ହଟ୍‌ସ୍ପଟ୍‌ ହୋଇପାରେ ଭୁବନେଶ୍ୱର ରେଡ୍‌ ଲାଇଟ୍‌ ଅଞ୍ଚଳ: ମାଳିସାହି ବନ୍ଦ ରହିଲେ ସଂକ୍ରମଣ ଆଶଙ୍କା ୩୫% କମିବ

ଭୁବନେଶ୍ୱର,୨୮ା୬(ବ୍ୟୁରୋ): ଦେଶରେ ରେଡ୍‌ ଲାଇଟ ଅଞ୍ଚଳ ଖୋଲା ରହିବା ଦ୍ୱାରା ଭାରତରେ କୋଭିଡ-୧୯ ସଂକ୍ରମଣରେ ଦ୍ରୁତ ଅଭିବୃଦ୍ଧି ଦେଖାଦେବାର ସମ୍ଭାବନା ରହିଛି। ଏହି ଅଞ୍ଚଳ ବନ୍ଦ ରହିଲେ ସଂକ୍ରମଣ ହ୍ରାସ ପାଇବା ସହ ଏହି ମହାମାରୀଜନିତ ମୃତ୍ୟୁକୁ ୬୦% ପର୍ଯ୍ୟନ୍ତ କମ୍‌ କରାଯାଇପାରିବ। ହାର୍ଭାର୍ଡ ମେଡିକାଲ ସ୍କୁଲ ଓ ୟେଲ୍‌ ସ୍କୁଲ ଅଫ୍‌ ମେଡିସିନ୍‌ ପକ୍ଷରୁ ଏନେଇ ତଥ୍ୟ ପ୍ରକାଶ ପାଇଥିବାବେଳେ ବିଶେଷଜ୍ଞମାନେ ମଧ୍ୟ ଏହା ଉପରେ ଗୁରୁତ୍ୱ ଦେଇଛନ୍ତି। ନଚେତ ଆଗାମୀ ବର୍ଷକ ମଧ୍ୟରେ ଭାରତରେ ଥିବା କେବଳ ରେଡ୍‌ ଲାଇଟ ଅଞ୍ଚଳଗୁଡ଼ିକରେ ୪ ଲକ୍ଷରୁ ଊର୍ଦ୍ଧ୍ୱ ସଂକ୍ରମଣ ଓ ୧୨ ହଜାର ଆକ୍ରାନ୍ତଙ୍କ ମୃତ୍ୟୁ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ରେଡ୍‌ ଲାଇଟ୍‌ ଅଞ୍ଚଳ ମାଳିସାହି ରହିଛି। ଏହାବ୍ୟତୀତ ଏକାଧିକ ସ୍ଥାନରେ ଦେହ ବ୍ୟବସାୟ ଚାଲିଛି। ଏସବୁ କ୍ଷେତ୍ରରେ କଟକଣା ନ ରହିଲେ ସଂକ୍ରମଣ ଆହୁରି ଦ୍ରୁତଗତିରେ ବଢ଼ିଯିବ। କାରଣ ବାହାରୁ ଆସୁଥିବା ଗ୍ରାହକ ଯଦି କୋଭିଡ୍‌ ସଂକ୍ରମିତ ହୋଇଥିବେ ତା’ହେଲେ ସଂକ୍ରମଣ ସମ୍ପୃକ୍ତ ଦେହଜୀବୀ ଓ ଅନ୍ୟ ଗ୍ରାହକଙ୍କୁ ବ୍ୟାପିଯିବ। ଏଭଳି ସ୍ଥାନରେ ସାମାଜିକ ଦୂରତା ବଜାୟ ରହିବା ସମ୍ଭବ ନ ଥିବାରୁ ସଂକ୍ରମଣ ହାର ବହୁଗୁଣିତ ହୋଇଯିବ। ସେହିଭଳି ସଂକ୍ରମିତ ଗ୍ରାହକ ମଧ୍ୟ ନିଜ ଅଜାଣତରେ ସହରର ଅନ୍ୟମାନଙ୍କୁ ସଂକ୍ରମିତ କରିବାର ସମ୍ଭାବନା ରହିଛି।

ଗୋଟିଏପଟେ ଭୁବନେଶ୍ୱରର ବସ୍ତିଗୁଡ଼ିକ ଏବେ କୋଭିଡ୍‌ ସଂକ୍ରମଣର ହଟ୍‌ସ୍ପଟ୍‌ ପାଲଟିଛି। ସହରର ସବୁଠି ବଡ଼ ବସ୍ତି ସାଲିଆ ସାହିରୁ ଆରମ୍ଭକରି ସୁବାସ ନଗର, ଲକ୍ଷ୍ମୀବଜାର ଆଦି ଏକାଧିକ ବସ୍ତିରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସହରବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏଭଳିସ୍ଥଳେ ଯଦି ରେଡ୍‌ ଲାଇଟ୍‌ ଅଞ୍ଚଳରେ ମହାମାରୀ ବ୍ୟାପେ ତା’ହେଲେ ସର୍ବପ୍ରଥମେ ଏହି ବସ୍ତିଗୁଡ଼ିକ ଅଧିକ ପ୍ରଭାବିତ ହେବ ବୋଲି ୟେଲ୍‌ ୟୁନିଭର୍ସିଟିର ଡାକ୍ତର ଅଭିଷେକ ପଣ୍ଡା କହିଛନ୍ତି। ରେଡ୍‌ ଲାଇଟ ଅଞ୍ଚଳଗୁଡ଼ିକରେ ଯଦି ଏବେଠାରୁ ପ୍ରତିରୋଧମୂଳକ ପଦକ୍ଷେପ ନ ନିଆଯାଏ ଏବଂ ସମ୍ପୃକ୍ତ ଅଞ୍ଚଳକୁ ବନ୍ଦ କରା ନ ଯାଏ ତା’ହେଲେ ଏଠାରେ ହଜାର ହଜାର ଲୋକଙ୍କ ଜୀବନ ଚାଲିଯିବାର ସମ୍ଭାବନା ରହିଥିବା ହାର୍ଭାର୍ଡ ମେଡିକାଲ ସ୍କୁଲର ଡା. ସୁଧାକର ନୁତି କହିଛନ୍ତି। ବିଶେଷକରି ମାଳିସାହି ଅଞ୍ଚଳକୁ ବନ୍ଦ ରଖାଗଲେ ଆଗାମୀ ଦିନରେ ସଂକ୍ରମଣ ହାର ଓ ମୃତ୍ୟୁ ଆଶଙ୍କାକୁୁ ୩୫% ପର୍ଯ୍ୟନ୍ତ ହ୍ରାସ କରାଯାଇପାରିବ ବୋଲି ସେମାନେ ମତ ଦେଇଛନ୍ତି।ଏଭଳିସ୍ଥଳେ ଦେହଜୀବୀମାନଙ୍କୁ ବିଭିନ୍ନ ପ୍ରକାର ଦକ୍ଷତା ବିକାଶ ପ୍ରଶିକ୍ଷଣ ଦେଇ ଅନ୍ୟାନ୍ୟ ସୁରକ୍ଷିତ କାମରେ ନିୟୋଜିତ କରିବାକୁ କୁହାଯାଇଛି। କୋଭିଡ୍‌ ପରିସ୍ଥିତି କେବେ ଠିକ୍‌ ହେବ ସେନେଇ କାହାପାଖରେ ଉତ୍ତର ନ ଥିବାରୁ ଦେହଜୀବୀମାନେ ଅନ୍ୟାନ୍ୟ ନିଯୁକ୍ତି ବିକଳ୍ପର ସନ୍ଧାନ କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ସର୍ଭେ ନାମରେ ହିତାଧିକାରୀ ଆଧାରିତ ଯୋଜନା ବନ୍ଦ କର’

ଭୁବନେଶ୍ୱର,୫ା୫(ଅନିଲ ଦାସ): ଚଳିତ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪କୁ ମୁକ୍ତ, ଅବାଧ, ନିରପେକ୍ଷ ଓ ସ୍ବଚ୍ଛ କରିବା ପାଇଁ ଭାରତ ନିର୍ବାଚନ କମିଶନ ଆଦର୍ଶ ଆଚରଣ ବିଧିର...

ହାତ ମିଶାଇଲେ ସୌମ୍ୟ-ଅନୁଭବ, ଖଣ୍ଡପଡ଼ାରେ ହେବ ବଡ଼ ଲଢେଇ

ବ୍ରହ୍ମପୁର,୫।୫: ଖଣ୍ଡପଡ଼ାରେ ରୋଚକ ହେଉଛି ବିଧାନସଭା ଲଢେଇ। ହାତ ମିଶାଇଛନ୍ତି ବିଜେଡିରୁ ନିଲମ୍ବିତ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ।...

କୁକୁଡ଼ାଫାର୍ମ ଗନ୍ଧରେ ଅତିଷ୍ଠ ବସ୍ତିବାସିନ୍ଦା

ରାଉରକେଲା,୫ା୫(ବିପ୍ଲବ ରଞ୍ଜନ ଦାଶ)ରାଉରକେଲା ମହାନଗର ନିଗମ ଓ୍ବାର୍ଡ ନଂ. ୪ରେ ଥିବା ପ୍ରଧାନପାଲି ବସ୍ତି ନିକଟରେ କୁକୁଡ଼ାଫାର୍ମ ରହିଛି। ଫଳରେ ବସ୍ତି ପରିବେଶ ପ୍ରଦୂଷିତ ହେଉଥିବା...

୯୨୮ ଅଙ୍ଗନୱାଡି କେନ୍ଦ୍ରର ନାହିଁ ନିଜସ୍ବ ଗୃହ

ଭଦ୍ରକ,୫।୫ (ସନାତନ ରାଉତ)ଭଦ୍ରକ ଜିଲାରେ ୯୨୮ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ ହୋଇପାରି ନାହିଁ। ଫଳରେ ନିକଟସ୍ଥ ସ୍କୁଲ, କମ୍ୟୁନିଟି ସେଣ୍ଟର ଓ ଅଙ୍ଗନୱାଡି...

ଗଞ୍ଜାମରେ ଆଖୁ ଚାଷ ନିରାଶାଜନକ

ବ୍ରହ୍ମପୁର,୫।୫(ଅଶୋକ କୁମାର ସାହୁ):ଗଞ୍ଜାମ ଜିଲାରେ ଆଖୁ ଚାଷ ଚଳିତବର୍ଷ ନିରାଶାଜନକ ହୋଇଛି। ୨୦୨୩-୨୪ରେ ଜିଲାରେ ୮୦୧ ହେକ୍ଟର ଆଖୁଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ୬୮୦...

ଭଲ ଲୋକଙ୍କୁ ଭୋଟ ଦିଅନ୍ତୁ: ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି, ୫।୫ (ଗିରିଧାରୀ ପରିଛା):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ଗଜପତି ଜିଲା ପାରଳାଖେମୁଣ୍ଡିଠାରେ ନିର୍ବାଚନ ପ୍ରଚାର କରିଛନ୍ତି।...

ବଢ଼ୁଛି ହାତୀ ଜନିତ କ୍ଷୟକ୍ଷତି

ବଇଣ୍ଡା,୫।୫(ପରିକ୍ଷିତ ସାହୁ)ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜରେ କିଛିଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ନିକଟସ୍ଥ ଜଙ୍ଗଲରୁ ଚାଲି ଆସୁଥିବା ହାତୀ ଜମି...

ଦୁର୍ଦ୍ଦିନରେ ଠିକା ଶ୍ରମିକ, କର୍ମଚାରୀ

ଯାଜପୁର,୫ା୫(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଜିନ୍ଦଲ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ (ଜେଏସ୍‌ଏଲ୍‌)ରେ ନିୟୋଜିତ ଏକ ଅଣଓଡ଼ିଆ ଠିକାସଂସ୍ଥା ଜିଏମ୍‌ ଏଣ୍ଟରପ୍ରାଇଜର୍ସ ୪୬ ଜଣ ଗରିବ ଶ୍ରମିକଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri