Posted inଜାତୀୟ

ସାବଧାନ! Whatsappରେ ମିଳିଲା ବିବାହ ନିମନ୍ତ୍ରଣ କାର୍ଡ, କ୍ଲିକ କରିବାରୁ ସରକାରୀ କର୍ମଚାରୀଙ୍କ ଆକାଉଣ୍ଟରୁ ଉଡିଗଲା ୨ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୨୩।୮: ମହାରାଷ୍ଟ୍ରର ହିଙ୍ଗୋଲିରୁ ସାଇବର ଠକେଇର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବ୍ୟକ୍ତି ହ୍ବାଟସଆପ ମାଧ୍ୟମରେ ତାଙ୍କ ଫୋନରେ ବିବାହ କାର୍ଡ ପାଇଥିଲେ। କାର୍ଡଟି ଦେଖାଯାଉଥିଲା ସରଳ କିନ୍ତୁ କ୍ଲିକ କରିବା ମାତ୍ରେ ପୀଡିତଙ୍କ ଆକାଉଣ୍ଟରୁ ପ୍ରାୟ ୨ ଲକ୍ଷ ଟଙ୍କା ଗାଏବ ହୋଇଗଲା।
ସାଇବର ଠକେଇର ଶିକାର ହୋଇଥିବା ସରକାରୀ କର୍ମଚାରୀଙ୍କୁ ଅଗଷ୍ଟ ୩୦ ତାରିଖରେ ଏକ ବିବାହରେ ଯୋଗଦେବା ପାଇଁ ଏକ ଅଜଣା ନମ୍ବରରୁ ନିମନ୍ତ୍ରଣ ପତ୍ର ମିଳିଥିଲା। ଏଥିରେ ଲେଖାଥିଲା, ସ୍ବାଗତ। ବିବାହକୁ ଆସନ୍ତୁ। ପ୍ରେମ ହେଉଛି ଖୁସିର ଦ୍ୱାର ଖୋଲିବା ଚାବି। ଏହା ସହିତ ଏକ PDF ଫାଇଲ ମଧ୍ୟ ସଂଲଗ୍ନ ଥିଲା।
ପ୍ରକୃତରେ, ଏହି PDF ଫାଇଲ ଏକ ଆଣ୍ଡ୍ରଏଡ ଆପ୍ଲିକେସନ ପ୍ୟାକେଜ (APK) ଫାଇଲ ଥିଲା ଯାହାକୁ ବ୍ୟବହାରକାରୀଙ୍କ ଫୋନ ହ୍ୟାକ କରିବା ଏବଂ ବିବାହ କାର୍ଡ ଭାବରେ ଦେଖାଇ ସମ୍ବେଦନଶୀଳ ତଥ୍ୟ ଚୋରି କରିବା ପାଇଁ ବ୍ୟବହାର କରାଯାଇଥିଲା। ପୀଡିତ ବ୍ୟକ୍ତି ଫାଇଲ ଉପରେ କ୍ଲିକ କରିବା ମାତ୍ରେ ସାଇବର ଠକମାନେ ଡାଟା ଆକ୍ସେସ କରି ୧,୯୦,୦୦୦ଟଙ୍କା ଚୋରି କରି ନେଇଥିଲେ।
ହିଙ୍ଗୋଲି ପୋଲିସ ଷ୍ଟେଶନ ଏବଂ ସାଇବର ସେଲ ବିଭାଗରେ ଜଣେ ଅଜଣା ବ୍ୟକ୍ତିଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇଛି। ଗତ ବର୍ଷ ଏହି ବିବାହ ନିମନ୍ତ୍ରଣ ଠକେଇ ସାମ୍ନାକୁ ଆସିଥିଲା ଯେତେବେଳେ ଏଥିରେ ଅନେକ ଲୋକ ସେମାନଙ୍କର ଟଙ୍କା ହରାଇଥିଲେ।
ସୂଚନାଯୋଗ୍ୟ, ଏହି ଠକେଇ ଜଣେ ବ୍ୟକ୍ତିଙ୍କୁ ହ୍ବାଟସଆପରେ ବିବାହ ନିମନ୍ତ୍ରଣ ପାଇବା ସହିତ ଆରମ୍ଭ ହୁଏ। କ୍ଲିକ କରିବା ପରେ, ଫୋନରେ APK ଫାଇଲ ଡାଉନଲୋଡ ହୋଇଥାଏ, ଯାହା ପରେ ସାଇବର ଅପରାଧୀମାନେ ପୀଡିତଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିପାରିବେ। ସେମାନେ ଫୋନର ମାଲିକ ଭାବରେ ପରିଚୟ ଦେଇ ଟଙ୍କା ଦାବି କରିବା ପାଇଁ ଫୋନରେ ଥିବା ଡାଟା ମଧ୍ୟ ବ୍ୟବହାର କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୬୦ ରୁ ୮୦ ବିଲିୟନ ଡଲାର୍‌ର ସେଟ୍‌ଲମେଣ୍ଟ୍‌!: ଏନ୍‌ଭିଡିଆ CEO ଜେନ୍ସନ୍‌ ହୁଆଙ୍ଗଙ୍କ ସମ୍ଭାବ୍ୟ ଛାଡ଼ପତ୍ରକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା

ନୂଆଦିଲ୍ଲୀ,୧୦।୧୧: ବିଶ୍ୱର ପ୍ରମୁଖ ଟେକ୍ନୋଲୋଜି କମ୍ପାନୀ ‘ଏନ୍‌ଭିଡିଆ’ (NVIDIA) ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ଜେନ୍ସନ୍‌ ହୁଆଙ୍ଗ ଏବଂ ତାଙ୍କ ପତ୍ନୀ ଲୋରି ହୁଆଙ୍ଗଙ୍କୁ ନେଇ…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ସବିତାଙ୍କୁ ବିଶ୍ରାମ, ଦଳକୁ ଫେରିଲେ ବନସାରି

ନୂଆଦିଲ୍ଲୀ, ୧୦ା୧୧: ଭୋପାଳଠାରେ ହେବାକୁଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫି ମହିଳା ହକି ଟୁର୍ନାମେଣ୍ଟ ପାଇଁ ମଙ୍ଗଳବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଭେଟେରାନ ଗୋଲ୍‌କିପର ସବିତା ପୁନିଆଙ୍କୁ…

ଜନ୍ମ ହେବାର ଗୋଟିଏ ଦିନରେ ପୁଅକୁ ହରାଇଥିଲେ ସୋନିଆ ଗାନ୍ଧୀ; ବହିରେ ବଡ଼ ଖୁଲାସା, ରାହୁଲ ନୁହନ୍ତି…

କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବହୁ ପ୍ରତୀକ୍ଷିତ ଆତ୍ମଜୀବନୀ ‘ବିଲଙ୍ଗିଙ୍ଗ: ଏ ଜର୍ଣ୍ଣି ଅଫ ଲଭ’ ୧୦ ନଭେମ୍ବର ମଙ୍ଗଳବାର ପ୍ରକାଶିତ ହୋଇଛି। ପୁସ୍ତକରେ ଗାନ୍ଧୀ ପରିବାରଙ୍କ…

ୟୁଏଇ ଜାତୀୟ ଦଳରେ ଖେଳିପାରନ୍ତି ଭାରତର ଏହି ପୂର୍ବତନ ଉଇକେଟକିପର, ଜାଣନ୍ତୁ…

ଆବୁ ଧାବି, ୧୦।୧୧: ଭାରତର ପୂର୍ବତନ ଉଇକେଟକିପର ବ୍ୟାଟର କେଏସ୍‌ ଭରତ ୟୁଏଇ ଜାତୀୟ ଦଳ ଜରିଆରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଆସନ୍ତା…

ଶୁକ୍ରଙ୍କ ସିଧା ଚଳନ: ୧୪ ନଭେମ୍ୱରରୁ ବଦଳିବ ୪ ରାଶିର ଭାଗ୍ୟ; ବଢିବ ଧନ, ଚାକିରିରେ ଭଲ ଅଫର୍‌…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ଭୌତିକ ସୁଖ, ବୈଭବ, ପ୍ରେମ, ଦାମ୍ପତ୍ୟ ଜୀବନ ଏବଂ ଆର୍ଥିକ ସମୃଦ୍ଧିର ପ୍ରତିନିଧି ଗ୍ରହ ଭାବେ ବିବେଚନା କରାଯାଏ। ଏଣୁ ଶୁକ୍ରଙ୍କ ଚଳନରେ…

ବନ୍ୟା ପ୍ରଭାବିତଙ୍କୁ ରନ୍ଧନ ଖାଦ୍ୟ ବଣ୍ଟନ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୧୦।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜ ଜାତୀୟ ସେବା ଯୋଜନା(ଏନ୍‌ଏସ୍‌ଏସ୍‌) ଓ ଭାରତ ସ୍କାଉଟ ଆଣ୍ଡ…

ସାକ୍ଷୀଙ୍କୁ ଜେଲରୁ ଧମକ ମାମଲା ତୃତୀୟଥର ଥାନାରେ ହାଜର ହେଲେ ବିକ୍ରମ

ବ୍ରହ୍ମପୁର,୧୦ା୧୧(ସୁବାସ ଚନ୍ଦ୍ର ପାଢ଼ୀ ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଧମକ ଘଟଣାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା…

ଦିବ୍ୟାଙ୍ଗ ଶିଶୁଙ୍କୁ ସହାୟତାର ହାତ, ୨୬୦ଙ୍କ ସ୍ୱାସ୍ଥ୍ୟ ପରୀକ୍ଷାରୁ ୧୧୨ ଚିହ୍ନଟ

ଦାରିଙ୍ଗବାଡ଼ି, ୧୦।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ଅନ୍ତର୍ଗତ ରାପଡ଼ାବାଡ଼ି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?