ଫେରିଲା ମଞ୍ଜୁଲିକା

ମୁମ୍ବାଇ: ଚଳିତ ବର୍ଷର ସବୁଠାରୁ ବଡ ହରର କମେଡି ଫିଲ୍ମର ଟ୍ରେଲର ରିଲିଜ୍ ହୋଇସାରିଛି । କାର୍ତ୍ତିକ ଆର୍ଯ୍ୟନ, କିଆରା ଆଡଭାନୀ ଓ ତବୁଙ୍କ ଅଭିନୀତ ଫିଲ୍ମ ‘ଭୁଲ ଭୁଲେୟା ୨’ର ଟ୍ରେଲର ଲଞ୍ଚ ହେବା ପରେ ଏବେ ଦର୍ଶକଙ୍କର ଉତ୍ସାହ ଦ୍ୱିଗୁଣିତ ହୋଇଛି । ଫିଲ୍ମର ଟ୍ରେଲର କାଫି ମଜାଦାର ଓ ଏଣ୍ଟରଟେନମେଣ୍ଟ ହୋଇଥିବାରୁ ଫିଲ୍ମଟି ମଧ୍ୟ ସେତିକି ଏଣ୍ଟରଟେନିଂ ହାଇଥିବ ବୋଲି ଆଶ କରାଯାଉଛି । ଏଥର ଭୁଳ ଭୁଲେୟା ୨ରେ ସସପେନ୍ସ, ହରର, ରୋମାନ୍ସ ଓ କମେଡିର ତଡକା ଦେଖିବାକୁ ମିଳିବ । ’ଭୁଲ ଭୁଲେୟା ୨’ ୨୦ ମେ ୨୦୨୨ରେ ରିଲିଜ୍ ହେବ । ଏଥିରେ କାର୍ତ୍ତିକ ଆର୍ଯ୍ୟନ, ତବୁ ଓ କିଆରାଙ୍କ ବ୍ୟତୀତ ରାଜପାଲ ଯାଦବ, ସଞ୍ଜୟ ମିଶ୍ର ବି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।
୨୦୦୭ରେ ଆସିଥିବା ‘ଭୁଲ ଭୁଲେୟା’ର ଏହା ହେଉଛି ସିକ୍ୱିଲ । ଫିଲ୍ମର ପ୍ରଥମ ଭାଗରେ ଶାଇନି ଆହୁଜା, ବିଦ୍ୟା ବଲାନ, ଅମିଶ।। ପଟେଲ ଅକ୍ଷୟ କୁମାର ଲିଡ ରୋଲରେ ନଜର ଆସିଥିଲେ । ସେ ସମୟରେ ଫିଲ୍ମକୁ ଭଲ ରେସପନ୍ସ ମିଳିଥିବା ବେଳେ କଳାକାରମାନଙ୍କ ଅଭିନୟକୁ ଦର୍ଶକେ ବେଶ ପସନ୍ଦ ବି କରିଥିଲେ । ଫିଲ୍ମ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା । ଏଥର ଭୁଲ ଭୁଲେୟା ୨ କୁ ଅନିସ ବଜମି ନିର୍ଦ୍ଦେଶନା ଦେଇଥିବା ବେଳେ ଭୁଷଣ କୁମାର ପ୍ରଯୋଜନା କରିଛନ୍ତି । ଏଥିରେ ପ୍ରଥମଥର ପାଇଁ କିଆରା ଓ କାର୍ତ୍ତିକଙ୍କ ଯୋଡିକୁ ଦେଖିବାକୁ ମିଳିବ । ତେବେ ଅପେକ୍ଷା ରହିଲା ଏହା ଦର୍ଶକଙ୍କୁ ବାନ୍ଧି ରଖିବାରେ କେତେ ସଫଳ ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

‘କ୍ୱାଥା’ରେ ଅଭିନୟ କରିବେ ଇସାବେଲ୍‌

ମୁମ୍ବାଇ: ଅଭିନେତ୍ରୀ କାଟ୍ରିନା କୈଫଙ୍କ ଭଉଣୀ ଇସାବେଲ୍‌ ‘କ୍ୱାଥା’ ଫିଲ୍ମରେ ଅଭିନୟ ଜୀବନ ଆରମ୍ଭ କରିବେ। ତାଙ୍କ ସହ ଅଭିନୟ କରିବେ ସଲମାନ୍‌ ଖାନ୍‌ଙ୍କ ଭିଣୋଇ...

ପୁଣି ଅକ୍ଷୟଙ୍କ ନାୟିକା ସାଜିବେ କ୍ରିତି: ‘ବଚ୍ଚନ ପାଣ୍ଡେ’ରେ କରିବେ କାମ

ବମ୍ବେ: ‘ହାଉସ୍‌ଫୁଲ-୪’ର ସଫଳତା ପରେ ପୁଣି ଥରେ ଏକାଠି କାମ କରିବେ ଅକ୍ଷୟ କୁମାର-କ୍ରିତିି ସାନନ। ଆସନ୍ତାବର୍ଷ କ୍ରିସ୍‌ମାସ ଅବସରରେ ରିଲିଜ ହେବାକୁ ଯାଉଥିବା ‘ବଚ୍ଚନ...

ଇନଷ୍ଟାଗ୍ରାମ ଆକାଉଣ୍ଟ ଡିଲିଟ୍ କଲେ ପୁନମ!

ମୁମ୍ବାଇ: ବୋଲ୍ଡ ଆକ୍ଟ୍ରେସ୍ ପୁନମ ପାଣ୍ଡେ ତାଙ୍କ ପ୍ରଶଂକଙ୍କୁ ନିରାଶ କରିଛନ୍ତି । ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଡିଲିଟ କରି ଟୁଇଟରରେ ଖ୍ରୀଷ୍ଟମାସର ଶୁଭେଚ୍ଛା...

ମାଳଦ୍ୱୀପରେ ଛୁଟି କାଟୁଛନ୍ତି ଅନୁଷ୍କା

ଦୀର୍ଘ ୫ ବର୍ଷର ବିରତି ପରେ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ବଡ ପରଦାରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ତାଙ୍କ ଅଭିନୀତ ଫିଲ୍ମ ‘ଚକଡା ଏକ୍ସପ୍ରେସ’...

ସଲମାନଙ୍କ ସହ ଥ୍ରୋ-ବ୍ୟାକ୍‌ ଫଟୋ ଶେୟାର କରି ଏମିତି ଲେଖିଲେ ଏହି ଅଭିନେତ୍ରୀ

ମୁମ୍ବାଇ: କିଛି ସପ୍ତାହ ଧରି ବଲିଉଡ୍‌ ଅଭିନେତ୍ରୀ ଅମିଷା ପଟେଲଙ୍କ ସୋସିଆଲ ମିଡିଆ ପୋଷ୍ଟ ଉପରେ ନଜର ରଖିଛନ୍ତି ପ୍ରଶଂସକ। ସେ ଗୋଟିଏ ପରେ ଗୋଟିଏ...

ଆସନ୍ତା ବର୍ଷ ରିଲିଜ ହେବ ଚିରଞ୍ଜିବଙ୍କ ଫିଲ୍ମ ‘ଭୋଳା ଶଙ୍କର’

ଚେନ୍ନାଇ: ସାଉଥର ମେଗାଷ୍ଟାର ଚିରଞ୍ଜିବଙ୍କୁ ସମସ୍ତେ ଜାଣନ୍ତି । ସେ ତାଙ୍କ କ୍ୟାରିୟରରେ ଦର୍ଶକଙ୍କୁ ବହୁତ ହିଟ ଫିଲ୍ମ ଭେଟି ଦେଇଛନ୍ତି । ଏହାରି ଭିତରେ...

ବାହୁବଳୀ ଅଭିନେତାଙ୍କ ନାଁରେ ମାମଲା

ହାଇଦ୍ରାବାଦ,୮।୮: ବାହୁବଳୀ ଫିଲ୍ମର ଅଭିନେତା ମଧୁ ପ୍ରକାଶଙ୍କ ନାଁରେ ବୁଧବାର ଏକ ମାମଲା ରୁଜୁ ହୋଇଛି। ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଅଭିଯୋଗରେ ପ୍ରକାଶଙ୍କ ନାଁରେ ମାମଲା...

ରାତିରେ ମୋ’ ଭିଡିଓ ଦେଖନ୍ତି, ସକାଳୁ ମୋତେ ଟ୍ରୋଲ କରନ୍ତି: ପୁନମ୍‌

ବମ୍ବେ: ରାତିରେ ମୋ’ ଭିଡିଓ ଦେଖନ୍ତି, ସକାଳେ ମୋତେ ଟ୍ରୋଲ କରନ୍ତି। କିଛି ଏଭଳି ଢଙ୍ଗରେ ନିଜର ଟ୍ରୋଲରଙ୍କୁ ଜବାବ ଦେଇଛନ୍ତି ମଡେଲ ତଥା ଅଭିନେତ୍ରୀ...

Advertisement
Archives

Model This Week