ଜଳୁନି ଷ୍ଟ୍ରିଟ ଲାଇଟ, ବଢ଼ୁଛି ଅସନ୍ତୋଷ

ବ୍ରହ୍ମପୁର,୨୫ା୮(ସ୍ମୃତି ରଞ୍ଜନ ମହାଲିକ): ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) ପକ୍ଷରୁ ବିଦ୍ୟୁତ ବିଲ ଦେୟ ହ୍ରାସ ଲକ୍ଷ୍ୟ ନେଇ ସହରର ପ୍ରତି ଅଞ୍ଚଳରେ ଏଲ୍‌ଇଡି ଷ୍ଟ୍ରିଟ ଲାଇଟ ଦ୍ୱାରା ଆଲୋକୀକରଣ ବ୍ୟବସ୍ଥା କରାଯାଇଛି। ୨୦୧୮ରେ ନିଗମ ପକ୍ଷରୁ ଏହି ବ୍ୟବସ୍ଥା ଆରମ୍ଭ ହୋଇଥିଲା। ସହରରେ ବର୍ତ୍ତମାନ ପ୍ରାୟ ୧୯ ହଜାର ଏଲ୍‌ଇଡି ଷ୍ଟ୍ରିଟଲାଇଟ ରହିଥିବା ବେଳେ ୩୦ଟି ହାଇମାଷ୍ଟ ଓ ୪୦ଟି ମିନି ମାଷ୍ଟ ରହିଛି। ଷ୍ଟ୍ରିଟ ଲାଇଟ ଓ ହାଇମାଷ୍ଟର ରକ୍ଷଣାବେକ୍ଷଣ ଦାୟିତ୍ୱ ଏନଇଇଏସଏଲ ନାମକ ଏକ ଘରୋଇ ସଂସ୍ଥାକୁ ଦିଆଯାଇଛି। ୭ ବର୍ଷ ପାଇଁ ଏହି ସଂସ୍ଥା ଦାୟିତ୍ୱ ନେବ ଚୁକ୍ତିନାମା ହୋଇଥିଲା। ହେଲେ ସହରରେ ଅଧିକାଂଶ ଷ୍ଟ୍ରିଟଲାଇଟ ଠିକ ସମୟରେ ଜଳୁ ନ ଥିବା ଦେଖାଯାଉଛି। ଅନ୍ୟପକ୍ଷରେ କେତେକ ସାହିରେ ଦିନରାତି ଷ୍ଟ୍ରିଟ ଲାଇଟ ଜଳି ରହୁଛି। ଯଦ୍ୱାରା ବିଇଏମସି ବିଦ୍ୟୁତ ଦେୟ ହ୍ରାସ ଲକ୍ଷ୍ୟ ନେଇ ଗ୍ରହଣ କରାଯାଇଥିବା ପଦକ୍ଷେପ ବିଫଳ ହୋଇଥିବା କୁହାଯାଉଛି।
ସହରରେ କୌଣସି ସାହିରେ ଷ୍ଟିଟ ଲାଇଟ ଖରାପ ହେଲେ ବିଇଏମ୍‌ସିକୁ ଅଭିଯୋଗ କରାଗଲେ ମଧ୍ୟ ମରାମତି କରାଯାଉ ନ ଥିବା ଅଭିଯୋଗ ହୋଇଛି। ୪୦ ନଂ ୱାର୍ଡର ଆନନ୍ଦ ନଗରଠାରେ ଥିବା ଏକ ଷ୍ଟ୍ରିଟ ଲାଇଟ ମାସେ ହେଲା ଅଚଳ ଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଏହାର ମରାମତି ପାଇଁ ବିଇଏମସିକୁ ଅଭିଯୋଗ କରାଯାଇଥିଲା। ହେଲେ ଏ ଯାଏ ସୁଫଳ ମିଳୁନି। ଫଳରେ ସନ୍ଧ୍ୟା ହେଲେ ଉକ୍ତ ଅଞ୍ଚଳର ରାସ୍ତା ଅନ୍ଧାର ରହୁଛି। ଉକ୍ତ ଅଞ୍ଚଳର ଷ୍ଟ୍ରିଟ ଲାଇଟ ତୁରନ୍ତ ମରାମତି କରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ଏ ନେଇ ବିଇଏମସି ସହକାରୀ ଯନ୍ତ୍ରୀ ରଞ୍ଜନ କୁମାର ମିଶ୍ରଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ବର୍ଷା ଋତରେ ଷ୍ଟ୍ରିଟ ଲାଇଟ ଗୁଡିକର ତାରରେ କାର୍ବନ ହୋଇଯାଉଛି। ତେଣୁ ଷ୍ଟ୍ରିଟ ଲାଇଟ ଗୁଡିକ ଜଳୁନି। ସେଗୁଡିକର ମରାମତି ପାଇଁ ପଦକ୍ଷେପ ଗ୍ରହଣ କରାଯାଉଥିବା ସହାକାରୀ ଯନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କସ୍‌ମେଟିକ ଇଞ୍ଜେକ୍ସନ ଉପରେ ରୋକ୍‌, ଉଲ୍ଲଂଘନ କଲେ….

ନୂଆଦିଲ୍ଲୀ, ୨୨।୫ (ପି.ଟି.): ସାମାଜିକ ଗଣମାଧ୍ୟମ ଓ ସହରାଞ୍ଚଳରେ ଚେହେରାକୁ ଅଧିକ ସୁନ୍ଦର ଓ ଚମକଦାର କରିବା ପାଇଁ ବିଉଟି ପାର୍ଲର ଏବଂ ୱେଲନେସ୍‌ ସେଣ୍ଟରଗୁଡ଼ିକରେ ବ୍ୟାପକ…

ତୈଳ ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ୮ ସୂତ୍ରୀ ନିର୍ଦ୍ଦେଶ, ଜୁନ୍ ପହିଲାରୁ ସରକାର…

ଭୁବନେଶ୍ୱର,୨୨।୫(ରବିନାରାୟଣ ଜେନା): ସରକାରୀ ଅଧିକାରୀମାନେ ଏଣିକି ବିଭିନ୍ନ ସ୍ଥାନକୁ ପରିଦର୍ଶନରେ ଗଲାବେଳେ ବସ୍‌ କିମ୍ବା ରେଳରେ ଯିବେ। ଏହାସହିତ ଜୁନ୍‌ ପହିଲାରୁ ସରକାର କେବଳ ବୈଦ୍ୟୁତିକ ଯାନ(ଇଭି)…

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri