Posted inଫୁରସତ

ଏହି ଅଭିନେତାଙ୍କ ଫିଲ୍ମ ଦେଖିବାକୁ ପସନ୍ଦ କରୁଥିଲେ ଭଗତ ସିଂ

ଭାରତର ସ୍ବାଧୀନତା ସଂଗ୍ରାମରେ ଶହୀଦ୍‌ ଭଗତ ସିଂ ନାମ ସ୍ବର୍ଣ୍ଣାକ୍ଷରରେ ଲେଖାଯାଇଛି। ତାଙ୍କୁ ଜାତୀୟତାବାଦୀ ଆନ୍ଦୋଳନର ଅନ୍ୟତମ ପ୍ରଭାବଶାଳୀ ବିପ୍ଳବୀ ଭାବରେ ବିବେଚନା କରାଯାଏ। ଭଗତ ସିଂ ସେପ୍ଟେମ୍ବର ୨୮ ୧୯୦୭ରେ ଅବିଭକ୍ତ ଭାରତର ଲାୟଲପୁର ଜିଲା(ବର୍ତ୍ତମାନ ପାକିସ୍ତାନ)ର ବଙ୍ଗାରେ ଜନ୍ମ ହୋଇଥିଲେ। ତାଙ୍କ ପୈତୃକ ଗାଁ ହେଉଛି ଖଟକଡ କାଲାଁ ଯାହା ପଞ୍ଜାବ (ଭାରତ)ରେ ଅଛି। ମାର୍ଚ୍ଚ ୨୩, ୧୯୩୧ରେ ଭଗତ ସିଂ, ତାଙ୍କର ବୈପ୍ଳବିକ ସହକର୍ମୀ ସୁଖଦେବ ଏବଂ ରାଜଗୁରୁଙ୍କ ସହିତ ହସି ହସି ଫାଶୀ ଦେଇଥିଲେ ସେତେବେଳକୁ ତାଙ୍କ ମାତ୍ର ୨୩ ବର୍ଷ ହୋଇଥିଲା।
ଯୁବକମାନେ ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରନ୍ତି। ସେମାନେ ଚଳଚ୍ଚିତ୍ର ମାଧ୍ୟମରେ ମଧ୍ୟ ବିଶେଷ ଅନୁପ୍ରାଣିତ ଅଟନ୍ତି। ଭଗତ ସିଂ ମଧ୍ୟ ଚଳଚ୍ଚିତ୍ର ଦେଖିବାକୁ ବହୁତ ପସନ୍ଦ କରୁଥିଲେ। ସେ ହଲିଉଡ୍‌ର ପ୍ରସିଦ୍ଧ ଅଭିନେତା ଚାର୍ଲି ଚାପଲିନଙ୍କ ଚଳଚ୍ଚିତ୍ରକୁ ଦେଖିବାକୁ ପସନ୍ଦ କରୁଥିଲେ। ସେ ନିଜ ପକେଟ୍‌ ଖର୍ଚ୍ଚରୁ ବଳକା ଟଙ୍କାରେ ଚାର୍ଲି ଚାପଲିନଙ୍କ ଚଳଚ୍ଚିତ୍ର ଦେଖୁଥିଲେ। ଭଗତ ମିଠା ଖାଇବାକୁ ମଧ୍ୟ ଭଲ ପାଉଥିଲେ। ମିଠା ଭିତରେ ସେ ରସଗୋଲା ଖାଇବାକୁ ବେଶ୍‌ ପସନ୍ଦ କରୁଥିଲେ। ନିଜ ବନ୍ଧୁମାନଙ୍କ ସହ ମିଶି ମିଠା ଖାଇବାକୁ ଯାଉଥିଲେ। ସବୁବେଳେ ଲମ୍ବା ଜୋତା ପିନ୍ଧିବା ଭଗତ ସିଂ ଏକ ନିଶା ଥିଲା। ଅମୃତସରରେ ଥିବା ମ୍ୟୁଜିୟମରେ ତାଙ୍କ ଲମ୍ବା ଜୋତା ପିନ୍ଧା ଫଟୋ ସବୁ ସ୍ଥାନିତ ହୋଇଛି।
ସାଧାରଣତଃ କ୍ରାନ୍ତିକାରୀ ବ୍ୟକ୍ତିମାନେ ପରିବାର ଅପେକ୍ଷ ନିଜ ଦେଶକୁ ଅଧିକ ଭଲ ପାଆନ୍ତି। କିନ୍ତୁ ଭଗତ ସିଂ ଦେଶ ସହ ନିଜ ପରିବାରକୁ ମଧ୍ୟ ବେଶ୍‌ ସମ୍ମାନ ଦେଉଥିଲେ। ପୁଅର ଫାଶୀ ଖବର ଶୁଣି ଭଗତ ସିଂଙ୍କ ମା’ ଗୁରୁଦ୍ୱାରରେ ଏକ ପାଠଚକ୍ର କରାଇଥିଲେ। ଏହା ଜାଣିବା ପରେ ଭଗତ ସିଂ ନିଜ ମା’ଙ୍କ ସହ ଏନେଇ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?