ଭୁବନେଶ୍ୱର, ରାଉରକେଲା ଅବକାରୀ ଜିଲା

ଭୁବନେଶ୍ୱର,୭ା୩(ବ୍ୟୁରୋ): ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲାକୁ ଭାଗ କରି ଭୁବନେଶ୍ୱର ଓ ରାଉରକେଲାଠାରେ ୨ ନୂତନ ଅବକାରୀ ଜିଲା ଗଠନ କରିବା ସହ ୪ଟି ପଦବୀ ସୃଷ୍ଟି କରାଯାଇଛି। ଏଥିସହିତ ଆନ୍ତଃରାଜ୍ୟ ସୀମା ତଥା ନକଲି ମଦ ପ୍ରସ୍ତୁତିକୁ ବିଚାରକୁ ନେଇ ଭଦ୍ରକ ଜିଲାର ତିହିଡ଼ି, ବାଲେଶ୍ୱର ଜିଲାର ବାଲିଆପାଳ, ଢେଙ୍କାନାଳ ଜିଲାର ଭୁବନ, ଖୋର୍ଦ୍ଧା ଜିଲାର ବେଗୁନିଆ ଓ ସୁନ୍ଦରଗଡ଼ ଜିଲାର ପାନପୋଷଠାରେ ୫ଟି ଅବକାରୀ ଥାନା ନିର୍ମାଣ ହେବ। ଉକ୍ତ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି। ଓଡ଼ିଶା ଅବକାରୀ ସେବା କ୍ୟାଡ୍‌ର ପୁନର୍ଗଠନ ହୋଇଛି। ଏଥିସହିତ ଉପଅବକାରୀ ଅଧୀକ୍ଷକ ସ୍ତରରେ ପ୍ରତ୍ୟକ୍ଷ ନିଯୁକ୍ତି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସୁରକ୍ଷା ବିଭାଗ ଅଧୀନରେ ଥିବା ଓଡ଼ିଶା ପୁନର୍ବାସ ସେବା (ଜିଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରଗୁଡ଼ିକରେ କର୍ମଚାରୀ ଚୟନ ଓ ଚାକିରି ସର୍ତ୍ତାବଳୀ) ନିୟମ-୨୦୨୧କୁ କ୍ୟାବିନେଟ ଅନୁମୋଦନ କରିଛି। ଏହି ନିୟମ ବଳରେ ଖୋର୍ଦ୍ଧା, କଳାହାଣ୍ଡି, ସମ୍ବଲପୁର, କନ୍ଧମାଳ, କୋରାପୁଟ, ମୟୂରଭଞ୍ଜ, ଗଞ୍ଜାମ ଓ ନବରଙ୍ଗପୁର ଜିଲାରେ ୭୪ଟି ପ୍ରଶିକ୍ଷିତ ପୁନର୍ବାସ କର୍ମଚାରୀ ପଦବୀ ସୃଷ୍ଟି କରାଯାଇଛି। ଏହି କେନ୍ଦ୍ରରେ ବର୍ତ୍ତମାନ କାର୍ଯ୍ୟରତ ୩୭ ଜଣ ପୁନର୍ବାସ କର୍ମଚାରୀଙ୍କୁ ମଧ୍ୟ ଏହିି ନୂତନ କ୍ୟାଡ୍‌ରରେ ଅନ୍ତର୍ଭୁକ୍ତ କରାଯାଇଛି।

ସାର ମହଜୁଦ ରଖିବା ଏବଂ ଚାଷୀମାନଙ୍କର ଦରକାର ମୁତାବକ ସାର ଯୋଗାଇବା ପାଇଁ ରାଜ୍ୟ ସରକାର ବଜେଟରେ ୧୦୦ କୋଟି ସୁଧମୁକ୍ତ କର୍ପସ ପାଣ୍ଠିର ବ୍ୟବସ୍ଥା କରିଛନ୍ତି। ଓଡ଼ିଶା ରାଜ୍ୟ ସମବାୟ ବିପଣନ ମହାସଂଘ ଏବଂ ଓଡ଼ିଶା କୃଷି ଶିଳ୍ପ ନିଗମ ମାଧ୍ୟମରେ ସାର ସଂଗ୍ରହ କରି ଚାଷୀମାନଙ୍କୁ ଯୋଗାଇବା ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଏହି ପାଣ୍ଠିରୁ ଓଡ଼ିଶା ରାଜ୍ୟ ସମବାୟ ବିପଣନ ମହାସଂଘ ଏବଂ ଓଡ଼ିଶା କୃଷି ଶିଳ୍ପ ନିଗମକୁ ଯଥାକ୍ରମେ ୭୫:୨୫ ଅନୁପାତରେ ଦିଆଯାଉଥିଲା। ଏବେ ଏହାକୁ ୯୦:୧୦ ଅନୁପାତରେ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି। ଏହି ସୁଧମୁକ୍ତ ଋଣକୁ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଦ୍ୱାରା ଅନୁମୋଦନ କରାଯିବ । କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକଙ୍କ ଦ୍ୱାରା ଉକ୍ତ ଅର୍ଥ ଓଡ଼ିଶା ରାଜ୍ୟ ସମବାୟ ବିପଣନ ମହାସଂଘ ଏବଂ ଓଡ଼ିଶା କୃଷି ଶିଳ୍ପ ନିଗମକୁ ପ୍ରଦାନ କରାଯିବ। କୃଷି ବିଭାଗ ଦ୍ୱାରା ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି।

ଓଡ଼ିଶା ରାଜ୍ୟ ବିହନ ନିଗମ ଚାଷୀଙ୍କୁ ବିହନ ଯୋଗାଇବା ନେଇ ଗଠନ କରାଯାଇଥିବା କର୍ପସ ପାଣ୍ଠିର ରାଶିକୁ ୬୦ କୋଟିରୁ ୧୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାଦ୍ୱାରା ନିଗମ ଚାଷୀଙ୍କୁ ଉନ୍ନତ ମାନର ବିହନ ଯୋଗାଇ ପାରିବ। କୃଷି ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ।

୨୦୨୦-୨୧ ଆର୍ଥିକ ବର୍ଷରେ ଇ- ନିଲାମ ମାଧ୍ୟମରେ ବିକ୍ରୟ ପାଇଁ ଧାର୍ଯ୍ୟ କରାଯାଇଥିବା ସମସ୍ତ ବକ୍ସାଇଟ୍‌କୁ ପ୍ରତି ମେଟ୍ରିକ ଟନ୍‌ ପିଛା ୧ ହଜାର ଟଙ୍କା ଦରରେ ଓଡ଼ିଶା ଖଣି ନିଗମ ବିକ୍ରି କରିବ। ଏଥିସହିତ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କ୍ରେତାଙ୍କୁ ପୃଥକ୍‌ ମୂଲ୍ୟ ଦେବା ନିମନ୍ତେ ଅଣ୍ଡରଟେକିଂ ଦେବାକୁ ହେବ। ଏହାକୁ ଚଳିତ ଆର୍ଥିକ ବର୍ଷ ପାଇଁ ଏକକାଳୀନ ପଦକ୍ଷେପ ଭାବେ ବିବେଚନା କରିବାକୁ ହେବ। ଖଣି ଓ ଇସ୍ପାତ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି। ଏହି ନିଷ୍ପତ୍ତି ଦ୍ୱାରା ସରକାରଙ୍କ ସାଧାରଣ ଉଦ୍ୟୋଗ ଓଏମ୍‌ସିକୁ ଆର୍ଥିକ କ୍ଷତିରୁ ରକ୍ଷା କରାଯିବା ସହ ପଛୁଆ ଅଞ୍ଚଳର ଦ୍ରୁତ ଅର୍ଥନୈତିକ ବିକାଶ ହେବ। ଏଠାରେ ସୂଚନାଯୋଗ୍ୟ ଯେ ବକ୍ସାଇଟ୍‌ ଦର ସଂଶୋଧନ କରି ରାଜ୍ୟ ସରକାର ୨୦୨୦ ଅଗଷ୍ଟ ୩୧ ତାରିଖରେ ଇ- ନିଲାମ ଡାକିଥିଲେ। ତେବେ ଏଥିରେ କୌଣସି ନିଲାମଧାରୀ ଅଂଶଗ୍ରହଣ କରି ନ ଥିଲେ। ଓଡ଼ିଶା ଲୋକାୟୁକ୍ତ ଅଧିନିୟମ ୨୦୧୪ର ଧାରା ୪୮ ଅନୁଯାୟୀ ଲୋକାୟୁକ୍ତଙ୍କ ବାର୍ଷିକ ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରିବା ବ୍ୟବସ୍ଥା ରହିଛି। ଏହାକୁ କ୍ୟାବିନେଟ ଅନୁମୋଦନ କରିଛି। ବାଲେଶ୍ୱର ଜିଲା ରେମୁଣାରେ ଏମ୍‌ସର ସାଟେଲାଇଟ ସେଣ୍ଟର ପାଇଁ ୨୫ ଏକର ଜମିକୁ ମାଗଣାରେ ପ୍ରଦାନ ଭଳି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ଏକହୋଇ ଲଢ଼ିବାକୁ ପ୍ରଣବଙ୍କ ପରାମର୍ଶ

ଚଣ୍ଡିଖୋଲ,୨୦ା୪(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲାର ବଡ଼ଚଣା ଏକ ପ୍ରମୁଖ ବିଧାନସଭା ନିର୍ବାଚନମଣ୍ଡଳୀ। ହେଲେ ଏ ପର୍ଯ୍ୟନ୍ତ ବିଜେଡି ଏଠାରେ ପ୍ରାର୍ଥୀ ଘୋଷଣା କରିନାହିଁ। ଶୁକ୍ରବାର...

୩ ଜିଲା ଲକ୍ଷ୍ମୀ ବସ୍‌ ସେବାରେ ବାଧକ ସାଜିଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୦ା୪(ଅନିଲ ଦାସ): ଓଡ଼ିଶାର ଲକ୍ଷ୍ମୀ ବସ୍‌ ସେବା ଭାରତର ଏକନମ୍ବର ଗ୍ରାମୀଣ ଯୋଗାଯୋଗ କାର୍ଯ୍ୟକ୍ରମ, ଯାହା ରାଜ୍ୟର ୧୦୦% ଜିଲାକୁ ସଂଯୋଗ କରୁଛି। ଯେଉଁଥିରେ ବ୍ଲକ୍‌...

ଟିକେଟ ଆଶା କରିଥିଲି, ମତେ ବି ଦୁଃଖ ଲାଗୁଛି

ଜଗତ୍‌ସିଂହପୁର, ୨୦ା୪(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲା ପରେ ଟିକେଟ ନ ପାଇ ସବୁଠାରୁ ଦୁଃଖରେ...

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri