Posted inଜାତୀୟ

ମନ୍ଦିରରେ ମହିଳାଙ୍କୁ ମାଡ଼ମାରି ଘୋଷାଡ଼ିଲେ: ଭିଡିଓ ଭାଇରାଲ

ବେଙ୍ଗାଲୁରୁ,୬।୧: ବେଙ୍ଗାଲୁରୁର ଏକ ମନ୍ଦିରରେ ଜଣେ ମହିଳାଙ୍କୁ ବାଡ଼ିିରେ ପିଟିବା ସହ ଗୋଇଠା ମାରିବା ଏବଂ ଘୋଷାଡ଼ିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହେମବତୀ ନାମ୍ନୀ ଉକ୍ତ ମହିଳା ଅମୃଥାହାଲି ଥାନାରେ ଏନେଇ ଏତଲା ଦେଇଛନ୍ତି। ଅଭିଯୋଗ ଅନୁଯାୟୀ ଗତ ମାସ ୨୧ ତାରିଖରେ ସେ ସ୍ଥାନୀୟ ଲକ୍ଷ୍ମୀନରସିଂହ ସ୍ବାମୀ ମନ୍ଦିରକୁ ଯାଇଥିବା ବେଳେ ମନ୍ଦିରର ଧର୍ମଦର୍ଶୀ ମୁନିକ୍ରିଷ୍ଣା ତାଙ୍କୁ ଆକ୍ରମଣ କରିଥିଲେ। ମହିଳାଙ୍କୁ ଅଭିଯୁକ୍ତ ବାରମ୍ବାର ମାଡ଼ ମାରିବା ସହ ଚୁଟି ଧରି ଘୋଷଡ଼ୁଥିବା ଉକ୍ତ ଭିଡିଓରୁ ଦେଖିବାକୁ ମିଳିଛି। ମୁନିକ୍ରିଷ୍ଣାଙ୍କ ବିରୋଧରେ ଆଇପିସିର ଧାରା ୩୫୪ରେ ମାମଲା ରୁଜୁ ହୋଇଛି। ତେବେ ଅଭିଯୁକ୍ତଙ୍କ କହିବା ଅନୁଯାୟୀ ମହିଳା ଜଣକ ଭଗବାନ ଭେଙ୍କଟେଶ୍ୱରଙ୍କୁ ତାଙ୍କ ସ୍ବାମୀ କହିବା ସହ ମନ୍ଦିରରେ ଥିବା ମୂର୍ତ୍ତି ପାଖରେ ବସିବାକୁ ଚାହିଁଥିଲେ। ମୁନିକ୍ରିଷ୍ଣା ମନା କରିବାରୁ ସେ ତାଙ୍କ ଉପରକୁ ଛେପ ପକାଇଥିଲେ। ସେ ମହିଳାଙ୍କୁ ବାହାରିଯିବା ଲାଗି କହିବା ସତ୍ତ୍ୱେ ସେ ନ ଶୁଣିବାରୁ ମୁନିକ୍ରିଷ୍ଣା ତାଙ୍କୁ ମାଡ଼ମାରି ବାହାର କରିଦେଇଥିଲେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଘଟଣା: କଂଗ୍ରେସ ନେତା ଗିରଫ

ଭୋପାଳ,୧୩।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇଥିବା ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ରାଜା ପଟେରିଆଙ୍କୁ ପାନ୍ନା ପୋଲିସ ଗିରଫ କରିଛି। ମଙ୍ଗଳବାର ସକାଳେ...

ସୋସିଆଲ ମିଡିଆ-ଆଧାର ଲିଙ୍କ୍‌ ପାଇଁ ପ୍ରସ୍ତାବ ନାହିଁ

ନୂଆଦିଲ୍ଲୀ,୬ା୨(ପି.ଟି.): ସୋସିଆଲ ମିଡିଆ ୟୁଜର୍ସଙ୍କ ଆକାଉଣ୍ଟଗୁଡ଼ିକୁ ଆଧାର ସହ ସଂଯୋଗ କରିବା ପାଇଁ ସରକାରଙ୍କ କୌଣସି ପ୍ରସ୍ତାବ ନାହିଁ। କିନ୍ତୁ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡ଼ିକରେ ଫେକ୍‌...

କୋଭିଡ୍‌ ଅନାଥଙ୍କ ପାଇଁ ଯୋଜନା କ’ଣ

ନୂଆଦିଲ୍ଲୀ,୨ା୬: କରୋନା ମହାମାରୀର ଦ୍ୱିତୀୟ ଲହର ଅନେକ ପିଲାଙ୍କୁ ଅନାଥ କରିଦେଇଛି। ସେହି ଶିଶୁମାନଙ୍କୁ ଆଶ୍ୱସ୍ତି ପ୍ରଦାନ ଲାଗି କେନ୍ଦ୍ର ସରକାର କ’ଣ ସବୁ କଲ୍ୟାଣକାରୀ...

ଟ୍ରାକ୍ଟର ରାଲି ହିଂସା: ହସ୍ତକ୍ଷେପ କରିବେନି ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୩।୨: କୃଷି ଆଇନକୁ ବିରୋଧ କରି ଜାନୁୟାରୀ ୨୬ରେ ଦିଲ୍ଲୀରେ ଚାଷୀ ସଂଗଠନଗୁଡ଼ିକର ଟ୍ରାକ୍ଟର ରାଲିରେ ଘଟିଥିବା ହିଂସାରେ ହସ୍ତକ୍ଷେପ କରିବାକୁ ସୁପ୍ରିମ୍‌କୋର୍ଟ ମନା...

ତାଲାର ଓଜନ ୩୦୦ କିଲୋଗ୍ରାମ୍‌: ଲକ୍ଷେ ଟଙ୍କା ହେଲାଣି ଖର୍ଚ୍ଚ

ଅଲିଗଡ଼,୧୮।୩: ଉତ୍ତରପ୍ରଦେଶ ଅଲିଗଡ଼ରେ ଜଣେ ବ୍ୟକ୍ତି ୩୦୦ କିଲୋଗ୍ରାମ୍‌ ଓଜନର ଏକ ବୃହତ୍‌ ତାଲା ନିର୍ମାଣ କରିଛନ୍ତିି। ସ୍ଥାନୀୟ ଜ୍ୱାଲାପୁରୀରେ ବାସ କରୁଥିବା ସତ୍ୟପ୍ରକାଶ ଶର୍ମା...

ଅକ୍ଟୋବରରେ ଦରଦାମ୍‌ ବୃଦ୍ଧିରୁ ମିଳିପାରେ ମୁକ୍ତି, ଆରବିଆଇ ଗଭର୍ନରଙ୍କ ସୂଚନା…

ନୂଆଦିଲ୍ଲୀ, ୯।୭ : ଅକ୍ଟୋବର ୨୦୨୨ରୁ ସାଧାରଣ ଲୋକ ଦରଦାମ୍‌ ବୃଦ୍ଧିରୁ ମୁକ୍ତି ପାଇବେ ବୋଲି ଆଶା କରାଯାଉଛି। ଏସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ...

ମସ୍‌ଜିଦ ନ ଯାଇ ଘରେ ଇଦ୍‌ ପାଳିଲେ ନକ୍‌ଭି

ନୂଆଦିଲ୍ଲୀ,୨୫।୫: ସାରା ଦେଶରେ ସୋମବାର ପାଳନ କରାଯାଇଛି ପବିତ୍ର ଇଦ୍‌-ଉଲ୍‌-ଫିତର ପର୍ବ। ଚଳିତ ବର୍ଷ କରୋନା ଭାଇରସ ସଂକ୍ରମଣ ଯୋଗୁ ଦେଶରେ ଲକ୍‌ଡାଉନ ଚାଲିଥିବାରୁ ଏଥର...

ପ୍ରଣବ ମୁଖାର୍ଜୀଙ୍କୁ ନେଇ ଗୁଜବ

ନୂଆଦିଲ୍ଲୀ, ୧୩।୮: ପୂର୍ବତନ ରାଷ୍ଟ୍ରପତି ତଥା କଂଗ୍ରେସର ବରିଷ୍ଠ ନେତା ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଗୁରୁବାର ସୋସିଆଲ୍‌ ମିଡ଼ିଆରେ ଗୁଜବ ପ୍ରଚାର ହେବାରେ ଲାଗିଛି।...

Advertisement
Archives

Model This Week