ଦିଗପହଣ୍ଡି ସହରର ବିକାଶ-ଡ୍ରେନେଜ୍‌ ବ୍ୟବସ୍ଥା: ୫୦ ବର୍ଷର ମାଷ୍ଟର ପ୍ଲାନ୍‌ ପାଇଁ ବ୍ରହ୍ମପୁର MPଙ୍କ ନିର୍ଦ୍ଦେଶ, ଗଠନ ହେଲା…

ଦିଗପହଣ୍ଡି, ୧୦।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଆଗାମୀ ୫୦ ବର୍ଷର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ସୁଚିନ୍ତିତ ମାଷ୍ଟର ପ୍ଲାନ୍ ଓ ସୁଦୃଢ଼ ଡ୍ରେନେଜ୍ ବ୍ୟବସ୍ଥା ପ୍ରସ୍ତୁତ କରିବା ପାଇଁ ବ୍ରହ୍ମପୁର ଏମ.ପି ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ ଗୁରୁତ୍ୱାରୋପ କରିଛନ୍ତି। ବୁଧବାର ଅପରାହ୍ନରେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।

ଏହି ସଭାରେ ଏମ.ପି ଉପସ୍ଥିତ ରହି ସହରର ବିଭିନ୍ନ ଅଞ୍ଚଳରୁ ନିଷ୍କାସିତ ନାଳ ନର୍ଦ୍ଦମା ପାଣି ଓ ବର୍ଷାଜଳର ସଠିକ୍ ପରିଚାଳନା ପାଇଁ ଏକ ବିସ୍ତୃତ ବ୍ଲ୍ୟୁ-ପ୍ରିଣ୍ଟ ଓ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବାକୁ ସେଠାରେ ଉପସ୍ଥିତ ଥିବା ପୂର୍ତ୍ତ ବିଭାଗ, ଡ୍ରେନେଜ୍ ଏବଂ ଜାତୀୟ ରାଜପଥ ପ୍ରାଧିକରଣ (NHAI) କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି। ଏହି ସମଗ୍ର ପ୍ରକ୍ରିୟାର ସୂଚାରୁ ପରିଚାଳନା ପାଇଁ ତହସିଲଦାରଙ୍କ ଅଧ୍ୟକ୍ଷତାରେ ଏକ ସମନ୍ୱୟ କମିଟି ଗଠନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ସହର ଉପକଣ୍ଠ ଚାଙ୍ଗୁଡ଼ି ପାହାଡ଼ରୁ ଆସୁଥିବା ବର୍ଷା ଜଳ ସିଧାସଳଖ ସହରର ବିଭିନ୍ନ ଖାଲୁଆ ଅଞ୍ଚଳକୁ ପ୍ରବେଶ କରୁଛି। ଉପଯୁକ୍ତ ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ସହରର ବସଷ୍ଟାଣ୍ଡ ସମେତ ୩ ନଂ ୱାର୍ଡ ନୂଆସାହି, ଉମାଶଙ୍କର କଲୋନୀ , ଅମ୍ବିକା ନଗର, ପିଏଚଡି ରୋଡ଼, ବିଲ ହୁଡା ନଗର ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି।ବର୍ଷା ଋତୁରେ ଲୋକେ ଜଳବନ୍ଦୀ ଅବସ୍ଥାରେ ରହୁଛନ୍ତି।

ସଭାରେ ଆଇନଜୀବି ପ୍ରମୋଦ ପାଣିଗ୍ରାହୀ ଅଭିଯୋଗ କରିଛନ୍ତି ଯେ, ୧୭ ନଂ ରାଜ୍ୟ ରାଜପଥର ଉଭୟ କଡ଼ରେ ପୁଞ୍ଜି କଂୟା ଛକରୁ ଅନଙ୍ଗପୁର ବଡ଼ ନାଳ ଯାଏଁ କରାଯାଇଥିବା ତ୍ରୁଟିପୂର୍ଣ୍ଣ ଡିପ ଡ୍ରେନ ଯୋଗୁଁ ପାଣି ନିଷ୍କାସନ ହୋଇପାରୁ ନାହିଁ। ପାହାଡ଼ରୁ ଖସୁଥିବା ବର୍ଷା ପାଣିକୁ ଯଦି ସାପୁଆ ନାଳ ସହ ସଂଯୋଗ କରାଯାଏ, ତେବେ ଏହି ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ।

ଅପରପକ୍ଷରେ, ଏନଏସି ଉପାଧ୍ୟକ୍ଷାଙ୍କ ପ୍ରତିନିଧି କେ. କୁନା କହିଛନ୍ତି ଯେ, ପୁଞ୍ଜିକଂୟା ଛକରୁ ବସଷ୍ଟାଣ୍ଡ ଯାଏଁ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା ଡ୍ରେନ ଅଧାପନ୍ତରିଆ ହୋଇ ପଡ଼ିରହିଛି। ଏହାକୁ ସମ୍ପୂର୍ଣ୍ଣ କରାଯାଇ ଅନଙ୍ଗପୁର ନିକଟ ବଡ଼ ନାଳ ସହ ସଂଯୋଗ କରିବା ଆବଶ୍ୟକ। ଶେଷରେ ସମସ୍ୟାର ସମାଧାନ ପାଇଁ ଏକ ୭ ଜଣିଆ ବିଶେଷ କମିଟି ଗଠନ କରାଯାଇଛି।

ଏହି ସମୀକ୍ଷା ସଭାରେ ତହସିଲଦାର ସନ୍ତୋଷ କୁମାର ସାହୁ,ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା,ଉପାଧ୍ୟକ୍ଷା ପ୍ରତିନିଧି କେ.କୁନା,ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ.ସୋମନାଥ ତ୍ରିପାଠୀ,ଉପ ନିର୍ବାହୀ ଯନ୍ତ୍ରୀ ଇଂ. ତାପସ କୁମାର ଦାସ,ସହକାରୀ ଯନ୍ତ୍ରୀ ଇଂ. ମନୋଜ ମହାରଣା,ଦିଗପହଣ୍ଡି ଡ୍ରେନେଜ ଉପଖଣ୍ଡ କାର୍ଯ୍ୟାଳୟ ସହକାରୀ ଯନ୍ତ୍ରୀ ଇଂ. ଭଗବାନ ରଥ,ଜାତୀୟ ରାଜପଥ ବିଭାଗ ର ସହକାରୀ ଯନ୍ତ୍ରୀ ଇଂ.ସମ୍ବିତ ମହାରଣା,କନିଷ୍ଠ ଯନ୍ତ୍ରୀ ଇଂ. ଶିବୁ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହାଛଡ଼ା ଭାଜପା ଜିଲା କାର୍ଯ୍ୟକର୍ତ୍ତା ପରେଶ ଚନ୍ଦ୍ର ରଥ, ପ୍ରାଧ୍ୟାପକ ଆଦିତ୍ୟ ପଟ୍ଟନାୟକ, ପୂର୍ବତନ କାଉନସିଲର ଏମ. ତ୍ରିନାଥଙ୍କ ସମେତ ସହରର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ମଙ୍ଗଳବାର ସନ୍ଧ୍ୟାରେ ବ୍ରହ୍ମପୁର ଏମ.ପି ଦିଗପହଣ୍ଡି ଦେଇ ଗଜପତି ଜିଲାର ମୋହନା ଯାଉଥିବା ସମୟରେ ବସଷ୍ଟାଣ୍ଡ ରାସ୍ତାରେ ପ୍ରାୟ ୩ ଫୁଟ ଉଚ୍ଚର ପାଣି ଜମି ରହିଥିବା ଦେଖିବାକୁ ପାଇଥିଲେ। ସେ ତତକ୍ଷଣାତ୍ ଗାଡ଼ିରୁ ଓହ୍ଲାଇ ପ୍ରଭାବିତ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ ଏବଂ ଏହି ଦୀର୍ଘଦିନର ସମସ୍ୟା ବିଷୟରେ ଜାଣି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ।

ସେ ସେହି ସ୍ଥାନରୁ ହିଁ ଫୋନ ଯୋଗେ ତହସିଲଦାର, ପୂର୍ତ୍ତବିଭାଗ ଯନ୍ତ୍ରୀ ଓ ଏନଏସି ନିର୍ବାହୀ ଅଧିକାରୀଙ୍କୁ ଘଟଣାସ୍ଥଳକୁ ଡକାଇଥିଲେ। ଏମ.ପିଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ପ୍ରଶାସନ ପକ୍ଷରୁ ମୋଟର ଲଗାଇ ବସଷ୍ଟାଣ୍ଡ ରାସ୍ତାରୁ ଜମି ରହିଥିବା ପାଣି ନିଷ୍କାସନ କରାଯାଇଥିଲା। ଏମ.ପିଙ୍କ ଏଭଳି ତତ୍କାଳୀନ ପଦକ୍ଷେପକୁ ଦିଗପହଣ୍ଡି ସହରବାସୀ ସାଧୁବାଦ ଜଣାଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…

ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…

୨ ଦିନ ହେଲାଣି ଘରୁ ବାହାରି ଯାଇ ଜଙ୍ଗଲରେ ରହୁଥିଲେ ପ୍ରେମୀଯୁଗଳ, ତା’ପରେ କଲେ ଏମିତି କାମ…

ନୂଆପଡ଼ା,୧୨/୯(ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ କୌଣସି କାରଣରୁ ପ୍ରେମୀଯୁଗଳ ବିଷପାନ କରିବା ପରେ ନାବାଳିକା ପ୍ରେମିକା ଡୋଲେଶ୍ୱରୀ ସା (୧୭)ଙ୍କ ମୃତ୍ୟୁ ଘଟିଛି। ପ୍ରେମିକ…

ଓରାଙ୍ଗ୍‌ଉଟାନ ଉଦ୍ଧାର ଘଟଣା: ଦୀଘାରୁ ୩ ଜଣଙ୍କୁ ଉଠାଇ ଆଣିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର/ଭୋଗରାଇ,୧୨ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ରଣକୋଠା ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ଘଟଣାରେ ତଦନ୍ତକୁ ତ୍ୱରାନ୍ବିତ କରିଛି…

ଗିରଫ ଧମକ ଦେଇ ଟଙ୍କା ଆଦାୟ ପଡ଼ିଲା ଭାରି: ଭିଜିଲାନ୍ସ ଜାଲରେ ଖଲ୍ଲିକୋଟ ଥାନା ASI ସୁଜିତ୍‌ ପାଣିଗ୍ରାହୀ

ଖଲ୍ଲିକୋଟ,୧୧।୯(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନାରେ ଶୁକ୍ରବାର ଭିଜିଲାନ୍ସ ଟିମ୍‌ ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି। ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା…

ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର : ଜାତିଆଣ ମନ୍ତବ୍ୟ…

ଛତ୍ରପୁର, ୧୧/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଆସିକା ବ୍ଲକ ଅନ୍ତର୍ଗତ ହରିପଦପୁର ଗ୍ରାମପଞ୍ଚାୟତର ସମସ୍ୟା ନେଇ ବ୍ଲକରେ ଅନୁଷ୍ଠିତ ସମିତି ବୈଠକରେ ବିଧାୟକଙ୍କ ସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?