Posted inଜାତୀୟ

କମ୍ପ୍ୟୁଟରରେ ମିଛ ପ୍ରମାଣ ଭରିଥିଲା ପୋଲିସ

ଓ୍ବାଶିଂଟନ୍‌/ପୁଣେ,୨୦।୬: ମହାରାଷ୍ଟ୍ରର ବହୁଚର୍ଚ୍ଚିତ ଭୀମା-କୋରେଗାଓଁ ହିଂସା ମାମଲାରେ ପୁଣେ ପୋଲିସ ୧୬ ଜଣ ସାମାଜିକ କର୍ମୀ ଓ ବୁଦ୍ଧିଜୀବୀଙ୍କୁ ଗିରଫ କରିବା ପୂର୍ବରୁ ସେମାନଙ୍କ କମ୍ପ୍ୟୁଟରରେ ମିଥ୍ୟା ଫାଇଲ ପ୍ଲାଣ୍ଟ୍‌ କରିଥିଲା। ସରକାର ଓ ଏକ ଟେକ୍ନୋଲୋଜି ସଂସ୍ଥାର ମିଳିତ ଉଦ୍ୟମରେ ସ୍ବର୍ଗତ ଷ୍ଟାନ୍‌ ସ୍ବାମୀ, ଓ୍ବାରାଓ୍ବାରା ରାଓ, ରୋନା ଓ୍ବିଲ୍‌ସନ ଏବଂ ହାନି ବାବୁଙ୍କ ବିରୋଧରେ ମିଛ ପ୍ରମାଣ ପ୍ରସ୍ତୁତ କରାଯାଇଥିଲା। ଏଥିପାଇଁ ପୋଲିସ ହ୍ୟାକର୍ସ ଗ୍ରୁପ୍‌ର ସହାୟତା ନେଇଥିବା ବର୍ତ୍ତମାନ ଆମେରିକୀୟ ଟେକ୍‌ ଫାର୍ମ ‘ସେଣ୍ଟିନେଲ୍‌ ଓ୍ବାନ୍‌’ର ଗବେଷଣାରୁ ଜଣାପଡ଼ିଛି। ଏହାର ଏକ ବିସ୍ତୃତ ରିପୋର୍ଟ ସେଠାକରେ ଜଣାଶୁଣା ପତ୍ରିକା ‘ଓ୍ବାୟର୍ଡ’ରେ ପ୍ରକାଶ ପାଇଛି।
ବ୍ରିଟିଶ ସେନା ପକ୍ଷରୁ ପେଶଓ୍ବାର ଆର୍ମି ବିରୋଧରେ ମାହାର ଦଳିତ ରେଜିମେଣ୍ଟ ଯୁଦ୍ଧରେ ବିଜୟୀ ହୋଇଥିଲା। ୨୦୧୮ ଜାନୁୟାରୀ ୧ରେ ପଶ୍ଚିମ ମହାରାଷ୍ଟ୍ରର ପୁଣେ ନିକଟସ୍ଥ ଭୀମା-କୋରେଗାଓଁରେ ଏହାର ୨୦୦ତମ ବାର୍ଷିକୀ ପାଳନ ଅବସରରେ ଭୀମା କୋରେଗାଓଁ ଗ୍ରାମରେ ଦଳିତ ଓ ମରାଠୀ ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ହୋଇଥିଲା। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ ଆହତ ହୋଇଥିଲେ।

ଏଥିପାଇଁ ପୂର୍ବରାତିରେ ଏଲ୍‌ଗାର ପରିଷଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବକ୍ତାମାନଙ୍କ ଉତ୍ତେଜକ ଭାଷଣକୁ ପୋଲିସ ଦାୟୀ କରିଥିଲା। ଘଟଣାରେ ସ୍ବର୍ଗତ ଷ୍ଟାନ୍‌ ସ୍ବାମୀ, ଓ୍ବାରାଓ୍ବରା ରାଓ, ରୋନା ଓ୍ବିଲ୍‌ସନ, ହାନି ବାବୁ, ସୁଧା ଭରଦ୍ୱାଜ, ଅରୁଣ ଫେରେଇରା, ଅରୁଣ ଗୋନ୍‌ସାଲ୍‌ଭେସ୍‌, ଆନନ୍ଦ ତେଲ୍‌ତୁମ୍ବଡେ, ଗୌତମ ନଭ୍‌ଲଖା, ଭେରନୋନ ଗୋନ୍‌ସାଲ୍‌ଭେସ୍‌ଙ୍କ ସମେତ ୧୬ ଜଣଙ୍କୁ ପୁଣେ ପୋଲିସ ଗିରଫ କରିଥିଲା। ପରେ ଘଟଣାର ତଦନ୍ତ ଭାର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ନେଇଥିଲା। ଏନ୍‌ଆଇଏ ସମସ୍ତ ଅଭିଯୁକ୍ତଙ୍କ ନାମରେ ବେଆଇନ କାର୍ଯ୍ୟକଳାପ ନିରୋଧୀ ଆଇନ (ୟୁଏପିଏ) ବଳରେ ମାମଲା ରୁଜୁ କରିଥିଲା। ସେମାନେ କେନ୍ଦ୍ର ସରକାରଙ୍କ ପତନ ପାଇଁ ଷଡ଼ଯନ୍ତ୍ର କରିଥିବା ଏନ୍‌ଆଇଏ ଅଭିଯୋଗ ଆଣିଥିଲା। ଏପରି କି ଅଭିଯୁକ୍ତମାନେ ମାଓବାଦୀଙ୍କ ସହ ସମ୍ପର୍କ ରଖିଥିବା ମଧ୍ୟ କୁହାଯାଇଥିଲା। ଗିରଫଙ୍କ ମଧ୍ୟରୁ କେତେଜଣ ସିପିଆଇ (ମାଓବାଦୀ)ର ସକ୍ରିୟ ସଦସ୍ୟ ଥିଲେ। ସେମାନେ ମାଓବାଦୀ ଚିନ୍ତାଧାରା ପ୍ରଚାର ସହ ହିଂସାକାଣ୍ଡ ଭିଆଇଥିଲେ ବୋଲି ଏହି ତଦନ୍ତକାରୀ ସଂସ୍ଥା କହିଥିଲା।
ଓ୍ବାନ୍‌ ରିପୋର୍ଟ ମୁତାବକ, ପୁଣେ ପୋଲିସ ହ୍ୟାକର୍ସଙ୍କ ସହାୟତାରେ ରୋନା ଓ୍ବିଲ୍‌ସନ ଏବଂ ଓ୍ବାରାଓ୍ବାରା ରାଓଙ୍କ କମ୍ପ୍ୟୁଟର ଓ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ ହ୍ୟାକ୍‌ କରିଥିଲା। ନେ୍‌ଟ ଓ୍ବେର ମାଲ୍‌ଓ୍ବେର ଜରିଆରେ ଓ୍ବିଲ୍‌ସନ୍‌ଙ୍କ କମ୍ପ୍ୟୁଟରରେ ୩୨ଟି ଫାଇଲ ଏଣ୍ଟ୍ରି କରାଇଥିଲା। ଆର୍ସେନାଲ ବିଶେଷଜ୍ଞଙ୍କ ମତରେ ଓ୍ବାରାଓ୍ବାରାଙ୍କ ଇ-ମେଲ୍‌ରୁ ଯାଇଥିବା ଏକ ଆଟାଚ୍‌ମେଣ୍ଟରେ ମାଲଓ୍ବେରକୁ ‘ମଡିଫାଏଡ ଏଲିଫ୍ୟାଣ୍ଟ’ ଜରିଆରେ ଓ୍ବିଲସନ୍‌ଙ୍କ ଉପକରଣରେ ପ୍ଲାଣ୍ଟ୍‌ କରାଯାଇଥିଲା। ଓ୍ବିଲ୍‌ସନ୍‌, ଓ୍ବରାଓ୍ବରା, ହାନି ବାବୁଙ୍କ ଇ-ମେଲ୍‌କୁ ଅନ୍ୟ ମେଲ୍‌ ଆଇଡି ଏବଂ ଫୋନ୍‌ ନମ୍ବରରେ ବ୍ୟାକ୍‌ଅପ୍‌ କରାଯାଇଥିଲା। ସେମାନଙ୍କ ଅଜାଣତରେ ଇ-ମେଲ୍‌ ଆଇଡିରୁ ଅନ୍ୟମାନଙ୍କୁ ମେଲ୍‌ ପଠାଯିବା ସହ ସମସ୍ତଙ୍କ ବ୍ୟକ୍ତିଗତ ତଥ୍ୟ, ଠିକଣା ଆଦି ପୁଣେ ପୋଲିସ ହାତେଇଥିଲା। ଯେଉଁମାନଙ୍କ ନିକଟକୁ ଫିଶିଂ-ମେଲ୍‌ ପ୍ରେରଣ କରାଯାଇଥିଲା, ପୋଲିସ ସେମାନଙ୍କୁ ମଧ୍ୟ ଗିରଫ କରିଥିଲା। ଏ ନେଇ ଆର୍ସେନାଲ ଫାର୍ମ ଅଧ୍ୟକ୍ଷ ମାର୍କ ସ୍ପେନ୍‌ସର ତାଙ୍କ ଭାରତୀୟ ପ୍ରତିପକ୍ଷଙ୍କୁ ଜଣାଇଥିଲେ। ତେବେ ଏପରି ଘଟଣା ନୂଆ ନୁହେଁ। ୨୦୧୨ରେ ମଧ୍ୟ ସମାନ ହ୍ୟାକର୍ସ ଗ୍ରୁପ୍‌ ଅନେକ ସାମାଜିକ କାର୍ଯ୍ୟକର୍ତ୍ତା, ଆଇନଜୀବୀ, ଜର୍ନାଲିଷ୍ଟଙ୍କୁ ଟାର୍ଗେଟ କରିଥିଲେ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି। ଏଭଳି କାର୍ଯ୍ୟ ଅନୈତିକ ବୋଲି ସେଣ୍ଟିନେଲ ଓ୍ବାନ୍‌ର ସିକ୍ୟୁରିଟି ବିଶେଷଜ୍ଞ ଆଣ୍ଡ୍ରେସ୍‌ ଗୁଏରେରୋ-ସାଡେ କହିଛନ୍ତି। ସେ ଏବଂ ତାଙ୍କ ସହଯୋଗୀ ଟମ୍‌ ହେଗେଲ ଆସନ୍ତା ଅଗଷ୍ଟରେ ହେବାକୁ ଥିବା ବ୍ଲାକ୍‌ ହ୍ୟାଟ୍‌ ସିକ୍ୟୁରିଟି କନ୍‌ଫରେନ୍ସରେ ଗବେଷଣାର ବିସ୍ତୃତ ବିବରଣୀ ଉପସ୍ଥାପନ କରିବେ। ଏହା ଅଭିଯୁକ୍ତମାନଙ୍କୁ ଦୋଷମୁକ୍ତ କରାଇ ନ୍ୟାୟ ପ୍ରଦାନର ପଥ ପରିଷ୍କାର କରିବ ବୋଲି ସେଣ୍ଟିନେଲ ଓ୍ବାନ୍‌ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

‘ଦେଶର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ?’ ଅଭିଜିତ ଦୀପକେଙ୍କ ଉତ୍ତରକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜୀତ ଦୀପକେଙ୍କୁ ଯେତେବେଳେ ପଚରାଯାଇଥିଲା ଯେ, ଦେଶର ଏପର୍ଯ୍ୟନ୍ତର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ, ସେତେବେଳେ ସେ ପଣ୍ଡିତ…

ଭବାନୀପାଟଣାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୩୨ କିଲୋ ବାସି-କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ନଷ୍ଟ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ସୋମବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ପୋଲିସ ସହଯୋଗରେ ଚଢ଼ାଉ…

ଧୋକା ଦେଲେ ସରକାର! ପୁଣି ବଡ଼ ଆନ୍ଦୋଳନ ଘୋଷଣା କଲା CJP: ଏଇଠୁ ହେବ ଆରମ୍ଭ

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP) ଆସନ୍ତା ୫ ସେପ୍ଟେମ୍ବରରେ ଦିଲ୍ଲୀରେ ରାଷ୍ଟ୍ରବ୍ୟାପୀ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛି। ଦଳ ଭାରତ ସରକାରଙ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri