ସ୍ମାର୍ଟସିଟି ରାଙ୍କିଙ୍ଗ୍‌ରେ ୨୪ ନଂ.କୁ ଖସିଲା ଭୁବନେଶ୍ୱର

ଭୁବନେଶ୍ୱର, ୨୨।୭ (ବନ୍ଦନା ସେଠୀ): ସ୍ମାର୍ଟସିଟି ରାଙ୍କିଙ୍ଗ୍‌ରେ ୨୪ ନମ୍ବର ସ୍ଥାନକୁ ଖସି ଆସିଛି ଭୁବନେଶ୍ବର। ସେହିଭଳି ରାଉରକେଲା ୪୭ ନମ୍ବର ସ୍ଥାନରେ ରହିଛି। ରାଙ୍କିଙ୍ଗ୍‌ ନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ଅନୁମୋଦିତ ଜିଏମ୍‌ଆଇଏସ୍‌ (ଜିଓସ୍ପାଟିଆଲ୍‌ ମ୍ୟାନେଜ୍‌ମେଣ୍ଟ ଇନ୍‌ଫର୍‌ମେସନ୍‌ ସିଷ୍ଟମ୍‌) ରିପୋର୍ଟରୁ ତଥ୍ୟ ମିଳିଛି। ଦେଶରେ ୨୦୧୫ରେ ଆରମ୍ଭ ହୋଇଥିବା ସ୍ମାର୍ଟସିଟି ମିଶନରେ ୪ଟି ପର୍ଯ୍ୟାୟରେ ମୋଟ୍‌ ୧୦୦ଟି ସହର ସ୍ଥାନିତ ହୋଇଥିଲା। ୨୦୧୬ରେ ଏହି ତାଲିକାରେ ଭୁବନେଶ୍ୱରେ ୧ନମ୍ବର ସ୍ଥାନରେ ରହିଥିଲା। ସହରରେ ମୋ ବସ, ମୋ ସାଇକେଲ, ସବୁ ସ୍ଥାନରେ ୱାଇଫାଇ ସୁବିଧା, ସ୍ମାର୍ଟ ଟ୍ରାଫିକ ବ୍ୟବସ୍ଥା, ମଲ୍ଟି କାର ପାର୍କିଂ ସିଷ୍ଟମ, ସ୍ମାର୍ଟ ଜନପଥ ଭଳି ମୋଟ୍‌ ୩୫ଟି ପ୍ରକଳ୍ପ କରିବାକୁ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ଦାୟିତ୍ୱ ନେଇଥିଲା। ପରେ ସ୍ମାର୍ଟସିଟି ତାଲିକାରେ ଓଡ଼ିଶାରୁ ଦ୍ୱିତୀୟ ସହର ଭାବେ ରାଉରକେଲା ସ୍ଥାନିତ ହୋଇଥିଲା। ଏହି ଦୁଇ ସହରର ୯୯ଟି ପ୍ରକଳ୍ପ ପାଇଁ ୩୬୭୨.୬୩ କୋଟି ଖର୍ଚ୍ଚ କରାଯାଉଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧା ଅଧା ଅର୍ଥରେ ତିଆରି ହୋଉଥିବା ପ୍ରକଳ୍ପ ଭିତରେ ଭୁବନେଶ୍ବରରେ ୩୫ଟି ଓ ରାଉରକେଲାରେ ୬୪ଟି ପ୍ରକଳ୍ପ ହାତକୁ ନିଆଯାଇଛି। ୨୦୨୪ରେ ସ୍ମାର୍ଟସିଟି ପ୍ରକଳ୍ପ ଅବଧି ସରିବାକୁ ଥିବାବେଳେ ୮ବର୍ଷ ମଧ୍ୟରେ ନିର୍ଦ୍ଧାରିତ ପ୍ରକଳ୍ପ ମଧ୍ୟରୁ ମାତ୍ର ୨୮ଟି ପ୍ରକଳ୍ପ କାର୍ଯ୍ୟ କରିଛି ବିଏସ୍‌ସିଏଲ୍‌। ପୁଣି ମଧ୍ୟରୁ କିଛି ପୂର୍ଣ୍ଣାଙ୍ଗ ଥିବାବେଳେ ଆଉକିଛି ଅଧାରେ ରହିଛି। ଏଭଳି ଅନେକ କାରଣରୁ ଭୁବନେଶ୍ୱର ସ୍ମାର୍ଟସିଟି ର଼୍ୟାଙ୍କିଙ୍ଗ୍‌ରେ ତଳକୁ ଖସି ଚାଲିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?