Advertisement
Posted inଜାତୀୟ

ଇଜିପ୍ଟରେ ଆଜିଠାରୁ ସିପିଓ-୨୭, ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ନେବେ ଭାରତୀୟ ପ୍ରତିନିଧି ମଣ୍ଡଳର ନେତୃତ୍ୱ

ନୂଆଦିଲ୍ଲୀ,୬ ।୧୧: ଅନ୍ତର୍ଜାତୀୟ ପରିବେଶ ସମ୍ମିଳନୀ(ସିପିଓ-୨୭)ର ୨୭ତମ ସଂସ୍କରଣ ରବିବାରଠାରୁ ଇଜିପ୍ଟର ମିଶ୍ରରେ ଆରମ୍ଭ ହେବାକୁ ଯାଉଛି । ମିଶ୍ରର ଶର୍ମ-ଅଲ-ଶେଖରେ ୬-୮ ନଭେମ୍ବର ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ଏହି ସମ୍ମିଳନୀରେ କେନ୍ଦ୍ରୀୟ ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର୍ର ଯାଦବ ପହଞ୍ଚି ସାରିଛନ୍ତି । ସେ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେବେ ।
କେନ୍ଦ୍ର ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର୍ର ଯାଦବ କହିଛନ୍ତି ଜଳବାୟୁ ପରିବର୍ତ୍ତନର ବିପଦକୁ ମିଳିତ ଭାବେ କେମିତି ସମାଧାନ କରିହେବ ସେଥିପାଇଁ ବିଶ୍ୱ ଏକତ୍ର ହୋଇଛି । ସିପିଓ ୨୭କୁ ‘ସିପିଓ ଅଫ୍ ଆକ୍ସନ’ ହେବା କଥା, ଯେଉଁଥିରେ ଜଳବାୟୁର ମୂଲ୍ୟକୁ ଧ୍ୟାନରେ ରଖି କ୍ଷତି ଓ କ୍ଷତିର ପରିମାଣ ଉପରେ ବିଶେଷ ଧ୍ୟାନ ଦେବା ଉଚିତ ।
ଶୁକ୍ରବାର ଭାରତ ପକ୍ଷରୁ କୁହାଯାଇଛି କି ବିକାଶଶୀଳ ଦେଶମାନଙ୍କୁ ପ୍ରତିବର୍ଷ ୧୦୦ ବିଲିୟନ ଡଲାର ଜଳବାୟୁ ଅର୍ଥ ପ୍ରଦାନ କରିବାର ପ୍ରତିଶ୍ରୁତିକୁ ବିକଶିତ ଦେଶ ପାଳନ କରୁନାହାନ୍ତି । ସିପିଓରେ କିଛି ବିକଶିତ ଦେଶ ବିକାଶଶୀଳ ଦେଶରେ ଜଳବାୟୁ କାର୍ଯ୍ୟ ପାଇଁ ବାର୍ଷିକ ୧୦୦ ବିଲିୟନ ଆମେରିକୀୟ ଡଲାର ପ୍ରସଙ୍ଗ ଉଠାଇବାରେ ଭାରତକୁ ସମର୍ଥନ କରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଜଗନମୋହନଙ୍କ ନୂଆ ଯୋଜନା: ବୁଣାକାର-ଆଇନଜୀବୀ ଓ ଧୀବରଙ୍କୁ ମିଳିବ ଆର୍ଥିକ ସହାୟତା

ଅମରାବତୀ,୧୭।୧୦: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌.ଜଗନମୋହନ ରେଡ୍ଡୀ ରାଜ୍ୟର ବୁଣାକାର-ଆଇନଜୀବୀ ଓ ଧୀବରଙ୍କ ଆର୍ଥିକ ବିକାଶ ପାଇଁ ନୂଆ ଯୋଜନା ପ୍ରଣୟନ କରିଛନ୍ତି। ଓ୍ବାଇଏସ୍‌ଆର୍‌ ନେତନ୍ନା ନେସ୍ତାମ୍‌...

‘ଦିନେ କେଜରିୱାଲଙ୍କ ଅହଙ୍କାର ଭାଙ୍ଗିବ’

ନୂଆଦିଲ୍ଲୀ,୨୨।୮: ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଘରେ ସିବିଆଇ ଚଢ଼ାଉକୁ ନେଇ ରାଜନୀତି ଜୋର ଧରିଛି। ଉଭୟ ଆମ ଆଦମୀ ପାର୍ଟି ଓ ଭାଜପା...

ଜେଟଲୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ରାଖୀ ସାଓ୍ବନ୍ତ: ୧୦ ଦିନ ପୂର୍ବରୁ ହୋଇଥିଲା ମୃତ୍ୟୁ

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ନେଇ ଅଭିନେତ୍ରୀ ରାଖୀ ସାଓ୍ବନ୍ତ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଜେଟଲୀ ୧୦ ଦିନ ପୂର୍ବରୁ ଦେହତ୍ୟାଗ କରିଥିବା...

ଜନସାଧାରଣଙ୍କ ସହ ସମ୍ପର୍କ ବଢ଼ାଇବାକୁ ଯୁବ କଂଗ୍ରେସକୁ ପ୍ରିୟଙ୍କାଙ୍କ ଆହ୍ବାନ

ନୂଆଦିଲ୍ଲୀ,୨୨।୬: ଜନସାଧାରଣଙ୍କ ସହ ସମ୍ପର୍କ ବଢ଼ାଇବାକୁ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଯୁବକର୍ମୀଙ୍କୁ ଆହ୍ବାନ ଦେଇଛନ୍ତି। ଏହାଦ୍ୱାରା ତୃଣମୂଳସ୍ତରରେ ସଂଗଠନ ମଜବୁତ ହୋଇପାରିବ...

ସର୍ବସାଧାରଣ ସମାବେଶ ଉପରେ ଲାଗିପାରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୫।୧: ଦେଶରେ କରୋନା ସଂକ୍ରମଣ ବଢିଚାଲିଛି। ଏହାରି ଭିତରେ ୫ରାଜ୍ୟର ବିଧାନସଭା ନିର୍ବାଚନ ଫେବୃଆରୀ ୧୦ରୁ ଆରମ୍ଭ ହେବାକୁ ଯାଉଛି। ତେବେ କୋଭିଡ୍‌ ସଂକ୍ରମଣ ମାମଲାକୁ...

ଆସନ୍ତାକାଲି ବାରଣାସୀ ଗସ୍ତ କରିବେ ମୋଦି

ନୂଆଦିଲ୍ଲୀ,୧୫।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃୟାରୀ ୧୬ରେ ନିଜ ନିର୍ବାଚନମଣ୍ଡଳୀ ବାରାଣସୀକୁ ଗସ୍ତ କରିବେ। ଚଳିତ ବର୍ଷ ମୋଦିଙ୍କର ଏହା ପ୍ରଥମ କାଶୀ ଗସ୍ତ। ରବିବାର...

ଦଳିତ ବିଧାୟକଙ୍କ ଧାରଣା ପରେ ବାରଣ୍ଡାକୁ ଗୋବର ପାଣିରେ ଧୋଇଲେ କଂଗ୍ରେସ କର୍ମୀ

ତ୍ରିଶୁର,୨୯।୭: କେରଳର ତ୍ରିଶୁରଠାରେ ଥିବା ପିଡପ୍ଲୁଡି କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇର ଦଳିତ ବିଧାୟିକା ଗୀଥା ଗୋପି ଶନିବାର ଧାରଣାରେ ବସିଥିଲେ। ସ୍ଥାନୀୟ ଅଞ୍ଚଳର ରାସ୍ତା ଅବସ୍ଥା...

ଜଷ୍ଟିସ୍‌ ସିକ୍ରି ସିଙ୍ଗାପୁର ଅନ୍ତର୍ଜାତୀୟ ବାଣିଜ୍ୟ କୋର୍ଟର ବିଚାରପତି

ନୂଆଦିଲ୍ଲୀ,୧୬ା୭(ପି.ଟି.): ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଏ.କେ. ସିକ୍ରି ସିଙ୍ଗାପୁର ଅନ୍ତର୍ଜାତୀୟ ବାଣିଜ୍ୟ କୋର୍ଟ (ଏସ୍‌ଆଇସିସି)ର ବିଚାରପତି ନିଯୁକ୍ତ ହୋଇଛନ୍ତି। ସେ ଅଗଷ୍ଟ ୧ରୁ ଜଣେ...

Advertisement
Archives

Model This Week