ମର୍ନିଂ ଓ୍ବାକ୍‌

ଆଜିର ପରିବର୍ତ୍ତିତ ଜୀବନଶୈଳୀ ଅନେକଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜୁଛି। ଯେଉଁଥିରୁ ଦୂରେଇ ରହିବା ଲାଗି ସନ୍ତୁଳିତ ଖାଦ୍ୟ ଖାଇବା ସହ ପ୍ରତିଦିନ କିଛି ସମୟ ବ୍ୟାୟାମ କରିବା ଅତ୍ୟନ୍ତ ଆବଶ୍ୟକ ହୋଇପଡିଛି। ଏମିତିରେ ମର୍ନିଂ ଓ୍ବାକ୍‌ ପାଲଟିଛି ଅନେକଙ୍କ ପାଇଁ ଫିଟ୍‌ନେସ୍‌ ମନ୍ତ୍ର।
ବଢ଼ାଏ ରୋଗପ୍ରତିରୋଧକ ଶକ୍ତି: ଏକ ଗବେଷଣା ରିପୋର୍ଟ ମୁତାବକ ଯଦି ଜଣେ ଦୈନିକ ୨୦-୩୦ ମିନିଟ୍‌ ପର୍ଯ୍ୟନ୍ତ ଚାଲିବ ତେବେ ତା’ର ମାନସିକ ସ୍ବାସ୍ଥ୍ୟ ପାଇଁ ଏହା ଔଷଧ ଭଳି କାର୍ଯ୍ୟ କରିବ। ମାତ୍ର ୫-୬ ଦିନ ମଧ୍ୟରେ ଏହାର ଉପକାରିତା ବି ଜାଣିହୁଏ। ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ।
କାର୍ଯ୍ୟଦକ୍ଷତା ବୃଦ୍ଧିକରେ: ଏହା ମାନସିକ ସ୍ତରରେ ସକାରାତ୍ମକ ପ୍ରଭାବ ପକାଇଥାଏ ଏବଂ କାର୍ଯ୍ୟଦକ୍ଷତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଦିନ ସାରା କାମ କରିବା ଲାଗି ଏହା ଶକ୍ତି ଯୋଗାଇଥାଏ। କେବଳ ଏତିକି ନୁହେଁ, ରାତିରେ ଭଲ ନିଦ ପାଇଁ ମଧ୍ୟ ଏହା ବେଶ୍‌ ଉପକାରୀ।
ହୃତ୍‌ପିଣ୍ଡକୁ ରଖେ ସୁସ୍ଥ: ଏହାଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହୋଇଥାଏ। ଏହାଦ୍ୱାରା ରକ୍ତରେ ଶର୍କରା, କୋଲେଷ୍ଟେରଲ୍‌ ପରିମାଣ ଏବଂ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ ଏବଂ ହୃତ୍‌ପିଣ୍ଡ ସୁସ୍ଥ ରହିଥାଏ। ତା’ଛଡା ସକାଳୁ ଖୋଲାପବନରେ ନିଃଶ୍ୱାସ ନେବା ମଧ୍ୟ ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।
ମନକୁ ରଖେ ଖୁସି: କେବଳ ଚାଲିବା ନୁହେଁ, ଏହା ସହ କିଛି ଏକ୍ସରସାଇଜ୍‌ କଲେ ଡୋପାମାଇନ୍‌ ହର୍‌ମୋନ୍‌ କ୍ଷରଣ ହୋଇଥାଏ। ଏହି ହର୍‌ମୋନ୍‌କୁ ହାପି ହର୍‌ମୋନ ବୋଲି ମଧ୍ୟ କୁହାଯାଇଥାଏ, ଯାହା ଷ୍ଟ୍ରେସ୍‌, ଡିପ୍ରେଶନ୍‌ ଭଳି ସମସ୍ୟା ଦୂର କରି ମଣିଷକୁ ଖୁସି ରଖିବାରେ ସାହାଯ୍ୟ କରିଥାଏ। ସେହିଭଳି ସେରୋଟୋନିନ୍‌ ହର୍‌ମୋନ୍‌ କ୍ଷରଣ ମଧ୍ୟ ଠିକ୍‌ ଭାବେ ହୋଇଥାଏ, ଯାହା ଡୋପାମାଇନ୍‌ ସହ ମିଶି ନିଦ୍ରାହୀନତା ସମସ୍ୟା ଦୂର କରିଥାଏ ଏବଂ ଭଲ ଭାବେ ନିଦ ହେବାରେ ସାହାଯ୍ୟ କରିଥାଏ। ଏହାଦ୍ୱାରା ମନ ଖୁସି ରହିଥାଏ ଏବଂ କାର୍ଯ୍ୟ କରିବାର ସ୍ପୃହା ବୃଦ୍ଧି ହୋଇଥାଏ।
ହର୍‌ମୋନ ସନ୍ତୁଳନରେ ରକ୍ଷାକରେ: ମର୍ନିଂ ଓ୍ବାକ୍‌ କରିବା ଦ୍ୱାରା ଯୁବତୀମାନଙ୍କଠାରେ ଇଷ୍ଟ୍ରୋଜେନ୍‌ ହର୍‌ମୋନ୍‌ କ୍ଷରଣ ଠିକ୍‌ ଭାବେ ହୋଇଥାଏ। ଯାହାଦ୍ୱାରା ଉଭୟ ଶାରୀରିକ ଓ ମାନସିକ ସ୍ତରରେ ଏହା ଫିଟ୍‌ ରଖିବାରେ ସାହାଯ୍ୟ କରିଥାଏ। ମାଂସପେଶୀ ଏବଂ ହାଡ଼ ମଜଭୁତ୍‌ ରଖେ। ମାସିକ ଋତୁସ୍ରାବ ଠିକ୍‌ ଭାବେ ହେବା ସହ ପ୍ରଜନନ କ୍ଷମତା ବୃଦ୍ଧି କରିବାରେ ସାହାଯ୍ୟ କରେ।

ମମତା ପଣ୍ଡା(କର୍ମଜୀବୀ, ଭଦ୍ରକ)- ଫିଟ୍‌ନେସ୍‌କୁ ନେଇ ସବୁବେଳେ ସଜାଗ ରହିଥାଏ। ଖାଇବା ପିଇବା ଠାରୁ ଆରମ୍ଭ କରି ପ୍ରତିଦିନ ମର୍ନିଂ ଓ୍ବାକ୍‌ ଓ ଏକ୍ସରସାଇଜ୍‌ କରିବା ପର୍ଯ୍ୟନ୍ତ ପ୍ରତ୍ୟେକ କାର୍ଯ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରେ। ଭୁବନେଶ୍ୱରରେ ରହି ଜବ୍‌ କରୁଥିବାରୁ ଭଡା ଘରଠୁ ଅଳ୍ପ ଦୂରରେ ଥିବା ଏକ ପାର୍କରେ ପ୍ରତିଦିନ ସକାଳେ କିଛି ସମୟ ଚାଲିବାକୁ ଯାଏ। ହାଲୁକା ସୂର୍ଯ୍ୟ କିରଣ ଓ ଖୋଲା ପବନରେ ଚାଲିଲେ ଶରୀର ଫିଟ୍‌ ରହିବା ସହ ମନକୁ ମଧ୍ୟ ଶାନ୍ତି ମିଳେ। ମୋ ମତରେ ଯେତେ କାମ ଥିଲେ ବି ସମସ୍ତଙ୍କୁ ପ୍ରତିଦିନ କିଛି ସମୟ ଚାଲିବା ଦରକାର।
ଗୁରୁକୃଷ୍ଣ ସେନାପତି(କର୍ମଜୀବୀ, ଫୁଲନଖରା, କଟକ)- ମର୍ନିଂ ଓ୍ବାକ୍‌ ଏକ ଏଭଳି ଅଭ୍ୟାସ ଯାହା ମଣିଷକୁ ଫିଟ୍‌ ରଖିବାରେ ବେଶ୍‌ ସାହାଯ୍ୟ କରେ। ସକାଳୁ ଉଠି ଅଫିସ ବାହାରିବାକୁ ହେଉଥିବାରୁ ଯଦିଓ ପ୍ରତିଦିନ ଏଥିପାଇଁ ସମୟ ଦେଇପାରେନି ତଥାପି ଛୁଟିଦିନ ମାନଙ୍କରେ ସକାଳୁ କିଛି ସମୟ ନିଶ୍ଚୟ ଚାଲିବାକୁ ଯାଏ। ସତ କହିବାକୁ ଗଲେ ମର୍ନିଂଓ୍ବାକ୍‌ କରିବା ଦ୍ୱାରା ବ୍ୟସ୍ତବହୁଳ ଜୀବନ ଭିତରେ ବି ରିଲାକ୍ସ ଫିଲ୍‌ ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri