ବଡ଼ ଖବର: ଗିରଫ ହୋଇପାରନ୍ତି ରାଜା ଚକ୍ର!

ଭୁବନେଶ୍ୱର,୧୨।୩: ଗିରଫ ହୋଇପାରନ୍ତି ରାଜା ଚକ୍ର। ଗନ୍ଧମାର୍ଦ୍ଧନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ଗିରଫ ହୋଇପାରନ୍ତି ରାଜା ଚକ୍ର। ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ର ଓ ଅନ୍ୟ ଚାରି ସହଯୋଗୀଙ୍କ ଆଗୁଆ ଜାମିନ ଖାରଜ।

ସହଯୋଗୀଙ୍କ ସହ ରାଜାଙ୍କ ଆଗୁଆ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ। ଗନ୍ଧମାର୍ଦ୍ଧନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ରାଜା ଚକ୍ର ଓ ଅନ୍ୟ ସହଯୋଗୀଙ୍କ ବିଭିନ୍ନ ସ୍ଥାନରେ ରେଡ ଜାରି ରଖିଛି ଇଓଡବ୍ଲୁ।

ଓଡ଼ିଶା ଖଣି ନିଗମ ସହ ସହବନ୍ଧିତ ଥିବା କେନ୍ଦୁଝର ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ପ୍ରାୟ ୫୦କୋଟି ଟଙ୍କା ହେର୍‌ଫେର୍‌ ହୋଇଛି। ଏହି ଘଟଣାରେ ବିଜେଡି ନେତା ରାଜା ଚକ୍ର କ୍ରାଇମବ୍ରାଞ୍ଚ ସ୍କାନରେ ପଡିଛନ୍ତି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ରାଜା ଚକ୍ରଙ୍କ ୩ଟି ଠିକଣାରେ କ୍ରାଇବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(EOW) ଏବଂ ଏସ୍‌ଟିଏଫ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଛି।

ଏହି ଚଢାଉ ବଣାଇ, ଗୋପାଳପୁର ବନ୍ଦର ଏବଂ କେନ୍ଦୁଝର ଟାଉନରେ ହୋଇଛି। ଅନ୍ୟପକ୍ଷେ ଅନ୍ତରୀଣ ସୁରକ୍ଷାରେ ଥିବା ରାଜାଙ୍କ ଆଜି ହାଇକୋର୍ଟରେ ଶୁଣାଣି ରହିଛି। ରାଜାଙ୍କ ଅନ୍ତରୀଣ ସୁରକ୍ଷା ହଟାଇବାକୁ EOW ପ୍ରମାଣପତ୍ର ଦାଖଲ କରିବ।

ସୂଚନା ଯୋଗ୍ୟ, ଏହି ମାମଲାରେ କ୍ରାଇବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(EOW) ଏବଂ ଏସ୍‌ଟିଏଫ୍‌ ଗତ ମଙ୍ଗଳବାର କେନ୍ଦୁଝରର ବିଜେଡି ନେତା ସୌମ୍ୟ ଓରଫ ରାଜା ଚକ୍ରଙ୍କ ୧୦ଟି ସ୍ଥାନରେ ଚଢ଼ାଉ କରିଥିଲା। ଏପରିକି ରାଜ୍ୟର ସମସ୍ତ ମାଇନ୍ସ କରିଡର ଚେକ ପଏଣ୍ଟରେ ରେଡ୍‌ କରାଯାଇଥିଲା। ସେତିକିବେଳେ ଅଧିକାରୀମାନେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ଟଙ୍କା ହେର୍‌ଫେର୍‌ ମାମଲାରେ ଗତ ଫେବୃଆରୀ ୮ରେ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋର୍ଟିଂ କୋ ଅପରେଟିଭ ଲିମିଟେଡର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସମ୍ପାଦକ ଉତ୍କଳ ଦାଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତଦନ୍ତ ସମୟରେ ଏହି ଠକେଇ ର଼୍ୟାକେଟରେ ଅନେକ ପ୍ରଭାବଶାଳୀ ଲୋକଙ୍କ ସମ୍ପୃକ୍ତି ଥିବା ଇଓଡବ୍ଲ୍ୟୁ ଜାଣିବାକୁ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ: ଟାଙ୍ଗିଆରେ ହାଣି ୨ ମହିଳାଙ୍କୁ ହତ୍ୟା

ହେମଗିର,୨୨।୩(ଚୈତନ୍ୟ ପଟେଲ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ତୁମୁଲିଆରେ ଶନିବାର ସନ୍ଧ୍ୟାରେ ୨ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ସେମାନେ ହେଲେ ବିଳାସିନୀ...

କାଳବୈଶାଖୀ: ଗଛପଡ଼ି ଗର୍ଭବତୀଙ୍କ ଚାଲିଗଲା ଜୀବନ

ଭବାନୀପାଟଣା,୭ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ଶନିବାର ଅପରାହ୍ନରେ କାଳବୈଶାଖୀ ବର୍ଷା ସହ ପବନ ହୋଇଥିଲା। ପବନ ଯୋଗୁ ଅନେକ ସ୍ଥାନରେ ବଡ...

ଜଙ୍ଗଲରୁ ମଣିଷ କଙ୍କାଳ ଠାବ: ହତ୍ୟା ପରେ ପୋଡି ଦିଆଯାଇଥିବା ସନ୍ଦେହ

ସୋରଡ଼ା,୨୨ା୩ (ରଜନୀ ମହାପାତ୍ର ): ଗଞ୍ଜାମ ଜିଲା ସୋରଡ଼ା ଗାଜଲବାଡ଼ି ଜଙ୍ଗଲରୁ ଶନିବାର ମଣିଷ କଙ୍କାଳ ଓ ହାଡ଼ ଠାବ ହୋଇଛି। ହତ୍ୟା ପରେ ମୃତଦେହ...

ଜାତୀୟ ରାଜପଥରେ ଓଲଟିଲା ବସ୍‌: ୮ ଆହତ

ଖୋର୍ଦ୍ଧା ,୨୨।୩: ଖୋର୍ଦ୍ଧା ଜିଲା ୧୬ ନମ୍ବର ଜାତୀୟ ରାଜପଥ ପାଇକକୁଶଡିହ ଛକଠାରେ ଶନିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଘରୋଇ ବସ୍‌...

ଆର୍ଥ ଆଓ୍ବାର: ଘଣ୍ଟାଏ ପାଇଁ ଚାରିଆଡ ଅନ୍ଧାର

ଭୁବନେଶ୍ୱର,୨୨ା୩: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମାର୍ଚ୍ଚ ମାସ ଶେଷ ଶନିବାର ଆର୍ଥ ଆଓ୍ବାର ଭାବେ ପାଳନ କରାଯାଏ। ଏବର୍ଷର ବିଷୟବସ୍ତୁ ରହିଛି ‘ୟୁନାଇଟେଡ୍‌ ଫର୍‌...

ଆଇବିସି ପିଙ୍କ ପାୱାର -୨୦୨୫: ର଼୍ୟାମ୍ପରେ ଚାଲିଲେ ଦିବ୍ୟାଙ୍ଗ ଛାତ୍ରୀ

ବରଗଡ଼,୨୨।୩(ପ୍ରେମାନନ୍ଦ ଖମାରୀ) :ଇଣ୍ଡିଆନ ବିୟୁଟି କାଉନସିଲ(ଆଇବିସି), ବରଗଡ଼ ତରଫରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଫ୍ୟାଶନ ଶୋ, ରିଲସ, ନୃତ୍ୟ ଏବଂ ପାରମ୍ପରିକ...

ଓରିଏଣ୍ଟ ଥାନାରେ କ୍ରାଇମବ୍ରାଞ୍ଚ ଟିମ୍‌: ଅଧିକାରୀ, କର୍ମଚାରୀଙ୍କୁ ପଚରାଉଚରା

ଝାରସୁଗୁଡ଼ା,୨୨।୩: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ଟିମ୍‌ ଶନିବାର ପଞ୍ଚମ ଦିନରେ ବ୍ରଜରାଜନଗର ଓରିଏଣ୍ଟ ଥାନାରେ ପହଞ୍ଚି ତଦନ୍ତ...

ଗଞ୍ଜାମରେ ଅଦିନିଆ ବର୍ଷା: ଖଣ୍ଡଦେଉଳୀ ପଞ୍ଚୁଦୋଳ ଯାତ୍ରା ପ୍ରଭାବିତ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ): ତିନିଦିନ ଧରି ଲଗାଣ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଯେଉଁ ପୂର୍ବାନୁମାନ କରିଥିଲା ତାହା ସତ ହୋଇଛି। ଶନିବାର ପୂର୍ବାହ୍ନରୁ ଗଞ୍ଜାମ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri