ଭୁବନେଶ୍ୱରରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ହତ୍ୟା କରି ମୃତ ଦେହ ସହିତ ତିନି ଦିନ ବିତାଇଲେ ସ୍ୱାମୀ

ଭୁବନେଶ୍ୱର,୧୪।୩: ରାଜଧାନୀ ଭୁବନେଶ୍ବରରେ ଅଭାବନୀୟ ଘଟଣା। ଘରୋଇ କଳହରୁ ଜଣେ ବ୍ୟକ୍ତି ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଛନ୍ତି। ଭୁବନେଶ୍ୱର ମୈତ୍ରୀ ବିହାର ସାଲିଆ ସାହି ଅଂଚଳରେ ଏହି ଘଟଣା ଘଟିଛି, ଯାହା ସମଗ୍ର ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ସବୁଠୁ ବଡ କଥା ହେଉଛି ଗୋଲକ ଜେନା ନାମକ ଜଣେ ବ୍ୟକ୍ତି ଜଣକ ସ୍ତ୍ରୀକୁ କରିବା ପରେ ତାର ମୃତଦେହ ସହିତ ତିନି ଦିନ ବିତାଇଛନ୍ତି।

ଖବର ଅନୁଯାୟୀ, ଦମ୍ପତି ଏବଂ ସେମାନଙ୍କର ଦୁଇ ପିଲା ତରିଣୀ ନଗରରେ ରହୁଥିଲେ। ଦମ୍ପତି ଦ୍ବୟ ଦିନ ମଜୁରିଆ ଭାବରେ କାମ କରୁଥିଲେ। ସେମାନେ ଦୈନିକ ସକାଳେ ବାହାରକୁ ଯାଇ ସନ୍ଧ୍ୟାରେ ଫେରନ୍ତି। ଅନ୍ୟ ଦିନ ପରି ସୋମବାର ମଧ୍ୟ ସେମାନେ କାମରୁ ଫେରି ଝଗଡା କରିଥିଲେ। ସୂଚନା ମୁତାବକ, ଯେତେବେଳେ ଗୋଲକ ନିଜର ରାଗ ଉପରୁ ନିୟନ୍ତ୍ରଣ ହରାଇଥିଲେ, ଏକ କାଠ ଫାଳିଆ ଉଠାଇ ତାଙ୍କ ସ୍ତ୍ରୀକୁ ମାଡ଼ ମାରିବା ଆରମ୍ଭ କରିଦେଲେ, ଯାହା ଜଟିଳ କରିଦେଇଥିଲା।

ଯେତେବେଳେ ଗୋପାଳ ଅନୁଭବ କରିଥିଲେ ଯେ ସେ କ’ଣ କରିଛନ୍ତି, ଏହାପରେ ତୁରନ୍ତ ଦୁଇ ପିଲାଙ୍କୁ ପଡ଼ୋଶୀଙ୍କ ଘରକୁ ପଠାଇଦେଇଥିଲେ ଏବଂ ତାଙ୍କ ପତ୍ନୀଙ୍କ ଶରୀର ସହିତ ତିନି ଦିନ ବିତାଇଥିଲେ। ଏହାର ଦିନକ ପରେ ଉଭୟ ଦମ୍ପତି କାମକୁ ଯାଉ ନଥିବାରୁ କିମ୍ବା ବାହାରକୁ ନ ବାହାରୁଥିବା ଦେଖି ପଡ଼ୋଶୀମାଙ୍କ ସନ୍ଦେହ ବଢିଥିଲା। ସେମାନେ ଏହାର କାରଣ ବିଷୟରେ ପଚାରିବା ଆରମ୍ଭ କରିଥିଲେ। ତେବେ ରବିବାର ସେମାନେ ଘରୁ ବାହାରୁଥିବା ଦୁର୍ଗନ୍ଧର ଗନ୍ଧ ଅନୁଭବ କରି ଏହାର କାରଣ ପଚାରିଥିଲେ।

କୌଣସି ବିକଳ୍ପ ନ ଥିବାରୁ ଗୋପାଳ ପଡ଼ୋଶୀମାନଙ୍କ ଆଗରେ ନିଜର ଅପରାଧ ସ୍ୱୀକାର କରିଥିଲେ। ପରେ ସୂଚନା ପାଇବା ପରେ ମୈତ୍ରୀ ବିହାର ପୋଲିସ ଏକ ସାଇଣ୍ଟିଫିକ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି ଗୋପାଳଙ୍କୁ ଗିରଫ କରିଥିଲେ। ପୋଷ୍ଟମର୍ଟମ ପାଇଁ ପୋଲିସ ମୃତଦେହକୁ ଜବତ କରି ଘଟଣାର ଅଧିକ ତଦନ୍ତ କରୁଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଚିଲିକାରେ ବ୍ରିଜ୍‌ ନିର୍ମାଣ ହେବ: ଓଡ଼ିଶା ପାଇଁ ଏହି ସବୁ ଘୋଷଣା କଲେ ନୀତିନ ଗଡ଼କରୀ

ପୁରୀ,୯।୫: କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁବାର କୃଷ୍ଣପ୍ରସାଦରେ ନିଜର ଅଭିଭାଷଣ ରଖିଛନ୍ତି। ଏହି ସମୟରେ ଗଡ଼କରୀ ଓଡ଼ିଶା ପାଇଁ ଅନେକ ଘୋଷଣା କରିଛନ୍ତି।...

୨ ଶହ କୋଟି ଟଙ୍କାରେ ନିର୍ମାଣ ହେବ ପାରାଦୀପ ଏୟାରପୋର୍ଟ: ଗଡ଼କାରୀ

ପୁରୀ,୯।୫: କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁବାର ପୁରୀରେ ପହଞ୍ଚି ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ଏହା ପରେ କୃଷ୍ଣପ୍ରସାଦରେ ବିରାଟ ଜନସଭାରେ ଉଦ୍‌ବୋଧନ...

୧୧ରେ ବରଗଡ଼ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବରଗଡ଼,୯ା୫(ପ୍ରେମାନନ୍ଦ ଖମାରୀ): ଆସନ୍ତା ୧୧ତାରିଖ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରଗଡ଼ ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି। ମିଳିଥିବା ସୂଚନାନୁଯାୟୀ, ମୋଦି ସେହିଦିନ ବରଗଡ଼ ସହର...

ଆସନ୍ତାକାଲି ଭୁବନେଶ୍ୱରରେ ମୋଦି କରିବେ ରୋଡ ଶୋ’, ଦିନ ୨ଟାରୁ ଏହି ରାସ୍ତାରେ ଗାଡି ଚଳାଚଳ କରିବନି

ଭୁବନେଶ୍ୱର,୯।୫: ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଶୁକ୍ରବାର ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ଏକ ରୋଡ ଶୋ’ କରିବେ।...

ନାମାଙ୍କନ କଲେ କୋରେଇ ବିଜେଡି ବିଧାୟିକା ପ୍ରାର୍ଥିନୀ ସଂଧ୍ୟାରାଣୀ ଦାସ

ଯାଜପୁର, ୯।୫: କୋରେଇ ବିଧାନସଭା ଆସନ ପାଇଁ ବିଜୁ ଜନତା ଦଳ ପ୍ରାର୍ଥିନୀ ସଂଧ୍ୟାରାଣୀ ଦାସ ଗୁରୁବାର ନାମାଙ୍କନ ଦାଖଲ କରିଛନ୍ତି। ପ୍ରଥମେ ପାଣିକୋଇଲି ତାରିଣୀ...

କନ୍ଧମାଳବାସୀଙ୍କୁ ଭୋଟ୍‌ ମାଗିଲେ ମୁଖ୍ୟମନ୍ତ୍ରୀ

ଫୁଲବାଣୀ,୯ା୫(ରାକେଶ କୁମାର ରାଉତ): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗୁରୁବାର କନ୍ଧମାଳ ଗସ୍ତରେ ଆସି ଭୋଟ୍‌ ମାଗିଛନ୍ତି। କନ୍ଧମାଳ ସଂସଦୀୟ କ୍ଷେତ୍ର ୭...

କାଳବୈଶାଖୀର ପ୍ରଭାବରେ ତାପମାତ୍ରା ହ୍ରାସ; ୧୯୦୧ ମସିହା ପରଠାରୁ ଗତ ଏପ୍ରିଲ ସବୁଠାରୁ ଉତ୍ତପ୍ତ

ଭୁବନେଶ୍ୱର,୯।୫: କାଳବୈଶାଖୀ ଯୋଗୁଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରାରେ ସାମାନ୍ୟ ହ୍ରାସ ପାଇଛି। ଉପକୂଳ ଓଡ଼ିଶା ସମେତ ପଶ୍ଚିମ ଏବଂ ମଧ୍ୟ ଭାଗରେ ଝଡବର୍ଷା ହୋଇଥିବା...

ବ୍ୟାପୁଛି ରୁବେଲା ଭାଇରସ, ଗର୍ଭବତୀଙ୍କୁ ସତର୍କ କରାଇଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୯।୫: ରୁବେଲା ଭାଇରସକୁ ନେଇ ଗର୍ଭବତୀଙ୍କୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ସତର୍କ କାରାଇଛନ୍ତି। ସେ କହିଛନ୍ତି, ଗର୍ଭବତୀ ମହିଳାଙ୍କ ଠାରେ ରୁବେଲା ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri