କୁମ୍ଭାରକାନିଠାରେ ବିଜିସିସି ନକ୍‌ଆଉଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ: ବାରାକାଉଡ଼ିକୁ ହରାଇ କାଠକୁରା ଚମ୍ପିୟାନ୍

ଥୁଆମୂଳ ରାମପୁର, ୨୦।୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବାଗଡିଆଣି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁମ୍ଭାରକାନି ପୁରୁଣା ଖେଳ ପଡ଼ିଆ (କାଶୀପୁର ରୋଡ) ଠାରେ ଚାଲିଥିବା ପ୍ରତିଷ୍ଠିତ ବିଜିସିସି (B.G.C.C.) ନକ୍‌ଆଉଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ (ସିଜନ-୧) ବୁଧବାର ଦିନ ଏକ ଭବ୍ୟ ଏବଂ ଆକର୍ଷଣୀୟ ସମାରୋହ ମଧ୍ୟରେ ଉଦ୍‌ଯାପିତ ହୋଇଯାଇଛି। ଏହି ହୃଦୟଥରା ଗ୍ରାଣ୍ଡ ଫାଇନାଲ୍ ମ୍ୟାଚ୍‌ରେ ଶକ୍ତିଶାଳୀ ବାରାକାଉଡ଼ି ଦଳକୁ ପରାସ୍ତ କରି କାଠକୁରା ଦଳ ଚଳିତ ସିଜନର ଚମ୍ପିୟାନ୍ ମୁକୁଟ ପିନ୍ଧିବାର ଗୌରବ ହାସଲ କରିଛି।

ପ୍ରକାଶଯୋଗ୍ୟ ଯେ, ଗତ ୧୫ ମେ’ ରିଖରୁ ଆରମ୍ଭ ହୋଇଥିବା ଏହି ଆଞ୍ଚଳିକ ମେଗା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ସ୍ଥାନୀୟ ଅଞ୍ଚଳର ମୋଟ ୧୬ଟି ନାମୀଦାମୀ ଦଳ ଅଂଶଗ୍ରହଣ କରିଥିଲେ। ବୁଧବାର ଅନୁଷ୍ଠିତ ଚୂଡ଼ାନ୍ତ ମ୍ୟାଚ୍‌ଟି କାଠକୁରା ଏବଂ ବାରାକାଉଡ଼ି ଦଳ ମଧ୍ୟରେ ୧୨ ଓଭର ବିଶିଷ୍ଟ ଖେଳାଯାଇଥିଲା। ଟସ୍ ଜିତି ପ୍ରଖମେ ବ୍ୟାଟିଂ କରିଥିବା ବାରାକାଉଡ଼ି ଦଳ ନିର୍ଦ୍ଧାରିତ ୧୨ ଓଭର ଖେଳି ସମସ୍ତ ଉଇକେଟ୍ ହରାଇ ୧୧୦ ରନ୍ ସଂଗ୍ରହ କରିଥିଲା। ଜବାବରେ ୧୧୧ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି କାଠକୁରା ଦଳ ପଡ଼ିଆର ଚତୁର୍ଦ୍ଦିଗରେ ଚୌକା ଓ ଛକାର ବର୍ଷା କରି ମାତ୍ର ୬ ଓଭରରେ ଏହି ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା।

କାଠକୁରା ଦଳର ଅଧିନାୟକ ପ୍ରଦୀପ କୁମାର ନାଏକ ଏକ ଅବିଶ୍ୱସନୀୟ ଓ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ମାତ୍ର ୧୪ଟି ବଲ୍‌ରୁ ୫୧ ରନ୍‌ର ଏକ ଅପରାଜିତ ଅର୍ଦ୍ଧଶତକୀୟ ପାଳି ଖେଳି ଦଳକୁ ସହଜ ବିଜୟ ଆଣିଦେବା ସହ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ବିବେଚିତ ହୋଇଥିଲେ। ସେହିପରି ସମଗ୍ର ଟୁର୍ଣ୍ଣାମେଣ୍ଟରେ ସ୍ମରଣୀୟ ପ୍ରଦର୍ଶନ କରିଥିବା କୃଷ୍ଣ ମାଝୀଙ୍କୁ ‘ମ୍ୟାନ୍ ଅଫ୍ ଦି ସିରିଜ୍’ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହି ଉଦ୍‌ଯାପନୀ ଉତ୍ସବର ମେଗା ଫାଇନାଲ୍ ଦିବସରେ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ପ୍ରଦୀପ କୁମାର ଦିଶାରି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବ କ୍ରୀଡ଼ାବିତ୍‌ମାନଙ୍କୁ ପ୍ରଶଂସା କରିବା ସହ ନିଜ ହସ୍ତରେ ବିଜେତା ଓ ରନର୍ସ-ଅପ୍ ଦଳକୁ ପୁରସ୍କାର ରାଶି ଏବଂ ଟ୍ରଫି ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ, ବିଜେଡି ବ୍ଲକ ସଭାପତି କପିଳାସ ନାଏକ, ବିଜେଡି ଯୁବ ସଭାପତି ପ୍ରଦୀପ କୁମାର ନାଏକ, କୃଷ୍ଣ ଚନ୍ଦ୍ର ନାଏକ, ଫଟୋଶିଂ ଭୋଇ ଓ ସୁରେନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଏଥିସହିତ ସ୍ଥାନୀୟ ସରପଞ୍ଚ ସୂର୍ଯ୍ୟ ମାଝୀ, ସମିତି ସଭ୍ୟ ଘାସିରାମ ମାଝି, ନାଏବ ସରପଞ୍ଚ ଲତା ମଞ୍ଜୁରୀ ପାଣିଗ୍ରାହୀ, ସମସ୍ତ ୱାର୍ଡ ମେମ୍ବର, ଗାଁ ସାଥୀ, ଏମବିକେ (MBK) ଏବଂ ଅଙ୍ଗନୱାଡି କର୍ମୀମାନେ ଉପସ୍ଥିତ ରହି ଉଦ୍‌ଯାପନୀ କାର୍ଯ୍ୟକ୍ରମର ଶୋଭା ବଢ଼ାଇଥିଲେ।

ଉକ୍ତ ମ୍ୟାଚ୍‌କୁ ଆମ୍ପିଆର ଭାବେ ଅଶ୍ୱିନ ମାଝୀ ଓ କପିଳାସ ରାଉତ ଅତି ସୂକ୍ଷ୍ମ ଭାବେ ପରିଚାଳନା କରିଥିବା ବେଳେ ରୀତିମନ୍ତ ଛତ୍ରିଆ ଏବଂ ମନୋଜ ଛତ୍ରିଆ ନିଜର ଚମତ୍କାର ଧାରାବିବରଣୀ (Anchoring) ମାଧ୍ୟମରେ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରି ରଖିଥିଲେ। ଟୁର୍ଣ୍ଣାମେଣ୍ଟକୁ ସଫଳ କରିବାରେ ଆୟୋଜକ କମିଟିର ସଦସ୍ୟ ମନୋରଞ୍ଜନ ନାଗ, ଡମ୍ବରୁଧର ନାଗ, ଅକ୍ଷୟ କୁମାର ନାଏକ, ଚିତ୍ରକେତୁ ନାଏକ, ସୁରେନ୍ଦ୍ର ନାଏକ, ସୁଦାମ ମାଝୀ, ମହେଶ ନାଏକ, ରଞ୍ଜିତ୍ ନାଏକ, ମକରନ୍ତ ମାଝୀ, ସୁରେଶ ମାଝୀ, ଲବକାନ୍ତ ମାଝୀ, ରାଇସିଂ ମାଝୀ, ମନ ମାଝୀ, ସୁଧୀର ନାଏକ ଏବଂ ମହେନ୍ଦ୍ର ନାଏକ ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରି ଶୃଙ୍ଖଳା ରକ୍ଷା କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ଦେଶୀ ମଦ ଚୋରାଚାଲାଣ ବେଳେ ମାଡିବସିଲା ଅବକାରୀ ବିଭାଗ; ମହିଳାଙ୍କ ସମେତ ୩ ଗିରଫ, ମିଳିଲା…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ଗ୍ରାମ ନିକଟ ଦୁର୍ଗମ ଜଙ୍ଗଲରେ ବୁଧବାର ଦିଗପହଣ୍ଡି ଓ ଚିକିଟି ଅବକାରୀ ବିଭାଗ ପକ୍ଷରୁ ମିଳିତ…

ନିର୍ମାଣର ୫ମାସ ମଧ୍ୟରେ ରାସ୍ତାରୁ ଉଠି ଗଲାଣି ପିଚୁ, ଭିଜିଲାନ୍ସ ତଦନ୍ତ ପାଇଁ ଦାବି

କୋକସରା,୧୯।୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦୀର୍ଘ ବର୍ଷରୁ ମରାମତି ଅଭାବ କାରଣରୁ କୋକସରା ବ୍ଲକ ବଡ଼କେନ୍ଦୁଗୁଡା ବଜାର ପଡିଆ ଛକ ବିଜୁ ଏକ୍ସପ୍ରେସୱେରୁ ବିଜମରା ଭାୟା ବୋବରିଆ…

ନିୟମ କଡ଼ାକଡ଼ି କଲେ ଉପଜିଲାପାଳ; ସାର୍ବଜନୀନ ସ୍ଥାନରେ ନିଶାଦ୍ରବ୍ୟ ସେବନ ମନା, ପାଳନ ନକଲେ….

ଗୁଣପୁର,୧୯।୮(ସୁଜାତା ପାଢ଼ୀ)- ସାର୍ବଜନୀନ ସ୍ଥାନରେ ନିଶାଦ୍ରବ୍ୟ ସେବନ ଉପରେ କଟକଣା ଜାରି କରାଯାଇଛି । ରାୟଗଡ଼ା ଜିଲା ଗୁଣପୁର ଉପଖଣ୍ଡର ବିଭିନ୍ନ ସାର୍ବଜନୀନ ସ୍ଥାନ, ସରକାରୀ କାର୍ଯ୍ୟାଳୟ…

କର୍କ ଆଣିବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ବଳାତ୍କାର, ୨୦ ବର୍ଷ…

କଟକ,୧୯।୮(ପ୍ରଭୁକଲ୍ୟାଣ ପାଲ୍): ବ୍ୟାଡମିଣ୍ଟନ ଖେଳ ସମୟରେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ଦୋଷୀଙ୍କୁ ସଜା ଶୁଣାଇଲେ କଟକ ସ୍ୱତନ୍ତ୍ର ପକ୍ସୋ ଅଦାଲତ । ଆସାମୀ ଜନ୍ମେଜୟ ମଲ୍ଲିକ ଓରଫ…

ଗାଁକୁ ରାସ୍ତା ନାହିଁ, ଯାଇପାରିଲାନି ଆମ୍ବୁଲାନ୍ସ, ଭାରରେ ବୁହାହେଲେ ମହିଳା

ପାତ୍ରପୁର,୧୯ା୮(ଉମାଚରଣ ନେପାକ): ପକ୍କା ରାସ୍ତା ନ ଥିବାରୁ ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଇଁ ଜରୁରୀକାଳିନ ସ୍ବାସ୍ଥ୍ୟସେବା ସାତସପନ। ଏହାର ଏକ ଦୁଃଖଦ ଚିତ୍ର ପାତ୍ରପୁର ବ୍ଲକ ଆଙ୍କୁଲି…

ତୁମୁଡିବନ୍ଧ BJDରେ ନୂଆ ନେତୃତ୍ୱ: ମଙ୍ଗ ଧରିଲେ କୁନା ଦଣ୍ଡସେନା ଓ ଯୋହନ ବାରିକ

ତୁମୁଡିବନ୍ଧ,୧୯ା୮(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ବିଜୁ ଜନତା ଦଳର ବ୍ଲକ ସ୍ତରୀୟ ଏକ ବୈଠକ ବୁଧବାର ପୂର୍ବାହ୍ନ ୧୦ଘଣ୍ଟା ସମୟରେ ମୁଣ୍ଡିଗଡ଼ ସେବା…

ମା’ ଦଣ୍ଡକାଳୀ ମନ୍ଦିର ଦାନହୁଣ୍ଡି ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ, ପୂଜକ ଦେଖିବା ପରେ…

ଦିଗପହଣ୍ଡି/ପାଟପୁର,୧୯ା୮(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ପାଟପୁର ଥାନାଠାରୁ ମାତ୍ର ୫ ଶହ ମିଟର ଦୂରରେ ଥିବା ପଳାସପୁର ଗ୍ରାମ ନିକଟ ମା ’ ଦଣ୍ଡକାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri