ଆଇପିଏସ୍‌ସ୍ତରରେ ବଡ଼ ଧରଣର ଅଦଳବଦଳ, ୩ ଅଫିସରଙ୍କୁ ଡିଆଇଜି ପାହ୍ୟାଙ୍କୁ ପଦୋନ୍ନତି

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ରାଜ୍ୟ ସରକାର ଆଇପିଏସ୍‌ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଏନେଇ
ଗୃହ ବିଭାଗ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ଜାରି କରାଯାଇଛି। ତଦନୁଯାୟୀ ୨୦୦୯ ବ୍ୟାଚ୍‌ର ୩ ଜଣ ଆଇପିଏସ୍‌ ଅଫିସରଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ମିଳିଥିବା ବେଳେ ୧୧ ଜିଲାରେ ନୂଆ ଏସ୍‌ପିମାନଙ୍କୁ ଅବସ୍ଥାପିତ କରାଯାଇଛି।

ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଜଗତସିଂହପୁର ଏସ୍‌ପି ଥିବା ଅଖିଳେଶ୍ୱର ସିଂହଙ୍କୁ ଡିଆଇଜି ଭାବେ ପଦୋନ୍ନତି ଦିଆଯାଇଛି। ତାଙ୍କୁ ଏସ୍‌ଏପି ଡିଆଇଜି ଭାବେ ନୂଆ ଦାୟିତ୍ୱ ମିଳିଛି। ଗଞ୍ଜାମ ଏସ୍‌ପି ଥିବା ବ୍ରିଜେଶ କୁମାର ରାୟଙ୍କୁ ମଧ୍ୟ ପଦୋନ୍ନତି ଦିଆଯାଇ ଅନୁଗୋଳ ରେଞ୍ଜ ଡିଆଇଜି ଭାବେ ନୂତନ ନିଯୁକ୍ତି ଦିଆଯାଇଛି। ଭଦ୍ରକ ଏସ୍‌ପି ଚରଣସିଂହ ମୀନାଙ୍କୁ ମଧ୍ୟ ଡିଆଇଜି ଭାବେ ପଦୋନ୍ନତି ମିଳିଛି। ତାଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ଭାବେ ନିଯୁକ୍ତି ଦିଆଯାଇଛି।

ବାଲେଶ୍ୱର ଏସ୍‌ପି ଥିବା ସୁଧାଂଶୁ ଶେଖର ମିଶ୍ରଙ୍କୁ ଅନୁଗୋଳ ଏସ୍‌ପି ଭାବେ ବଦଳି କରାଯାଇଛି। ଯାଜପୁର ଏସ୍‌ପି ଥିବା ରାହୁଲ ପିଆର୍‌ଙ୍କୁ ଜଗତସିଂହପୁର ବଦଳି କରାଯାଇଥିବା ବେଳେ ଅନୁଗୋଳ ଏସ୍‌ପି ଜଗମୋହନ ମୀନାଙ୍କୁ ଗଞ୍ଜାମ ଏସ୍‌ପି ଭାବେ ବଦଳି କରାଯାଇଛି। ଢେଙ୍କାନାଳ ଏସ୍‌ପି ଏଲ୍‌ ଦିବ୍ୟାଙ୍କୁ ଭିଜିଲାନ୍ସ ଏସ୍‌ପିି ଭାବେ ନୂଆ ଦାୟିତ୍ୱ ମିଳିଛି। ସ୍ପେଶାଲ ବ୍ରାଞ୍ଚ ଏସ୍‌ପି ଥିବା ଜ୍ଞାନ ରଞ୍ଜନ ମହାପାତ୍ରଙ୍କୁ ଢେଙ୍କାନାଳ ଏସ୍‌ପି ଭାବେ ଅବସ୍ଥାପିତ କରାଯାଇଛି। ନୂଆପଡ଼ା ଏସ୍‌ପି ପ୍ରତ୍ୟୁଷ ଦିବାକରଙ୍କୁ ସୁନ୍ଦରଗଡ଼ ବଦଳି କରାଯାଇଛି। ଅନ୍ୟପକ୍ଷରେ ସୁନ୍ଦରଗଡ଼ ଏସ୍‌ପିଥିବା ସାଗରିକା ନାଥଙ୍କୁ ବାଲେଶ୍ୱର ବଦଳି କରାଯାଇଛି। କନ୍ଧମାଳ ଏସ୍‌ପି ବିନିତ ଅଗ୍ରୱାଲଙ୍କୁ ଯାଜପୁର ଏସ୍‌ପି ଭାବେ ନୂଆ ନିଯୁକ୍ତି ମିଳିଥିବା ବେଳେ କୋରାପୁଟ ଏସ୍‌ପି ବରୁଣ ଗୁଣ୍ଟୁପାଲିଙ୍କୁ ଭଦ୍ରକ ବଦଳି କରାଯାଇଛି। ବାଲିଗୁଡ଼ା ଏସ୍‌ଡିପିଓ ଥିବା ୨୦୧୯ ବ୍ୟାଚ୍‌ର ଆଇପିଏସ୍‌ ଗୁଣ୍ଡାଲା ରେଡ୍ଡୀ ଆର୍‌ଙ୍କୁ ନୂଆପଡ଼ା ଏସ୍‌ପି ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ୨୦୧୯ ବ୍ୟାଚ୍‌ର ଆଇପିଏସ୍‌ ତଥା ମାଲକାନଗିରି ଏସ୍‌ଡିପିଓ ଶୁଭେନ୍ଦୁ ପାତ୍ରଙ୍କୁ କନ୍ଧମାଳର ଏସ୍‌ପିି ଓ କେଶିଙ୍ଗା ଏସ୍‌ଡିପିଓ ଅଭିନବ ସୋନକରଙ୍କୁ କୋରାପୁଟ ଏସ୍‌ପି ଭାବେ ନିଯୁକ୍ତି ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri