ତାଲିବାନକୁ ବଡ଼ ଝଟ୍‌କା, ଦେଶ ଛାଡ଼ିବା ପୂର୍ବରୁ ବିମାନ-ରକେଟ ଡିଫେନ୍ସ୍‌ ସିଷ୍ଟମ୍‌ ଅକାମୀ କଲା ଆମେରିକା…

କାବୁଲ/ଓ୍ବାଶିଂଟନ,୩୧।୮: ଆଫଗାନିସ୍ତାନରୁ ଆମେରିକା ସୈନ୍ୟବାହିନୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ଏହା ପୂର୍ବରୁ ସୈନ୍ୟବାହିନୀ ଆଫଗାନିସ୍ତାନରେ ଥିବା ଆମେରିକାର ବହୁ ବିମାନ ଏବଂ ରକେଟ ଡିଫେନ୍ସ୍‌ ସିଷ୍ଟମ୍‌କୁ ଅକାମୀ କରି ଦେଇଛନ୍ତି। ଏହା ସହିତ ଅସ୍ତ୍ରଶସ୍ତ୍ର ବୋଝେଇ ଯାନଗୁଡ଼ିକୁ ମଧ୍ୟ ଖରାପ କରି ଦିଆଯାଇଛି। ଆମେରିକା ସୈନ୍ୟ ବାହିନୀ ୭୩ ବିମାନକୁ ଅକାମୀ କରିଛନ୍ତି। ଏହି ବିମାନ ଗୁଡ଼ିକ ଆଉ ଉଡ଼ିପାରିବ ନାହିଁ। ବିମାନ ଗୁଡ଼ିକ ହାମିଦ କରଜଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ପଡିରହିଛି। ଏହା ସହିତ ଆମେରିକାର ବହୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରକୁ ନଷ୍ଟ କରି ଦିଆଯାଇଛି। ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସରକାର ଅନୁଯାୟୀ ଆଫଗାନିସ୍ତାନରେ ଥିବା ଆମେରିକା ଅସ୍ତ୍ରଶସ୍ତ୍ରକୁ କେବଳ ଦେଶ ଭିତରେ ହିଁ ବ୍ୟବହାର କରାଯାଇ ପାରିବ। ମାତ୍ର କୌଣସି ରକେଟ ଅବ୍ୟ ଅନ୍ୟ ଅସ୍ତ୍ରଶସ୍ତ୍ରକୁ ଅନ୍ୟ ଦେଶ ବିରୋଧରେ ପ୍ରୟୋଗ କରି ହେବ ନାହିଁ। କାରଣ ଏସବୁର ଲକ୍ଷ୍ୟଭେଦ କ୍ଷମତା କମ୍‌ ରହିଛି। ଫଳରେ ଏବେ ଆଫଗାନିସ୍ତାନ ଅଲୋଡ଼ା ଅସ୍ତ୍ରଶସ୍ତ୍ରର ଗଦା ପାଲଟିଛି। ଏହାକୁ ତାଲିବାନ ବ୍ୟବହାର କରିପାରିବ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ଏକ ସର୍ଭେ ରିପୋର୍ଟ: ବୋରିସ ସବୁଠୁ ଖରାପ ପ୍ରଧାନମନ୍ତ୍ରୀ

ଲଣ୍ଡନ,୧।୯: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ଙ୍କ କାର୍ଯ୍ୟକାଳ ଆସନ୍ତା ସପ୍ତାହରେ ଶେଷ ହେବାକୁ ଯାଉଥିବା ବେଳେ ସେ ଦେଶର ସବୁଠୁ ଖରାପ ପ୍ରଧାନମନ୍ତ୍ରୀ ବୋଲି ଏକ...

ଇମ୍ରାନ ଖାଁଙ୍କ ସମ୍ପର୍କୀୟ ଗିରଫ, ପୂର୍ବତନ ପ୍ରଧାନମନ୍ତ୍ରୀ କହିଲେ ଗିରଫ ନୁହେଁ ଅପହରଣ

ଇସଲାମାବାଦ,୧୦ ।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଜଣେ ନିକଟ ସମ୍ପର୍କୀୟଙ୍କୁ ମଙ୍ଗଳବାର ଗିରଫ କରାଯାଇଛି । ଏକ ଘରୋଇ ଟେଲିଭିଜନ ଚ୍ୟାନେଲରେ ସାକ୍ଷାତ୍‌କାର...

ତୁର୍କୀରେ ପୁଣି ଭୂକମ୍ପ ଅନୁଭୂତ

ଇସ୍ତାନବୁଲ,୭।୨: ବିନାଶ ମଧ୍ୟରେ ତୁର୍କୀରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଥିଲା। ମଙ୍ଗଳବାର ସକାଳେ କମ୍ପନର ତୀବ୍ରତା ରିକ୍ଟର ସ୍କେଲରେ ୫.୫ ରହିଛି। ଆମେରିକାର ଭୂତତ୍ତ୍ୱ...

ଦକ୍ଷିଣ କୋରିଆ ନିକଟରେ କ୍ଷେପଣାସ୍ତ୍ର ପକାଇଲେ କିମ୍‌…

ପ୍ୟୋଙ୍ଗୟାଙ୍ଗ/ସିଓଲ,୨।୧୧: ଉତ୍ତର କୋରିଆ ପୁଣି ଦକ୍ଷିଣ କୋରିଆ ଆଡକୁ ବୁଧବାର କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଏହାକୁ ଦୃଷ୍ଟିରେ ରଖି ଦୁଇ ପଡୋଶୀ ଦେଶ ମଧ୍ୟରେ ତିକ୍ତତା...

ରାଷ୍ଟ୍ରପତିଙ୍କ ଘରୁ ଖାଲି ହାତରେ ଫେରିଲା ଏଫବିଆଇ

ୱାଶିଂଟନ,୨ ।୨: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଘରେ ଗୋପନୀୟ କାଗଜପତ୍ରକୁ ନେଇ ବୁଧବାର ସଂଘୀୟ ଯାଞ୍ଚ ବ୍ୟୁରୋ(ଏଫବିଆଇ) ବୁଧବାର ପୁଣିଥରେ ଯାଞ୍ଚ କରିଥିଲେ ।...

ତାଲିବାନ ଦଖଲରେ ଦକ୍ଷିଣ ଆଫଗାନିସ୍ତାନ

କାବୁଲ, ୧୪।୮: ଆଫଗାନିସ୍ତାନରୁ ଆମେରିକା ଓ ନାଟୋ ସେନା ପ୍ରତ୍ୟାହାର ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ତାଲିବାନ ଆତଙ୍କବାଦୀମାନେ ଗୋଟିଏ ପରେ ଗୋଟିଏ ପ୍ରଦେଶିକ ରାଜଧାନୀ ଦଖଲ...

ରୁଷିଆକୁ କାଉଣ୍ଟର କଲା ୟୁକେନ୍‌

କ୍ୱିଭ୍‌,୧୮।୩: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ଲଗାତର ୨୩ ଦିନ ହେବ ଜାରି ରହିଛି। ଉଭୟ ଦେଶ ପରସ୍ପରକୁ ଛାଡିବାକୁ ପ୍ରସ୍ତୁତ ନାହାନ୍ତି। ଶୁକ୍ରବାର...

ରୁଷିଆର କାସପିଆନ ସମୁଦ୍ର କୂଳରେ ୨୫୦୦ ସିଲ ମୃତ

ମସ୍କୋ,୫ ।୧୨: ଦକ୍ଷିଣ ରୁଷିଆ କାସପିଆସ ସମୁଦ୍ର କୂଳରେ ପ୍ରାୟ ୨୫୦୦ ସିଲ ମୃତ ଅମସ୍ଥାରେ ମିଳିଛନ୍ତି । ରବିବାର ଅଧିକାରୀଙ୍କ ନିକଟରୁ ଏହି ସୂଚନା...

Advertisement
Archives

Model This Week