Posted inଜାତୀୟ

ଭାଜପା ନେତ୍ରୀଙ୍କୁ ଚୁପ କଲେ ପୁନମ

ନୂଆଦିଲ୍ଲୀ,୩୦ ।୧୦: କଂଗ୍ରେସ ଏବେ ଚଳାଇଛି ତା’ର ଭାରତ ଯୋଡୋ ଯାତ୍ରା । ଏଥିରେ ରାଜନେତାଙ୍କଠାରୁ ଆରମ୍ଭ କରି କଂଗ୍ରେସ କର୍ମୀ ଓ କେବେ କେବେ କେତେଜଣ ସେଲିବ୍ରିଟି ଏଥିରେ ସାମିଲ ହୋଇଥିବା ଦେଖାଯାଇଛି । ଏବେ ଭାରତ ଯୋଡୋ ଯାତ୍ରାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଅଭିନେତ୍ରୀ ପୁନମ କୌରଙ୍କ ଫଟୋ ଭାଇରାଲ ହେବା ପରେ ଭାରତୀୟ ଜନତା ପାର୍ଟି(ଭାଜପା) ନେତ୍ରୀ ପ୍ରିତି ଗାନ୍ଧୀ ଏହାକୁ ନେଇ ଟିପ୍ପଣି କରିଥିବାରୁ ଶନିବାର ତାଙ୍କୁ ଟ୍ରୋଲ କରାଯାଇଛି । ଏମାନଙ୍କ ଫଟୋକୁ ନେଇ ଭୁଲ ଟିପ୍ପଣି ଦେବା ତାଙ୍କ ପାଇଁ ମହଙ୍ଗା ପଡିଛି । ଗୋଟିଏ ପଟେ ସୋସିଆଲ ମିଡିଆ ୟୁଜର୍ସ ତାଙ୍କୁ ଟ୍ରୋଲ କରିଥିବା ବେଳେ କଂଗ୍ରେସ ବି ଏହାର ଜବାବ ଦେଇଛି । ଅଭିନେତ୍ରୀ ପୁନମ କୌର ସାମ୍ନାକୁ ଆସି ଭାଜପା ନେତ୍ରୀ ପ୍ରିତି ଗାନ୍ଧୀଙ୍କୁ କଡା ଜବାବ ଦେଇଛନ୍ତି । ସେ କହିଛନ୍ତି ଭାରତ ଯୋଡୋ ଯାତ୍ରାରେ ରାହୁଲ ଗାନ୍ଧୀ କାହିଁକି ତାଙ୍କ ହାତ ଧରିଥିଲେ ।
ସୂଚନାଯୋଗ୍ୟ, ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଓ ପୁନମ କୌରଙ୍କର ଏକ ଫଟୋ ଭାଇରାଲ ହୋଇଥିଲା । ଏଥିରେ ଉଭୟ ଉଭୟଙ୍କ ହାତ ଧରିଥିବା ଦେଖାଯାଇଥିଲା । ଏହାକୁ ଟୁଇଟରରେ ପୋଷ୍ଟ କରି କର୍ନାଟକର ଭାଜପା ନେତୀ ପ୍ରିତି ଗାନ୍ଧୀ ଓଲଟା ଟିପ୍ପଣି ଦେଇଥିଲେ । ସେ ଏଥିରେ ଲେଖିଥିଲେ, ଜେଜେବାପାଙ୍କ ପଦାଙ୍କ ଅନୁସରଣ କରୁଛନ୍ତି ।
ପ୍ରିତି ଗାନ୍ଧୀଙ୍କ ଏହି ଟୁଇଟ ଉପରେ ପୁନମ କଡା ଜବାବ ଦେଇଛନ୍ତି । ଏହାକୁ ରିଟୁଇଟ କରି ପୁନମ ଲେଇଛନ୍ତି ବାସ୍ତବରେ ଆପଣ ଅପମାନ କରୁଛନ୍ତି । ମନେ ରଖନ୍ତୁ ପ୍ରଧାନମନ୍ତ୍ରୀ ନାରୀ ଶକ୍ତି କଥା କହୁଛନ୍ତି । ମୁଁ ଝୁଣ୍ଟି ପଡିଥିଲି ଓ ପଡିଯାଇଥାଆନ୍ତି, ସେତେବେଳେ ସାର ମୋ ହାତକୁ ଏମିତି ଧରି ନେଇଥିଲେ । ସେ ରାହୁଲ ଗାନ୍ଧୀଙ୍କ ପାଇଁ ଲେଖିଛନ୍ତି ଥ୍ୟାଙ୍କ ୟୁ ସାର ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri