ମର୍ନିଂ ଓ୍ବାକ୍‌

ଆଜିର ପରିବର୍ତ୍ତିତ ଜୀବନଶୈଳୀ ଅନେକଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜୁଛି। ଯେଉଁଥିରୁ ଦୂରେଇ ରହିବା ଲାଗି ସନ୍ତୁଳିତ ଖାଦ୍ୟ ଖାଇବା ସହ ପ୍ରତିଦିନ କିଛି ସମୟ ବ୍ୟାୟାମ କରିବା ଅତ୍ୟନ୍ତ ଆବଶ୍ୟକ ହୋଇପଡିଛି। ଏମିତିରେ ମର୍ନିଂ ଓ୍ବାକ୍‌ ପାଲଟିଛି ଅନେକଙ୍କ ପାଇଁ ଫିଟ୍‌ନେସ୍‌ ମନ୍ତ୍ର।
ବଢ଼ାଏ ରୋଗପ୍ରତିରୋଧକ ଶକ୍ତି: ଏକ ଗବେଷଣା ରିପୋର୍ଟ ମୁତାବକ ଯଦି ଜଣେ ଦୈନିକ ୨୦-୩୦ ମିନିଟ୍‌ ପର୍ଯ୍ୟନ୍ତ ଚାଲିବ ତେବେ ତା’ର ମାନସିକ ସ୍ବାସ୍ଥ୍ୟ ପାଇଁ ଏହା ଔଷଧ ଭଳି କାର୍ଯ୍ୟ କରିବ। ମାତ୍ର ୫-୬ ଦିନ ମଧ୍ୟରେ ଏହାର ଉପକାରିତା ବି ଜାଣିହୁଏ। ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ।
କାର୍ଯ୍ୟଦକ୍ଷତା ବୃଦ୍ଧିକରେ: ଏହା ମାନସିକ ସ୍ତରରେ ସକାରାତ୍ମକ ପ୍ରଭାବ ପକାଇଥାଏ ଏବଂ କାର୍ଯ୍ୟଦକ୍ଷତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଦିନ ସାରା କାମ କରିବା ଲାଗି ଏହା ଶକ୍ତି ଯୋଗାଇଥାଏ। କେବଳ ଏତିକି ନୁହେଁ, ରାତିରେ ଭଲ ନିଦ ପାଇଁ ମଧ୍ୟ ଏହା ବେଶ୍‌ ଉପକାରୀ।
ହୃତ୍‌ପିଣ୍ଡକୁ ରଖେ ସୁସ୍ଥ: ଏହାଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହୋଇଥାଏ। ଏହାଦ୍ୱାରା ରକ୍ତରେ ଶର୍କରା, କୋଲେଷ୍ଟେରଲ୍‌ ପରିମାଣ ଏବଂ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ ଏବଂ ହୃତ୍‌ପିଣ୍ଡ ସୁସ୍ଥ ରହିଥାଏ। ତା’ଛଡା ସକାଳୁ ଖୋଲାପବନରେ ନିଃଶ୍ୱାସ ନେବା ମଧ୍ୟ ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।
ମନକୁ ରଖେ ଖୁସି: କେବଳ ଚାଲିବା ନୁହେଁ, ଏହା ସହ କିଛି ଏକ୍ସରସାଇଜ୍‌ କଲେ ଡୋପାମାଇନ୍‌ ହର୍‌ମୋନ୍‌ କ୍ଷରଣ ହୋଇଥାଏ। ଏହି ହର୍‌ମୋନ୍‌କୁ ହାପି ହର୍‌ମୋନ ବୋଲି ମଧ୍ୟ କୁହାଯାଇଥାଏ, ଯାହା ଷ୍ଟ୍ରେସ୍‌, ଡିପ୍ରେଶନ୍‌ ଭଳି ସମସ୍ୟା ଦୂର କରି ମଣିଷକୁ ଖୁସି ରଖିବାରେ ସାହାଯ୍ୟ କରିଥାଏ। ସେହିଭଳି ସେରୋଟୋନିନ୍‌ ହର୍‌ମୋନ୍‌ କ୍ଷରଣ ମଧ୍ୟ ଠିକ୍‌ ଭାବେ ହୋଇଥାଏ, ଯାହା ଡୋପାମାଇନ୍‌ ସହ ମିଶି ନିଦ୍ରାହୀନତା ସମସ୍ୟା ଦୂର କରିଥାଏ ଏବଂ ଭଲ ଭାବେ ନିଦ ହେବାରେ ସାହାଯ୍ୟ କରିଥାଏ। ଏହାଦ୍ୱାରା ମନ ଖୁସି ରହିଥାଏ ଏବଂ କାର୍ଯ୍ୟ କରିବାର ସ୍ପୃହା ବୃଦ୍ଧି ହୋଇଥାଏ।
ହର୍‌ମୋନ ସନ୍ତୁଳନରେ ରକ୍ଷାକରେ: ମର୍ନିଂ ଓ୍ବାକ୍‌ କରିବା ଦ୍ୱାରା ଯୁବତୀମାନଙ୍କଠାରେ ଇଷ୍ଟ୍ରୋଜେନ୍‌ ହର୍‌ମୋନ୍‌ କ୍ଷରଣ ଠିକ୍‌ ଭାବେ ହୋଇଥାଏ। ଯାହାଦ୍ୱାରା ଉଭୟ ଶାରୀରିକ ଓ ମାନସିକ ସ୍ତରରେ ଏହା ଫିଟ୍‌ ରଖିବାରେ ସାହାଯ୍ୟ କରିଥାଏ। ମାଂସପେଶୀ ଏବଂ ହାଡ଼ ମଜଭୁତ୍‌ ରଖେ। ମାସିକ ଋତୁସ୍ରାବ ଠିକ୍‌ ଭାବେ ହେବା ସହ ପ୍ରଜନନ କ୍ଷମତା ବୃଦ୍ଧି କରିବାରେ ସାହାଯ୍ୟ କରେ।

ମମତା ପଣ୍ଡା(କର୍ମଜୀବୀ, ଭଦ୍ରକ)- ଫିଟ୍‌ନେସ୍‌କୁ ନେଇ ସବୁବେଳେ ସଜାଗ ରହିଥାଏ। ଖାଇବା ପିଇବା ଠାରୁ ଆରମ୍ଭ କରି ପ୍ରତିଦିନ ମର୍ନିଂ ଓ୍ବାକ୍‌ ଓ ଏକ୍ସରସାଇଜ୍‌ କରିବା ପର୍ଯ୍ୟନ୍ତ ପ୍ରତ୍ୟେକ କାର୍ଯ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରେ। ଭୁବନେଶ୍ୱରରେ ରହି ଜବ୍‌ କରୁଥିବାରୁ ଭଡା ଘରଠୁ ଅଳ୍ପ ଦୂରରେ ଥିବା ଏକ ପାର୍କରେ ପ୍ରତିଦିନ ସକାଳେ କିଛି ସମୟ ଚାଲିବାକୁ ଯାଏ। ହାଲୁକା ସୂର୍ଯ୍ୟ କିରଣ ଓ ଖୋଲା ପବନରେ ଚାଲିଲେ ଶରୀର ଫିଟ୍‌ ରହିବା ସହ ମନକୁ ମଧ୍ୟ ଶାନ୍ତି ମିଳେ। ମୋ ମତରେ ଯେତେ କାମ ଥିଲେ ବି ସମସ୍ତଙ୍କୁ ପ୍ରତିଦିନ କିଛି ସମୟ ଚାଲିବା ଦରକାର।
ଗୁରୁକୃଷ୍ଣ ସେନାପତି(କର୍ମଜୀବୀ, ଫୁଲନଖରା, କଟକ)- ମର୍ନିଂ ଓ୍ବାକ୍‌ ଏକ ଏଭଳି ଅଭ୍ୟାସ ଯାହା ମଣିଷକୁ ଫିଟ୍‌ ରଖିବାରେ ବେଶ୍‌ ସାହାଯ୍ୟ କରେ। ସକାଳୁ ଉଠି ଅଫିସ ବାହାରିବାକୁ ହେଉଥିବାରୁ ଯଦିଓ ପ୍ରତିଦିନ ଏଥିପାଇଁ ସମୟ ଦେଇପାରେନି ତଥାପି ଛୁଟିଦିନ ମାନଙ୍କରେ ସକାଳୁ କିଛି ସମୟ ନିଶ୍ଚୟ ଚାଲିବାକୁ ଯାଏ। ସତ କହିବାକୁ ଗଲେ ମର୍ନିଂଓ୍ବାକ୍‌ କରିବା ଦ୍ୱାରା ବ୍ୟସ୍ତବହୁଳ ଜୀବନ ଭିତରେ ବି ରିଲାକ୍ସ ଫିଲ୍‌ ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ୟାଣ୍ଟ କାଢି…ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୨।୭: ପୂର୍ବତନ ଭାରତୀୟ କ୍ରିକେଟର ରବି ଶାସ୍ତ୍ରୀ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ୧୫ ବର୍ଷୀୟ ବ୍ୟାଟସମ୍ୟାନ ବୈଭବଙ୍କୁ ଆୟରଲାଣ୍ଡ ଗସ୍ତରେ ଡେବ୍ୟୁ…

ଆନ୍ଦୋଳନରେ ଡାକ୍ତର, ହଇରାଣ ହେଉଛନ୍ତି ଗରିବ ରୋଗୀ

ପଦ୍ମପୁର,୨ା୭(ପ୍ରଦୀପ୍ତ ଦାଶ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

‘ଅଦୃଶ୍ୟ ସହ ବିପଜ୍ଜନକ’: ଆଇନଗତ ପ୍ରକ୍ରିୟାରେ କୃତ୍ରିମ ବୁଦ୍ଧିମତ୍ତା(AI)ର ବ୍ୟବହାର ବିରୁଦ୍ଧରେ ଚେତାବନୀ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୭: ସୁପ୍ରିମକୋର୍ଟ ନକଲି ଉଦାହରଣ ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) ଦ୍ୱାରା ସୃଷ୍ଟି ହୋଇଥିବା ମାମଲା ଉପରେ ଆଧାରିତ ଏକ ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ (NCLT)…

ନିଶାସକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କଲା ପ୍ରଶାସନ, ସ୍କୁଲ ନଯାଇ ମଦ ପିଇ କରୁଥିଲେ…

ଚାନ୍ଦବାଲି,୨।୭(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ରାମପୁର ବୀଣାପାଣି ନୋଡାଲ UPME ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀନାଥ ଦାସ ନିଲମ୍ବିତ । ବିଇଓ ଗୁରୁବାର ଦିନ…

ରାସ୍ତା ଉପରେ ଜମୁଛି ନର୍ଦ୍ଦମା ପାଣି, ସ୍ଥାୟୀ ସମାଧାନ ଦାବିରେ ଜିଲାପାଳଙ୍କୁ ଭେଟି…

ଅମରପାଲି,୨ା୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମ ଦେଇ ଯାଇଥିବା ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଦୁର୍ଦ୍ଦଶାର…

କୂଳ ଲଂଘୁଛି ସମୁଦ୍ର ଜୁଆର, ଜିଲାପାଳ ଅଫିସ ଘେରାଉ କରିବାକୁ ଅଞ୍ଚଳବାସୀ ସଜବାଜ

ଗଞ୍ଜାମ,୨ା୭(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୂଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ମାସ ହେଲା ବେଳାଭୂମି ଦ୍ରୁତଗତିରେ ଅବକ୍ଷୟ…

ସ୍କୁଟି ଚାଳକଙ୍କୁ ଚାପିଦେଲା ମୋରମ ବୋଝେଇ ହାଇଓ୍ବା, ଲୋକେ ଚକାତଳୁ ମୃତଦେହ କାଢ଼ି…

ପୁରୁଷୋତ୍ତମପୁର,୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଦ୍ରୁତଗତିରେ ଆସି ସ୍କୁଟିକୁ ଧକ୍କାଦେଇଥିଲା। ଫଳରେ…

ଭାରତ-ଜାପାନ ମଧ୍ୟରେ ବଡ଼ ଡିଲ୍, ପ୍ରତିରକ୍ଷା ଓ AI କ୍ଷେତ୍ରକୁ ନେଇ ଏହି ଘୋଷଣା….

ନୂଆଦିଲ୍ଲୀ,୨।୭: ପ୍ରତିରକ୍ଷା, ଶକ୍ତି ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) ସମେତ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଭାରତ ଏବଂ ଜାପାନ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri