ନିଜ ଖର୍ଚ୍ଚରେ ଗଛ ଲଗାଇ ସୁରକ୍ଷା ଦେଉଛନ୍ତି ବିଭୂତି

ନବରଙ୍ଗପୁର,୫।୬(ବି.ପ୍ର.): ଗଛର ଉପକାରିତାକୁ ହୃଦୟଙ୍ଗମ କରି ନିଜେ ବିଭିନ୍ନ ଗଛ ଲଗାଇବା ସହ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି ସାମାଜିକ କର୍ମୀ ବିଭୂତି ପ୍ରସାଦ ପଣ୍ଡା। ଏହି କାମରେ ସହଯୋଗ କରନ୍ତି ସ୍ତ୍ରୀ ସୁନୀତା ଶତପଥୀ। ବିଭୂତିଙ୍କ ଉଦ୍ୟମରେ ଅନେକ ଛୋଟ ଛୋଟ ଜଙ୍ଗଲ ସୃଷ୍ଟି ହୋଇପାରିଛି। ଦୀର୍ଘ ୬ ବର୍ଷ ମଧ୍ୟରେ ୪୦ରୁ ଊର୍ଦ୍ଧ୍ୱ ବର ଓ ଅଶ୍ୱତ୍ଥ ଗଛ ଲଗାଇଛନ୍ତି। ରାସ୍ତା ଘାଟ, ଶ୍ମଶାନ ଓ ମନ୍ଦିର ପରିସରରେ ଗଛ ଲଗାଇ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବିଭୂତି।
ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡିରେ ଏକ ଖୋଲା ସ୍ଥାନରେ ଶିରିଡ଼ି ସାଇ ମନ୍ଦିର ପ୍ରତିଷ୍ଠା କରାଗଲା। ମନ୍ଦିରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିବାକୁ ଗଛ ଲଗାଇବାକୁ ଚାହିଁଲେ ବିଭୂତି। ମନ୍ଦିର ପରିସର ଓ ରାସ୍ତାର ଦୁଇ ପାର୍ଶ୍ୱରେ ତୁଳସୀ, ରୁଦ୍ରାକ୍ଷ, ଗୁଆ, ସପେଟା, ଡାଳଚିନି, ତେଜପତ୍ର, ଲିମ୍ବ, ଚମ୍ପା, ଡାଳିମ୍ବ, ତେଜପତ୍ର, ପାନପାତ୍ର, ସଜନା, ଗମ୍ଭାରୀ, ପିଜୁଳି, ନଡ଼ିଆ, ବିଭିନ୍ନ ପ୍ରକାର ଗୋଲାପ, ଶାଗୁଆନ, ଟଗର, ମାଳତୀ, ହେନା, ଅଶ୍ୱଗନ୍ଧା ଓ ସର୍ପଗନ୍ଧା ଭଳି ଅନେକ ଔଷଧୀୟ ବୃକ୍ଷ ଲଗାଇଲେ। ସେମାନଙ୍କ ସେବା ଯତ୍ନର ଦାୟିତ୍ୱ ମଧ୍ୟ ନେଉଥିଲେ ବିଭୂତି। ସେହିଭଳି ୪୦ ସ୍ଥାନରେ ରାସ୍ତାକଡ଼, ଛକ ଓ ଶ୍ମଶାନକୁ ସଂଯୋଗ କରୁଥିବା ରାସ୍ତା ଓ ପରିସର ମଧ୍ୟରେ ଗଛ ଲଗାଯାଇଛି। ଗଛଗୁଡ଼ିକ ଫୁଲ ଫଳରେ ଭର୍ତ୍ତିହୋଇ ଶୋଭା ବର୍ଦ୍ଧନ କରୁଛି। ଫଳଗୁଡ଼ିକୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବାଣ୍ଟି ଦିଆଯାଉଛି ବୋଲି ବିଭୂତି କହିଛନ୍ତି। ପାପଡ଼ାହାଣ୍ଡି, ଦଳେଇଗୁଡ଼ାର ଚାଷୀମାନଙ୍କ ସହ ଆଲୋଚନା ସରିଛି। ଜମି ହିଡ଼ରେ ଜୁନ୍‌ ମାସରେ ୩ ଶହ ଫଳ ଗଛ ଲଗାଯିବ ବୋଲି ସେ କହିଛନ୍ତି। ଅଣ ଜଳସେଚିତ ଜମିରେ ଖରିଫ ଋତୁରେ ଧାନ ଚାଷ ହେଉନାହିଁ। ଉକ୍ତ ସମୟରେ ଜମି ଖାଲି ରହୁଛି। ଏଥିପାଇଁ ଫଳଗଛ ଲଗାଯିବ। ଚାଷୀ ଫଳ ଉପଭୋଗ କରିବା ସହ ପରିବେଶ ମଧ୍ୟ ସବୁଜ ସୁନ୍ଦର ରହିବ। ଯେଉଁ ଗଛଗୁଡିକ ଲଗାଯିବ ସେଥିରେ ଜମି କିଭଳି ନଷ୍ଟ ହେବ ନାହିଁ ସେନେଇ ଉଦ୍ୟାନ କୃଷି ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି। ପ୍ରତ୍ୟେକ ବ୍ୟକ୍ତି ବାର୍ଷିକ ୨ଟି ଗଛ ଲଗାନ୍ତୁ। ଘର ଭିତରେ ବିଭିନ୍ନ ଫଳ, ଫୁଲ ଓ ଔଷଧୀୟ ଚାରା ଲଗାନ୍ତୁ । ସ୍ଥାନର ଅଭାବ ଥିଲେ ଛାତ ଉପରେ କୁଡୁଆରେ ମଧ୍ୟ ତୁଳସୀ, ଫୁଲ ଓ ଫଳ ଗଛ ଲଗାଇ ପରିବେଶ ସୁରକ୍ଷା ଦିଗରେ ଦାୟିତ୍ୱ ତୁଲାଇପାରିବେ ବୋଲି ବିଭୂତି କହିଛନ୍ତି। ଆଜିର ଦିନରେ ପରିବେଶ ସୁରକ୍ଷା ହିଁ ସମସ୍ତଙ୍କ ମୂଳମନ୍ତ୍ର ହୋଇ ରହିବା ଆବଶ୍ୟକ। ଦିନକୁ ଦିନ ପରିବେଶ ବିଗିଡ଼ିବାରେ ଲାଗିଛି। ପ୍ରତ୍ୟେକ ବ୍ୟକ୍ତି ସଜାଗ ହେବାର ଆବଶ୍ୟକତା ଅଛି। ବୃକ୍ଷଲତା ମନୁଷ୍ୟ ଜୀବନ, ପଶୁ , ପକ୍ଷୀ ଓ କୀଟପତଙ୍ଗ ସମସ୍ତଙ୍କୁ ଉପାଦେୟତା ଯୋଗାଇ ଆସୁଛି। ପରିବେଶ ସୁରକ୍ଷା ହେଲେ ଆମେ ସୁସ୍ଥ ଜୀବନ ଯାପନ କରିପାରିବା । ଏନେଇ ବିଭିନ୍ନ ଚାରାରୋପଣ କରିବା ସହ ଅନ୍ୟକୁ ସଚେତନ କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ବିଭୂତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବାଘ ଇଲାକାରେ ଭାଲୁ ଦାଦାଗିରିକୁ ବରଦାସ୍ତ କରାଯିବ ନାହିଁ’

ପାପଡ଼ାହାଣ୍ଡି, ୭ା୫(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବିଡିଓଙ୍କୁ କୋରାପୁଟ ଜିଲା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଦୁର୍ବ୍ୟବହାର କରିଥିବା ନେଇ ବିଜେଡି ଅଭିଯୋଗ କରିଛି।...

ସାମାଜିକ ଦୂରତ୍ୱ ପାଳନର ଚମତ୍କାର ଚିତ୍ର ଦେଉଛି ଗାଁ

ପାପଡ଼ାହାଣ୍ଡି,୫।୪(ଡି.ଏନ୍.ଏ.): କରୋନାକୁ ନେଇ ଗାଁଠୁ ସହର ସବୁଠି ସଚେତନତା ଜାରି ରଖିଛି ପୋଲିସ ଓ ପ୍ରଶାସନ। ସହରରେ ସମସ୍ତେ ଉଚ୍ଚଶିକ୍ଷିତ ଥାଇ ମଧ୍ୟ କେତେକ ବ୍ୟକ୍ତି...

ବାପାଙ୍କ ସ୍ବପ୍ନ ପୂରଣ କଲେ ପାପଡ଼ାହାଣ୍ଡିର ଚନ୍ଦନ

ପାପଡ଼ାହାଣ୍ଡି,୮।୧୦(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ସଦର ମହକୁମା ନୂଆସାହିର ଚନ୍ଦନ କୁମାର ନାୟକ ଚଳିତ ବର୍ଷ ଓସିଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନବରଙ୍ଗପୁର ଜିଲା...

ବେସରକାରୀ କେନ୍ଦୁପତ୍ର ଫଡ଼ିରେ ଖଟୁଛନ୍ତି ଶିଶୁ ଶ୍ରମିକ

ତେନ୍ତୁଳିଖୁଣ୍ଟି, ୨୨।୫(ଡି.ଏନ୍‌.ଏ.): ଆଇନକୁ ଆଖିଠାର। ଆଇନକୁ ନାହିଁ ଡରଭୟ। ଡହଡହ ଖରାରେ କେନ୍ଦୁପତ୍ର ଫଡିରେ କାମ କରୁଛନ୍ତି ଛୋଟ ଛୋଟ ପିଲା। ତାହା ପୁଣି ମାତ୍ର...

ଦୁର୍ଘଟଣାରେ ୩ ପୋଲିସ ମୃତ

ନବରଙ୍ଗପୁର/ପାପଡାହାଣ୍ଡି, ୧୮।୨(ବି.ପ୍ର./ଡି.ଏନ୍‌.ଏ.) : ନବରଙ୍ଗପୁର ଜିଲା ପାପଡାହାଣ୍ଡି ଥାନା ଅଧୀନ ସୋରିଷପଦରଠାରେ ଶୁକ୍ରବାର ରାତିରେ ପୋଲିଂ ପାର୍ଟିଙ୍କୁ ନେଇ ଯାଉଥିବା ଏକ ବସ୍‌ ଦୁର୍ଘଟଣା ଗ୍ରସ୍ତ...

ଶିଶୁକନ୍ୟାଙ୍କ ଜୀବନ ନେଲା ପାଳଗଦା ନିଆଁ

ଝରିଗାଁ,୧୪ା୨: ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତର କୁସୁମବାହାଲ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ପାଳଗଦା ନିଆଁରେ ପୋଡ଼ି ଜଣେ ୬ବର୍ଷର...

ଦିନରେ ଭୋକରେ ରହିଲେ, ସନ୍ଧ୍ୟାରେ ମିଳିଲା ମଧ୍ୟାହ୍ନଭୋଜନ

ନବରଙ୍ଗପୁର,୧୭ା୧୧(ବି.ପ୍ର.): ହଷ୍ଟେଲ ଛାଡ଼ି ପ୍ରଧାନ ଶିକ୍ଷକ ଚାଲିଗଲେ। ପିଲାଙ୍କୁ ମିଳିଲାନି ମଧ୍ୟାହ୍ନ ଭୋଜନ ା ଭୋକ ଦିନସାରା ରହିଲେ ୭୨ ଛାତ୍ର। ସମସ୍ୟା ବୁଝିବାକୁ ମଧ୍ୟ...

୪ କକ୍ଷରେ ପଢ଼ୁଛନ୍ତି ୮ ଶ୍ରେଣୀର ପିଲା

ଝରିଗାଁ, ୮।୨(ସ୍ବ.ପ୍ର.): ଭିତ୍ତିଭୂମିର ଅଭାବ, ଶିକ୍ଷକ ଇଚ୍ଛା କଲେ ମଧ୍ୟ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିପାରୁନାହାନ୍ତି। ଏହା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ...

Advertisement
Archives

Model This Week