ଶିକ୍ଷକଙ୍କୁ ଆକ୍ରମଣ କରି ଲୁଟ ଘଟଣା: ମାସକ ପରେ ବି ଲୁଟେରାଙ୍କ ମିଳୁନି ପତ୍ତା

ବ୍ରହ୍ମପୁର ଅଫିସ,୩୦ା୧୨: ବୈଦ୍ୟନାଥପୁର ଥାନା ନିକଟ କମାପଲ୍ଲି ଓଭରବ୍ରିଜରେ ନଭେମ୍ବର ୨୫ ତାରିଖରେ ଜଣେ ଶିକ୍ଷକଙ୍କୁ ଆକ୍ରମଣ କରି ଲୁଟେରା ଗ୍ୟାଙ୍ଗ ତାଙ୍କ ସୁନାଚେନ, ପକେଟରୁ ଟଙ୍କା ଓ ମୋବାଇଲ ଫୋନ ଲୁଟି ନେଇଥିଲେ। ଲୁଟେରାମାନେ ନେଇଯାଇଥିବା ମୋବାଇଲ ଫୋନକୁ ପୋଲିସ ଟ୍ରାକିଂ କରିଥିଲା। ହେଲେ ଉକ୍ତ ମୋବାଇଲ ସୁଇଚ ଅଫ ରହିଥିବାରୁ ତାହାକୁ ଟ୍ରାକିଂ କରିବାରେ ବିଫଳ ରହିଛି। ଅନ୍ୟପଟେ ଲୁଟେରା ମାନେ ବ୍ୟବହାର କରୁଥିବା କାର ନମ୍ବରକୁ ମଧ୍ୟ ଟ୍ରାକିଂ କରାଯାଉଥିବା କୁହାଯାଇଥିଲେ ବି ଘଟଣାର ମାସକ ପରେ ପୋଲିସ ଲୁଟେରା ଗ୍ୟାଙ୍ଗର ସୁରାଗ ପାଇ ପାରିନାହିଁ। ଯାହାଫଳରେ ସେମାନେ ଏବେ ନିର୍ଭୟରେ ଗୋଟିଏ ପରେ ଗୋଟିଏ କାଣ୍ଡ କାଣ୍ଡ ଘଟାଉଛନ୍ତି।
ସୂଚନାଯୋଗ୍ୟ, କନ୍ଧମାଳ ଜିଲାରେ ଶିକ୍ଷକତା କରୁଥିବା ଆସିକାର ଡ଼ମ୍ବୁରଧର ଭୂୟାଁ ଓ ତାଙ୍କ ସାଙ୍ଗ ଚନ୍ଦନ ପଟ୍ଟନାୟକ ଅଫିସ କାମରେ କଟକ ଯାଇଥିଲେ। ସେମାନେ ଗତ ୨୫ ତାରିଖ ବିଳମ୍ବିତ ରାତ୍ରରେ ବାଇକରେ ବ୍ରହ୍ମପୁର ଦେଇ ଆସିକା ଫେରୁଥିବା ବେଳେ କମାପଲି ଓଭରବ୍ରିଜରେ ଏକ କାର (ନଂ ଓଡ଼ି ୦୫- ଏମ -୦୧୧୧) ରାସ୍ତା ମଝିରେ ରହିଥିଲା। କାର ଭିତରୁ ୩/୪ ଜଣ ଯୁବକ ବାହାରି ଡ଼ମ୍ବୁରଙ୍କୁ ଆକ୍ରମଣ କରିବା ସହ ସେ ପିନ୍ଧିଥିବା ୨୨ ଗ୍ରାମ ଓଜନର ଏକ ସୁନା ଚେନ, ପକେଟରୁ ୨୦ ହଜାର ଟଙ୍କା ଓ ଏକ ଦାମୀ ମୋବାଇଲ ଲୁଟି ନେଇଥିଲେ। ଡ଼ମ୍ବୁରଙ୍କ ସାଙ୍ଗ ଚନ୍ଦନ ଏହାର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଲୁଟେରାମାନେ ଆକ୍ରମଣ କରିଥିଲେ। ଏ ନେଇ ବୈଦ୍ୟନାଥପୁର ଥାନାରେ ଡମ୍ବରୁଙ୍କ ଅଭିଯୋଗ ପ୍ରକାରେ ୪୧୦/୨୨ ରେ ଏକ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

ତେଲକୋଇରୁ ଫକୀରମୋହନ, ଚମ୍ପୁଆରୁ ଲଢ଼ିବେ ମୁରଲୀ

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ଘୋଷଣା ହୋଇ ପାରୁ ନ ଥିବା ଚମ୍ପୁଆ ଏବଂ ତେଲକୋଇ ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ଶନିବାର ତା’ର...

୩ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୭ା୪: ଶନିବାର ବିଜେଡି ତା’ର ଆଉ ୩ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଭୋଗରାଇରୁ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଏବଂ ବେଗୁନିଆରୁ ପ୍ରଦୀପ...

ଚାଲାଣ ସମୟରେ ଜବତ ହୋଇଥିବା ଗୋରୁମାନଙ୍କୁ ଅଭିଯୁକ୍ତ ମାଲିକଙ୍କୁ ହସ୍ତାନ୍ତର କରାଯାଇପାରିବ ନାହିଁ: ଓଡ଼ିଶା ହାଇକୋର୍ଟ

କଟକ,୨୭।୪: ନିର୍ଦୟ ଭାବେ ଚାଲାଣ ହେବା ସମୟରେ ଜବତ ହୋଇଥିବା ଗୋରୁ ମାନଙ୍କୁ ସେମାନଙ୍କର ମାଲିକଙ୍କୁ ହସ୍ତାନ୍ତର କରାଯିବ ନାହିଁ। ଗୋରୁ ମାନଙ୍କ ପ୍ରତି କରାଯାଉଥିବା...

ପ୍ରଶାନ୍ତ ଜଗଦ୍ଦେବଙ୍କୁ ଏଠାରୁ ପ୍ରାର୍ଥୀ କଲା ଭାଜପା

ଖୋର୍ଦ୍ଧା,୨୭ା୪: ଶନିବାର ଭାଜପା ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ଆଉ ୮ ବିଧାନସଭା ପାଇଁ ପ୍ରାର୍ଥୀ ଦେଇଛି ଭାଜପା। ତେଲକୋଇରୁ ଫକୀର...

ବନ କର୍ମଚାରୀଙ୍କୁ ଆକ୍ରମଣ କରି ବନ୍ଧା ହେଲେ ୩

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜର ନୟାକୋଟ ବିଟ୍‌ର ଫରେଷ୍ଟର ଏବଂ ସ୍କ୍ବାଡ କର୍ମଚାରୀଙ୍କୁ ଆକ୍ରମଣ କରିବା ଘଟଣାରେ ବନ ବିଭାଗ ୩ଜଣଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri