ଭୁବନେଶ୍ୱର, ରାଉରକେଲା ଅବକାରୀ ଜିଲା

ଭୁବନେଶ୍ୱର,୭ା୩(ବ୍ୟୁରୋ): ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲାକୁ ଭାଗ କରି ଭୁବନେଶ୍ୱର ଓ ରାଉରକେଲାଠାରେ ୨ ନୂତନ ଅବକାରୀ ଜିଲା ଗଠନ କରିବା ସହ ୪ଟି ପଦବୀ ସୃଷ୍ଟି କରାଯାଇଛି। ଏଥିସହିତ ଆନ୍ତଃରାଜ୍ୟ ସୀମା ତଥା ନକଲି ମଦ ପ୍ରସ୍ତୁତିକୁ ବିଚାରକୁ ନେଇ ଭଦ୍ରକ ଜିଲାର ତିହିଡ଼ି, ବାଲେଶ୍ୱର ଜିଲାର ବାଲିଆପାଳ, ଢେଙ୍କାନାଳ ଜିଲାର ଭୁବନ, ଖୋର୍ଦ୍ଧା ଜିଲାର ବେଗୁନିଆ ଓ ସୁନ୍ଦରଗଡ଼ ଜିଲାର ପାନପୋଷଠାରେ ୫ଟି ଅବକାରୀ ଥାନା ନିର୍ମାଣ ହେବ। ଉକ୍ତ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି। ଓଡ଼ିଶା ଅବକାରୀ ସେବା କ୍ୟାଡ୍‌ର ପୁନର୍ଗଠନ ହୋଇଛି। ଏଥିସହିତ ଉପଅବକାରୀ ଅଧୀକ୍ଷକ ସ୍ତରରେ ପ୍ରତ୍ୟକ୍ଷ ନିଯୁକ୍ତି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସୁରକ୍ଷା ବିଭାଗ ଅଧୀନରେ ଥିବା ଓଡ଼ିଶା ପୁନର୍ବାସ ସେବା (ଜିଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରଗୁଡ଼ିକରେ କର୍ମଚାରୀ ଚୟନ ଓ ଚାକିରି ସର୍ତ୍ତାବଳୀ) ନିୟମ-୨୦୨୧କୁ କ୍ୟାବିନେଟ ଅନୁମୋଦନ କରିଛି। ଏହି ନିୟମ ବଳରେ ଖୋର୍ଦ୍ଧା, କଳାହାଣ୍ଡି, ସମ୍ବଲପୁର, କନ୍ଧମାଳ, କୋରାପୁଟ, ମୟୂରଭଞ୍ଜ, ଗଞ୍ଜାମ ଓ ନବରଙ୍ଗପୁର ଜିଲାରେ ୭୪ଟି ପ୍ରଶିକ୍ଷିତ ପୁନର୍ବାସ କର୍ମଚାରୀ ପଦବୀ ସୃଷ୍ଟି କରାଯାଇଛି। ଏହି କେନ୍ଦ୍ରରେ ବର୍ତ୍ତମାନ କାର୍ଯ୍ୟରତ ୩୭ ଜଣ ପୁନର୍ବାସ କର୍ମଚାରୀଙ୍କୁ ମଧ୍ୟ ଏହିି ନୂତନ କ୍ୟାଡ୍‌ରରେ ଅନ୍ତର୍ଭୁକ୍ତ କରାଯାଇଛି।

ସାର ମହଜୁଦ ରଖିବା ଏବଂ ଚାଷୀମାନଙ୍କର ଦରକାର ମୁତାବକ ସାର ଯୋଗାଇବା ପାଇଁ ରାଜ୍ୟ ସରକାର ବଜେଟରେ ୧୦୦ କୋଟି ସୁଧମୁକ୍ତ କର୍ପସ ପାଣ୍ଠିର ବ୍ୟବସ୍ଥା କରିଛନ୍ତି। ଓଡ଼ିଶା ରାଜ୍ୟ ସମବାୟ ବିପଣନ ମହାସଂଘ ଏବଂ ଓଡ଼ିଶା କୃଷି ଶିଳ୍ପ ନିଗମ ମାଧ୍ୟମରେ ସାର ସଂଗ୍ରହ କରି ଚାଷୀମାନଙ୍କୁ ଯୋଗାଇବା ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଏହି ପାଣ୍ଠିରୁ ଓଡ଼ିଶା ରାଜ୍ୟ ସମବାୟ ବିପଣନ ମହାସଂଘ ଏବଂ ଓଡ଼ିଶା କୃଷି ଶିଳ୍ପ ନିଗମକୁ ଯଥାକ୍ରମେ ୭୫:୨୫ ଅନୁପାତରେ ଦିଆଯାଉଥିଲା। ଏବେ ଏହାକୁ ୯୦:୧୦ ଅନୁପାତରେ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି। ଏହି ସୁଧମୁକ୍ତ ଋଣକୁ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଦ୍ୱାରା ଅନୁମୋଦନ କରାଯିବ । କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକଙ୍କ ଦ୍ୱାରା ଉକ୍ତ ଅର୍ଥ ଓଡ଼ିଶା ରାଜ୍ୟ ସମବାୟ ବିପଣନ ମହାସଂଘ ଏବଂ ଓଡ଼ିଶା କୃଷି ଶିଳ୍ପ ନିଗମକୁ ପ୍ରଦାନ କରାଯିବ। କୃଷି ବିଭାଗ ଦ୍ୱାରା ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି।

ଓଡ଼ିଶା ରାଜ୍ୟ ବିହନ ନିଗମ ଚାଷୀଙ୍କୁ ବିହନ ଯୋଗାଇବା ନେଇ ଗଠନ କରାଯାଇଥିବା କର୍ପସ ପାଣ୍ଠିର ରାଶିକୁ ୬୦ କୋଟିରୁ ୧୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାଦ୍ୱାରା ନିଗମ ଚାଷୀଙ୍କୁ ଉନ୍ନତ ମାନର ବିହନ ଯୋଗାଇ ପାରିବ। କୃଷି ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ।

୨୦୨୦-୨୧ ଆର୍ଥିକ ବର୍ଷରେ ଇ- ନିଲାମ ମାଧ୍ୟମରେ ବିକ୍ରୟ ପାଇଁ ଧାର୍ଯ୍ୟ କରାଯାଇଥିବା ସମସ୍ତ ବକ୍ସାଇଟ୍‌କୁ ପ୍ରତି ମେଟ୍ରିକ ଟନ୍‌ ପିଛା ୧ ହଜାର ଟଙ୍କା ଦରରେ ଓଡ଼ିଶା ଖଣି ନିଗମ ବିକ୍ରି କରିବ। ଏଥିସହିତ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କ୍ରେତାଙ୍କୁ ପୃଥକ୍‌ ମୂଲ୍ୟ ଦେବା ନିମନ୍ତେ ଅଣ୍ଡରଟେକିଂ ଦେବାକୁ ହେବ। ଏହାକୁ ଚଳିତ ଆର୍ଥିକ ବର୍ଷ ପାଇଁ ଏକକାଳୀନ ପଦକ୍ଷେପ ଭାବେ ବିବେଚନା କରିବାକୁ ହେବ। ଖଣି ଓ ଇସ୍ପାତ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି। ଏହି ନିଷ୍ପତ୍ତି ଦ୍ୱାରା ସରକାରଙ୍କ ସାଧାରଣ ଉଦ୍ୟୋଗ ଓଏମ୍‌ସିକୁ ଆର୍ଥିକ କ୍ଷତିରୁ ରକ୍ଷା କରାଯିବା ସହ ପଛୁଆ ଅଞ୍ଚଳର ଦ୍ରୁତ ଅର୍ଥନୈତିକ ବିକାଶ ହେବ। ଏଠାରେ ସୂଚନାଯୋଗ୍ୟ ଯେ ବକ୍ସାଇଟ୍‌ ଦର ସଂଶୋଧନ କରି ରାଜ୍ୟ ସରକାର ୨୦୨୦ ଅଗଷ୍ଟ ୩୧ ତାରିଖରେ ଇ- ନିଲାମ ଡାକିଥିଲେ। ତେବେ ଏଥିରେ କୌଣସି ନିଲାମଧାରୀ ଅଂଶଗ୍ରହଣ କରି ନ ଥିଲେ। ଓଡ଼ିଶା ଲୋକାୟୁକ୍ତ ଅଧିନିୟମ ୨୦୧୪ର ଧାରା ୪୮ ଅନୁଯାୟୀ ଲୋକାୟୁକ୍ତଙ୍କ ବାର୍ଷିକ ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରିବା ବ୍ୟବସ୍ଥା ରହିଛି। ଏହାକୁ କ୍ୟାବିନେଟ ଅନୁମୋଦନ କରିଛି। ବାଲେଶ୍ୱର ଜିଲା ରେମୁଣାରେ ଏମ୍‌ସର ସାଟେଲାଇଟ ସେଣ୍ଟର ପାଇଁ ୨୫ ଏକର ଜମିକୁ ମାଗଣାରେ ପ୍ରଦାନ ଭଳି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

କୁରୁଗୁଡା-ମୁର୍ଲାପଦର ମୁଖ୍ୟ ରାସ୍ତାରେ ୫ଫୁଟ୍‌ର ପାଣି, ଯୋଗାଯୋଗ ବିଛିନ୍ନ

ଜୁନାଗଡ଼, ୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏଥିଯୋଗୁ ବିଭିନ୍ନ ନଦୀନାଳରେ ଜଳସ୍ତର ବୃଦ୍ଧି ପାଇଛି।…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି, ୨୪।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବଜାରସାହି ପୂଜା କମିଟି ପକ୍ଷରୁ ୪୬ତମ ଗଣେଶ ପୂଜା ମହୋତ୍ସବ ନିମନ୍ତେ ସୋମବାର ବଜାର…

ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଉଥିଲେ, ମାଡ଼ି ବସିଲା ପରିବହନ ବିଭାଗ

ବାଙ୍କୀ, ୨୪/୮ (ଶୁଭେନ୍ଦୁ ମହାପାତ୍ର): ଅସୁରକ୍ଷିତ ବସ୍‌ରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯାତାୟାତ କରାଯାଉଥିବା ଅଭିଯୋଗରେ କଟକ ପରିବହନ ବିଭାଗ ବାଙ୍କୀ ଅଞ୍ଚଳରୁ ୩ଟି ଗାଡ଼ି ଜବତ କରିଛି।…

ନିଶାମୁକ୍ତ ଓଡ଼ିଶା ସହ ସାଇବର ସୁରକ୍ଷା: ଛାତ୍ରୀଛାତ୍ରଙ୍କୁ ପୋଲିସର…

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ପ୍ରତିଭା ଆବାସିକ ବିଶ୍ୱବିଦ୍ୟାଳୟ ପରିସରରେ ସୋମବାର ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ସହ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଏୟାର ବ୍ୟାଗରେ ଗଞ୍ଜେଇ: ବଲାଙ୍ଗୀର ରେଲୱେ ଷ୍ଟେଶନରେ ଅପେକ୍ଷା କରିଥିବା ଯୁବକଙ୍କୁ…

ବଲାଙ୍ଗୀର, ୨୪/୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରେଲୱେ ଷ୍ଟେଶନରୁ ୧୦ କେଜି ଗଞ୍ଜେଇ ରେଲୱେ ସୁରକ୍ଷା ବଳ (ଆରପିଏଫ) ଜବତ କରିଛି। ଏହି ଘଟଣାରେ ଜଣେ…

କର୍ଲାମୁଣ୍ଡାରେ ଯୁଗ୍ମ ଜନଶୁଣାଣି: ଜିଲାପାଳ ସଚିନ୍ ପାୱାରଙ୍କ ଅଧ୍ୟକ୍ଷତାରେ ୮୨ଟି ଅଭିଯୋଗ

କର୍ଲାମୁଣ୍ଡା, ୨୪।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପରିସରସ୍ଥିତ ରାଜୀବ ଗାନ୍ଧୀ ସେବା ଭବନରେ ସୋମବାର ଏକ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri