ସାବଧାନ! ୧ ଜୁଲାଇରୁ ବଦଳିଯିବ ଏହି ସବୁ ନିୟମ; ମହଙ୍ଗା ପଡ଼ିବ ନା ଆଶ୍ୱସ୍ତି ମିଳିବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୬: ପ୍ରତି ମାସର ପହିଲା ତାରିଖ ନିଜ ସହିତ କିଛି ନୂଆ ନିୟମ ନେଇ ଆସିଥାଏ। ଜୁନ ମାସ ଏବେ ଶେଷ ହେବାକୁ ଯାଉଛି ଏବଂ ଜୁଲାଇ ମାସ ଆରମ୍ଭ ହେବା ସୀମାରେ ପହଞ୍ଚିଛି। ଭାରତରେ ୧ ଜୁଲାଇ ୨୦୨୬ରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ନିୟମ ବଦଳିବାକୁ ଯାଉଛି, ଯାହାର ସିଧାସଳଖ ପ୍ରଭାବ ଗ୍ରାହକ ଏବଂ କରଦାତାଙ୍କ ଉପରେ ପଡ଼ିବ। ଏହି ନୂଆ ନିୟମଗୁଡ଼ିକ ମଧ୍ୟରେ ୟୁପିଆଇ (UPI) ମାଧ୍ୟମରେ ପିଏଫ (PF) ପ୍ରତ୍ୟାହାର ଠାରୁ ଆରମ୍ଭ କରି ମହଙ୍ଗା ଭତ୍ତା (DA) ବୃଦ୍ଧି ଏବଂ ଏଲ୍ପିଜି (LPG) ସିଲିଣ୍ଡରର ମୂଲ୍ୟରେ ପରିବର୍ତ୍ତନ ଭଳି ଅନେକ ଜିନିଷ ସାମିଲ ହେବାର ଆଶା ରହିଛି। ଆସନ୍ତୁ ଜାଣିବା ୧ ଜୁଲାଇ ୨୦୨୬ରୁ କେଉଁ କେଉଁ ପରିବର୍ତ୍ତନ ହେବାକୁ ଯାଉଛି।

ଚାକିରିଆ ଏବଂ ବିନା ଅଡିଟ୍ବାଲା ଟ୍ୟାକ୍ସପେୟାର୍ସ (କରଦାତା)ଙ୍କ ପାଇଁ ସାଲାରୀଡ ଇନକମ ଟ୍ୟାକ୍ସ ରିଟର୍ଣ୍ଣ (ITR-1 ଏବଂ ITR-2) ଦାଖଲ କରିବାର ଶେଷ ତାରିଖ ହେଉଛି ୩୧ ଜୁଲାଇ। ଅର୍ଥାତ୍‌ ଦରମା ପାଉଥିବା କର୍ମଚାରୀ ଏବଂ ସେହି ଲୋକମାନେ ଯେଉଁମାନଙ୍କର ଆୟ କ୍ୟାପିଟାଲ ଗେନ୍ସ (Capital Gains), ହାଉସ ପ୍ରପର୍ଟି କିମ୍ବା ଅନ୍ୟ କୌଣସି ଅଣ-ବ୍ୟବସାୟିକ ଆୟରୁ ହୋଇଥାଏ ଯେଉଁଥିପାଇଁ ଅଡିଟର ଆବଶ୍ୟକତା ନାହିଁ, ସେମାନଙ୍କୁ ITR-1 ଏବଂ ITR-2 ଫର୍ମ ପୂରଣ କରିବାକୁ ହେବ।

୧ ଜୁଲାଇରୁ ନୂଆ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ଆରମ୍ଭ ହେବାକୁ ଯାଉଛି। ଏହି ଅବସରରେ HDFC ବ୍ୟାଙ୍କ ନିଜର Regalia Gold ଏବଂ Diners Club Privilege କ୍ରେଡିଟ କାର୍ଡର ନିୟମରେ କିଛି ପରିବର୍ତ୍ତନ କରିବାକୁ ଯାଉଛି। ପୂର୍ବରୁ ଲାଗୁ ହୋଇସାରିଥିବା କିଛି ପରିବର୍ତ୍ତନ ବ୍ୟତୀତ, ୧ ଜୁଲାଇ ୨୦୨ରୁ ଏୟାରପୋର୍ଟ ଲାଉଞ୍ଜ ଆକ୍ସେସ (Airport Lounge Access) ସହିତ ଜଡ଼ିତ ନୂଆ ନିୟମ ଲାଗୁ ହେବ।

ପ୍ରତି ମାସର ପହିଲା ତାରିଖ ଭଳି ୧ ଜୁଲାଇରେ ମଧ୍ୟ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏଲ୍ପିଜି ସିଲିଣ୍ଡର, ସିଏନଜି ଏବେ ପିଏନଜି ମୂଲ୍ୟର ସମୀକ୍ଷା କରିବେ। ଏହି ସମୟରେ ଘରୋଇ ଏବଂ ବ୍ୟାବସାୟିକ (କମର୍ସିଆଲ) ସିଲିଣ୍ଡର ଦରରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଏହା ସହିତ ଏୟାର୍‌ ଟରବାଇନ ଫ୍ୟୁଏଲ (ATF) ପାଇଁ ମଧ୍ୟ ନୂଆ ଦର ଜାରି କରାଯିବ, ଯାହାର ବିମାନ ଟିକେଟ ମୂଲ୍ୟ ଉପରେ ବଡ଼ ପ୍ରଭାବ ପଡ଼ିବ।

ୟୁପିଆଇ (UPI) ମାଧ୍ୟମରେ ପ୍ରତ୍ୟାହାର କରାଯାଇପାରିବ ପିଏଫ (PF)
୧ ଜୁଲାଇରୁ ୟୁପିଆଇ ମାଧ୍ୟମରେ ପିଏଫ ଟଙ୍କା ଉଠାଇବା ଏଟିଏମରୁ କ୍ୟାଶ ଉଠାଇବା ଭଳି ସହଜ ହୋଇଯିବ। କର୍ମଚାରୀ ଭବିଷ୍ୟନିଧି ସଂଗଠନ (EPFO) ଜୁଲାଇ ମାସରେ ନିଜର ନୂଆ ଡିଜିଟାଲ ପ୍ଲାଟଫର୍ମ ‘EPFO 3.0’ ଲଞ୍ଚ କରିବାକୁ ଯାଉଛି ବୋଲି ଆଶା କରାଯାଉଛି।

ବିଦେଶ ମନ୍ତ୍ରଣାଳୟ ଏକ ଦଶନ୍ଧିରୁ ଅଧିକ ସମୟ ପରେ ପାସପୋର୍ଟ ଫି’ରେ ବଡ଼ ଧରଣର ବୃଦ୍ଧି କରିଛି। ୧ ଜୁଲାଇରୁ ଲାଗୁ ହେବାକୁ ଥିବା ନୂଆ ନିୟମ ଅନୁଯାୟୀ, ୩୬-ପୃଷ୍ଠା ବିଶିଷ୍ଟ ନୂଆ କିମ୍ବା ପୁନଃ-ଜାରି (ରି-ଇସ୍ୟୁ) ପାସପୋର୍ଟର ଫି’ ୧୫୦୦ ଟଙ୍କାରୁ ବୃଦ୍ଧି ପାଇ ୨୫୦୦ ଟଙ୍କା ହେବ। ଅର୍ଥାତ୍‌ ଏଥିରେ ସିଧାସଳଖ ୧୦୦୦ ଟଙ୍କା ବୃଦ୍ଧି କରାଯାଇଛି। ସେହିପରି, ତତ୍କାଳ ସେବା (Tatkal Service) ପାଇଁ ଏବେ ପୂର୍ବର ୩୫୦୦ ଟଙ୍କା ବଦଳରେ ୫୦୦୦ ଟଙ୍କା ଦେବାକୁ ପଡ଼ିବ। ୬୦-ପୃଷ୍ଠା ବିଶିଷ୍ଟ ଜମ୍ବୋ ପାସପୋର୍ଟର ଫି’ ମଧ୍ୟ ବୃଦ୍ଧି କରାଯାଇ ୬୦୦୦ଟଙ୍କା ପର୍ଯ୍ୟନ୍ତ କରାଯିବ।

୧ ଜୁଲାଇରୁ ବିନା ଟିକେଟରେ ଯାତ୍ରା କଲେ ଦୁଇଗୁଣା ଜରିମାନା ଦେବାକୁ ପଡ଼ିବ। ନୂଆ ନିୟମ ଅନୁଯାୟୀ, ଜରିମାନା ରାଶିକୁ ୨୫୦ ଟଙ୍କାରୁ ବୃଦ୍ଧି କରି ୫୦୦ ଟଙ୍କା କରାଯାଉଛି। ଏହା ସହିତ ଏବେଠାରୁ ଯଦି କୌଣସି ପୁରୁଷ ଯାତ୍ରୀ ମହିଳା କୋଚରେ ଯାତ୍ରା କରୁଥିବା ଜଣାପଡ଼ନ୍ତି, ତେବେ ତାଙ୍କ ଉପରେ ୨୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗାଯାଇପାରେ।

UIDAI ନାଗରିକମାନଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇ ୧ ଜୁଲାଇରୁ ଆସନ୍ତା ଛଅ ମାସ ପାଇଁ ଆଧାର ଅପଡେଟ୍‌କୁ ସମ୍ପୂର୍ଣ୍ଣ ମାଗଣା କରିଦେଇଛି। ପୂର୍ବରୁ ଆଧାରରେ ନାମ, ଠିକଣା, ଜନ୍ମ ତାରିଖ, ମୋବାଇଲ ନମ୍ବର ଏବଂ ଇମେଲ ବଦଳାଇବା ପାଇଁ ୭୫ ଟଙ୍କା ଦେବାକୁ ପଡ଼ୁଥିଲା।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାଉଜଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦିଅର: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୬।୧୦ (ପ୍ରସନଜିତ୍‌ ସାହୁ):ରାଜଧାନୀରେ ମହିଳାଙ୍କୁ ନିର୍ଯାତନା ଘଟଣା ସାମନାକୁ ଆସିଛି। ଭାଉଜଙ୍କୁ ଦିଅର ମାନସିକ ନିର୍ଯାତନା ଦେବା ସହ ତାଙ୍କ ଫଟୋ ଭିଡିଓ ଶୁଟ୍‌ କରି ଭାଇରାଲ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

ସୂର୍ଯ୍ୟକୁମାରଙ୍କୁ ଲାଗିଲା ଝଟକା: ସବୁଠୁ ବିଦା, ଅନ୍ଧାରରେ କ୍ୟାରିୟର

ମୁମ୍ବାଇ,୬।୧୦: ଭାରତର ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଏବେ ଚିନ୍ତା ବଢ଼ିଛି। ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ଏବେ ମୁମ୍ବାଇର ରଣଜୀ…

ୱାଇଡ ବଲ୍‌ରେ ସିଧା ଛକା! କ୍ରିକେଟ୍‌ରେ ଘଟିଲା ଅଜବ ଘଟଣା, ଦେଖନ୍ତୁ Video

ନୂଆଦିଲ୍ଲୀ,୫।୧୦: କ୍ରିକେଟ୍‌ରେ ୱାଇଡ ବଲ ବାଉଣ୍ଡାରୀ ପାର କରିବା ଦୃଶ୍ୟ ଦର୍ଶକମାନେ ଅନେକ ଥର ଦେଖିଛନ୍ତି। ବିଶେଷକରି ଉଇକେଟକିପରଙ୍କ ପହଞ୍ଚରୁ ଦୂରକୁ ଯାଇଥିବା ୱାଇଡ ବଲ ବାଉଣ୍ଡାରୀ…

ଶୋଇଥିବା ବେଳେ ହଠାତ୍ ହେଲା ଭୂକମ୍ପ, ଲୋକେ ଛାନିଆ ହୋଇ…

ଗୁଆହାଟୀ,୬।୧୦: ଆସାମର ନଗାଓଁ ଜିଲାରେ ମଙ୍ଗଳବାର ସକାଳୁ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁସାରେ, ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ…

ପାଣ୍ଡିଆନ୍‌ଙ୍କ ବୟାନ୍‌ ରେକର୍ଡ: ଫାଇଲ୍‌ ରିସିଭ୍‌ ହୋଇଛି, କୁଆଡ଼େ ଗଲା ଜାଣିନାହାନ୍ତି

ଭୁବନେଶ୍ୱର,୬।୧୦(ତ୍ରିନାଥ ମହାନ୍ତି):ସିଏମ୍‌ଓରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ଏବଂ କନ୍ଧମାଳ ଦଙ୍ଗା ସମ୍ପର୍କିତ ନାଇଡୁ କମିଶନ ଫାଇଲ ହଜିବା ଘଟଣାରେ ୩ ଜଣଙ୍କ ବୟାନ ରେକର୍ଡ କରାଯାଇଛି। ଭି.କେ.…

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?