍ଟ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। କୋର୍ଟ ମାଗଣା ଘୋଷଣା କରିବାର ପ୍ରଥାକୁ ନିନ୍ଦା କରିଛନ୍ତି। କୋର୍ଟ କହିଛନ୍ତି ଯେ, ଲୋକମାନେ ମାଗଣା ରାଶନ ଏବଂ ଟଙ୍କା ପାଉଥିବାରୁ କାମ କରିବାକୁ ଇଚ୍ଛୁକ ନୁହନ୍ତି।

ଜଷ୍ଟିସ ବି.ଆର. ଗାଭାଇ ଏବଂ ଜଷ୍ଟିସ ଅଗଷ୍ଟିନ ଜର୍ଜ ମାସିହଙ୍କ ଖଣ୍ଡପୀଠ ଏହି ମନ୍ତବ୍ୟ ଦେଇଛନ୍ତି। ସହରାଞ୍ଚଳରେ ବାସହୀନ ବ୍ୟକ୍ତିଙ୍କ ଆଶ୍ରୟ ଅଧିକାର ସହିତ ଜଡ଼ିତ ଏକ ମାମଲାର ଶୁଣାଣି ଖଣ୍ଡପୀଠ କରୁଥିଲେ। ଜଷ୍ଟିସ ଗାଭାଇ କହିଛନ୍ତି ଯେ, ଦୁର୍ଭାଗ୍ୟର କଥା ଯେ, ଏହି ମାଗଣା ସୁବିଧା ଯୋଗୁ ଲୋକମାନେ କାମ କରିବାକୁ ପ୍ରସ୍ତୁତ ନୁହନ୍ତି। ସେମାନଙ୍କୁ ମାଗଣା ରାଶନ ମିଳୁଛି। ସେମାନେ କୌଣସି କାମ ନକରି ଟଙ୍କା ପାଉଛନ୍ତି।

ମାମଲାର ଶୁଣାଣି ୬ ସପ୍ତାହ ପାଇଁ ସ୍ଥଗିତ ରଖାଯାଇଛି।
ଆଟର୍ନିଂ ଜେନେରାଲ ଆର. ଭେଙ୍କଟରମଣି ଖଣ୍ଡପୀଠକୁ କହିଥିଲେ ଯେ, କେନ୍ଦ୍ର ସରକାର ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମିଶନକୁ ଚୂଡ଼ାନ୍ତ କରିବା ପ୍ରକ୍ରିୟାରେ ଅଛନ୍ତି, ଯାହା ଅଧୀନରେ ସହରାଞ୍ଚଳରେ ବାସହୀନଙ୍କୁ ଆଶ୍ରୟ ପ୍ରଦାନ କରିବା ସମେତ ବିଭିନ୍ନ ପ୍ରସଙ୍ଗର ସମାଧାନ କରାଯିବ।

ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମିଶନ କାର୍ଯ୍ୟକାରୀ କରିବାକୁ କେତେ ସମୟ ଲାଗିବ ତାହା କେନ୍ଦ୍ର ସରକାରଙ୍କୁ ପଚାରିବାକୁ ଖଣ୍ଡପୀଠ ଆଟର୍ଣ୍ଣି ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ମାମଲାର ଶୁଣାଣିକୁ ଛଅ ସପ୍ତାହ ପାଇଁ ସ୍ଥଗିତ ରଖିଛନ୍ତି।

ହାଇକୋର୍ଟ ଆବେଦନ ଉପରେ ବିଚାର କରିବାକୁ ମନା କରିଦେଇଥିଲେ।
ସେହି ସମୟରେ, ଦିଲ୍ଲୀ ହାଇକୋର୍ଟ ନି ନିର୍ବାଚନରେ ଭୋଟରମାନଙ୍କୁ ଟଙ୍କା ବଣ୍ଟନ କରିବାର ପ୍ରତିଶ୍ରୁତି ଉପରେ ଭାଜପା, ଆପ୍‌ ଏବଂ କଂଗ୍ରେସ ବିରୋଧରେ ଅବସରପ୍ରାପ୍ତ ବିଚାରପତି ଏସ୍‌ଏନ୍‌ ଧିଙ୍ଗରାଙ୍କ ଦ୍ୱାରା ଦାୟର ପିଆଇଏଲ ଉପରେ ବିଚାର କରିବାକୁ ମନା କରିଦେଇଥିଲେ। ବିଚାରପତି କହିଛନ୍ତି ଯେ, ଏପରି କାର୍ଯ୍ୟ ଦୁର୍ନୀତିପୂର୍ଣ୍ଣ ଆଚରଣ ସହିତ ସମାନ। ସଶକ୍ତ ସମାଜ ସଂଗଠନର ସଭାପତି ଜଷ୍ଟିସ ଧିଙ୍ଗରା ଏହି ଆବେଦନ ଦାଖଲ କରିଥିଲେ। ଏହା ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ଅଣାଯାଇଥିଲା, ଯାହା ଏବେ ସମାପ୍ତ ହୋଇଛି।

ନିର୍ବାଚନ କମିଶନଙ୍କ ପକ୍ଷରୁ ଓକିଲ ସୁରୁଚି ସୁରୀ କୋର୍ଟଙ୍କୁ କହିଥିଲେ ଯେ, ସୁପ୍ରିମକୋର୍ଟ ଅଶ୍ୱିନୀ କୁମାର ଉପାଧ୍ୟାୟ ମାମଲାରେ ମାଗଣା ସାମଗ୍ରୀ ପ୍ରସଙ୍ଗରେ ବିଚାର କରୁଛନ୍ତି। ସେ କହିଛନ୍ତି, ୨୦୨୩ ଆଦେଶ ସମ୍ପର୍କରେ ତିନି ଜଣ ବିଚାରପତିଙ୍କ ଏକ ଖଣ୍ଡପୀଠ ଗଠନ କରିବାର ଆବଶ୍ୟକତା ରହିଛି। ଏହା ଶୁଣି ମୁଖ୍ୟ ବିଚାରପତି ଅବସରପ୍ରାପ୍ତ ବିଚାରପତିଙ୍କ ଓକିଲଙ୍କୁ କହିଥିଲେ ଯେ, ସେ ସର୍ବୋଚ୍ଚ ନ୍ୟାୟାଳୟକୁ ଯାଆନ୍ତୁ ଏବଂ ସେଠାରେ ଏକ ପକ୍ଷ ଖୋଜନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ବାର୍‌ହା ଶିକାର ପାଇଁ ବିଛାଯାଇଥିଲା ବିଦ୍ୟୁତ ତାର, ଫାଶରେ ପଡ଼ି ଶିକାରୀଙ୍କ ଚାଲିଗଲା ଜୀବନ

ମହାକାଳପଡ଼ା, ୨୫।୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲାରେ ବାର୍‌ହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାରରେ ଲାଗି ଜଣେ ଶିକାରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକଙ୍କ…

ଆସନ୍ତାକାଲି ବିଧାନସଭାରେ ଆତ୍ମାହୁତି ଦେବି…ଚରମ ଚେତାବନୀ ଦେଲେ ତାରା ବାହିନୀପତି

ଭୁବନେଶ୍ୱର,୨୫।୧୧: କୋଟିଆ ପ୍ରସଙ୍ଗକୁ ନେଇ ବିଧାନସଭାରେ ତାତି। ଏହି ପ୍ରସଙ୍ଗରେ ସ୍ବତନ୍ତ୍ର ଆଲୋଚନା ଦାବି କରି ଚରମ ଚେତାବନୀ ଦେଇଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ଆସନ୍ତାକାଲି…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କହିଦେଲେ ନବୀନ ପଟ୍ଟନାୟକ: ଭାଇରାଲ ହେଉଛି ଟୁଇଟ୍‌

ନୂଆଦିଲ୍ଲୀ,୨୫।୧୧: ଭାରତୀୟ କ୍ରିକେଟର ନୂଆ ପ୍ରତିଭା ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂକୁ ନେଇ ଏବେ ସବୁଠି ଚର୍ଚ୍ଚା। ମାତ୍ର ୫୩ଟି ବଲ୍‌ରେ ୨୦୪ ରନ୍‌ର ଐତିହାସିକ ଇନିଂସ…

ଆଇପିଏଲ ନିଲାମ ପୂର୍ବରୁ ବଡ଼ ହଲଚଲ: ଏହି ୭ ଭାରତୀୟ ଖେଳାଳି ହେଲେ ‘ଅନକ୍ୟାପ୍‌ଡ’, ତାଲିକାରେ ଅଛନ୍ତି…

ନୂଆଦିଲ୍ଲୀ, ୨୫।୧୧: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୭ ନିଲାମ ପାଇଁ ଖେଳାଳିମାନେ ନିଜ ନାମ ପଞ୍ଜୀକରଣ କରିସାରିଛନ୍ତି। ଇଂଲଣ୍ଡର ଅଲରାଉଣ୍ଡର ବେନ ଷ୍ଟୋକ୍ସ ମଧ୍ୟ ନିଲାମ…

ମଣ୍ଡି ଗେଟ ଭାଙ୍ଗି ଧାନ ପୁରାଇଲେ ଚାଷୀ: ଦେଲେ ଆନ୍ଦୋଳନ ଚେତାବନୀ

ଅତାବିରା, ୨୫।୧୧(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ମଣ୍ଡିକୁ ଚାଷୀ ଜୋର ଜବରଦସ୍ତ ଗେଟ ତାଲା ଭାଙ୍ଗି ବୁଧବାର ଧାନ ପୁରାଇଛନ୍ତି l ସଂଯୁକ୍ତ କୃଷକ ସଂଗଠନର…

ବନ୍ଦ ଘରର ତାଲା ଭାଙ୍ଗି ସୁନା ଓ ଟଙ୍କା ଲୁଟ୍‌ : ୨ ଗିରଫ

ଛତ୍ରପୁର, ୨୫ା୧୧ (ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ଅଧୀନ ପୁରୁଣା ଛତ୍ରପୁର ଗ୍ରାମରେ ବନ୍ଦ ଘରର ତାଲା ଭାଙ୍ଗି ସୁନା ଓ ଟଙ୍କା ଲୁଟ୍‌ ଘଟଣାରେ ପୁଲିସ…

ବୈଭବଙ୍କ ଦ୍ୱିଶତକ ପରେ ଗମ୍ଭୀରଙ୍କୁ ଏମିତି ପରାମର୍ଶ ଦେଲେ ପୂର୍ବତନ କ୍ରିକେଟର, ଉଠାଇଲେ ବଡ଼ ପ୍ରଶ୍ନ

ନୂଆଦିଲ୍ଲୀ, ୨୫।୧୧: ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ୟୁଏଇ ବିପକ୍ଷରେ ଦ୍ୱିଶତକ ହାସଲ କରିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ସେ ମାତ୍ର ୫୩ଟି ବଲରେ ୨୦୪ ରନର…

ଚାମେଲିଙ୍କୁ ପୁଣି ହାଇକୋର୍ଟ ଝଟ୍‌କା

କଟକ/ମହାକାଳପଡ଼ା,୨୫।୧୧(ପ୍ରଭୁକଲ୍ୟାଣ ପାଲ୍/ପ୍ରତାପ ଚନ୍ଦ୍ର ସ୍ୱାଇଁ):କେନ୍ଦ୍ରାପଡ଼ା ଜିଲା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ପାଇଁ ବଢ଼ିଲା ଅଡ଼ୁଆ। ଚାମେଲିଙ୍କ ସମେତ ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କଲେ ହାଇକୋର୍ଟ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?