ଭୁବନେଶ୍ୱରରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ହତ୍ୟା କରି ମୃତ ଦେହ ସହିତ ତିନି ଦିନ ବିତାଇଲେ ସ୍ୱାମୀ

ଭୁବନେଶ୍ୱର,୧୪।୩: ରାଜଧାନୀ ଭୁବନେଶ୍ବରରେ ଅଭାବନୀୟ ଘଟଣା। ଘରୋଇ କଳହରୁ ଜଣେ ବ୍ୟକ୍ତି ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଛନ୍ତି। ଭୁବନେଶ୍ୱର ମୈତ୍ରୀ ବିହାର ସାଲିଆ ସାହି ଅଂଚଳରେ ଏହି ଘଟଣା ଘଟିଛି, ଯାହା ସମଗ୍ର ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ସବୁଠୁ ବଡ କଥା ହେଉଛି ଗୋଲକ ଜେନା ନାମକ ଜଣେ ବ୍ୟକ୍ତି ଜଣକ ସ୍ତ୍ରୀକୁ କରିବା ପରେ ତାର ମୃତଦେହ ସହିତ ତିନି ଦିନ ବିତାଇଛନ୍ତି।

ଖବର ଅନୁଯାୟୀ, ଦମ୍ପତି ଏବଂ ସେମାନଙ୍କର ଦୁଇ ପିଲା ତରିଣୀ ନଗରରେ ରହୁଥିଲେ। ଦମ୍ପତି ଦ୍ବୟ ଦିନ ମଜୁରିଆ ଭାବରେ କାମ କରୁଥିଲେ। ସେମାନେ ଦୈନିକ ସକାଳେ ବାହାରକୁ ଯାଇ ସନ୍ଧ୍ୟାରେ ଫେରନ୍ତି। ଅନ୍ୟ ଦିନ ପରି ସୋମବାର ମଧ୍ୟ ସେମାନେ କାମରୁ ଫେରି ଝଗଡା କରିଥିଲେ। ସୂଚନା ମୁତାବକ, ଯେତେବେଳେ ଗୋଲକ ନିଜର ରାଗ ଉପରୁ ନିୟନ୍ତ୍ରଣ ହରାଇଥିଲେ, ଏକ କାଠ ଫାଳିଆ ଉଠାଇ ତାଙ୍କ ସ୍ତ୍ରୀକୁ ମାଡ଼ ମାରିବା ଆରମ୍ଭ କରିଦେଲେ, ଯାହା ଜଟିଳ କରିଦେଇଥିଲା।

ଯେତେବେଳେ ଗୋପାଳ ଅନୁଭବ କରିଥିଲେ ଯେ ସେ କ’ଣ କରିଛନ୍ତି, ଏହାପରେ ତୁରନ୍ତ ଦୁଇ ପିଲାଙ୍କୁ ପଡ଼ୋଶୀଙ୍କ ଘରକୁ ପଠାଇଦେଇଥିଲେ ଏବଂ ତାଙ୍କ ପତ୍ନୀଙ୍କ ଶରୀର ସହିତ ତିନି ଦିନ ବିତାଇଥିଲେ। ଏହାର ଦିନକ ପରେ ଉଭୟ ଦମ୍ପତି କାମକୁ ଯାଉ ନଥିବାରୁ କିମ୍ବା ବାହାରକୁ ନ ବାହାରୁଥିବା ଦେଖି ପଡ଼ୋଶୀମାଙ୍କ ସନ୍ଦେହ ବଢିଥିଲା। ସେମାନେ ଏହାର କାରଣ ବିଷୟରେ ପଚାରିବା ଆରମ୍ଭ କରିଥିଲେ। ତେବେ ରବିବାର ସେମାନେ ଘରୁ ବାହାରୁଥିବା ଦୁର୍ଗନ୍ଧର ଗନ୍ଧ ଅନୁଭବ କରି ଏହାର କାରଣ ପଚାରିଥିଲେ।

କୌଣସି ବିକଳ୍ପ ନ ଥିବାରୁ ଗୋପାଳ ପଡ଼ୋଶୀମାନଙ୍କ ଆଗରେ ନିଜର ଅପରାଧ ସ୍ୱୀକାର କରିଥିଲେ। ପରେ ସୂଚନା ପାଇବା ପରେ ମୈତ୍ରୀ ବିହାର ପୋଲିସ ଏକ ସାଇଣ୍ଟିଫିକ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି ଗୋପାଳଙ୍କୁ ଗିରଫ କରିଥିଲେ। ପୋଷ୍ଟମର୍ଟମ ପାଇଁ ପୋଲିସ ମୃତଦେହକୁ ଜବତ କରି ଘଟଣାର ଅଧିକ ତଦନ୍ତ କରୁଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ମୋଦି କ୍ୟାବିନେଟ୍‌ରେ ବଡ଼ ଅଦଳବଦଳ ଚର୍ଚ୍ଚା! ଧର୍ମେନ୍ଦ୍ରଙ୍କ ସମେତ ଏହି ସବୁ ନେତାଙ୍କୁ ମିଳିବ ଦାୟିତ୍ୱ! ମିଳିଲା ଏହି ସଙ୍କେତ

ନୂଆଦିଲ୍ଲୀ, ୧୯।୮: ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମ ଘୋଷଣା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନକୁ ନେଇ ଚର୍ଚ୍ଚା…

୨୦ରୁ ଇଣ୍ଟିଗ୍ରେଟେଡ୍‌ ବି.ଏଡ୍‌, ଏମ୍‌.ଏଡ୍‌ ନାମଲେଖା ଆବେଦନ: ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ୱର,୧୯ା୮(ସୁଚିସ୍ମିତା ସାହୁ):ଉଚ୍ଚଶିକ୍ଷା ବିଭାଗ ଅଧୀନରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ୩ ବର୍ଷିଆ ଇଣ୍ଟିଗ୍ରେଟେଡ୍‌ ବି.ଏଡ୍‌-ଏମ୍‌.ଏଡ୍‌. ପାଠ୍ୟକ୍ରମରେ ନାମଲେଖା ପାଇଁ ଆସନ୍ତା ୨୦ ତାରିଖ ଅପରାହ୍ନ ୨ଟାରୁ ଆବେଦନ…

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ,୧୯ା୮: ଅଭିଯୁକ୍ତଙ୍କ ପରିଚୟ ପ୍ରକାଶ କରିବା କିମ୍ବା ସେମାନଙ୍କୁ ଅମାନବୀୟ ଢଙ୍ଗରେ ଚିତ୍ରଣ କରିବା ଭଳି ବିଷୟବସ୍ତୁ ଅନ୍‌ଲାଇନରେ ପୋଷ୍ଟ କରିବାରୁ ପୋଲିସ ସଂଗଠନକୁ ରୋକିବା ପାଇଁ…

ପୁଣି ସୃଷ୍ଟି ହେବ ଲଘୁଚାପ: ୩ ଦିନ ପରେ ବଢିବ ବର୍ଷା

ଭୁବନେଶ୍ୱର,୧୯ା୮(ବନ୍ଦନା ସେଠୀ):ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଉତ୍ତର ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ସକ୍ରିୟ ଅବପାତ ଝାଡ଼ଖଣ୍ଡ ଓ ବିହାର ମଧ୍ୟଦେଇ ଗତି କରିବା ସହ ଦୁର୍ବଳ ହୋଇ…

ସରକାରଙ୍କ ଘୋଷଣା: ୩ୟ ସନ୍ତାନ ପାଇଁ ସରକାରୀ କର୍ମଚାରୀଙ୍କୁ ବର୍ଷେ ମାତୃତ୍ୱ ଛୁଟି

ଚେନ୍ନାଇ, ୧୯।୮: ସରକାରୀ ମହିଳା କର୍ମଚାରୀମାନେ ଏବେ ୩ୟ ସନ୍ତାନ ପାଇଁ ମଧ୍ୟ ପୂର୍ବର ୧୨ ସପ୍ତାହ ବଦଳରେ ପୂରା ୩୬୫ ଦିନ ବା ୧ବର୍ଷର ମାତୃତ୍ୱ…

୩୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ

ମୁମ୍ବାଇ,୧୮ା୮: ମୁମ୍ବାଇର ଜବାହରଲାଲ ନେହେରୁ ବନ୍ଦର ନିକଟ କଣ୍ଟେନର ଫ୍ରେଇଟ୍‌ ଷ୍ଟେଶନରେ ମକା ଚାଲାଣ ଭିତରୁ ୫୫ କେ.ଜି. ମେଥାମ୍ଫେଟାମାଇନ୍‌ ଜବତ ହୋଇଛି। ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ…

ଶାହରୁଖଙ୍କ ଘରେ ସାପ

ମୁମ୍ବାଇ,୧୮ା୮: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ମୁମ୍ବାଇ ବାସଭବନ ମାନତ୍‌ରୁ ସୋମବାର ରାତିରେ ୨ଟି ସାପ ଦେଖିବାକୁ ମିଳିଥିଲା। ବାସଭବନ ବଗିଚାର ଏକ ସେଡ୍‌ ତଳେ ସାପ…

ହୋଇଗଲା କି Ayesha Khanଙ୍କ ନିର୍ବନ୍ଧ? ମିଷ୍ଟ୍ରି ମ୍ୟାନ୍‌ଙ୍କ ସହ ରୋମାଣ୍ଟିକ ଫଟୋ ଶେୟାର କରି ଚମକାଇଲେ

ମୁମ୍ବାଇ: ଟିଭି ଏବଂ ବଲିଉଡ଼ର ଜଣାଶୁଣା ଅଭିନେତ୍ରୀ ଆୟଶା ଖାନ ପ୍ରାୟତଃ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରୁହନ୍ତି। ’ବିଗ ବସ 17’ ରୁ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri