Recharge plan: ଆସିଲା ଧମାକାଦାର ରଚାର୍ଜ ପ୍ଲାନ, ଥରେ ରିଚାର୍ଜ କଲେ ଚାଲିବ ପୂରା ପରିବାରର ମୋବାଇଲ, ଏଥିସହ ୯୦ଜିବି ଡେଟା…

ୟୁଜର୍ସଙ୍କ ପାଇଁ ଆସିଲା ଦମଦାର ପ୍ଲାନ। ଏମିତି ଏକ ରିଚାର୍ଜ ପ୍ଲାନ ଯେଉଁଥିରେ ଥରେ ରିଚାର୍ଜ କରିବା ଦ୍ବାରା ଚାଲିବ ପୂରା ଫ୍ୟାମିଲିର ମୋବାଇ, ଆଉ କରିବାକୁ ପଡ଼ିବନି ଅନ୍ୟ ରିଚାର୍ଜ। ଜିଓର ୪୯୯ ଟଙ୍କିଆ ଫ୍ୟାମିଲି ପୋଷ୍ଟପେଡ ପ୍ଲାନରେ ଚାରୋଟି କନେକ୍ସନ ପ୍ରଦାନ କରିଥାଏ, ଯାହାକି ସାରା ପରିବାରକୁ ୯୦ ଜିବି ଡାଟା, ଅସୀମିତ କଲିଂ ଏବଂ ଜିଓ ଆପ୍ସକୁ ପ୍ରବେଶ ମିଳିଥାଏ। ଏହି ପ୍ଲାନ ସୁବିଧାଜନକ, ଯେଉଁଥିପାଇଁ ଅଲଗା କନେକ୍ସନ ନେବାର ଆବଶ୍ୟକତା ମଧ୍ୟ ନାହିଁ।

ଜିଓ ଏହାର ଗ୍ରାହକଙ୍କ ପାଇଁ ଅନେକ ପୋଷ୍ଟପେଡ ରିଚାର୍ଜ ପ୍ଲାନ ପ୍ରଦାନ କରୁଛି। ଯଦି ଆପଣ ଏକ ଏମିତି ଏକ ପ୍ଲାନ ଖୋଜୁଛନ୍ତି ଯେଉଁଥିରେ ଆପଣ ଏକାଧିକ କନେକ୍ସନର ସୁବିଧା ପାଇବେ, ତେବେ ଏହି ପ୍ଲାନର ଲାଭ ଉଠାନ୍ତୁ। ଆଜିର ଡିଜିଟାଲ ଯୁଗରେ ସମସ୍ତେ ବେଷ୍ଟ ମୋବାଇଲ ରିଚାର୍ଜ ପ୍ଲାନ ଖୋଜନ୍ତି, ଯାହା କେବଳ ସୁଲଭ ନୁହେଁ ବରଂ ଅଧିକ ଏବଂ ଉନ୍ନତ ଲାଭ ମଧ୍ୟ ପ୍ରଦାନ କରିଥାଏ।

ଜିଓର ଫ୍ୟାମିଲି ପୋଷ୍ଟପେଡ ପ୍ଲାନ ସେହି ଉପଭୋକ୍ତାମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ, ଯେଉଁମାନେ ସେମାନଙ୍କର ସମସ୍ତ ପରିବାର ସଦସ୍ୟଙ୍କ ପାଇଁ ଗୋଟିଏ ପ୍ଲାନରେ ଏକାଧିକ କନେକ୍ସନ ଯୋଡିବାକୁ ଚାହୁଁଛନ୍ତି। ଏହା ସହିତ, ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ପୃଥକ ପ୍ଲାନରେ ଟଙ୍କା ଖର୍ଚ୍ଚ କରିବାର କୌଣସି ଆବଶ୍ୟକତା ନାହିଁ ଏବଂ ସମସ୍ତ କନେକ୍ସନ ଗୋଟିଏ ବିଲରେ ପ୍ରଦାନ କରାଯାଇପାରିବ। ଯଦି ଆପଣ ଜିଓର ସବୁଠାରୁ ଶସ୍ତା ଫ୍ୟାମିଲି ପୋଷ୍ଟପେଡ ପ୍ଲାନ ଖୋଜୁଛନ୍ତି, ତେବେ କମ୍ପାନୀର ୪୪୯ ଟଙ୍କିଆ ରିଚାର୍ଜ ପ୍ଲାନ ଆପଣଙ୍କ ପାଇଁ ସଠିକ ବିକଳ୍ପ ହୋଇପାରେ। ଏହି ପ୍ଲାନରେ, ଆପଣ ଗୋଟିଏ ପ୍ରାଥମିକ କନେକ୍ସନ ପାଇବେ, ଯାହା ସହିତ ଆପଣଙ୍କୁ ଅତିରିକ୍ତ ତିନୋଟି କନେକ୍ସନ ଯୋଡିବାକୁ ସୁବିଧା ଦିଆଯିବ। ଏହି ପ୍ଲାନ ସହିତ କିଛି ସର୍ତ୍ତ ଅଛି, ଯାହା ବିଷୟରେ ଜାଣିବା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ପ୍ରତ୍ୟେକ କନେକ୍ସନ ପାଇଁ ଆପଣଙ୍କୁ ୧୫୦୨ ଟଙ୍କା ଅତିରିକ୍ତ ଚାର୍ଜ ଦେବାକୁ ପଡିବ। ଏପରି ପରିସ୍ଥିତିରେ, ଯଦି ଆପଣ ଆପମଙ୍କର ପ୍ଲାନରେ ତିନୋଟି ଅତିରିକ୍ତ କନେକ୍ସନ ଯୋଡିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ୪୫୦ ଟଙ୍କା ଦେବାକୁ ପଡିବ।

ଏଭଳି ପରିସ୍ଥିତିରେ ସମୁଦାୟ ପ୍ଲାନ ମୂଲ୍ୟ ମାସକୁ ୧୦୬୦ ଟଙ୍କା ହେବ। ଯଦି ଆପଣ ଅତିରିକ୍ତ ୩ ଜଣ ସଦସ୍ୟ ଯୋଗ କରନ୍ତି ତେବେ ଆପଣଙ୍କୁ ଅଧିକ ୪୫୦ ଟଙ୍କା ଦେବାକୁ ପଡ଼ିବ। ଏହି ପରିପ୍ରେକ୍ଷୀରେ ପ୍ଲାନ୍ର ମୂଲ୍ୟ ୮୯୯ ଟଙ୍କା ହେବ। ଏହା ବ୍ୟତୀତ କମ୍ପାନୀର ଏହି ପ୍ଲାନରେ ୧୮% ଜିଏସଟି ପ୍ରଯୁଜ୍ୟ, ଯାହାର ଅର୍ଥ ଆପଣଙ୍କୁ ୧୬୧.୮୨ ଟଙ୍କା ଅଧିକ ଦେବାକୁ ପଡ଼ିବ। ଏହାର ଅର୍ଥ ହେଉଛି ଆପଣଙ୍କୁ ମୋଟ ୧୦୬୦ ଟଙ୍କା ଦେବାକୁ ପଡିବ।

ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଗ୍ରାହକମାନେ ଏହି ପ୍ଲାନ ସହିତ କେଉଁ ଲାଭ ପାଇବେ?ଜିଓର ଏହି ଫ୍ୟାମିଲି ପୋଷ୍ଟପେଡ ପ୍ଲାନରେ ଅନେକ ମହତ୍ବପୂର୍ଣ୍ଣ ସୁବିଧା ଯୋଗାଇ ଦିଆଯାଇଛି। ଏହି ପ୍ଲାନ ସହିତ ଗ୍ରାହକଙ୍କୁ ୭୫ ଜିବି ଡାଟା ଦିଆଯାଉଛି। ଏହା ସହିତ, ଆପଣ ପ୍ରତ୍ୟେକ ଆଡନ କନେକ୍ସନରେ ଅତିରିକ୍ତ ୫ଜିବି ଡାଟା ପାଇପାରିବେ। ଏହାର ଅର୍ଥ ଯଦି ଆପଣ ତିନୋଟି ଆଡନ କନେକ୍ସନ ନିଅନ୍ତି ତେବେ ଆପଣଙ୍କୁ ମୋଟ ୯୦ ଜିବି ଡାଟା ମିଳିବ। ଯଦି ଏହି ଡାଟା ସରିଯାଏ, 10 / GB ର ଅତିରିକ୍ତ ଚାର୍ଜ ଦେବାକୁ ପଡିବ। ଏହା ବ୍ୟତୀତ ଏହି ଯୋଜନା ସହିତ ଅସୀମିତ ଭଏସ କଲିଂ ଏବଂ ପ୍ରତିଦିନ ୧୦୦ଟି SMS ଉପଲବ୍ଧ। Jio ର ଏହି ପ୍ଲାନ୍ରେ, Jio TV, Jio Cinema ଏବଂ JioCloudର ସଦସ୍ୟତା ମଧ୍ୟ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?