ମାଓବାଦୀ ସଙ୍ଗଠନକୁ ବଡ଼ ଝଟକା: ଦଳ ଛାଡ଼ିଲେ ହାଡ଼କୋର୍‌ ମାଓବାଦୀ

ରାୟଗଡ଼ା,୨୭।୫(ଆଶିଷ ରଞ୍ଜନ ପଣ୍ଡା): ଦୀର୍ଘ ବର୍ଷ ପରେ ମାଓବାଦୀ ସଂଗଠନର ହାତ ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ମଙ୍ଗଳବାର ପୋଲିସ ନିକଟରେ ଆତ୍ମସର୍ମପଣ କରିଛନ୍ତି ହାଡ଼କୋର୍‌ ମାଓବାଦୀ ନେତା ବିଜୟାପୁନେମ ଓରଫ ଅଜୟ । ଅଜୟ ବାସଧାରା-ଘୁମସୁର-ନାଗାବଳୀ ଡିଭିଜନର ଜଣେ ହାଡ଼କୋର୍‌ ମାଓବାଦୀ ଥିଲେ ବୋଲି ମଙ୍ଗଳବାର ଜିଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ପି ସ୍ବାଥି ଏସ୍‌.କୁମାର ସୂଚନା ଦେଇଛନ୍ତି ।

ଅଜୟଙ୍କ ଘର ଛତିଶଗଡ଼ ରାଜ୍ୟର ବିଜାପୁର ଜିଲା ଅର୍ନ୍ତଗତ ହୁସୁର ଥାନାର ବାଟିଗୁ ଗ୍ରାମରେ । ଅଜୟଙ୍କ ଠାରୁ ପୋଲିସ ଏକ ୯ଏମ୍‌ଏମ୍‌ ପିସ୍ତଲ, ୮ ରାଉଣ୍ଡ ଗୁଳି ଏବଂ ଗୋଟିଏ ୱାକିଟାକି ଜବତ କରିଛି । ଆତ୍ମ ସମର୍ପଣ କରିଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ୪ଲକ୍ଷ ଟଙ୍କା ସହାୟତା ରାଶି ମିଳିଥିବା ଏସ୍‌ପି କହିଛନ୍ତି।

ଏସପି ସୂଚନା ମୁତାବକ, ଅଜୟ ୨୦୦୯-୨୦୧୦ରେ ଛତିଶଗଡ଼, ୨୦୧୧-୨୦୧୪ ପର୍ଯ୍ୟନ୍ତ ମାଲକାନଗିରି-କୋରାପୁଟ ଏବଂ ୨୦୧୪-୨୦୨୪ ପର୍ଯ୍ୟନ୍ତ ନୂଆପଡ଼ା ଜିଲାରେ ବିଜିଏନ ଡିଭିଜନର ଘୁମସୁ ଏସିରେ କାର୍ଯ୍ୟରତ ଥିଲେ । ସୂଚନା ଯୋଗ୍ୟ ଅଜୟ ୨୦୦୯ରେ ସିପିଆଇ(ମାଓବାଦୀ) ସଂଗଠନରେ ଯୋଗଦାନ କରିବା ପରେ ପ୍ରଶିକ୍ଷଣ ଶେଷ କରି ମ.ବାଳକ୍ରିଷ୍ଣା ଓରଫ ମନୋଜଙ୍କ ସୁରକ୍ଷା ଟିମ ଦାୟିତ୍ୱରେ ରହିଥିଲେ।

୨୦୧୪ରେ ଅଜୟ ମାଓବାଦୀଙ୍କ ଏସିଏମ୍‌ ର଼୍ୟାଙ୍କକୁ ପଦୋନ୍ନତି ପାଇ ମନୋଜର ଗନମ୍ୟାନ ଭାବେ କାମ କରିଥିଲେ । ତେବେ ୨୦୨୩ରେ ତାଙ୍କୁ ବିଜିଏନ ଡିଭିଜନକୁ ପଠାଯାଇଥିଲା। ପରେ ସେ ଘୁମସୁର ଏସିରେ କାର୍ଯ୍ୟରତ ଥିଲେ । ଅଜୟ କନ୍ଧମାଳ ଜିଲା କୋଟଗଡ଼ ଥାନାର ବଣ୍ଡିପାଙ୍ଗା ଗ୍ରାମର ମେଟଲା ରଇତଙ୍କ ହତ୍ୟା ମାମଲା, ମାର୍ଚ୍ଚ ୨୦୨୪ରେ ପୋଲିସ ଓ ମାଓବାଦୀ ଗୁଳି ବିନିମୟ ହୋଇଥିବା ମେରାଗୁ ମାମଲା, ଶିରଲା ଇଓଏଫ ପୋଲିସ ଓ ମାଓବାଦୀ ଗୁଳି ବିନିମୟ ମାମଲା ସମେତ ୨୦୨୨ରେ ଛତିଶଗଡ଼ ରାଜ୍ୟର ଯୋଡେଇପାଣି ଓଏଫ, ସିକସାର ଇଓଏଫ, କନ୍ଧମାଳ ଜିଲାରେ ହୋଇଥିବା ଚେଇପାଲି ଇଓଏଫ ଏବଂ କୋଡ଼ଙ୍ଗା ଇଓଏଫ ମାମଲାରେ ଜଡିତ ରହିଛନ୍ତି

ଅଜୟଙ୍କ ନାଁରେ ୭ଟି ମାମଲା ରୁଜୁ ହୋଇଛି । ଅଜୟ ମାଓବାଦୀ ସଂଗଠନ ଛାଡି ଆତ୍ମସର୍ମପଣ କରିବାର ପ୍ରମୁଖ କାରଣ ମଧ୍ୟରେ ସିପିଆଇ(ମାଓବାଦୀ) ସଂଗଠନର ଭୁଲ ଚିନ୍ତାଧାରା, ମୁଖିଆଙ୍କ ଦୁର୍ବ୍ୟବହାର, ଅଞ୍ଚଳରେ ଫୋର୍ସ ଦ୍ୱାରା ବାରମ୍ବାର କୋମ୍ବିଂ, ଓ ଭାଷା ସମସ୍ୟା ଆଦି ସମେତ ୨୦୦୬-୨୦୨୪ ମଧ୍ୟରେ ରାୟଗଡ଼ା ଜିଲାର ୨୯ ମାଓବାଦୀଙ୍କ ଆତ୍ମସର୍ମପଣ ଏବଂ ଓ ପୋଲିସ ନିକଟରେ ୬୭୪ଜଣଳ ମାଓବାଦୀଙ୍କ ଆତ୍ମସର୍ମପଣ ପରେ ସେ ମଧ୍ୟ ଆତ୍ମସର୍ମପଣ କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

ନିଷ୍ପତ୍ତି ବଦଳାଇଲେ ସରକାର, ACP ବିବେକ ଭଗତଙ୍କ ପଦୋନ୍ନତି ସ୍ଥଗିତ!

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ ସରକାର ACP ବିବେକ ଭଗତଙ୍କୁ ଆଡିସନାଲ DCPର ଚାର୍ଜ ଦେବା ନେଇ ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ବିବେକ ଭଗତଙ୍କ…

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

ଭାଉଜଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦିଅର: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୬।୧୦ (ପ୍ରସନଜିତ୍‌ ସାହୁ):ରାଜଧାନୀରେ ମହିଳାଙ୍କୁ ନିର୍ଯାତନା ଘଟଣା ସାମନାକୁ ଆସିଛି। ଭାଉଜଙ୍କୁ ଦିଅର ମାନସିକ ନିର୍ଯାତନା ଦେବା ସହ ତାଙ୍କ ଫଟୋ ଭିଡିଓ ଶୁଟ୍‌ କରି ଭାଇରାଲ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

ସୂର୍ଯ୍ୟକୁମାରଙ୍କୁ ଲାଗିଲା ଝଟକା: ସବୁଠୁ ବିଦା, ଅନ୍ଧାରରେ କ୍ୟାରିୟର

ମୁମ୍ବାଇ,୬।୧୦: ଭାରତର ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଏବେ ଚିନ୍ତା ବଢ଼ିଛି। ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ଏବେ ମୁମ୍ବାଇର ରଣଜୀ…

ୱାଇଡ ବଲ୍‌ରେ ସିଧା ଛକା! କ୍ରିକେଟ୍‌ରେ ଘଟିଲା ଅଜବ ଘଟଣା, ଦେଖନ୍ତୁ Video

ନୂଆଦିଲ୍ଲୀ,୫।୧୦: କ୍ରିକେଟ୍‌ରେ ୱାଇଡ ବଲ ବାଉଣ୍ଡାରୀ ପାର କରିବା ଦୃଶ୍ୟ ଦର୍ଶକମାନେ ଅନେକ ଥର ଦେଖିଛନ୍ତି। ବିଶେଷକରି ଉଇକେଟକିପରଙ୍କ ପହଞ୍ଚରୁ ଦୂରକୁ ଯାଇଥିବା ୱାଇଡ ବଲ ବାଉଣ୍ଡାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?