ଭୁବନେଶ୍ୱର ୩ ଆସନ: ବିଜେଡି ଘୋଷଣାକୁ ଅପେକ୍ଷା

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର): ୨୦୨୪ ନିର୍ବାଚନରେ ଉଭୟ ବିଜେଡି ଏବଂ ଭାଜପା ପାଇଁ ଭୁବନେଶ୍ୱର ଲୋକ ସଭା ଆସନ ବହୁ ଗୁରୁତ୍ୱ ବହନ କରୁଛି। ବର୍ତ୍ତମାନ ସୁଦ୍ଧା ଉଭୟ ଦଳ ଏହି ଲୋକ ସଭା ଆସନରେ ନିଜର ପ୍ରାର୍ଥୀ ଘୋଷଣା କରିସାରିଲେଣି। ଭାଜପା ଏଠାରେ ପୁଣିଥରେ ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରାର୍ଥୀ କରିଥିତ୍ବାବେଳେ ବିଜେଡି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ଦଳରେ ସାମିଲ କରି ଟିକେଟ ଦେଇଛି। ତେବେ ଏହି ଲୋକ ସଭା ଆସନ ସହ ଏହା ଅଧୀନରେ ଥିବା ଭୁବନେଶ୍ୱରର ୩ ବିଧାନସଭା ଆସନ ଏକାମ୍ର, ମଧ୍ୟ ଏବଂ ଉତ୍ତର ଭୁବନେଶ୍ୱରକୁ କିଏ ହାତେଇବ ତାକୁ ନେଇ ଆଲୋଚନା ଜୋର ଧରିଛି। କାରଣ ଗତ ୩ଟି ବିଧାନସଭା ନିର୍ବାଚନରେ ଏହି ୩ ଆସନରେ ବିଜେଡି ପ୍ରାର୍ଥୀମାନେ ବିଜୟୀ ହୋଇ ଆସୁଛନ୍ତି। ଏହି ୩ଆସନ ପାଇଁ ଭାଜପା ମଙ୍ଗଳବାର ପ୍ରାର୍ଥୀ ଘୋଷଣା କରିଥିବାବେଳେ ବିଜେଡି ଏଯାବତ୍‌ ପ୍ରାର୍ଥୀ ଘୋଷଣା କରିପାରି ନାହିଁ। ବିଜେଡିରେ ଆଶାୟୀଙ୍କ ସଂଖ୍ୟା ବହୁ ଅଧିକ ଥିବାବେଳେ ଦଳ କେଉଁମାନଙ୍କୁ ଏଠାରେ ଟିକେଟ ଦେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।
ଭୁବନେଶ୍ୱର ଏକାମ୍ର ଆସନରେ ଭାଜପା ପୁଣିଥରେ ବାବୁ ସିଂଙ୍କୁ ଟିକେଟ ଦେଇ ରିପିଟ୍‌ କରିଛି। ଗତଥର ବାବୁ ଭାଜପାରେ ସାମିଲ ହୋଇ ଟିକେଟ ହାତେଇଥିଲେ। ୨୦୧୯ରେ ବିଜେଡି ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଠାରୁ ବାବୁ ୨୮,୬୫୭ ଖଣ୍ଡ ଭୋଟ୍‌ ବ୍ୟବଧାନରେ ପରାଜିତ ହୋଇଥିଲେ। ଏଥର କିନ୍ତୁ ଭାଜପା ପୁନର୍ବାର ବାବୁ ସିଂଙ୍କ ଉପରେ ଭରସା କରିଛି। ସେହିପରି ମଧ୍ୟ ଭୁବନେଶ୍ୱର ବିଧାନସଭା କ୍ଷେତ୍ରରେ ଭାଜପା ଜଗନ୍ନାଥ ପ୍ରଧାନଙ୍କୁ ପୁନର୍ବାର ଭରସା କରି ଟିକେଟ ପ୍ରଦାନ କରିଛି। ୨୦୦୯ରେ ଏହି ଆସନରୁ ଜଗନ୍ନାଥ ପ୍ରଧାନ ସ୍ବାଧୀନ ପ୍ରାର୍ଥୀ ହୋଇ ୮,୧୫୯ ଖଣ୍ଡ ଭୋଟ୍‌ ପାଇଥିଲେ। ୨୦୧୪ରେ ଜଗନ୍ନାଥଙ୍କୁ ଭାଜପା ପ୍ରାର୍ଥୀ କରିଥିଲା। ସେ ୨୦୧୪ ନିର୍ବାଚନରେ ୨୭,୭୧୮ ଖଣ୍ଡ ଭୋଟ୍‌ ପାଇ ବିଜେଡି ପ୍ରାର୍ଥୀ ବିଜୟ କୁମାର ମହାନ୍ତିଙ୍କ ଠାରୁ ପରାସ୍ତ ହୋଇଥିଲେ। ୨୦୧୯ରେ ଜଗନ୍ନାଥଙ୍କୁ ପୁଣିଥରେ ଭାଜପା ଟିକେଟ ମିଳିଥିବାବେଳେ ସେ ୪୨,୫୮୦ ଖଣ୍ଡ ଭୋଟ୍‌ ପାଇ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଠାରୁ ପରାସ୍ତ ହୋଇଥିଲେ। ସେହିପରି ଉତ୍ତର ଭୁବନେଶ୍ୱର ଆସନରେ ୨୦୧୯ ନିର୍ବାଚନରେ ଭାଜପା ଅପରାଜିତା ମହାନ୍ତିଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ସେଠାରେ ବିଜେଡି ପ୍ରାର୍ଥୀ ସୁଶାନ୍ତ ରାଉତ ବିଜୟୀ ହୋଇଥିଲେ। ୨୦୧୪ରେ ଦିଲୀପ ମହାନ୍ତି ଏବଂ ୨୦୦୯ରେ ଗୋଲକ ମହାପାତ୍ରଙ୍କୁ ଭାଜପା ଟିକେଟ ଦେଇଥିବାବେଳେ ସେମାନେ ମଧ୍ୟ ବିଜେଡି ଠାରୁ ପରାସ୍ତ ହୋଇଥିଲେ। ହେଲେ ଏଥର ବିଜେଡି ଛାଡ଼ି ଭାଜପାରେ ଯୋଗ ଦେଇଥିବା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କୁ ଦଳ ଟିକେଟ ଦେଇଛି।
ଅନ୍ୟପଟେ ବିଜେଡି ଏହି ୩ ଆସନରେ କେଉଁମାନଙ୍କୁ ପ୍ରାର୍ଥୀ କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି। ଏହି ୩ ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିବ ନା ପୁରୁଣା ଚେହେରାଙ୍କ ଉପରେ ଦଳ ଭରସା କରିବ ସେନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏକାମ୍ର, ମଧ୍ୟ ଏବଂ ଉତ୍ତର ନିର୍ବାଚନମଣ୍ଡଳୀରେ ଆଶାୟୀମାନେ ସ୍ଥାନୀୟ ନେତୃତ୍ୱଙ୍କ ବିରୋଧରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀରେ ବିଜେଡିରୁ ପ୍ରିୟଦର୍ଶୀ ଆଶାୟୀ ପ୍ରାର୍ଥୀ ଥିବାବେଳେ ସେ ଭାଜପାରେ ଯୋଗଦେବା ପରେ ଆଉ କେହି ଅସନ୍ତୁଷ୍ଟ ଏଠାରେ ଥିବାଭଳି ଦେଖିବାକୁ ମିଳୁନାହିଁ। ହେଲେ ଏକାମ୍ର ଏବଂ ମଧ୍ୟ ନିର୍ବାଚନମଣ୍ଡଳୀରେ ଆଶାୟୀଙ୍କ ସଂଖ୍ୟା ଅଧିକ ରହିଛି। ଏକାମ୍ର ଆସନରେ କର୍ପୋରେଟର ବିରଞ୍ଚତ୍ ନାରାୟଣ ମହାସୁପକାର ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଟିକେଟ ଲବିରେ ଲାଗିପଡ଼ିଛନ୍ତି। ସେହିପରି ମଧ୍ୟ ନିର୍ବାଚନମଣ୍ଡଳୀରେ କର୍ପୋରେଟର ଅମରେଶ ଜେନା, ଦୁର୍ଗା ସାମନ୍ତରାୟ, ରୁଦ୍ର ସାମନ୍ତରାୟ ପ୍ରମୁଖ ଟିକେଟ ଆଶାୟୀ ଅଛନ୍ତି। ସ୍ଥାନୀୟ ବିଧାୟକଙ୍କ ବିରୋଧରେ ମଧ୍ୟ ବ୍ୟାପକ ଅସନ୍ତୋଷ ରହିଛି। ଅନ୍ୟପଟେ ଏହି ୩ ବିଧାନସଭା ଆସନରେ ପ୍ରାର୍ଥୀ ଚୟନ ନେଇ ଅସନ୍ତୁଷ୍ଟମାନଙ୍କ ସହ ଦଳ ପକ୍ଷରୁ ସେପରି କିଛି ଆଲୋଚନା ହୋଇ ନ ଥିବା ଭଳି ମନେ ହେଉଛି। କାରଣ ଏବେ ମଧ୍ୟ ସ୍ଥାନୀୟ ବିଧାୟକଙ୍କ ବିରୋଧରେ ଆଶାୟୀ ପ୍ରାର୍ଥୀମାନେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ତେଣୁ ଏହି ୩ ଆସନରେ ଆଶାୟୀ ଏବଂ ଅସନ୍ତୁଷ୍ଟଙ୍କୁ ଶାସକ ଦଳ କିଭଳି ବୁଝାଶୁଝା କରୁଛି ତାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଅନ୍ୟପଟେ ଏହି ୩ ଆସନରେ କଂଗ୍ରେସ ଯେଉଁମାନଙ୍କ ପ୍ରାର୍ଥୀ କରିଥିଲା ସେମାନଙ୍କ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା। ତେଣୁ ଏଥର କଂଗ୍ରେସ ମଧ୍ୟ କେଉଁମାନଙ୍କୁ ଏହି ୩ ଆସନରେ ପ୍ରାର୍ଥୀ କରିବ ତାହା ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ହେଲେ ବିଜେଡି ଏବଂ ଭାଜପା ପକ୍ଷରୁ ଯେଉଁମାନେ ପ୍ରାର୍ଥୀ ହେବେ ସେମାନଙ୍କ ଭୋଟ୍‌ ଲୋକ ସଭା ପ୍ରାର୍ଥୀଙ୍କ କ୍ଷେତ୍ରରେ ବହୁ ସହାୟକ ହେବ ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?