ଦର୍ଶକଙ୍କ ଭାବାବେଗକୁ ଛୁଇଁଲା ‘ବିୟଣ୍ଡ୍‌ ଦ ବ୍ଲୁଜ୍‌’

ଭୁବନେଶ୍ୱର,୨୪।୯(ଶର୍ମିଷ୍ଠା ପାଣିଗ୍ରାହୀ): ଫିଲ୍ମ ସୋସାଇଟି ଭୁବନେଶ୍ୱର ପକ୍ଷରୁ ୩ଦିନିଆ ଚତୁର୍ଥ ଇଣ୍ଡିଆନ ଡକ୍ୟୁମେଣ୍ଟାରି ଫିଲ୍ମ ଫେଷ୍ଟିଭାଲ(ଆଇଏଫ୍‌ଏଫ୍‌ବି) ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ଆୟୋଜିତ ହୋଇଛି। ଚଳିତବର୍ଷ ଅସମାନତା, ଜାତି, ଶ୍ରେଣୀ, ଲିଙ୍ଗ, ପରିବେଶ ବିଜ୍ଞାନ ସମସ୍ୟା ଉପରେ ନିର୍ମିତ ଇଣ୍ଡିଆନ୍‌ ନନ୍‌-ଫିକ୍ସନାଲ୍‌ ଚଳଚ୍ଚିତ୍ର ପ୍ରଦର୍ଶିତ ହେଉଛି। ଏହି ଉତ୍ସବରେ ୨୫ଟି ଚଳଚ୍ଚିତ୍ରର ପ୍ରଦର୍ଶନ ହେବାକୁଥିବାବେଳେ ସୁବାଶ୍ରୀ କ୍ରୀଷ୍ଣନ୍‌ଙ୍କ ‘ହ୍ବାଟ୍‌ ଦି ଫିଲ୍ଡସ୍‌ ରିମେମ୍ବର’ରୁ ଶନିବାର ଦ୍ୱିତୀୟ ଦିବସର ପ୍ରଦର୍ଶନ ଆରମ୍ଭ ହୋଇଥିଲା। ବଙ୍ଗଳା ଓ ଇଂଲିଶ ଭାଷାରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ର ୧୯୮୩ ଆସାମ ନିଲେ ଗଣହତ୍ୟା ଉପରେ ଆଧାରିତ। ଏଥିରେ ୩ରୁ ୪ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ସେହି ସ୍ମୃତି ଓ ସେମାନଙ୍କ ପରିବାର ଆଜି ବି କିଭଳି ନ୍ୟାୟ ପାଇଁ ଅପେକ୍ଷା କରିଛନ୍ତି ତାହା ଏହି ଚଳଚ୍ଚିତ୍ର ମାଧ୍ୟମରେ ଦେଖିବାକୁ ମିଳିଛି। ଭାରତର ଏକ ଐତିହାସିକ ବିବାଦକୁ ଚଳଚ୍ଚିତ୍ରରେ ଦେଖି ଦର୍ଶକଙ୍କ ଲୋମ ଟାଙ୍କୁରି ଉଠିଥିଲା। ଏହା ପରେ ଦେବଲିନା ମଜୁମଦାର୍‌ଙ୍କ ଚଳଚ୍ଚିତ୍ର ‘ବିୟଣ୍ଡ୍‌ ଦ ବ୍ଲୁଜ୍‌’ ଦର୍ଶକଙ୍କୁ ଆଉଏକ ସାମାଜିକ କାହାଣୀ କହିଥିଲା। ବଙ୍ଗଳା ଭାଷାରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ରର ବିଷୟବସ୍ତୁ ହେଉଛି – ନିଲ୍‌ ବୋଲି ଜଣେ ପିଲା ଥିଲା। ଯିଏ ନିଜର ଲିଙ୍ଗଗତ ସମସ୍ୟା ପାଇଁ ଅନେକ ସମସ୍ୟାର ସାମ୍ନା କରୁଥିଲା। ଶେଷରେ ତାକୁ ଘରୁ ମଧ୍ୟ ବାହାରି ଯିବାକୁ ପଡ଼ିଲା। ହେଲେ ବାହାରେ ସେ କିପରି ମୁଣ୍ଡଗୁଞ୍ଜିବାକୁ ସଂଘର୍ଷ କରିଥିଲା ତାହା ଥିଲା କାହଣୀର ପୃଷ୍ଠଭୂମି। ଏହି ଫିଲ୍ମ ଦର୍ଶକଙ୍କ ଭାବାବେଗକୁ ଖୁବ୍‌ ଛୁଇଁଥିଲା। ପରବର୍ତ୍ତୀ ପ୍ରଦର୍ଶନରେ ନୌସିନ ଖାନ୍‌ଙ୍କ ଫିଲ୍ମ ‘ଲ୍ୟାଣ୍ଡ୍‌ ଅଫ୍‌ ମାଇଁ ଡ୍ରିମସ୍‌’ ହିନ୍ଦୁସ୍ତାନୀ ଭାଷାରେ ପ୍ରଦର୍ଶିତ ହୋଇଥିଲା। ୨୦୧୯ରେ ସିଟିଜେନ୍‌ଶିପ୍‌ ଆମେଣ୍ଡ୍‌ମେଣ୍ଟ ଆକ୍ଟକୁ ଶାହିନ ବାଗ୍‌ରେ ବିରୋଧ କରିଥିବା ମହିଳାଙ୍କୁ ନେଇ ଏହି ଚଳଚ୍ଚିତ୍ର ପ୍ରସ୍ତୁତ। ଏହା ପରେ ଆରୟାଙ୍କ ଦ୍ୱାରା ପ୍ରସ୍ତୁତ ‘ଏ ରାଇଫଲ୍‌ ଆଣ୍ଡ୍‌ ବ୍ୟାଗ୍‌’ ଓ ଶେଷରେ ପ୍ରିୟଙ୍କା ଛାବ୍ରାଙ୍କ ‘ଇକ୍ରାନାମ’ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଉତ୍ସବର ନିର୍ଦ୍ଦେଶକ ତଥା ଭୁବନେଶ୍ୱର ଫିଲ୍ମ ସୋସାଇଟିର ସଭାପତି ସୁବ୍ରତ ବେଉରା ଇଣ୍ଡିପେଣ୍ଡେଣ୍ଟ୍‌ ନନ୍‌-ଫିକ୍ସନ ଚଳଚ୍ଚିତ୍ରରେ ଏକ୍ସପେରିମେଣ୍ଟାଲ ଓ ନ୍ୟାରେଟିଭ୍‌ ଷ୍ଟୋରୀର ଗୁରୁତ୍ୱ ସମ୍ପର୍କରେ ମତ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?