ବରଗଡ଼,୧୪।୫(ପ୍ରେମାନନ୍ଦ ଖମାରୀ): ପୋଲିସ ବିଭାଗ ପକ୍ଷରୁ ଗୁରୁବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବରଗଡ଼ ଜିଲା ଝାରବନ୍ଧ ଥାନା IIC ସୁକ୍ରା ମାଢ଼ୀଙ୍କୁ କାର୍ଯ୍ୟରୁ ନିଲମ୍ୱିତ କରାଯାଇଛି। କର୍ତ୍ତବ୍ୟରେ ଅବହେଳା ଅଭିଯୋଗ ସାଙ୍ଗକୁ ଗଞ୍ଜେଇ ଡିଲ୍ ବେଳେ ଧରାପଡ଼ିବା ନେଇ IIC ସୁକ୍ରା ମାଢ଼ୀଙ୍କୁ ପୋଲିସ ଡିଜିପି ନିଳମ୍ୱିତ କରିଛନ୍ତି।
ସୂଚନାଯୋଗ୍ୟ, ଗଞ୍ଜେଇ ଡିଲ ବେଳେ ଝାରବନ୍ଧ ଥାନା IIC, ASI, କନଷ୍ଟେବଲଙ୍କ ସହ ହୋମଗାର୍ଡ ଧରାପଡ଼ିଥିଲେ। ଏନେଇ ପୂର୍ୱରୁ ଏଏସ୍ଆଇ କୌଶିକ ସାହୁ, କନଷ୍ଟେବଳ ଚିତ୍ତରଞ୍ଜନ ପଣ୍ଡାଙ୍କୁ କାର୍ଯ୍ୟରୁ ନିଲମ୍ୱିତ କରାଯାଇଥିବା ବେଳେ ହୋମଗାର୍ଡ ଦେବାର୍ଚ୍ଚନ ନିଆଲଙ୍କୁ କାର୍ଯ୍ୟ ବହିଷ୍କୃତ କରାଯାଇଥିଲା

