Posted inଫୁରସତ

ବଡ଼ ବିଦ୍ୟୁତ୍‌ ବିଭ୍ରାଟ୍‌ ‘ବ୍ଲାକ୍‌ ଆଉଟ୍‌’

ଭାରତ ଭଳି ବିଶାଳକାୟ ଦେଶରେ ବିଦ୍ୟୁତ୍‌ ଯୋଗାଣ କେତେ ଭରସାଯୋଗ୍ୟ ତାହାକୁ ନେଇ ଏବେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ଗତ ସୋମବାର ମୁମ୍ବାଇ ସମେତ ଏହାର ଆଖପାଖ ଅଞ୍ଚଳରେ ହୋଇଥିବା ‘ବ୍ଲାକ୍‌ ଆଉଟ୍‌’ ଏହି ପ୍ରସଙ୍ଗ ବିଷୟରେ ଭାବିବାକୁ ବାଧ୍ୟ କରିଛି। ଦେଶରେ ବଡ଼ ଧରଣର ବିଦ୍ୟୁତ୍‌ ବିଭ୍ରାଟ ଏବେକାର ସମସ୍ୟା ନୁହେଁ। ଠିକ୍‌ ୮ବର୍ଷ ତଳେ ସମାନ ଧରଣର ଘଟଣା ଘଟିଥିଲା, ଯାହା ଉତ୍ତର ଏବଂ ଉତ୍ତର ପୂର୍ବ ଭାରତକୁ ଦୁଇଦିନ ପାଇଁ ସମ୍ପୂର୍ଣ୍ଣ ଅନ୍ଧକାରାଚ୍ଛନ୍ନ କରିଦେଇଥିଲା।

୨୦୧୨ ଜୁଲାଇ ଶେଷ ଦୁଇଦିନରେ ଉତ୍ତର ଏବଂ ଉତ୍ତର ପୂର୍ବ ଭାରତର ରାଜ୍ୟ ସମୂହ ସବୁଠାରୁ ବଡ଼ ବ୍ଲାକ୍‌ ଆଉଟ୍‌ର ସମ୍ମୁଖୀନ ହୋଇଥିଲେ। ୩୦ ତାରିଖରେ ୪୦ କୋଟି ଏବଂ ୩୧ ତାରିଖରେ ୬୨ କୋଟିରୁ ଊର୍ଦ୍ଧ୍ୱ ଉପଭୋକ୍ତା ଅନ୍ଧାର ସହ ସଂଘର୍ଷ କରିଥିଲେ। ୩୨ ଗିଗାଓ୍ବାଟ୍‌ ବିଦ୍ୟୁତ୍‌ ଉତ୍ପାଦନ କ୍ଷମତା ପ୍ରଭାବିତ ହେବାପରେ ୨୨ ରାଜ୍ୟରେ ଏପରି ସମସ୍ୟା ଦେଖାଦେଇଥିଲା। ବୈଷୟିକ ତ୍ରୁଟି ସମାଧାନ ପରେ ଅଗଷ୍ଟ ୧ରେ ଏହାର ସମାଧାନ ହୋଇପାରିଥିଲା। ମୁମ୍ବାଇରେ ଗତ ସୋମବାର ପାଖାପାଖି ୨ ଘଣ୍ଟାରୁ ଅଧିକ ସମୟ ଧରି ହୋଇଥିବା ବିଦ୍ୟୁତ୍‌ ବିଭ୍ରାଟ ପରେ ହାରାହାରି ୨କୋଟି ଜନସାଧାରଣଙ୍କ ଜୀବନଯାତ୍ରା ବ୍ୟାହତ ହୋଇଥିଲା। ଏହି ଘଟଣା ୨୦୧୨ର ବ୍ଲାକ ଆଉଟ୍‌ର ସ୍ମୃତି ଉଜାଗର କରିଛି।
୨୦୧୨ ଜୁଲାଇ ଶେଷରେ ୪୦୦ କିଲୋଓ୍ବାଟ୍‌ କ୍ଷମତା ସମ୍ପନ୍ନ ଗ୍ବାଲିୟର ଲାଇନ୍‌ ଟ୍ରିପ୍‌ ସାଙ୍ଗକୁ ସର୍କିଟ ବ୍ରେକ୍‌ ହୋଇଯାଇଥିଲା। ଏଠାରୁ ଆଗ୍ରା-ବରେଲି ଟ୍ରାନ୍ସମିଶନ ସେକ୍ସନକୁ ବିଦ୍ୟୁତ୍‌ ଯୋଗାଣ ହେଉଥିଲା। ବୈଦ୍ୟୁତିକ ସମସ୍ୟା ପରେ ଏହି ରୁଟ୍‌ର ସମସ୍ତ ପ୍ରମୁଖ ପାଓ୍ବାର ଷ୍ଟେଶନକୁ ଶଟ୍‌ଡାଉନ କରିଦିଆଯାଇଥିଲା। ଫଳରେ ଆନୁମାନିକ ୩୨ ଗିଗାଓ୍ବାଟ୍‌ ବିଦ୍ୟୁତ୍‌ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା। ଏହି ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ବିରୋଧୀ ଘେରିଥିବାବେଳେ ତତ୍କାଳୀନ ଶକ୍ତିମନ୍ତ୍ରୀ ସୁଶୀଲ ସିନ୍ଦେ ସମସ୍ୟା ପାଇଁ ରାଜ୍ୟଗୁଡ଼ିକୁ ଦାୟୀ କରିଥିଲେ। କେତେକ ରାଜ୍ୟ ପରମିଟ୍‌ଠାରୁ ବେଆଇନ ଭାବେ ଅଧିକ ବିଦ୍ୟୁତ୍‌ ବ୍ୟବହାର କରୁଥିବାରୁ ଏପରି ପରିସ୍ଥିତି ଉପୁଜିଥିବା ସେ ସ୍ପଷ୍ଟୀକରଣରେ କହିଥିଲେ। ସେହିପରି ପାଓ୍ବାର ଗ୍ରୀଡ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ପିଜିସିଆଇଏଲ୍‌) ପକ୍ଷରୁ ଏଥିଲାଗି ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣାକୁ ଦାୟୀ କରାଯାଇଥିଲା। ଏକ ପାଓ୍ବାର କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ଏହାକୁ ଗ୍ରୀଡ୍‌ ସିଷ୍ଟମର ବୈଷୟିକ ପରିଚାଳନାରେ ତ୍ରୁଟି ବୋଲି କହିଥିଲେ। ଏଥିପୂର୍ବରୁ ୨୦୦୧ରେ ଗ୍ରୀଡ୍‌ ଫେଲ୍‌ କାରଣରୁ ଉତ୍ତର ଭାରତରେ ସମାନ ସମସ୍ୟା ଦେଖାଦେଇଥିଲା।
ଜୁଲାଇ ୩୦ରେ ହୋଇଥିବା ବ୍ଲାକ୍‌ ଆଉଟ୍‌ କାରଣରୁ ଭାରତର ଏକ ଚତୁର୍ଥାଂଶ ଅଞ୍ଚଳ ଅନ୍ଧକାରାଚ୍ଛନ୍ନ ହୋଇପଡ଼ିଥିଲା। ପାଓ୍ବାର ବ୍ୟାକ୍‌ଅପ୍‌ ସହାୟତାରେ ଦିଲ୍ଲୀ ବିମାନ ବନ୍ଦର ପରିଚାଳିତ ହୋଇଥିଲା। ଟ୍ରେନ୍‌ ସେବା ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଥିଲା। ଏଥିସହିତ ପାଣିଯୋଗଣ, ସ୍ବାସ୍ଥ୍ୟସେବା, ତୈଳ ବିଶୋଧନାଗାର ସମେତ ବହୁ କମ୍ପାନୀ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଥିଲା। ତେବେ ନିଜସ୍ବ ବିଦ୍ୟୁତ୍‌ ସରବରାହ ବ୍ୟବସ୍ଥା କାରଣରୁ ମଥୁରା, ପାନିପଥ, ବଠିଣ୍ଡାସ୍ଥିତ ତୈଳ ବିଶୋଧନାଗାରଗୁଡ଼ିକ ପ୍ରଭାବିତ ହେବାରୁ ବର୍ତ୍ତିଯାଇଥିଲା। ସେହିପରି ଜୁଲାଇ ୩୧ ଅପରାହ୍ନରେ ଆଗ୍ରାର ତାଜମହଲ ନିକଟରେ ରିଲେ ସମସ୍ୟା କାରଣରୁ ପୁଣିଥରେ ବିଦ୍ୟୁତ୍‌ ବିଭ୍ରାଟ ଆରମ୍ଭ ହୋଇଥିଲା। ହରିୟାଣା, ହିମାଚଳପ୍ରଦେଶ, ଜମ୍ମୁ କଶ୍ମୀର, ପଞ୍ଜାବ, ରାଜସ୍ଥାନ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ପଶ୍ଚିମବଙ୍ଗ, ସିକ୍କିମ, ଅରୁଣାଚଳପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ତ୍ରିପୁରାରେ ବିଦ୍ୟୁତ୍‌ ସରବରାହ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ଏନ୍‌ଟିପିସିର ବିଦ୍ୟୁତ୍‌ ଉତ୍ପାଦନ କ୍ଷମତା ୩୮% କମିଯାଇଥିଲା। ୩୦୦ରୁ ଊର୍ଦ୍ଧ୍ୱ ପାସେଞ୍ଜର ଟ୍ରେନ ଶଟ୍‌ଡାଉନର ଶିକାର ହୋଇଥିଲେ। ବିଶେଷକରି ଉତ୍ତର, ଉତ୍ତର-ମଧ୍ୟ, ପୂର୍ବ-ମଧ୍ୟ ଏବଂ ପୂର୍ବତଟ ରେଳପଥ ଜୋନ ଅଧିକ ପ୍ରଭାବିତ ହୋଇଥିଲା। ଦିଲ୍ଲୀ ମେଟ୍ରୋର ସମସ୍ତ ୬ ଲାଇନରେ ସେବା ବନ୍ଦ ରହିଥିଲା। ମେଟ୍ରୋ ଟ୍ରେନ୍‌ଗୁଡ଼ିକ ଅଧା ରାସ୍ତାରେ ଅଟକି ରହିଥିଲା। ପୂର୍ବ ଭାରତରେ ବିଦ୍ୟୁତ୍‌ ସଙ୍କଟ କାରଣରୁ ଖଣି ଭିତରେ ୨୦୦ ଶ୍ରମିକ ଫସି ରହିଥିବା ଘଟଣା ପଦାକୁ ଆସିଥିଲା।

ଭରସା ହରାଉଛି ପାଓ୍ବାର ସେକ୍ଟର
ଭାରତର ପାଓ୍ବାର ସେକ୍ଟର ଉପରେ ପ୍ରାଇଭେଟ କମ୍ପାନୀ ଭରସା କରିପାରୁନାହାନ୍ତି। ଆବଶ୍ୟକ ସମୟରେ ବିଦ୍ୟୁତ୍‌ ସଙ୍କଟର ମୁକାବିଲା କରିବା ପାଇଁ ସେମାନେ ନିଜସ୍ବ ପାଓ୍ବାର ଷ୍ଟେଶନ ସ୍ଥାପନ କରିଛନ୍ତି। ଏଥିରେ ପ୍ରାଇଭେଟ କମ୍ପାନୀଗୁଡ଼ିକୁ ପାଖାପାଖି ୨୯ ଅରବ ଡଲାର ଖର୍ଚ୍ଚ କରିବାକୁ ପଡ଼ିଛି। ତଦନୁଯାୟୀ ଭାରତୀୟ ପ୍ରାଇଭେଟ୍‌ କମ୍ପାନୀଗୁଡ଼ିକ ନିକଟରେ ଏବେ ୩୫ ଗିଗାଓ୍ବାଟ ବିଦ୍ୟୁତ୍‌ ଉତ୍ପାଦନ କ୍ଷମତା ରହିଛି। ଆଗାମୀ ଦିନରେ ଆହୁରି ୩୩ ଗିଗାଓ୍ବାଟ ବିଦ୍ୟୁତ୍‌ ଉତ୍ପାଦନ କରିବାକୁ ସେମାନେ ପ୍ରୟାସ ଜାରି ରଖିଛନ୍ତି। ଏଥିରୁ ବେସରକାରୀ କମ୍ପାନୀଗୁଡ଼ିକ ଭାରତୀୟ ପାଓ୍ବାର ସେକ୍ଟର ଉପରେ ନିର୍ଭରଶୀଳ ହୋଇ ରହିବାକୁ ଚାହୁଁ ନ ଥିବା ସ୍ପଷ୍ଟ ହୋଇଛି।
ପଞ୍ଜାବରେ ପରବର୍ତ୍ତୀ ସଙ୍କଟ ଆଶଙ୍କା
ଆମେରିକା, ଚାଇନା ପରେ ବିଦ୍ୟୁତ୍‌ ଉତ୍ପାଦନ ଏବଂ ବ୍ୟବହାରରେ ଭାରତ ବିଶ୍ୱରେ ତୃତୀୟ ବୃହତ୍ତମ ଦେଶ। ଏହାସତ୍ତ୍ୱେ ଦେଶର ବିଦ୍ୟୁତ୍‌ ଭିତ୍ତିଭୂମି ସେତେଟା ଉନ୍ନତଧରଣର ନୁହେଁ। ୨୦୦୧ରେ ଉତ୍ତର ଭାରତରେ ଘଟିଥିବା ବ୍ଲାକ୍‌ ଆଉଟ୍‌ ପାଇଁ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଏହାର ୧୧ବର୍ଷ ପରେ ଅର୍ଥାତ୍‌ ୨୦୧୨ ଜୁଲାଇରେ ସମାନ ଘଟଣା ଘଟିଥିଲା। ହେଲେ ଏଥିରୁ ସରକାର କୌଣସି ଶିକ୍ଷା ଲାଭ କରି ନ ଥିବା ମନେହୁଏ। ଫଳସ୍ବରୂପ ୨୦୨୦ ଅକ୍ଟୋବରରେ ମୁମ୍ବାଇରେ ଏହାର ପୁନରାବୃତ୍ତି ହୋଇଛି। ପରବର୍ତ୍ତୀ ବ୍ଲାକ୍‌ ଆଉଟ୍‌ ସମସ୍ୟା ପଞ୍ଜାବରେ ଦେଖାଦେଇପାରେ ବୋଲି ବିଶେଷଜ୍ଞମାନେ କହିସାରିଲେଣି। ଏପରି ଜଟିଳ ସମସ୍ୟା ବିଷୟରେ ଗଭୀର ଭାବେ ଚିନ୍ତା ନ କଲେ କୌଣସି ମୁହୂର୍ତ୍ତରେ ଭାରତ ଅନ୍ଧକାରାଚ୍ଛନ୍ନ ହୋଇଯିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ସେମାନେ ସତର୍କ କରାଇଛନ୍ତି।
୬୬% ଗଁା, ୪୦% ସହରରେ ଦୈନିକ ବିଜୁଳି ବିଭ୍ରାଟ
ଦୟନୀୟ ବିଦ୍ୟୁତ୍‌ ଭିତ୍ତିଭୂମି, ବିଦ୍ୟୁତ୍‌ ବଣ୍ଟନରେ ଅବ୍ୟବସ୍ଥା, ବିଦ୍ୟୁତ୍‌ ଉତ୍ପାଦନକାରୀ କମ୍ପାନୀର କ୍ଷତି, ବିଜୁଳି ଚୋରି ଅବାଧ ବିଦ୍ୟୁତ୍‌ ସେବାରେ କଣ୍ଟା ସାଜିଛି। କାଉନ୍‌ସିଲ ଅନ୍‌ ଏନର୍ଜି, ଏନଭରମେଣ୍ଟ ଆଣ୍ଡ ଓ୍ବାଟର (ସିଇଇଡବ୍ଲ୍ୟ)ର ତଥ୍ୟ ଅନୁଯାୟୀ, ସ୍ବାଧୀନତାର ଦୀର୍ଘବର୍ଷ ପରେ ବି ୬୬% ଗଁା ଏବଂ ୪୦% ସହରରେ ଦୈନିକ ଅତିକମ୍‌ରେ ଥରେ ବିଜୁଳି କାଟ୍‌ ହେଉଛି। ବିଦ୍ୟୁତ୍‌ ବିଭ୍ରାଟରେ ଉତ୍ତରପ୍ରଦେଶ ଆଗରେ ରହିଛି। ଝାଡ଼ଖଣ୍ଡ, ଆସାମ, ବିହାର, ହରିୟାଣାରେ ମଧ୍ୟ ସମାନ ସମସ୍ୟା ଦେଖିବାକୁ ମିଳୁଛି। ଏବେ ବି ମଧ୍ୟ ଭାରତ, ଉତ୍ତରପୂର୍ବ ଭାରତ, ପୂର୍ବ ଭାରତର ଅନେକ ଘରେ ବିଜୁଳି ପହଞ୍ଚତ୍ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ରାହୁଲ, ପ୍ରିୟଙ୍କାଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୮ା୧୦: କଂଗ୍ରେସ ପକ୍ଷରୁ ବୁଧବାର ବିକ୍ଷୋଭ ବେଳେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

୩ ରାଶି ଉପରେ କେତୁଙ୍କ କ୍ରୁର ଦୃଷ୍ଟି! ସାମାନ୍ୟ ଭୂଲ ପଡିବ ଭାରୀ, ଚାକିରିରେ ବଢିବ ଟେନଶନ

୩ ଅକ୍ଟୋବର ୨୦୨୬ରେ କେତୁ ସିଂହ ରାଶିରେ ଥିବା ନିଜର ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିସାରିଛି। ଏହି ନକ୍ଷତ୍ର ଗୋଚର ୫ ଡିସେମ୍ୱର ୨୦୨୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?