ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ‘ପ୍ରତୀକ୍ଷା’

ଭୁବନେଶ୍ୱର,୨୪।୮(ଶର୍ମିଷ୍ଠା ପାଣିଗ୍ରାହୀ):ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ଏଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି। ଫିଚର ଫିଲ୍ମ ବର୍ଗରେ ଏହା ମନୋନୀତ ହୋଇଥିବାବେଳେ ନନ୍‌ ଫିଚର ଫିଲ୍ମ ବର୍ଗର ସ୍ପେଶାଲ ମେନ୍‌ସନ୍‌ରେ ଅନ୍ୟତମ ଓଡ଼ିଆ ଚଳଚ୍ଚିତ୍ର ‘ଦ ହିଲିଙ୍ଗ ଟଚ୍‌’ ମଧ୍ୟ ନିଜର ସ୍ଥାନ ପକ୍କା କରିଛି। ଗୁରୁବାର କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଥିଲା। ଏଥିରେ ଓଡ଼ିଆ ଭାଷାରେ ଏହି ଦୁଇ ଫିଲ୍ମ ଜାତୀୟ ସ୍ତରରେ ବାଜିମାତ୍‌ କରିବା ସହ ଓଲିଉଡ୍‌ ପାଇଁ ଗୌରବ ଆଣିଛି। ପୁରସ୍କାର ବାବଦକୁ ‘ପ୍ରତୀକ୍ଷା’କୁ ୧ଲକ୍ଷ ଟଙ୍କା ସହ ପ୍ରମାଣପତ୍ର ପ୍ରଦାନ କରାଯିବ।
ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ତଥା ଅମିୟ ପଟ୍ଟନାୟକ ପ୍ରଡକ୍ସନ୍ସ ପକ୍ଷରୁ ପ୍ରଯୋଜିତ ‘ପ୍ରତୀକ୍ଷା’ ବିଶିଷ୍ଟ ସାହିତି୍ୟକ ଡ. ଗୌରହରି ଦାସଙ୍କ କ୍ଷୁଦ୍ର ଗଳ୍ପ ‘ବାପା’ର କାହାଣୀକୁ ନେଇ ତିଆରି ହୋଇଛି। ଏକ ମଧ୍ୟବିତ୍ତ ପରିବାରରେ ବାପା ଓ ପୁଅର ସମ୍ପର୍କକୁ ନେଇ ପ୍ରଦର୍ଶିତ ହୋଇଥିବା ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥିଲା। ଏମିତିକି ୫୩ତମ ଇଣ୍ଟରନ୍ୟାଶନାଲ୍‌ ଫିଲ୍ମ ଫେଷ୍ଟିଭାଲ ଅଫ୍‌ ଇଣ୍ଡିଆ(ଆଇଏଫ୍‌ଏଫ୍‌ଆଇ)ର ଭାରତୀୟ ପାନୋରମା ବିଭାଗରେ ଏକମାତ୍ର ଓଡ଼ିଆ ଚଳଚ୍ଚିତ୍ର ଭାବେ ଗତବର୍ଷ ‘ପ୍ରତୀକ୍ଷା’ ସ୍ଥାନ ପାଇଥିଲା। ସେହି ସମୟରେ ବିଶିଷ୍ଟ ହିନ୍ଦୀ ଅଭିନେତା ଅନୁପମ୍‌ ଖେର୍‌ ହିନ୍ଦୀରେ ଏହାର ଡେବ୍ୟୁ କରିବାକୁ ମଧ୍ୟ ଘୋଷଣା କରିଥିଲେ। ଏହି ଚଳଚ୍ଚିତ୍ରରେ ଅଭିନେତା ଦୀପନ୍ବିତ ଦାଶମହାପାତ୍ର, ଅଭିନେତ୍ରୀ ବର୍ଷା ପଟ୍ଟନାୟକ, ଜୟ ପ୍ରକାଶ ଚୌଧୁରୀ, ଅବକାଶ ମିଶ୍ର, ସିଦ୍ଧାନ୍ତ ମହାପାତ୍ର, ଶ୍ରିଲା ତ୍ରିପାଠୀ, ରୁପମ୍ବିକା ନାୟକ, ସୁଶିଲ ମିଶ୍ର ପ୍ରମୁଖ ଅଭିନୟ କରିଛନ୍ତି। ଜାତୀୟ ପୁରସ୍କାର ପାଇବା ପରେ ନିର୍ଦ୍ଦେଶକ ପଟ୍ଟନାୟକ କହିଛନ୍ତି, ପ୍ରଥମେ ଧନ୍ୟବାଦ ଦେବି ମହାପ୍ରଭୁ ଜଗନ୍ନାଥଙ୍କୁ। ଜୁରୀ ସଦସ୍ୟ ଆଉ ମୋ ଦର୍ଶକଙ୍କୁ ଧନ୍ୟବାଦ। ସେମାନଙ୍କ ପାଇଁ ଆଜି ଏହି ଚଳଚ୍ଚିତ୍ର ଜାତୀୟ ସ୍ତରରେ ପୁରସ୍କାର ସାଉଣ୍ଟିପାରିଛି। ଏହା ହେଉଛି ପୂରା ଟିମ୍‌ର ପରିଶ୍ରମର ଫଳ। ଟିମ୍‌ରେ ପ୍ରାୟ ସବୁ ନୂଆ ପିଲା ଥିଲେ। ଏହା ଆରମ୍ଭ ମାତ୍ର। ଆଗକୁ ଭଲ ଫିଲ୍ମ କରିବୁ। ବାପାଙ୍କ ପ୍ରଥମ ଚଳଚ୍ଚିତ୍ର ମଧ୍ୟ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା। ଆଉ ମୋର ପ୍ରଥମ ଚଳଚ୍ଚିତ୍ର ମଧ୍ୟ ଏହି ପୁରସ୍କାର ପାଇଛି। ବହୁତ ଖୁସି ଲାଗୁଛି। ଅଭିନେତା ଦୀପନ୍ବିତ କହିଛନ୍ତି, ନିହାତି ଭାବେ ବହୁତ ଖୁସି ଲାଗୁଛି। ବହୁତ ପରିଶ୍ରମ କରିଥିଲୁ। ତା’ର ଫଳ ମିଳିଛି। ଆଗକୁ ମଧ୍ୟ ଭଲ ଫିଲ୍ମ ତିଆରି କରି ଜାତୀୟ ସ୍ତରରେ ଓଡ଼ିଶାକୁ ଗୌରବାନ୍ବିତ କରିବାକୁ ଚେଷ୍ଟା କରିବି। ସେହିପରି ୨୦୨୧ରେ ଡ. ଶ୍ୱେତ କୁମାର ଦାଶଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିଲା ଚଳଚ୍ଚିତ୍ର ‘ଦ ହିଲିଙ୍ଗ ଟଚ’୍‌। ସେ ଏହାର କାହାଣୀ ରଚନା କରିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ସ୍ବାମୀ କରୋନାରେ ଆକ୍ରାନ୍ତ ହୋଇ ମେଡିକାଲରେ ଆଇସିୟୁ ବେଡ୍‌ରେ ଚିକିତ୍ସିତ ହୁଅନ୍ତି। ବହୁ ଅକ୍ଳାନ୍ତ ଚେଷ୍ଟା ପରେ ଡାକ୍ତର ଶେଷରେ ନିରାଶ ହୁଅନ୍ତି। ଶେଷ ସମୟରେ ସେ ତାଙ୍କ ସ୍ତ୍ରୀଙ୍କ ସହ ଫୋନ୍‌ରେ କଥା ହେବାକୁ ଅନୁରୋଧ କରନ୍ତି। ଫୋନ୍‌ରେ ସ୍ତ୍ରୀ କିଭଳି ସ୍ବାମୀଙ୍କ ମାନସିକ ଅବସାଦ ଦୂର କରି ସକାରାତ୍ମକ ଚିନ୍ତାଧାରାରେ ତାଙ୍କୁ ବଞ୍ଚାଇ ଦିଅନ୍ତି ତାକୁ ନେଇ ଚଳଚ୍ଚିତ୍ର ଗତିଶୀଳ ହୋଇଛି। ଅଭିନେତ୍ରୀ ଗାର୍ଗୀ ମହାନ୍ତି ଓ ଗଜେନ୍ଦ୍ର ପାଢ଼ୀଙ୍କ ଚମତ୍କାର ଅଭିନୟ ଦର୍ଶକଙ୍କୁ ଏକ ଭିନ୍ନ ଶିକ୍ଷା ଦେଇପାରିଥିଲା। ଜାତୀୟ ପୁରସ୍କାର ପାଇବା ପରେ ଡ. ଦାଶ ଖୁସି ବ୍ୟକ୍ତ କରି କହିଛନ୍ତି, ପୁରସ୍କାର ସବୁବେଳେ ପ୍ରେରଣାର ଉତ୍ସ। ଏହା ଏକ ଚ୍ୟାଲେଞ୍ଜ ଆଣିଦେଲା। ଆଗକୁ ଆହୁରି ଭଲ ଫିଲ୍ମ କରିବି।


Enter your email to get our daily news in your inbox.

All Right Reserved By Dharitri.Com

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?