ପିଙ୍କ୍‌ ହ୍ବାଟ୍ସଆପ୍‌କୁ ସାବଧାନ

ଭୁବନେଶ୍ୱର,୯।୭(ସୂର୍ଯ୍ୟକାନ୍ତ ବେହେରା)ଆପଣଙ୍କ ମୋବାଇଲକୁ ପିଙ୍କ୍‌ ହ୍ବାଟ୍ସଆପ୍‌ ଲିଙ୍କ ଆସୁଛି କି ? ତା’ହେଲେ ସାବଧାନ ରୁହନ୍ତୁ। ନ ହେଲେ ଠକ ପଠାଇଥିବା ଲିଙ୍କ୍‌ରେ କ୍ଲିକ କଲେ କ୍ଷଣିକ ଭିତରେ ଆପଣଙ୍କ ମୋବାଇଲକୁ ନିଜ ନିୟନ୍ତ୍ରଣକୁ ନେଇଯିବେ ସାଇବର ହ୍ୟାକର। ଫଳରେ ଆପଣଙ୍କ ଫୋନ୍‌ରେ ଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ଓ ଗୋପନୀୟ ତଥ୍ୟ ଚୋରି ହେବାର ସମ୍ଭାବନା ରହିଛି। ସାଇବର ଠକମାନେ ଏଭଳି ତରିକାରେ ମୋବାଇଲକୁ ହ୍ବାଟ୍ସଆପ୍‌ ଅପଡେଟ୍‌ କରିବା ଆଳରେ ପିଙ୍କ୍‌ ହ୍ବାଟ୍ସଆପ୍‌ ଲିଙ୍କ ପଠାଇ ନୂଆ କୌଶଳରେ ଚକମା ଦେବାକୁ ଉଦ୍ୟମ କରୁଛନ୍ତି। ତେଣୁ ଭୁଲରେ ବି ସେହି ଲିଙ୍କରେ କ୍ଲିକ କରନ୍ତୁ ନାହିଁ। ଏନେଇ ଓଡିଶା ପୋଲିସ ପକ୍ଷରୁ ଟୁଇଟ୍‌ କରି ରାଜ୍ୟବାସୀଙ୍କୁ ସତର୍କ କରାଯାଇଛି। ଏହା ପୂର୍ବରୁ ମଧ୍ୟ ମୁମ୍ବାଇ ପୋଲିସ ପକ୍ଷରୁ ଏନେଇ ସତର୍କତା ଜାରି କରାଯାଇଥିଲା।

ପିଙ୍କ୍‌ ହ୍ବାଟ୍ସଆପ୍‌ କ’ଣ?
ପିଙ୍କ୍‌ ହ୍ବାଟ୍ସଆପ୍‌ ଗୁଗଲ ପ୍ଲେ ଷ୍ଟୋର୍‌ରେ ଉପଲବ୍ଧ ନୁହେଁ। ହ୍ୟାକରମାନେ ଏହି ଆପ୍‌କୁ ଏକ ଲିଙ୍କ୍‌ ବା ୟୁଆର୍‌ଏଲ ମାଧ୍ୟମରେ ଭାଇରାଲ କରିଥାନ୍ତି। ତେବେ ହ୍ବାଟ୍ସଆପ୍‌ ଭଳି ଏହା ଅବିକଳ ଦେଖାଯାଇଥିଲେ ମଧ୍ୟ ଏହାର ରଙ୍ଗ ପିଙ୍କ୍‌ ବା ଗୋଲାପି ହୋଇଥିବାରୁ ଏହାକୁ ହ୍ୟାକର ପିଙ୍କ ନାଁ ଦେଇଛନ୍ତି। ଏହାକୁ ଡାଉନ୍‌ଲୋଡ କରିବା ପାଇଁ ଲୋକଙ୍କୁ ହ୍ୟାକରମାନେ ପ୍ରବର୍ତ୍ତାଇଥାନ୍ତି। କେହି ଯଦି ଏହାକୁ ନିଜ ମୋବାଇଲରେ ଡାଉନ୍‌ଲୋଡ କରିଥାନ୍ତି, ତା’ହେଲେ ମୋବାଇଲ ହ୍ୟାକରଙ୍କ ନିୟନ୍ତ୍ରଣକୁ ଚାଲିଯାଏ। ଫଳରେ ଅନାୟାସରେ ମୋବାଇଲର ଇନବକ୍ସ ମେସେଜ ପଢିବାଠାରୁ ଆରମ୍ଭ କରି କଣ୍ଟାକ୍ଟ ନମ୍ବର ସବୁକିଛି ପାଇଥାନ୍ତି ହ୍ୟାକର। ତେଣୁ ଏଭଳି ଲିଙ୍କ୍‌ କ୍ଲିକ ନ କରିବା ଲାଗି ସାଇବର ବିଶେଷଜ୍ଞମାନେ ମଧ୍ୟ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri