ସ୍ବାମୀକୁ ଝୁରି ହେଉଛନ୍ତି ୭ ମାସର ଗର୍ଭବତୀ

ଭୁବନେଶ୍ୱର,୬।୬(ବ୍ୟୁରୋ): ବାହାନଗା ଟ୍ରେନ ଟ୍ରାଜେଡି ପରେ ଏବେ ମୃତଦେହ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି। ଭୁବନେଶ୍ୱର ଏମ୍ସ ସହ ଅନ୍ୟ ହସ୍ପିଟାଲରେ ସମ୍ପର୍କୀୟମାନେ ମୃତଦେହ ନେବାକୁ ଅପେକ୍ଷା କରିଛନ୍ତି। ଏଥିପାଇଁ ପ୍ରଶାସନ ଓ ହସ୍ପିଟାଲ ପକ୍ଷରୁ ସେମାନଙ୍କୁ ସମସ୍ତ ସହଯୋଗ ଯୋଗାଇ ଦିଆଯାଉଛି। ହେଲେ ବହୁ ମୃତଦେହ ନଷ୍ଟ ହୋଇଯାଇଥିବାରୁ ଚିହ୍ନିବା କଷ୍ଟକର ହୋଇପଡିଛି। ଫଳରେ ପ୍ରଶାସନ ପାଇଁ ଏହା ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଅନ୍ୟପଟେ ପରିବାର ଓ ସମ୍ପର୍କୀୟମାନେ ମୃତକଙ୍କ ଫଟୋ ଧରି ଗୋଟିଏ ପରେ ଗୋଟିଏ ହସ୍ପିଟାଲ ଦୌଡି ନୟାନ୍ତ ହୋଇଥିଲେ ମଧ୍ୟ କୌଣସି ପତ୍ତା ନ ପାଇବାରୁ ନିରାଶ ହୋଇପଡିଛନ୍ତି। ବିହାରର ମହମ୍ମଦ ସୌକତ ପୁଅ ମହମ୍ମଦ ତସ୍‌ୱରଙ୍କର ଟ୍ରେନ୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ନେଇ ତାଙ୍କ ବୋହୂ ତଥା ତସ୍‌ଓ୍ବରଙ୍କ ସ୍ତ୍ରୀଙ୍କୁ ଖବର ଦେଇଥିଲେ। ଏହାପରେ ସ୍ବାମୀଙ୍କ ସମ୍ପର୍କରେ ଟିଭିରୁ ଜାଣିବା ପରେ ୭ ମାସର ଗର୍ଭବତୀ ଥିବା ସ୍ତ୍ରୀ ବୁକୁ ଫଟାଇ କାନ୍ଦୁଛନ୍ତି। ଏପଟେ ବାପା ମହମ୍ମଦ ପୁଅକୁ ଖୋଜିବାକୁ ବାଲେଶ୍ୱରରେ ଆସି ପହଞ୍ଚିଥିଲେ। ସେଠାରେ କୌଣସି ପତ୍ତା ନ ପାଇବାରୁ କେତେଜଣ ରେଳ କର୍ମଚାରୀ ଭୁବନେଶ୍ୱର ଏମ୍ସ କିମ୍ବା କଟକ ଯିବାକୁ କହିଥିଲେ। ହେଲେ ଏମ୍ସରେ ଦୀର୍ଘ ସମୟର ଧାଁ ଦୌଡ କରିଥିଲେ ମଧ୍ୟ ପୁଅର ମୃତଦେହ କିମ୍ବା ତାଙ୍କ ସମ୍ପର୍କରେ କିଛି ସୂଚନା ପାଇ ନ ଥିଲେ। ତାଙ୍କୁ ଦେଖି କେତେଜଣ ପୋଲିସ କର୍ମଚାରୀ କଟକ ଯିବାକୁ କହିବାରୁ ସେ ରାଗିଯାଇଥିଲେ। ଗୋଟିଏ ପଟେ ମୃତଦେହ ଚିହ୍ନଟ କରିବା କଷ୍ଟକର ହୋଇଥିବା ବେଳେ ଅନ୍ୟପଟେ ପ୍ରଶାସନ ପକ୍ଷରୁ ଠିକ ସହଯୋଗ କରାଯାଉ ନ ଥିବା ସେ ଅଭିଯୋଗ କରିଛନ୍ତି। ଏପରିକି ତାଙ୍କ ପୁଅର ମୃତଦେହକୁ ଫିଙ୍ଗି ଦିଆଯାଇଥିବା ସେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେହିପରି ବିହାରର ଲକ୍ଷ୍ମୀଶ୍ୱର ଠାକୁର ମଧ୍ୟ ଜଣଙ୍କ ମୃତଦେହ ଚିହ୍ନଟ କରିଥିବା ବେଳେ ଅନ୍ୟ ୫ ଜଣଙ୍କୁ ଏଯାବତ୍‌ ଚିହ୍ନଟ କରି ପାରିନାହାନ୍ତି। ଫଳରେ ୫ ଜଣଙ୍କ ଫଟୋକୁ ଧରି ହସ୍ପିଟାଲ ସାରା ଘୁରି ବୁଲୁଥିବା ସେ କହିଛନ୍ତି। ଏହିଭଳି କିଏ ସ୍ବାମୀଙ୍କ ଫଟୋ ଧରି ତ ପୁଣି କିଏ ସ୍ତ୍ରୀ, ଭାଇଙ୍କ ଫଟୋ ଧରି ପଚାରି ବୁଝୁଛନ୍ତି। ତେଣୁ ଏଭଳି ପରିସ୍ଥିତିରେ ନିଖୋଜ ବ୍ୟକ୍ତିଙ୍କ ଖୋଜିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ମୋଟ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି...

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

ବିଜେଡି ପ୍ରାର୍ଥୀ ଘୋଷଣା ପରେ ବଡ଼ ବୟାନ ଦେଲେ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ଦଳ ଚିଲିକାରୁ ରଘୁନାଥ ସାହୁଙ୍କୁ ପ୍ରାର୍ଥୀ କରିଛି। ତେବେ ଚିଲିକା...

ବଡଚଣାରୁ ଲଢିବେ ବର୍ଷା, କେଉଁଠୁ ଲଢିବେ ଅନୁଭବ?

ଭୁବନେଶ୍ୱର,୨୦।୪: ବିଜେଡି ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁଥିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସରପ୍ରାଇଜ କ୍ୟାଣ୍ଡିଡେଟ୍‌ ଭାବେ ବର୍ଷା ପ୍ରିୟଦର୍ଶିନୀଙ୍କୁ...

ଏହି ୨ ବିଧାୟକଙ୍କୁ ମିଳିଲାନି ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ପ୍ରାର୍ଥୀ ଘୋଷଣାରେ ଚମ୍ପୁଆ ବିଧାୟକ ମିନାକ୍ଷୀ ମହାନ୍ତ ଏବଂ ଆନନ୍ଦପୁର...

ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା: ୫ ବିଧାୟକଙ୍କ କଟିଲା ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଟିକେଟ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ତାଲିକାରେ...

ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଟିକେଟ୍‌ କାଟି ବର୍ଷାଙ୍କ ଉପରେ ଭରସା

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବିଜେଡି ବଡ଼ଚଣାର ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଟିକେଟ୍‌ କଟିଛି। ତାଙ୍କ...

ସର୍‌ପ୍ରାଇଜ୍‌ କଲେ ନବୀନ, ଆଶାୟୀ ବରିଷ୍ଠ ନେତାଙ୍କ କାଟିଲେ ଟିକେଟ୍‌!

ଭୁବନେଶ୍ୱର,୨୦।୪: ପୁରୁଖା ନେତାଙ୍କ ଉପରେ ବିଜେଡିର ଭରସା ପାଉନାହିଁ। ଏହାର ପ୍ରମାଣସ୍ବରୂପ ନିର୍ବାଚନ ମଇଦାନକୁ ଦଳ ସଦ୍ୟ ସାମିଲ ହୋଇଥିବା ପ୍ରାର୍ଥୀଙ୍କୁ ଓହ୍ଲାଉଛି। ଫଳରେ ଦୀର୍ଘଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri