ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ‘କାଳିଆ କରୁଛି ଲୀଳା’

ଭୁବନେଶ୍ୱର, ୬।୧୧(ବ୍ୟୁରୋ): ଟେଲି ପୁରସ୍କାର ପାଇଁ ୨୦ ବିଭାଗରେ ମୋଟ ୩ଲକ୍ଷ ୧୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ। ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ଭାବେ ‘କାଳିଆ କରୁଛି ଲୀଳା’ ପୁରସ୍କାର ପାଇବାକୁ ଥିବାବେଳେ ଏହାର ପ୍ରଯୋଜକ ଭାବେ ଦେବାଶିଷ ପାତ୍ର ଓ ନିର୍ଦ୍ଦେଶକ ଭାବେ ଡ. ଅଶ୍ୱିନୀ ଗଡନାୟକ ମନୋନୀତ ହୋଇଛନ୍ତି। ସେହିପରି ଶ୍ରେଷ୍ଠ ଟେଲି ଧାରାବାହିକ ଭାବେ ‘ସରଗମ୍‌’, ଶ୍ରେଷ୍ଠ ନିର୍ଦ୍ଦେଶକ ଚଣ୍ଡୀ ପରିଜା (ସରଗମ୍‌), ଶ୍ରେଷ୍ଠ ଅଭିନେତା ଦେବାଶିଷ ପାତ୍ର (କାଳିଆ କରୁଛି ଲୀଳା), ଶ୍ରେଷ୍ଠ ଅଭିନେତ୍ରୀ ଲିପ୍ସା ମିଶ୍ର (ରଙ୍ଗିଲା ବୋହୂ), ଶ୍ରେଷ୍ଠ ସହଅଭିନେତା ଜୀବନ ପଣ୍ଡା (କାଳିଆ କରୁଛି ଲୀଳା), ଶ୍ରେଷ୍ଠ ସହ ଅଭିନେତ୍ରୀ ମଧୁସ୍ମିତା ପ୍ରଧାନ (ରଙ୍ଗିଲା ବୋହୂ), ଶ୍ରେଷ୍ଠ ସହଖଳନାୟକ ସୁରେଶ ମିଶ୍ର (ସରଗମ୍‌), ଶ୍ରେଷ୍ଠ ସହଖଳନାୟିକା ଉଷଶୀ ମିଶ୍ର (ରଙ୍ଗିଲା ବୋହୂ), ଶ୍ରେଷ୍ଠ ହାସ୍ୟାଭିନେତା ଶଙ୍କର୍ଷଣ ପ୍ରଧାନ (ରଙ୍ଗିଲା ବୋହୂ) ଓ ଶ୍ରେଷ୍ଠ ଶିଶୁକଳାକାର ଭାବେ ପ୍ରସିଦ୍ଧି ନାୟକ (ରଙ୍ଗିଲା ବୋହୂ) ମନୋନୀତ ହୋଇଛନ୍ତି। ସେହିଭଳି ଶ୍ରେଷ୍ଠ କାହାଣୀକାର ଭାବେ ପ୍ରସନ୍ନ ପୃଷ୍ଟି (କସ୍ତୁରୀ), ଶ୍ରେଷ୍ଠ ସଂଳାପଲେଖକ ବିଜୟ ମଲ୍ଲ (ସରଗମ୍‌), ଶ୍ରେଷ୍ଠ ସ୍କ୍ରିନ୍‌ପ୍ଲେ ପାଇଁ ସୁଶାନ୍ତ ମଣି (ନିମ୍‌କି), ଶ୍ରେଷ୍ଠ ଏଡିଟିଙ୍ଗ୍‌ ପାଇଁ ଚନ୍ଦ୍ରଶେଖର ମିଶ୍ର (କାଳିଆ କରୁଛି ଲୀଳା), ଶ୍ରେଷ୍ଠ ଫଟୋଗ୍ରାଫର ନିରଞ୍ଜନ ଦାସ (ଝିଅଟା ଅଲଗା ପ୍ରକାର), ଶ୍ରେଷ୍ଠ ସାଉଣ୍ଡ ରେକର୍ଡିଷ୍ଟ ଅଭିମନ୍ୟୁ ବେହେରା (ସରଗମ୍‌), ସ୍ବତନ୍ତ୍ର ଜୁରୀ ପୁରସ୍କାର ପି. ବିଶାଲ ପଟ୍ଟନାୟକ (ମହାନାଟକ), ଶ୍ରେଷ୍ଠ ଶିକ୍ଷାଭିତ୍ତିକ/ ଶିଶୁ ଚଳଚ୍ଚିତ୍ର ପାଇଁ ଶିବଶଙ୍କର ଦାସ (କଲମ)ଙ୍କୁ ପୁରସ୍କୃତ କରାଯିବ। ଟେଲି ଚଳଚ୍ଚିତ୍ର ପାଇଁ ଗଠିତ କମିଟିରେ ଜୁରି ଅଧ୍ୟକ୍ଷ ଭାବେ ରବିନାରାୟଣ ସେନାପତି ଥିବାବେଳେ ଚଳଚ୍ଚିତ୍ର ନିର୍ଦ୍ଦେଶକ, ପ୍ରଯୋଜକ ଗଦାଧର ପୁଟ୍ଟୀ, ସଙ୍ଗୀତ ନିର୍ଦ୍ଦେଶକ ପ୍ରସନ୍ନ କୁମାର ମିଶ୍ର, ଲେଖିକା ବିୟତପ୍ରଜ୍ଞା ତ୍ରିପାଠୀ ଏବଂ ଚଳଚ୍ଚିତ୍ର ସାମ୍ବାଦିକ ରମାକାନ୍ତ ଦାସ ଜୁରୀ ସଦସ୍ୟ ଭାବେ ଥିଲେ।
ଏହି ଖବରଦାତା ସମ୍ମିଳନୀରେ ମନ୍ତ୍ରୀଙ୍କ ସହ ସଂସ୍କୃତି ବିଭାଗର ଶାସନ ସଚିବ ସୁରେଶ ଚନ୍ଦ୍ର ଦଳାଇ, ନିର୍ଦ୍ଦେଶକ ରଞ୍ଜନ କୁମାର ଦାଶ, ସଚିବ ପ୍ରବୋଧ ରଥ, ଜୁରି କମିଟି ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?