Posted inଜାତୀୟ

ଏହି ୫ ରାଜ୍ୟରେ ଭାଜପାକୁ ବଡ଼ କ୍ଷତି

ନୂଆଦିଲ୍ଲୀ,୪।୬: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗଣନା ଚାଲିଛି। ନିର୍ବାଚନ କମିଶନ ସମସ୍ତ ୫୪୩ଟି ଆସନର ଟ୍ରେଣ୍ଡ ପ୍ରକାଶ କରିଛନ୍ତି। କଂଗ୍ରେସ ଏବଂ ଭାଜପା ମଧ୍ୟରେ କଡ଼ା ପ୍ରତିଯୋଗିତା ଦେଖାଯାଉଛି। ୫ ରାଜ୍ୟରେ ଭାଜପାକୁ କ୍ଷତି ସହିବାକୁ ପଡିଛି।
ଉତ୍ତରପ୍ରଦେଶ
ଭାଜପା ପାଇଁ ସବୁଠାରୁ ବଡ ଝଟକା ଉତ୍ତରପ୍ରଦେଶରେ ହୋଇଥିବା ଜଣାପଡିଛି। ଏଠାରେ ଦଳ ୩୪ଟି ଆସନରେ ଆଗୁଆ ରହିଛି ଏବଂ ଏହା ସହ ଆରଏଲଡି ୨ଟି ଆସନରେ ଆଗୁଆ ରହିଛି। ମୋଟ ଉପରେ, ୟୁପିରେ ୩୬ଟି ସିଟ ଉପରେ ଏନଡିଏ ମିଳିତ ମେଣ୍ଟ ଆଗରେ ଥିବାବେଳେ ଅନ୍ୟପକ୍ଷରେ ୟୁପିରେ ୪୩ଟି ସିଟ ଉପରେ ଇଣ୍ଡିଆ ମିଳିତ ମେଣ୍ଟ ଆଗରେ ରହିଛି। ଏଥିମଧ୍ୟରୁ ସମାଜବାଦୀ ପାର୍ଟି ୩୪ଟି ସିଟ୍‌ରେ ଏବଂ କଂଗ୍ରେସ ୯ଟି ସିଟ୍‌ରେ ଆଗରେ ରହିଛି। ୨୦୧୯ ନିର୍ବାଚନରେ ଏନଡିଏରେ ୟୁପିରେ ୬୪ଟି ଆସନ ଥିଲା।

ପଶ୍ଚିମବଙ୍ଗ
ପଶ୍ଚିମବଙ୍ଗରେ ଭାଜପାକୁ ଦ୍ୱିତୀୟ ବଡ଼ ଝଟକା ଲାଗିଛି। ସମସ୍ତ ଏକଜିଟ ପୋଲରେ ଦାବି କରାଯାଇଥିଲା ଯେ ଭାରତୀୟ ଜନତା ପାର୍ଟି ଏଠାରେ ସର୍ବାଧିକ ଆସନ ପାଇବ, କିନ୍ତୁ ଅପରପକ୍ଷେ, ଏଠାରେ ଭାଜପାର ସିଟ୍‌ ହ୍ରାସ ପାଉଛି। ଟ୍ରେଣ୍ଡ ଅନୁଯାୟୀ, ଏପର୍ଯ୍ୟନ୍ତ ତୃଣମୂଳ କଂଗ୍ରେସ ୩୨ଟି ସିଟ୍‌ରେ ଆଗୁଆ ଥିବାବେଳେ ଭାଜପା ମାତ୍ର ୯ଟି ଆସନରେ ଆଗରେ ରହିଛି। ୨୦୧୯ ଲୋକ ସଭା ନିର୍ବାଚନରେ ଭାଜପା ଏଠାରେ ୧୯ଟି ଆସନ ଜିତିଥିଲା।

ହରିୟାଣା

ଟ୍ରେଣ୍ଡ ଅନୁଯାୟୀ ଏପର୍ଯ୍ୟନ୍ତ ହରିୟାଣାର ୧୦ଟି ଲୋକ ସଭା ମଧ୍ୟରୁ ୫ଟିରେ ଭାଜପା ଅଗ୍ରଣୀ ଥିବାବେଳେ କଂଗ୍ରେସ ୪ଟି ଆସନରେ ଆଗୁଆ ରହିଛି। ୨୦୧୯ ଲୋକ ସଭା ନିର୍ବାଚନରେ ଭାଜପା ଏଠାରେ ଥିବା ୧୦ଟି ସିଟ ଜିତିଛି।

ରାଜସ୍ଥାନ

୨୦୧୪ରେ ରାଜସ୍ଥାନର ୨୫ଟି ଲୋକ ସଭା ସିଟ୍‌ ଏବଂ ୨୦୧୯ରେ ୨୪ଟି ସିଟ ଜିତିଥିବା ବିଜେପି ଏଥର ବହୁତ କ୍ଷତି ସହିଛି। ୧୪ଟି ସିଟ୍‌ରେ ଭାଜପା ଅଗ୍ରଣୀ ଥିବାବେଳେ କଂଗ୍ରେସ ୧୧ଟି ସିଟ୍‌ରେ ଆଗୁଆ ରହିଛି।

କର୍ନାଟକ

ଏଥର ମଧ୍ୟ କର୍ନାଟକରୁ ଭାଜପାର ବହୁତ ଆଶା ଥିଲା, କିନ୍ତୁ ଏଠାରେ ମଧ୍ୟ ଦଳ କ୍ଷତିର ସମ୍ମୁଖୀନ ହେଉଥିବା ଜଣାପଡିଛି। ୨୦୧୯ ନିର୍ବାଚନରେ ଭାଜପା ଏଠାରେ ଥିବା ୨୮ ଟି ସିଟ ମଧ୍ୟରୁ ୨୫ଟି ଜିତିଛି। ଏଥର ଟ୍ରେଣ୍ଡ ଅନୁଯାୟୀ, ୧୦ଟି ଆସନରେ ଭାଜପା ଆଗରେ ରହିଛି। ଏଠାରେ କଂଗ୍ରେସ ୯ର ଅଗ୍ରଣୀ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?