ଭୁବନେଶ୍ୱର-ଦୁବାଇ ପ୍ରତ୍ୟକ୍ଷ ବିମାନ ଟିକେଟ ଶୁଭାରମ୍ଭ

ଭୁବନେଶ୍ୱର, ୨।୪ (ବ୍ୟୁରୋ): ମେ ୧୫ରୁ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଉଡ଼ିବ। ଏହି ପରିପ୍ରେକ୍ଷୀରେ ଶନିବାର ଓଡ଼ିଶା ଦିବସରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସଠାରେ ଏହାର ଶୁଭାରମ୍ଭ କରି କହିଲେ, ସଂଯୋଗୀକରଣ ବିକାଶର ଚାବିକାଠି ଏବଂ ରାଜ୍ୟ ସରକାର ଏଥିପାଇଁ ସର୍ବଦା ପ୍ରୟାସ ରତ। ଦୁବାଇକୁ ସିଧାସଳଖ ବିମାନ ସେବା ଦ୍ୱାରା ଭୁବନେଶ୍ୱର ସବୁଠାରୁ ବିମାନ ଚଳାଚଳର ଅନ୍ୟତମ ବଡ଼ ହେବ। ବିଶ୍ୱକୁ ସିଧାସଳଖ ଗେଟ୍‌ଓ୍ବେ ଖୋଲିବା ସହ ଆଇଟି, ଉତ୍ପାଦନ ଏବଂ ପର୍ଯ୍ୟଟନ ପରି କ୍ଷେତ୍ରରେ ଓଡ଼ିଶାରେ ବିନିଯୋଗ ଉପରେ ଏହାର ବହୁଗୁଣିତ ପ୍ରଭାବ ପଡିବ। ଏହି ବିମାନ ଚଳାଚଳ ଓଡ଼ିଶା ପାଇଁ ନୂତନ ଆଶା ସଞ୍ଚାର କରିଛି। ଏଥିପାଇଁ ରାଜ୍ୟରୁ ଏକ ବୃହତ ପ୍ରତିନିଧି ଦଳ ଦୁବାଇ ଅଭିମୁଖେ ଯାତ୍ରା କରିବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିସହ ବିମାନ ଚଳାଚଳ ପାଇଁ ସମସ୍ତ ସୁବିଧା ଯୋଗାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଭାରତ ସରକାର ଓ ବିଶେଷକରି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଥମ ୮ଟି ଟିକେଟ ମିଶନ ଶକ୍ତି ମହିଳା, ଖେଳାଳି, ଜନଜାତି ନେତା ଓ କଳାକାରଙ୍କୁ ପ୍ରଦାନ କରିଥିଲେ। ସେମାନେ ହେଲେ ସୁନ୍ଦରଗଡ଼ ଏସ୍‌ଡିସି ଚେୟାରପର୍ସନ ବିନୟ କୁମାର ଟପ୍ପୋ, କେନ୍ଦୁଝର ଏସ୍‌ଡିସି ଚେୟାରପର୍ସନ ଲକ୍ଷ୍ମୀ ନାୟକ, କୋରାପୁଟ ଡିଏଲ୍‌ଏଫ୍‌ ସଭାପତି ଜ୍ୟୋତିରେଖା ଚେଟ୍ଟୀ, ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ଫୁଟବଲ ଖେଳାଳି ଅନୁରାଧା ବିଶ୍ୱାଳ, ସୁଟର୍‌ ଶ୍ରୀୟଙ୍କା ଷଡ଼ଙ୍ଗୀ, ଯାଜପୁର ସରକାରୀ ପଲିଟେକ୍‌ନିକ୍‌ର ଛାତ୍ର ବଳରାମ ରାଉତ ଓ ରାଉରକେଲା ସରକାରୀ ଆଇଟିଆଇ ଛାତ୍ର ହିମାଂଶୁ ସାହୁ।
ଦୁବାଇକୁ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ ହେବାର ୨ ସପ୍ତାହ ମଧ୍ୟରେ ସିଙ୍ଗାପୁର ଓ ବ୍ୟାଙ୍କକକୁ ଅନ୍ତର୍ଜାତୀୟ ବିମାନ ଚଳାଚଳ କାର୍ଯ୍ୟ ଆରମ୍ଭ ହେବ। ଏହାଦ୍ୱାରା ଭୁବନେଶ୍ୱର ସଂଯୋଗୀକରଣର ଏକ ବଡ଼ ହବ୍‌ ହେବା ସହ ପର୍ଯ୍ୟଟକ, ନିବେଶକ ସମ୍ପ୍ରଦାୟ ତଥା ସେହି ଅଞ୍ଚଳରେ କାର୍ଯ୍ୟ କରୁଥିବା ଓଡ଼ିଆ ଲୋକଙ୍କ ପାଇଁ ନିରାପଦ ତଥା ସୁଲଭ ଯାତ୍ରାର ସୁଯୋଗ ସୃଷ୍ଟି କରିବ। ଇଣ୍ଡିଗୋ ଏୟାରଲାଇନ୍ସ ଏହି ତିନୋଟି ଗୁରୁତ୍ୱପୂର୍ଣ୍ଣ ଗେଟ୍‌ୱେକୁ ସିଧାସଳଖ ବିମାନ ସେବା ଯୋଗାଇବ। ଚୁକ୍ତି ଅନୁଯାୟୀ, ଇଣ୍ଡିଗୋ ଏୟାରଲାଇନ୍ସ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସପ୍ତାହରେ ୩ଥର ଦୁବାଇକୁ ସିଧାସଳଖ ବିମାନ ଚଳାଚଳ କରିବ। ତେବେ ଉଦ୍‌ଘାଟନୀ ଟିକେଟ ମୂଲ୍ୟ ଗୋଟିଏ ପାର୍ଶ୍ୱ ଯାତ୍ରା ପାଇଁ ୧୦ହଜାର ଥିବାବେଳେ ରାଉଣ୍ଡ୍‌ ଯାତ୍ରା ପାଇଁ ୨୦ ହଜାର ରହିଛି। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ୫ଟି ସଚିବ ଭି.କେ. ପାଣ୍ଡିଆନ୍‌, ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀଙ୍କ ସମେତ ବିମାନ ବନ୍ଦର ଏବଂ ଇଣ୍ଡିଗୋ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନିମନ୍ତ୍ରଣ କଲେ ପାଣ୍ଡିଆନ, କହିଲେ ୯ ତାରିଖ ଆସିବେ

ଭୁବନେଶ୍ୱର,୧୧।୫: ବୀରମିତ୍ରପୁରରେ ପ୍ରଚାର କରୁଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ପ୍ରଚାର କରିବା ସହ ସେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ।...

ସରକାରୀ ଗାଡ଼ି ବ୍ୟବହାର କରୁଛନ୍ତି ଭାଜପା ପ୍ରାର୍ଥୀ, ସିଇଓଙ୍କୁ ଫେରାଦ ହେଲା ବିଜେଡି

ଭୁବନେଶ୍ୱର,୧୧।୫: ଫେରାଦ ହେଲା ବିଜେଡି। ନିର୍ବାଚନ ସମୟରେ ବାରମ୍ବାର ଆଚରଣ ବିଧି ଉଲ୍ଲଂଘନ କରୁଛି ଭାଜପା। ଭାଜପା ମାହାଙ୍ଗା ପ୍ରାର୍ଥୀ ସୁମନ୍ତ ଘଡେଇ ସରକାରୀ ଗାଡ଼ି...

ବିଜେଡିରେ ମିଶିଲେ ଅଭିନେତା ରୁଦ୍ର ପାଣିଗ୍ରାହୀ

ଭୁବନେଶ୍ୱର,୧୧।୫: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ରାଜ୍ୟର ରାଜନୀତି ସରଗରମ ରହିଛି। ଏମିତିରେ ଦଳ ଡିଆଁ, ମିଶ୍ରଣ ପର୍ବ ଜାରି ରହିଛି। ଏହି କ୍ରମରେ ବିଜେଡିରେ...

ନାଁ ନ ନେଇ ଟାର୍ଗେଟ କଲେ ମୋଦି, ସିଏମ ନୁହେଁ ସରକାର ଚଳାଉଛନ୍ତି…

ବରଗଡ଼, ୧୧।୫: କନ୍ଧମାଳ, ବଲାଙ୍ଗୀର ପରେ ବରଗଡ଼ରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବରଗଡ଼ରେ ଜନସଭା ଆରମ୍ଭରୁ ବିଜେଡି ସରକାରଙ୍କୁ ସିଧା ହମଲା କରିଛନ୍ତି ମୋଦି।...

ପାଣ୍ଡିଆନ କଲେ ବଡ଼ ଘୋଷଣା, ଜୁନ ୯ରୁ ମାଗଣା…

ଭୁବନେଶ୍ୱର,୧୧।୫: ସୁନ୍ଦରଗଡ଼ର ରଘୁନାଥପାଲ୍ଲୀରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଜୋରଦାର ପ୍ରଚାର କରିଛନ୍ତି । ଜନସଭାରେ ଯୋଗ ଦେଇ ବିକାଶମୂଳକ କାମର ହିସାବ ଦେବା ସହ...

ପାଣ୍ଡିଆନଙ୍କ କଡ଼ା କାଉଣ୍ଟର

ଭୁବନେଶ୍ୱର,୧୧।୫: ରଘୁନାଥପାଲ୍ଲୀରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଜୋରଦାର ପ୍ରଚାର କରିଛନ୍ତି । ଜନସଭାରେ ଯୋଗ ଦେଇ ବିକାଶମୂଳକ କାମର ହିସାବ ଦେବା ସହ ବିରୋଧୀ...

ଅଧିକ ଯୌତୁକ ଦାବି କରି ଦ୍ୱିତୀୟ ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ

ଦିଗପହଣ୍ଡି,୧୧ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରୀ ଗାଁ ପଞ୍ଚାୟତ ଗଡ଼ ସାମନ୍ତରାପୁର ଗ୍ରାମର ବିଷ୍ଣୁପ୍ରିୟା ପାତ୍ରଙ୍କୁ ତାଙ୍କ ସ୍ବାମୀ ସନ୍ତୋଷ କୁମାର...

ବଲାଙ୍ଗୀରରେ ବି ନବୀନଙ୍କୁ ଚ୍ୟାଲେଞ୍ଜ କଲେ ମୋଦି, କହିଲେ…

ବଲାଙ୍ଗୀର,୧୧।୫: କନ୍ଧମାଳ ପରେ ବଲାଙ୍ଗୀରରେ ବିଶାଳ ଜନ ସମାବେଶକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଶନିବାର ସଭାକୁ ସମ୍ବୋଧନ କରିବା ସହ ସଭା ଆରମ୍ଭ ହେଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri