ହ୍ୟାକିଂ ପଛରେ ବଡ଼ ନେଟ୍‌ୱର୍କ

ଭୁବନେଶ୍ୱର,୨୫ା୧୧(ବ୍ୟୁରୋ): ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେଶନ ସେଣ୍ଟର (ଓକାକ୍‌) ସିଇଓ ତଥା ରାଜ୍ୟ ଇଲେକ୍ଟ୍ରୋନିକ୍ସ ଆଣ୍ଡ୍‌ ଆଇଟି ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ପଟ୍ଟନାୟକଙ୍କ ହ୍ବାଟ୍ସଆପ୍‌ ହ୍ୟାକ୍‌ କରି ୫ଜଣ ସମ୍ପର୍କୀୟଙ୍କଠାରୁ ୭ ଲକ୍ଷ ଟଙ୍କା ଠକେଇ ଘଟଣାରେ ସମ୍ପୃକ୍ତ ନାଇଜେରିଆ ଗ୍ୟାଙ୍ଗର ଜଣେ ସଦସ୍ୟଙ୍କୁ ଗିରଫ କରାଯିବା ପରେ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଦିଲ୍ଲୀ ପୋଲିସ ଉକୁଉଦିରି ପାଶ୍ଚାଲଙ୍କୁ ବେଙ୍ଗାଲୁରୁରୁ ଗିରଫ ପରେ ୮ ଦିନିଆ ରିମାଣ୍ଡରେ ନେଇ ଜେରା କରୁଛି। ଏପଟେ ଓଡ଼ିଶାରୁ କ୍ରାଇମବ୍ରାଞ୍ଚର ଜଣେ ଡିଏସ୍‌ପିଙ୍କ ନେତୃତ୍ୱରେ ଦୁଇ ଜଣିଆ ଟିମ୍‌ ଦିଲ୍ଲୀରେ ପହଞ୍ଚତ୍ ମଙ୍ଗଳବାରଠାରୁ ତାଙ୍କୁ ପଚରାଉଚରା ଚଳାଇଛି। ଜେରାବେଳେ ହ୍ୟାକିଂ ସମ୍ପର୍କିତ ଅନେକ ତଥ୍ୟ ମିଳିଛି ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜିବ ପଣ୍ଡା କହିଛନ୍ତି। ତାଙ୍କ ସୂଚନାନୁସାରେ, ଏହି ଠକେଇ ପଛରେ ଏକ ବଡ଼ ନେଟ୍‌ୱର୍କ ରହିଛି। ଗିରଫ ପାଶ୍ଚାଲ ଉକ୍ତ ନେଟ୍‌ୱର୍କର ଜଣେ ସଦସ୍ୟ ହୋଇଥିବାବେଳେ ଗ୍ୟାଙ୍ଗରେ ଅନେକ ନାଇଜେରିଆନ୍‌ ସାମିଲ ରହିଛନ୍ତି। ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇନାହାନ୍ତି। ସେ ନାଇଜେରିଆରେ ରହି ପୂରା ନେଟ୍‌ଓ୍ବର୍କକୁ ପରିଚାଳନା କରୁଛନ୍ତି। ତେବେ ପାଶ୍କାଲ ଏଟିଏମ୍‌ରୁ ଟଙ୍କା କାଢ଼ିବା ଦାୟିତ୍ୱରେ ଥିଲେ। ସେଥିପାଇଁ ସେ ୧୦ ପ୍ରତିଶତ କମିଶନ୍‌ ନେଉଥିଲେ। ହ୍ବାଟ୍ସଆପ୍‌କୁ ଲିଙ୍କ୍‌ ପଠାଇବା ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ଅନେକ ନାଇଜେରିଆନ୍‌ ଜଡିତ ରହିଛନ୍ତି। ସେମାନେ ମଧ୍ୟ ବିଭିନ୍ନ କାର୍ଯ୍ୟ ପାଇଁ କମିଶନ ନେଉଛନ୍ତି। ସଦସ୍ୟମାନେ ମୁଖ୍ୟତଃ ବେଙ୍ଗାଲୁରୁ, ମୁମ୍ବାଇ ଓ ଦିଲ୍ଲୀରେ ରହି ହ୍ୟାକିଙ୍ଗ୍‌ କରୁଛନ୍ତି। ଗ୍ୟାଙ୍ଗର ସମସ୍ତ ସଦସ୍ୟଙ୍କ ସମ୍ପର୍କରେ କ୍ରାଇମବ୍ରାଞ୍ଚକୁ ଅନେକ ସୂଚନା ମିଳିଛି। ତେବେ ଆଗାମୀ ଦିନରେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏଡିଜି ପଣ୍ଡା କହିଛନ୍ତି। ଗତ ୧୦ ତାରିଖରେ ଏକ ଅଜଣା ନମ୍ବରରୁ ମନୋଜଙ୍କ ଫୋନ୍‌କୁ ଏକ କଲ୍‌ ଆସିଥିଲା। ହେଲେ ୩୦ ସେକେଣ୍ଡ ଧରି କେହି କିଛି ନ କହିବାରୁ ସେ ଉକ୍ତ କଲ୍‌କୁ କାଟି ଦେଇଥିଲେ। ପରେ ବ୍ୟକ୍ତିଜଣକ ମନୋଜଙ୍କ ହ୍ବାଟ୍ସଆପ୍‌ ନମ୍ବର ବ୍ୟବହାର କରି ୫ଜଣ ସମ୍ପର୍କୀୟଙ୍କଠାରୁ ୭ଲକ୍ଷ ଟଙ୍କା ମାଗି ନେଇଥିଲେ। ଏପରି ଠକେଇ ସଂକ୍ରାନ୍ତରେ ଜଣାପଡିବା ପରେ ମନୋଜ ଓ ଟଙ୍କା ଦେଇଥିବା କେତେଜଣ ଶହୀଦନଗର ଥାନାରେ ଏତଲା ଦେଇଥିଲେ। ତଦନ୍ତ ସମୟରେ ହ୍ବାଟ୍ସଆପ୍‌ ହ୍ୟାକ୍‌ କରାଯାଇ ଏପରି ଠକେଇ କରାଯାଇଥିବା ଜଣାପଡିଥିଲା। ପ୍ରଥମେ ଶହୀଦନଗର ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପରେ କ୍ରାଇମ୍‌ବ୍ରାଞ୍ଚ ନିଜ ଆଡୁ ମାମଲା (ନଂ.୨୫/୨୧) ରୁଜୁ କରି ତଦନ୍ତ ଚଳାଇଛି। ସୂଚନାଯୋଗ୍ୟ, ଦିଲ୍ଲୀ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଥିବା ପ୍ରଥମେ ସୂଚନା ମିଳିଥିଲା। କିନ୍ତୁ ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ସେଠାରେ ପହଞ୍ଚତ୍ବା ପରେ ନାଇଜେରିଆନ୍‌ ଗ୍ୟାଙ୍ଗ୍‌ର ଜଣେ ସଦସ୍ୟ ବା ଏଜେଣ୍ଟଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?