ଭଗବତ୍‌ ଗୀତା ଆବୃତ୍ତି କରି ପ୍ରଥମ ହେଲେ …

ପାଟଣା,୧୫।୧୧(ବୀର କିଶୋର ଦାଶ): ପ୍ରଜ୍ଞାନ ମିଶନ ତରଫରୁ ସପ୍ତମ ଓଡ଼ିଶା ରାଜ୍ୟ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ମୁଖ୍ୟାଳୟ ସରସ୍ବତୀ ଶିଶୁ ମନ୍ଦିର ସଭା ଗୃହରେ ଅନୁଷ୍ଠିତ ହୋଇଛି । ପ୍ରଜ୍ଞାନ ମିଶନ ଗୀତା ପ୍ରତିଯୋଗିତା ଜିଲା ସଂଯୋଜକ ବିବେକାନନ୍ଦ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟ କ୍ରମରେ ବ୍ଲକର ବିଭିନ୍ନ ମହାବିଦ୍ୟାଳୟ, ବିଦ୍ୟାଳୟର ଛାତ୍ରୀଛାତ୍ର ଯୋଗ ଦେଇ ଭଗବତ୍‌ ଗୀତାର ପଞ୍ଚମ ଅଧ୍ୟାୟ କର୍ମ ସନ୍ନ୍ୟାସ ଯୋଗକୁ ଆବୃତ୍ତି କରିଥିଲେ।
ଆୟୋଜିତ ପୁରସ୍କାର ବିତରଣ ଉତ୍ସବ ସ୍ଥାନୀୟ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଗଣେଶ୍ୱର କରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବଡପାଟଣା ସରପଞ୍ଚ ବିନତି ବାନାରା,ମୁଖ୍ୟବକ୍ତା ଭାବେ ପାଟଣା ବ୍ଲକ ପୂର୍ବତନ ଅଧ୍ୟକ୍ଷ ବିଦ୍ୟାଧର ଦାଶ ସମ୍ମାନିତ ଅତିଥି ଭାବେ ପଣ୍ଡିତ କ୍ଷୀରୋଦ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇ ଭଗବତ୍‌ ଗୀତାଧ୍‌ର ଉପକାରିତା ଉପରେ ଆଲୋକ ପାତ କରିଥିଲେ। ସଂଯୋଜକ ଦାଶ ପ୍ରଜ୍ଞାନ ମିଶନର ଆଭିମୁଖ୍ୟରେ ଉପରେ ଆଲୋକ ପାତ କରିଥିଲେ। ଆୟୋଜିତ ସଭାରେ ସଂଯୋଜକ ଦାଶ ଧନ୍ୟବାଦ ଦେଇଥିଲେ। ସଭା କାର୍ଯ୍ୟକୁ ବେଣୁଧର ମହାନ୍ତ ସଂଯୋଜନା କରିଥିଲେ।
ଗ୍ରୁପରେ ପ୍ରଥମ ସ୍ଥାନରେ ହିମାଦ୍ରୀ ତନୟା ମହାନ୍ତ, ଦ୍ୱିତୀୟ ସ୍ଥାନରେ ଶ୍ରୀକ୍ରିଷ୍ଣା ପଣ୍ଡା, ତୃତୀୟରେ ଲଭ୍‌ଲି ନାଏକ, ଗ୍ରୁପ ଖରେ ପ୍ରଥମ ସ୍ଥାନରେ ପ୍ରତିଭା ପ୍ରି ରଣା, ଦ୍ୱିତୀୟ ପଲ୍ଲବୀ ମହାନ୍ତ, ତୃତୀୟରେ ତେଜସ୍ମିତା ମହାନ୍ତ, ଗ୍ରୁପ କ’ରେ ପ୍ରଥମ ସ୍ଥାନରେ ଆଦ୍ୟାଶା କର, ଦ୍ୱିତୀୟରେ ପ୍ରଲନ ପିହୁ ମହାନ୍ତ, ତୃତୀୟରେ ରାଜ କୁମାର ବେହେରା ରହିଥିଲେ। ସମସ୍ତ ବର୍ଗର ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ମାନପତ୍ର ଓ ଗୀତା ଗ୍ରନ୍ଥ ଦେଇ ପୁରସ୍କୃତ କରିଥିଲେ। ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ଗୀତା ପ୍ରଦାନ କରାଯାଇଥିଲା
ବିଚାରକ ଭାବେ ପଣ୍ଡିତ କ୍ଷୀରୋଦ କୁମାର ମିଶ୍ର, ଗଜେନ୍ଦ୍ର ମିଶ୍ର, ସଂସ୍କୃତ ଶିକ୍ଷକ ହଳଧର ମହାନ୍ତ ଓ ଶିକ୍ଷୟିତ୍ରୀ ଶର୍ମିଷ୍ଠା ସୋରେନ, ତ୍ରିବେଣୀ ମହାନ୍ତ ପ୍ରମୁଖ କାର୍ଯ୍ୟ ତୁଲାଇ ଥିଲେ।
ଆଚର୍ଯ୍ୟା ରେବତୀ ତ୍ରିପାଠୀ ଓ ନମିତା ମହାନ୍ତ ପ୍ରମୁଖ କାର୍ଯ୍ୟ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ ଦିବସରେ ହିନ୍ଦୁଧର୍ମର ଉଦାରତା ଉପରେ ଆଲୋକପାତ

ପାଟଣା,୪ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶୁକ୍ରବାର କୃଷ୍ଣ ଜନ୍ମାଷ୍ଟମୀ, ବିଶ୍ୱ ହିନ୍ଦୁ ପରିଷଦ ପ୍ରତିଷ୍ଠା ଦିବସ ଓ ଲକ୍ଷ୍ମଣାନନ୍ଦ…

ଦୂରଶିକ୍ଷା ପାଇଁ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟକୁ ଅନୁମତି

ପାଟଣା,୪ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରୁ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଅଧୀନରେ ଦୂରଶିକ୍ଷାରେ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ…

ନୂଆ ପ୍ରଧାନଶିକ୍ଷୟିତ୍ରୀ ଭାବେ ଯୋଗଦେଲେ ମାଳତୀ ମହାନ୍ତି, କହିଲେ ବିଦ୍ୟାଳୟର ବିକାଶ ସହ…

ପାଟଣା,୨ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାଳତୀ ମହାନ୍ତି ନୂତନ ଭାବେ ଲେଭଲ-୩ରୁ ପଦୋନ୍ନତି ପାଇ ପ୍ରଧାନଶିକ୍ଷୟିତ୍ରୀ ଭାବେ…

ଜାଲରେ ଫସିଥିଲା ବିରାଟକାୟ ଅଜଗର, ବନବିଭାଗ କର୍ମଚାରୀ ପହଞ୍ଚିବା ପରେ…

ପାଟଣା,୨ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଧୀନ ମୂଷାପଡ଼ା ଗାଁର ଭରତ ନାଏକଙ୍କ ବଗିଚାରେ ଲାଗିଥିବା ଜାଲରୁ ବୁଧବାର ପୂର୍ବାହ୍ନରେ ଏକ ୬ ଫୁଟ ଲମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri