Posted inଫୁରସତ

ଆଗକୁ ବଡ଼ ଚ୍ୟାଲେଞ୍ଜ

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ହରାଇ ଜୋ ବାଇଡେନ୍‌ ଦେଶର ୪୬ତମ ରାଷ୍ଟ୍ରପତି ହେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ପରବର୍ତ୍ତୀ ୪ ବର୍ଷରେ ବାଇଡେନ୍‌ଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ ରହିଛି। ସେଥିମଧ୍ୟରୁ ସବୁଠୁ ବଡ଼ ଆହ୍ବାନ ହେଉଛି କଂଗ୍ରେସରେ ରିପବ୍ଲିକାନ୍‌ ନେତାମାନଙ୍କୁ ମନାଇବା। ରାଷ୍ଟ୍ରପତି ପଦ ସମ୍ଭାଳିବା ପରେ ବାଇଡେନ୍‌ଙ୍କ ଆଗରେ ବୈଦେଶିକ ନୀତି, କରୋନା ମହାମାରୀ ବ୍ୟତୀତ ଆମେରିକାର ଅର୍ଥ ବ୍ୟବସ୍ଥାକୁ ପୁଣି ଥରେ ଟ୍ରାକ୍‌କୁ ଫେରାଇ ଆଣିବା ଭଳି ପ୍ରସଙ୍ଗ ରହିବ। ଅର୍ଥନୀତିକୁ ନେଇ ବାଇଡେନ୍‌ଙ୍କ
ପାଇଁ କେତୋଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ…

 

କିଛି ମାସ ଧରି ଆମେରିକାର ଅର୍ଥନୀତିଜ୍ଞ କରୋନା ସହାୟତା ପ୍ୟାକେଜ୍‌ ବଢ଼ାଇବା ପାଇଁ ସରକାରଙ୍କ ନିକଟରେ ଦାବି କରୁଛନ୍ତି। ରିପବ୍ଲିକାନ୍‌ ପାର୍ଟି ନେତାଙ୍କ ମୁତାବକ ଖର୍ଚ୍ଚକୁ ନେଇ ସହମତି ହୋଇପାରି ନ ଥିବାରୁ ଗତିରୋଧ ଜାରି ରହିଛି। କୌଣସି କାରଣରୁ ଏହି ପ୍ୟାକେଜ୍‌ ଡେମୋକ୍ରାଟିକ୍‌ ନେତାଙ୍କ ଆଶାନୁରୂପ ନ ହେଲେ ଓ ଅର୍ଥବ୍ୟବସ୍ଥାରେ ରିକଭରି ସଙ୍କେତ ମଧ୍ୟ ଦୁର୍ବଳ ହେଲେ ବାଇଡେନ୍‌ କ’ଣ କରିବେ? ସେ କେତେ ବଡ଼ ଆର୍ଥିକ ପ୍ୟାକେଜ୍‌ ଦାବି କରିବେ?

ବିଗତ ୫ ଦଶନ୍ଧି ମଧ୍ୟରେ ଆମେରିକାରେ ଆୟ ଅସମାନତା ସବୁଠୁ ଉଚ୍ଚସ୍ତରରେ ରହିଛି। ଉଦାରବାଦୀଙ୍କ କହିବା ହେଲା ସରକାରଙ୍କୁ ଧନୀଙ୍କ ଉପରେ ଲାଗୁଥିବା ଟ୍ୟାକ୍ସ ବଢ଼ାଇବା ଉପରେ ବିଚାର କରିବାକୁ ପଡ଼ିବ। ପ୍ରତିଶ୍ରୁତି ମୁତାବକ ବାଇଡେନ୍‌ ବଡ଼ କମ୍ପାନୀଗୁଡ଼ିକ ଉପରେ ଲାଗୁଥିବା ଟ୍ୟାକ୍ସକୁ ୨୧%ରୁ ୨୮%କୁ ବୃଦ୍ଧି କରିପାରନ୍ତି। ଏପରି କଲେ ଆଗାମୀ ଦଶନ୍ଧିରେ ସରକାରଙ୍କୁ ୩୦ ଟ୍ରିଲିୟନ ଡଲାର ମିଳିପାରେ। କରୋନା ମହାମାରୀ ଯୋଗୁ ଆଗକୁ ଆମେରିକାର ଜାତୀୟ ଋଣ ବଢ଼ିଲେ ଏହି ଅର୍ଥ ସରକାରଙ୍କ କାମରେ ଆସିପାରେ। କିନ୍ତୁ ଟିକସ ବୃଦ୍ଧି ଯୋଜନାକୁ ରିପବ୍ଲିକାନ୍‌ ବିରୋଧ କରିବେ।

ଜଳବାୟୁ ପରିବର୍ତ୍ତନ ସହ ଲଢ଼ିବା ପାଇଁ ବାଇଡେନ୍‌ଙ୍କ ଯୋଜନାକୁ ନେଇ ବିରୋଧ ହେବା ପରେ ସେ ଏକ ନୂଆ ପ୍ରସ୍ତାବ ଆଣିଥିଲେ, ଯେଉଁଥିରେ ସମାଲୋଚକଙ୍କ କଥାକୁ ମଧ୍ୟ ଗୁରୁତ୍ୱ ଦେଇଥିଲେ। ଶକ୍ତି କ୍ଷେତ୍ରରେ ଗବେଷଣା ପାଇଁ ୪ ଟ୍ରିଲିୟନ ଡଲାରର ନିବେଶ କଥା ଏଥିରେ କୁହାଯାଇଥିଲା। ଏହାକୁ ରିପବ୍ଲିକାନ୍‌ ନେତାମାନେ ଆମେରିକୀୟ ଅର୍ଥନୀତିକୁ ‘ସମାଧି ପର୍ଯ୍ୟନ୍ତ ପହଞ୍ଚାଇବା’ ପ୍ରସ୍ତୁତି ବୋଲି କହିଥିଲେ।

ବାଇଡେନ୍‌ ବାଣିଜ୍ୟ କ୍ଷେତ୍ରରେ ବିଗତ ୪ ବର୍ଷରେ ଟ୍ରମ୍ପ୍‌ ପ୍ରଶାସନ ନେଇଥିବା ପଦକ୍ଷେପକୁ ବଦଳାଇପାରନ୍ତି। ସେ ବିଶ୍ୱ ମଞ୍ଚରେ ଆମେରିକାର ଭୂମିକାକୁ ପୁଣି ମଜଭୁତ କରିବାରେ ଲାଗିପାରନ୍ତି। କିନ୍ତୁ ଏଥିରେ ସେ ଟ୍ରମ୍ପ୍‌ଙ୍କଠାରୁ କେତେ ଅଲଗା ହେବେ?


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?