ମିଳିଲା ଅନୁମତି, ପରୀକ୍ଷା ପରିଚାଳନା କରିବ ଭିମ୍‌ସାର

ସମ୍ବଲପୁର,୧୬ା୪(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟର (ଭିମ୍‌ସାର) ଚଳିତ ଶିକ୍ଷାବର୍ଷରୁ ନିଜେ ପରୀକ୍ଷା ପରିଚାଳନା କରିବ। ଏ ନେଇ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ୨୦୧୪ରୁ ଏହା ସ୍ବୟଂଶାସିତ ଘୋଷଣା ହୋଇଥିଲା। କର୍ତ୍ତୃପକ୍ଷ, ପିଜି ଓ ଏମ୍‌ବିବିଏସ୍‌ ଛାତ୍ରୀଛାତ୍ର, ବିଭିନ୍ନ ସଙ୍ଗଠନ କର୍ମକର୍ତ୍ତା ଭିମ୍‌ସାର ପରୀକ୍ଷା ପରିଚାଳନା କରୁ ବୋଲି ଦାବି କରିଆସୁଥିଲେ। ଏହା ପୂରଣ ହୋଇଥିବାରୁ କର୍ତ୍ତୃପକ୍ଷ ଓ ଛାତ୍ରୀଛାତ୍ର ବେଶ୍‌ ଉତ୍ସାହିତ ଅଛନ୍ତି। ଭିମ୍‌ସାର ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେର କହିଛନ୍ତି, ପରୀକ୍ଷା ପରିଚାଳନା ନେଇ ଦାବି ହୋଇଆସୁଥିଲା। ଏସ୍‌ୟୁ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ଆଗାମୀ ଶିକ୍ଷାବର୍ଷରୁ ପରିଚାଳନା ହେବ। ପରୀକ୍ଷା ନିୟନ୍ତ୍ରଣରେ ଡାକ୍ତରଙ୍କୁ ନିଯୁକ୍ତି କରାଯିବ। ସେମାନେ ଅଭିଜ୍ଞ ନ ଥିବାରୁ ସାମାନ୍ୟ ସମସ୍ୟା ହୋଇପାରେ। ହେଲେ ସମସ୍ତଙ୍କ ସହଯୋଗରେ ପରୀକ୍ଷା କରାଯାଇ ପାରିବ ବୋଲି କହିଥିଲେ। ୟୁଜି ଛାତ୍ରଙ୍କ କହିବା କଥା ପୂର୍ବରୁ ପରୀକ୍ଷା ହେବାରେ ସମସ୍ୟା ହେଉଥିଲା। ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ ହେଉଥିଲା। ତେଣୁ ଶିକ୍ଷାବର୍ଷ ଶେଷ ହେବାରେ ମଧ୍ୟ ବିଳମ୍ବ ହୋଇଯାଉଥିଲା। ପରୀକ୍ଷା କାମ ପାଇଁ ଭିମ୍‌ସାର ଅଧିକାରୀ ଓ କର୍ମଚାରୀଙ୍କୁ ବାରମ୍ବାର ଏସ୍‌ୟୁ ଯିବାଆସିବା କରିବାକୁ ପଡୁଥିଲା। ଏବେ ଭିମ୍‌ସାର ଠିକ୍‌ ସମୟରେ ନିଜେ ପରୀକ୍ଷା କରିବ ଓ ପରୀକ୍ଷାଫଳ ପ୍ରକାଶ ପାଇବ। ଏଥିରେ ଛାତ୍ରୀଛାତ୍ରଙ୍କୁ ଲାଭ ମିଳିପାରିବ। ସୂଚନାଯୋଗ୍ୟ ଭିମ୍‌ସାରରେ ୧ ହଜାର ଏମ୍‌ବିବିଏସ୍‌ ଓ ୩୦୦ ପିଜି ସିଟ୍‌ ରହିଛି। ନିଜେ ପରିଚାଳନା କଲେ ୧୩ଶହ ଛାତ୍ରୀଛାତ୍ର ଉପକୃତ ହୋଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri