ଜିଦ୍‌ରେ ବିରୋଧୀ-ଶାସକ: ଲଗାତାର ୬ଷ୍ଠ ଦିନ ପାଇଁ ବିଧାନସଭାରେ ଅଚଳାବସ୍ଥା, ଆରମ୍ଭରୁ ମୁଲତବୀ

ଭୁବନେଶ୍ୱର,୧୮।୩(ବ୍ୟୁରୋ): ଲଗାତାର ୬ଷ୍ଠ ଦିନ ପାଇଁ ବିଧାନସଭା ସ୍ବାଭାବିକ ହୋଇପାରିନାହିଁ। ଉଭୟ ଶାସକ-ବିରୋଧିଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହକୁ ଅପରାହ୍ନ ୧୨ଟା ଯାଏ ବାଚସ୍ପତି ମୁଲତବି ଘୋଷଣା କରିଛନ୍ତି। ଗୋଟିଏ ପଟେ ଧାନ କିଣା ଅବ୍ୟବସ୍ଥାକୁ ନେଇ ବିରୋଧୀ ଭାଜପା ଏବଂ କଂଗ୍ରେସ ସରକାରଙ୍କୁ ଆକ୍ରମଣ ଜାରି ରଖିଥିବା ବେଳେ ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମକୁ ନେଇ ଭାଜପା ବିଧାୟକ କ୍ଷମା ମାଗନ୍ତୁ ବୋଲି ଅଡ଼ି ବସିଛି ବିଜେଡି। ଏପରିସ୍ଥିତିରେ ଗୃହ ସ୍ବାଭାବିକ ସ୍ଥିତିକୁ ଫେରିପାରୁନାହିଁ। ତେବେ ଗୁରୁବାର ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତୀ ତଳେ କଂଗ୍ରେସ ବିଧାୟକମାନେ ଧାରଣାରେ ବସିଥିବା ଦେଖାଯାଇଛି। ମଣ୍ଡି ସମସ୍ୟାକୁ ଦୂର କରିବା ଓ ଗୃହରେ ଲାଗି ରହିଥିବା ଅଚଳାବସ୍ଥାକୁ ସେମାନେ ଏଭଳି ପ୍ରତିବାଦ କରି ଧାରଣା ଦେଇଥିବା ଜଣାପଡ଼ିଛି। ସେହିଭଳି ବିଜେଡିର ଦାବିକୁ କାଉଣ୍ଟର କରିବାକୁ ଭାଜପା ପକ୍ଷରୁ ହୁଇପ୍‌ ଜାରି କରାଯାଇଛି। ଭାଜପାର ସମସ୍ତ ବିଧାୟକ ଗୁରୁବାର ବିଧାନସଭାରେ ଉପସ୍ଥିତ ରହିବାକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି। ଅପରପକ୍ଷେ ବିଜେଡିର ବିଧାୟକ ମାନେ ଲୋକସେବା ଭବନରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ସହ ଗୃହ କିଭଳି ଭାବେ ସ୍ବାଭାବିକ ସ୍ଥିତିକୁ ଫେରିବ ସେ ନେଇ ଆଲୋଚନା କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟୋକନ ନାହିଁ, ମଣ୍ଡିରେ ପଡିଛି ଧାନ

ଗଣ୍ଡତୁରୁମ, ୪।୨ (ଡି.ଏନ.ଏ) – ବରଗଡ ଜିଲା ଅତାବିରା ଆରଏମସି ଅଧୀନ ଭେଡେନ ବ୍ଲକରେ ଟୋକନ ଓ ଆଲର୍ଟମେଣ୍ଟ ଅଭାବରୁ ବିକ୍ରି ହୋଇ ନ ପାରି...

୩ ଜୋନ୍‌ରେ ତ୍ରିମୁଖୀ ଲଢ଼େଇ

ଆନନ୍ଦପୁର,୧୨ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅଧୀନ ୧, ୨ ଓ ୩ନଂ ଜିଲା ପରିଷଦ ଜୋନରେ ପ୍ରଚାର ସରଗରମ ହେବାରେ ଲାଗିଛି। ଏହି ଜୋନ...

ପୁଣି ଫୁଲିଲା ସୁବର୍ଣ୍ଣରେଖା

ଜଳେଶ୍ୱର,୨୩ା୯(ଡି.ଏନ.ଏ.):  ଗତ ୨୪ ଘଣ୍ଟା ମଧ୍ୟରେ ଉପରମୁଣ୍ଡରେ ହଜାରେ ମି.ମି ବର୍ଷା ହୋଇଥିବାରୁ ବାଲେଶ୍ୱର ଜିଲା ଦେଇ ପ୍ରବାହିତ ସୁବର୍ଣ୍ଣରେଖା ନଦୀ ଚଳିତ ବର୍ଷ ତୃତୀୟ...

ଝାରପଡ଼ା ହାଟ ଉଚ୍ଛେଦବେଳେ ଉତ୍ତେଜନା

ଭୁବନେଶ୍ୱର,୮ା୪(ବ୍ୟୁରୋ): ଝାରପଡ଼ା ଗଣେଶ ମଣ୍ଡପ ନିକଟସ୍ଥ ହାଟକୁ ବିଡିଏ ପକ୍ଷରୁ ଶୁକ୍ରବାର ଉଚ୍ଛେଦ କରାଯାଇଛି। ଏଠାରେ ପ୍ରାୟ ୩ ଶହ ଦୋକାନ ଭଙ୍ଗାଯାଇଛି। ହାଟ ଉଚ୍ଛେଦକୁ...

ରବିବାର ଦକ୍ଷିଣମୋଡ଼, ଯାଞ୍ଚ ହେଲା ତିନି ରଥ

ପୁରୀ ଅଫିସ, ୨୭।୬: ନବ ଦିନାତ୍ମକ ଯାତ୍ରାରେ ଆସି ଆଡପ ମଣ୍ଡପରେ ଅବସ୍ଥାନ କରିଛନ୍ତି ମହାପ୍ରଭୁ। ବାହୁଡ଼ା ଯାତ୍ରାରେ ପୁଣି ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ଚତୁର୍ଦ୍ଧାବିଗ୍ରହ।...

କଣାସରେ ୭୦ ଦିନ ଧରି ଡାକ ସେବା ଅଚଳ

କଣାସ, ୧୨।୭(ସ୍ବ.ପ୍ର.): କଣାସ ମୁଖ୍ୟ ପୋଷ୍ଟଅଫିସ୍‌ ୭୦ଦିନ ଧରି ଅଚଳ ହୋଇ ପଡିଛି। ଫଳରେ ପୋଷ୍ଟଅଫିସ୍‌ରେ ଟଙ୍କା ଜମା କରିବା, ଟଙ୍କା ଉଠାଇବା, ରେଜେଷ୍ଟ୍ରି ଚିଠି,...

ଜାଲ୍‌ ସାର୍ଟିଫିକେଟରେ ଚାକିରି

ଉଦଳା, ୧୪।୫ (ଡି.ଏନ.ଏ.)- ଜାଲ୍‌ ସାର୍ଟିଫିକେଟ୍‌ ଦେଇ ଦୀର୍ଘ ୧୪ ବର୍ଷରୁ ଊର୍ଦ୍ଧ୍ୱ ହେବ ଚାକିରି କରିଆସୁଥିଲେ ଅଧ୍ୟାପିକା। ଏ ସମ୍ପର୍କରେ ଜଣାପଡ଼ିବା ପରେ ତାଙ୍କୁ...

୧ରୁ କୋଣାର୍କ ମହୋତ୍ସବ ଆରମ୍ଭ

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ବର୍ଷକର ପ୍ରତୀକ୍ଷା ପରେ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଡିସେମ୍ବର ୧ରୁ ଆରମ୍ଭ ହେବ କୋଣାର୍କ ମହୋତ୍ସବ। ୫ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବରେ...

Advertisement
Archives

Model This Week