ବିଲୁପ୍ତିର ଦ୍ୱାରଦେଶରେ ଭାଗବତ ମୁଣ୍ଡିଆ ପାହାଡ଼

ଖଣ୍ଡପଡ଼ା,୧୨ା୮(ଅଜୟ କୁମାର ମହାରଣା): ବିଲୁପ୍ତିର ଦ୍ୱାରଦେଶରେ ପହଞ୍ଚତ୍ଥିବା ଭାଗବତ ମୁଣ୍ଡିଆର ସୁରକ୍ଷା ଦିଗରେ ପ୍ରଶାସନ ଦୃଷ୍ଟି ଦେଉନାହିଁ । ଏ ସଂକ୍ରାନ୍ତରେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି, ବିଶିଷ୍ଟ ପରିବେଶବିତ୍‌ ତଥା ଗଛସାର ଭାବେ ପରିଚିତ ଅନ୍ତର୍ଯ୍ୟାମୀ ସାହୁ ନୟାଗଡ଼ ଜିଲା ପ୍ରଶାସନକୁ ବାରମ୍ବାର ଲିଖିତ ଭାବେ ଅବଗତ କରିଥିଲେ । ହେଲେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି  । ସେହି ପାହାଡ଼କୁ ନିଲାମ ଦିଆଯାଇ ନ ଥିଲା । ପୂର୍ବରୁ ପଥର ଚୋରା ଚାଲାଣ କରାଯାଇ ପାହାଡ଼କୁ ଧ୍ୱଂସ କରିଦିଆଯାଇଥିଲା । ପରବର୍ତ୍ତୀ ସମୟରେ ପାହାଡ଼ରୁ ବେନିୟମ ଭାବେ ମୋରମ ଚାଲାଣ ଯୋଗୁ ତାହା ଦୟନୀୟ ହୋଇପଡିଛି ବୋଲି ଅଭିଯୋଗ ହୋଇଛି ।

ପରିବେଶ ସୁରକ୍ଷା ପାଇଁ ଜଙ୍ଗଲ, ପାହାଡ଼ର ସୁରକ୍ଷା ଜରୁରୀ ଅଟେ । ମାତ୍ର ଆଜିର ମଣିଷ ସମାଜ ନିଜ ଆବଶ୍ୟକତା ପୁରଣ ନିମନ୍ତେ ସବୁବେଳେ ପାହାଡ, ଜଙ୍ଗଲକୁ ଲୁଟ୍‌ କରିବାରେ ଲାଗି ପଡିଛନ୍ତି । ରାଜସ୍ବ ବୃଦ୍ଧି ନିମନ୍ତେ ତହସିଲ ପକ୍ଷରୁ ନିଲାମ ଦିଆଯାଉଥିବା ପାହାଡ଼ ଜଙ୍ଗଲକୁ ମଣିଷ ପଦା କରିବାକୁ ବସିଲାଣି  । ଅନେକ ପଥର ବ୍ୟବସାୟୀ ପଥରକ୍ୱାରୀ ନିଲାମ ନ ନେଇ ମଧ୍ୟ ବିଭିନ୍ନ ନୀତି ନିୟମକୁ ଉଂଲ୍ଲଘନ କରି ଜଙ୍ଗଲ ପାହାଡ଼ରୁ ଚୋରାରେ ପଥର ଲୁଟୁଥିବା ଅଭିଯୋଗ ହେଉଛିି । ଏଥିଯୋଗୁ ପୁରାତନ ଯୁଗର କୀର୍ତ୍ତିବହନ କରୁଥିବା ଅନେକ ପାହାଡ଼ ଧ୍ୱଂସ ହେବାକୁ ବସିଛି । ସେଥିମଧ୍ୟରୁ ନୟାଗଡ଼ ଜିଲା କଣ୍ଟିଲୋ ଗ୍ରାମ ନିକଟ ଐତିହ୍ୟ ସମ୍ପନ୍ନ ଭାଗବତ ମୁଣ୍ଡିଆ ପାହାଡ଼ ଅନ୍ୟତମ ବୋଲି ସୂଚନା ମିଳିଛି ।

କଣ୍ଟିଲୋ ନୀଳମାଧବଜୀଉ ପର୍ଯ୍ୟଟନ କ୍ଷେତ୍ର ନିକଟସ୍ଥ ଭାଗବତ ମୁଣ୍ଡିଆ ଏକ ଆଧ୍ୟାତ୍ମିକ, ସାଂସ୍କୃତିକ  ତଥା ସାମାଜିକ ସଦ୍‌ଭାବନାସ୍ଥଳୀ ଅଟେ । ଭାଗବତ ମୁଣ୍ଡିଆର ଶୀର୍ଷଦେଶରେ ଏକ ପଥରଗୁମ୍ପାରେ ଭାଗବତ ଠାକୁର ଦୀର୍ଘବର୍ଷରୁ ପୂଜା ପାଇ ଆସୁଛନ୍ତି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ପାହାଡ଼ଟି ଅଞ୍ଚଳବାସୀ ତଥା ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଥାଏ  । ପ୍ରତିବର୍ଷ ଭାଦ୍ରବ ମାସ ପୂର୍ଣ୍ଣମୀ ତିଥି ଭାଗବତ ଜନ୍ମ ଦିବସରେ ପାହାଡ଼ ଶୀର୍ଷରେ ଥିବା ଠାକୁରଙ୍କ ନିକଟରେ ମହିଳା ପୁରୁଷ ଭକ୍ତମାନେ ଏକାଠି ହୋଇ ପୂଜାର୍ଚ୍ଚନା ସହ ଭାଗବତ ପଠନ କରିଥାଆନ୍ତି । ସେହିପରି ରଜ ପର୍ବ ସମୟରେ କଣ୍ଟିଲୋ ଓ ଏହାର ଆଖପାଖ ଅଞ୍ଚଳର ଝିଅପୁଅମାନେ ଘରୁ ମୁଢି, ମୁଆଁ, ଉଖୁଡା, ପିଠା ଆଦି ଧରି ଭାଗବତ ମୁଣ୍ଡିଆ ପାହାଡ଼ ନିକଟରେ ଥିବା ଆମ୍ବ ତୋଟାରେ ଏକାଠି ହୋଇଥାଆନ୍ତି । ସେଠାରେ ଗଛ ଡାଳରେ ରଜ ଦୋଳି ଖେଳ, ରଜଗୀତ ଗାଇ ମଜା ଉଠାଇଥାଆନ୍ତି । ଖେଳ ନାଚକୁଦ ପରେ ଘରୁ ନେଇଥିବା ପିଠାପଣା ପରସ୍ପର ମଧ୍ୟରେ ଦିଆନିଆ କରି ଭାଇଚାରା ସୃଷ୍ଟି କରନ୍ତି । ଏହାଦ୍ୱାରା ସାମାଜିକ ସଦ୍‌ଭାବ ଗଢି ଉଠିଥାଏ  ।

ସେହିପରି ବର୍ଷା ଋତୁରେ ବର୍ଷାର ଅଭାବ ଯୋଗୁ ମରୁଡ଼ି ପରିସ୍ଥିତି ସୃଷ୍ଟି ନ ହେବା ପାଇଁ ଏହି ଭାଗବତ ମୁଣ୍ଡିଆରେ ଗିରି ଗୋବର୍ଦ୍ଧନ ଓ ଇନ୍ଦ୍ର ପୂଜା କରାଯାଇଥାଏ । ଫଳରେ ପରିବେଶ ସୁରକ୍ଷା ସହିତ ସାମାଜିକ କ୍ଷେତ୍ରରେ ଭାଗବତ ମୁଣ୍ଡିଆର ସ୍ଥିିତି ଗୁରୁ୍‌ତ୍ୱ ବହନ କରିଥାଏ । ଏହାଛଡା ଏହି ପାହାଡ଼କୁ ଲାଗି ‘ସେରେଣ୍ଡା’ନାମକ ଏକ ବିରାଟ ପଥର ରହିଛି । ଏହି ପଥରରେ ଥିବା ଏକ ଖାଲରେ ବର୍ଷା ଦିନେ ଜମା ହୋଇ ରହୁଥିବା ପାଣିକୁ ଜଙ୍ଗଲର ଜୀବଜନ୍ତୁ ସହିତ ଅନେକ ସମୟରେ ମଣିଷ ପାନ କରି ତୃଷ୍ଣା ମେଣ୍ଟାଇଥାଆନ୍ତି । ମାତ୍ର ପରିତାପର ବିଷୟ ସେହି ପାହାଡ଼ରୁ ପଥର ଚାଲାଣ କରିବା ସହିତ ଜାଳକାଠ ପାଇଁ ପାହାଡ଼ରେ ଥିବା ଗଛକୁ ଲୋକେ କାଟି ନେଉଛନ୍ତି । ଫଳରେ ଜଙ୍ଗଲର ଦ୍ରୁତ ଅବକ୍ଷୟ ସାଙ୍ଗକୁ ଧୀରେ ଧୀରେ ପାହାଡ଼ରୁ ପଥର, ମୋରମ କମିବାରେ ଲାଗିଛି । ଚୋରା ପଥର ବ୍ୟବସାୟୀଙ୍କ ଲୋଲୁପ ଦୃଷ୍ଟି ଉକ୍ତ ମୁଣ୍ଡିଆ ଉପରେ ପଡିବା ପରେ ସମୟାନୁକ୍ରମେ ଏହା ଶ୍ରୀହୀନ ହୋଇଛି। ସଂପ୍ରତି ଉକ୍ତ ପାହାଡ଼ରେ କେତେକାଂଶରେ ବନୀକରଣ କରାଯାଇଥିବା ବେଳେ ବନ ବିଭାଗ ପକ୍ଷରୁ ଅଧିକରୁ ଅଧିକ ଚାରା ରୋପଣ କରାଯାଇ ଏହାର ପୂର୍ବ ସ୍ଥିତି ଫେରାଇ ଆଣିବା ପାଇଁ ସାଧାରଣରେ ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?