ବାଇଡେନ୍‌ଙ୍କ ପ୍ଲାନ୍‌-ବି, ରୁଷିଆ ସହିତ ଲଢ଼େଇ ପାଇଁ ପୋଲାଣ୍ଡକୁ ଉସୁକାଉଛି ଆମେରିକା ?…

ଓ୍ବାଶିଂଟନ, ୬।୩ : ରୁଷିଆ ୟୁକ୍ରେନରେ ଆତଙ୍କ ସୃଷ୍ଟି କରିଛି। ଏହାର ଉନ୍ନତ କ୍ଷେପଣାସ୍ତ୍ର, ଆର୍ଟିଲିରି ଏବଂ ଅସ୍ତ୍ରଶସ୍ତ୍ର ୟୁକ୍ରେନର ବହୁ କ୍ଷତି କରିବାରେ ଲାଗିଛି। ତେବେ ପାଶ୍ଚାତ୍ୟ ଅସ୍ତ୍ରଶସ୍ତ୍ର ମାଧ୍ୟମରେ ୟୁକ୍ରେନ ରୁଷିଆକୁ ଟକ୍କର ଦେବାରେ ଲାଗିଛି। ଆମେରିକା ଏବଂ ବ୍ରିଟେନ ୟୁକ୍ରେନକୁ ଅସ୍ତ୍ର ଯୋଗାଉଛନ୍ତି।

କିନ୍ତୁ ଏପରିସ୍ଥଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ଲାନ୍‌-ବି ମଧ୍ୟ ସାମ୍ନାକୁ ଆସିଛି। ରୁଷିଆ ସହିତ ସିଧାସଳଖ ଯୁଦ୍ଧ କରିବା ପରିବର୍ତ୍ତେ ଆମେରିକା ପରଦା ପଛରେ ରହି ୟୁକ୍ରେନକୁ ଅନ୍ୟ ଉପାୟରେ ସାହାଯ୍ୟ କରିବାକୁ ଯୋଜନା ପ୍ରସ୍ତୁତ କରିଛି।

ଖବର ଅନୁଯାୟୀ, ଆମେରିକା ରୁଷିଆର ମୁକାବିଲା ପାଇଁ ପୋଲାଣ୍ଡକୁ ଉସୁକାଉଛି। ତେବେ ପୋଲାଣ୍ଡ ମଧ୍ୟ ଆମେରିକା ସାମ୍ନାରେ ଏନେଇ ଏକ ସର୍ତ୍ତ ରଖିଛି। ଏଥିରେ ୟୁକ୍ରେନର ସହାୟତା ବଦଳରେ ଆମେରିକାରୁ ଏକ ଆଧୁନିକ ଯୁଦ୍ଧ ବିମାନ ଦାବି କରାଯାଇଛି। ଏହି ଚୁକ୍ତି ପ୍ରାଥମିକ ପର୍ଯ୍ୟାୟରେ ରହିଛି ବୋଲି ଚର୍ଚ୍ଚା ହେଉଛି।

ଆମେରିକାର ଚାରିଜଣ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ ଯଦି ପୋଲାଣ୍ଡ ଏହାର ବ୍ୟବହୃତ ମିଗ-୨୯ ଏବଂ ସୁଖୋଇ-୨୫ ଯୁଦ୍ଧ ବିମାନକୁ ୟୁକ୍ରେନକୁ ଯୋଗାଇ ଦିଏ, ତେବେ ଆମେରିକା ଏହାର ପ୍ରତିବଦଳରେ ଏଫ୍‌-୧୬ ଯୁଦ୍ଧ ବିମାନ ଦେଇପାରେ। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ସାହାଯ୍ୟ ପାଇଁ ଆମେରିକାକୁ ନିବେଦନ କରିବା ପରେ ଏହି ଚୁକ୍ତି ଏବେ ସାମ୍ନାକୁ ଆସିଛି।

ବାଇଡେନ ପ୍ରଶାସନ ଏବଂ ପୋଲାଣ୍ଡ ମଧ୍ୟରେ ଏହି ଚୁକ୍ତି ସାମ୍ନାକୁ ଆସିବା ପରେ ନାଟୋ ଏବଂ ପୁଟିନଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ପୋଲାଣ୍ଡ ଗତ ସପ୍ତାହରେ କହିଥିଲା ଯେ ଯଦି ୟୁକ୍ରେନକୁ ବିମାନ ପଠାଇଲେ ଆମେରିକା ଏହାର ଆତ୍ୟାଧୁନିକ ଯୁଦ୍ଧ ବିମାନର ଅଭାବକୁ ପୂରଣ କରିବ।

ପୋଲାଣ୍ଡର ନିଷ୍ପତ୍ତିକୁ ବିରୋଧ ନକରି ହ୍ବାଇଟ ହାଉସ ପକ୍ଷରୁ କୁହାଯାଇଥିଲା ଯେ କିପରି ପୋଲାଣ୍ଡର ଦକ୍ଷତା ବୃଦ୍ଧି କରିପାରିବେ ସେନେଇ ନାଟୋ ସହଯୋଗୀମାନଙ୍କ ସହ ଆଲୋଚନା ହେଉଛି। ଏଭଳି ପରିସ୍ଥିତିରେ ନାଟୋ ଏବଂ ପୁଟିନଙ୍କ ମଧ୍ୟରେ ସିଧାସଳଖ ମୁକାବିଲା ହୋଇପାରେ ବୋଲି ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟାୟ ଦାବିରେ ଶ୍ୱଶୁର ଦ୍ୱାରଦେଶରେ ବସିଲେ ମହିଳା, ସ୍ବାମୀ ବାହାର ରାଜ୍ୟରେ ଅନ୍ୟ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର): ଶ୍ୱଶୁର ଘର ଆଗରେ ଧାରଣା ଦେଲେ ବୋହୂ । ଦିଗପହଣ୍ଡି ଥାନା ଭୀଷ୍ମଗିରି ଗାଁ ବ୍ରାହ୍ମଣସାହିରେ ଧାରଣା । ସ୍ବାମୀ ବାହାର ରାଜ୍ୟରେ…

ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ୩ବର୍ଷ କାରାଦଣ୍ଡ, ଜାଣନ୍ତୁ କାରଣ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ବରଗଡର ପୂର୍ବତନ ଅତିରିକ୍ତ ତହସିଲଦାର ଗୋବିନ୍ଦ ଦଣ୍ଡସେନା ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁରୁବାର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ଦଣ୍ଡସେନାଙ୍କ…

ଭଞ୍ଜନଗରରେ ଚାଞ୍ଚଲ୍ୟ: ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ବାପାଙ୍କୁ ମାଂସ ପାଇଁ ପଠାଇ ଝିଅକୁ…

ଭଞ୍ଜନଗର,୧୩ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ଏକ ଘୃଣ୍ୟ ଘଟଣା ଘଟିଛି। ଜଣେ ୪୦ ବର୍ଷର ବିବାହିତ ଯୁବକ ତାଙ୍କ ସାଙ୍ଗର ୪ ବର୍ଷର…

‘ମୁଁ ବି RSSକୁ ସୁରକ୍ଷା ଦେବି…’, ରାହୁଲ ଗାନ୍ଧୀଙ୍କ ଏମିତି ବୟାନକୁ ନେଇ ଉଠିଲାଣି ରାଜନୈତିକ ଝଡ଼!

ନୂଆଦିଲ୍ଲୀ,୧୩।୮: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ସମ୍ପର୍କରେ ଦିଆଯାଇଥିବା ଏକ ବିବୃତ୍ତି ଏକ ନୂତନ ରାଜନୈତିକ…

ଅଟୋ ଦୁର୍ଘଟଣାରେ ରବୀନ୍ଦ୍ରଙ୍କ ମୃତ୍ୟୁ, ସହାୟତାର ହାତ ବଢ଼ାଇଲେ ଉପଜିଲାପାଳ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ରାମନାଗୁଡ଼ା ନିକଟସ୍ଥ ପରୀକ୍ଷିତି ଠାରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅପରାହ୍ନ ସମୟରେ ଏକ ଦ୍ରୁତ ଗତିରେ…

କାହିଁକି ଭାଜପାରେ ସାମିଲ ହେଲେ ହରଭଜନ? ନିଜେ କହିଲେ ଏହା ପଛ ବଡ଼ କାରଣ

ନୂଆଦିଲ୍ଲୀ,୧୩।୮: ହରଭଜନ ସିଂହ ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ କୌଣସି ଆଗ୍ରହ ଦେଖାଇ ନଥିଲେ ଏବଂ ତାଙ୍କୁ କେବେ ନିଯୁକ୍ତି ମଧ୍ୟ…

ଖାର୍ଗେଙ୍କ ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ଗର୍ଜିଲେ ପ୍ରିୟଙ୍କା ଗାନ୍ଧୀ, ଦେଶବ୍ୟାପୀ ସତ୍ୟାଗ୍ରହ କରିବ କଂଗ୍ରେସ

ନୂଆଦିଲ୍ଲୀ,୧୩।୮: ଉତ୍ତରାଖଣ୍ଡର ହଲଦ୍ୱାନୀରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ‘ବିଜୟ ଶଙ୍ଖନାଦ’ ରାଲିରେ ଯେଉଁ ମଞ୍ଚରେ ଭାଷଣ ଦେଇଥିଲେ, ସେହି ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ବିବାଦ…

ହରସିମରତ କୌର ବାଦଲଙ୍କୁ ଫୋନ କଲେ ମୋଦି, ପଚାରି ବୁଝିଲେ…

ନୂଆଦିଲ୍ଲୀ,୧୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିରୋମଣି ଅକାଳୀ ଦଳ (SAD) ମୁଖ୍ୟ ସୁଖବୀର ସିଂହ ବାଦଲଙ୍କ ଉପରେ ଆକ୍ରମଣ ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ସୂତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri