ପ୍ରଶାସନର ବଡ଼ ପଦକ୍ଷେପ: ଉନ୍ନୟନ ଟ୍ରଷ୍ଟ ହାତରେ କଫି ବଗିଚା, ଆଦାୟ ହେଉଛି ଅଧିକ ଅର୍ଥ

ଦାରିଙ୍ଗବାଡି, ୨୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକକୁ ପର୍ଯ୍ୟଟନ କ୍ଷେତ୍ର ଭାବେ ସ୍ବତନ୍ତ୍ର ପରିଚୟ ଦେଇଥିବା କଫି ବଗିଚା ଏବେ ବ୍ଲକ ପ୍ରଶାସନ ହାତକୁ ଚାଲିଗଲା। ପ୍ରଥମ ଦିନରେ ହିଁ ହିଲଭିୟୁ ପାର୍କଠାରୁ କଫି ବଗିଚାରେ ଅଧିକ ପର୍ଯ୍ୟଟକ ବୁଲିଥିବା ଓ ହିଲଭିୟୁଠାରୁ ଅଧିକ ଟିକେଟ ବାବଦକୁ ଅର୍ଥ ସଂଗ୍ରହ ହୋଇଥିବା ବିଡ଼ିଓ ପ୍ରୀତିରଞ୍ଜନ ରଥ କହିଛନ୍ତି। ସେ କହିଛନ୍ତି, ରବିବାର ସାଞ୍ଜାସରୁ ଉନ୍ନୟନ ଟ୍ରଷ୍ଟର ଅଧ୍ୟକ୍ଷ ତଥା ବାଲିଗୁଡା ଉପଜିଲାପାଳ ପ୍ରଣୀତା ଦାସଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ କଫି ବଗିଚାଟି ମୃତ୍ତିକା ସଂରକ୍ଷଣ ବିଭାଗ ହାତରେ ରହିଥିଲା। ତାକୁ ବ୍ଲକ ପ୍ରଶାସନ ହାତକୁ ହସ୍ତାନ୍ତର ପାଇଁ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ ପ୍ରଶାସନ ହାତକୁ ଆସିଥିଲା।

ପ୍ରଥମଥର ପାଇଁ ମଙ୍ଗଳବାରଠାରୁ ବ୍ଲକ ପ୍ରଶାସନ ଓ ଟ୍ରଷ୍ଟ ପକ୍ଷରୁ ଟିକେଟ ସଂଗ୍ରହ କରାଯାଇଥିଲା ଓ ପ୍ରଥମ ଦିନରେ ହିଁ ଏହାର ରୋଜଗାର ହିଲଭିୟୁଠାରୁ ଅଧିକଆସିଥିବା ଏକ ଶୁଭ ସୂଚନା ବୋଲି କୁହାଯାଇଛି। ବୁଧବାର ସକାଳ ସମୟରେ ବିଡ଼ିଓ ପ୍ରୀତିରଞ୍ଜନ ରଥ, ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରଥ ପ୍ରମୁଖ କଫି ବଗିଚା ପରିଦର୍ଶନ କରିବା ସହ ତାର ରୂପାନ୍ତର କାର୍ଯ୍ୟ ଓ ଉନ୍ନୟନ କାର୍ଯ୍ୟ କରାଯିବାକୁ ଯୋଜନା କରାଯାଇଥିବା କହିଛନ୍ତି। କଫି ବଗିଚାକୁ ସମ୍ପୂର୍ଣ୍ଣ ସଫେଇ କରାଯିବା ସହ ନିୟମିତ ସ୍ବଚ୍ଛତା ରଖାଯିବ ବୋଲି ବିଡ଼ିଓ କହିଛନ୍ତି।

ସେହିପରି ପର୍ଯ୍ୟଟକଙ୍କ ମୌଳିକ ସୁବିଧା ପାଇଁ ପ୍ରଶାସନ ପଦକ୍ଷେପ ନେବ ବୋଲି ବିଡ଼ିଓ କହିଛନ୍ତି। ପ୍ରକାଶ ଯେ, କଫି ବଗିଚା ଦାରିଙ୍ଗବାଡିକୁ ସ୍ବତନ୍ତ୍ର ପରିଚୟ ଦେଇଥିଲେ ମଧ୍ୟ ତାର ରକ୍ଷଣବେକ୍ଷଣ ସଠିକ ଭାବେ କରାଯାଉ ନ ଥିଲା ଏବେ ମୃତ୍ତିକା ସଂରକ୍ଷଣ ବିଭାଗର ଜଣେ ଅଧିକାରୀ ପ୍ରଫୁଲ୍ଲ କୁମାର ପ୍ରଧାନ ନୂତନ ଭାବେ ଦାୟିତ୍ୱ ଗ୍ରହଣ ପରେ ତାର ରୂପାନ୍ତର କାର୍ଯ୍ୟ ଆରମ୍ଭ କରିଥିଲେ। କିନ୍ତୁ ତାଙ୍କ ପୂର୍ବରୁ ଯେତେଜଣ ଅଧିକାରୀ ଯୋଗ ଦେଇଥିଲେ କଫି ବଗିଚାର ଉନ୍ନତି କରି ନ ଥିବାବେଳେ ସଠିକ ଭାବେ ପର୍ଯ୍ୟଟକଙ୍କ ଠାରୁ ଆଦାୟ ହେଉଥିବା ଟିକେଟ ପାଣ୍ଠିକୁ ମଧ୍ୟ ଚଞ୍ଚକତା କରିଥିବା ଅଭିଯୋଗ ହୋଇଥିଲା। ଏଥିରେ କି ବାଲିଗୁଡା ଉପଜିଲାପାଳ ଏବଂ କନ୍ଧମାଳ ଜିଲାପାଳ ଖପ୍ପା ହୋଇଥିଲେ। ଏହା ପରେ ପ୍ରଶାସନ ପକ୍ଷରୁ ଡୁଲୁରୀ ପାଇନ ବଣକୁ ମଧ୍ୟ ଟ୍ରଷ୍ଟ ହାତକୁ ନେବା କୁହାଯାଉଛି। ଏହା ଦ୍ୱାରା ଦୁଲୁରି ପାଇନବଣର ବିକାଶ ହୋଇପାରିବ ବୋଲି ଜିଲା ପ୍ରଶାସନ ତଥା ସିଡିଓ ଶମ୍ଭୁନାଥ ନନ୍ଦୀ ଏକ ପ୍ରତିକ୍ରିୟାରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri