୬ମାସରେ ୬ କିସ୍ତିରେ ଅର୍ଥ ପଇଠ କରିବେ ହିତାଧିକାରୀ

ଭୁବନେଶ୍ୱର, ୫।୯ (ବନ୍ଦନା ସେଠୀ):ଜାଗା ମିଶନକୁ ନେଇ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି। ବିଶେଷକରି ଲ୍ୟାଣ୍ଡ୍‌ ରାଇଟ୍‌ ସାର୍ଟିଫିକେଟ୍‌ (ଏଲ୍‌ଆର୍‌ସି) ବଣ୍ଟନ ଆରମ୍ଭ ହେବା ପରେ ନୂଆ ଅଡୁଆ ସୃଷ୍ଟି ହୋଇଛି। ଅତିରିକ୍ତ ଜମି ପାଇଁ ଦେୟ ଦେବାକୁ ପଡୁଥିବାରୁ ଏହାକୁ ନେଇ ବସ୍ତି ବାସିନ୍ଦା ଅସନ୍ତୋଷ ପ୍ରକାଶ କରିବା ସହ ପ୍ରମାଣପତ୍ର ନେବାକୁ ଅରାଜି ହେଉଛନ୍ତି। ଅଧିକାଂଶ ବସ୍ତିବାସିନ୍ଦା ଦିନ ମଜୁରିଆ ବା ମୂଲଲାଗି ଚଳୁଥିବାରୁ ଜମି ବାବଦକୁ ଲକ୍ଷଲକ୍ଷ ଟଙ୍କା ଦେବାକୁ ସେମାନେ ଅସମର୍ଥ। ତେଣୁ ସରକାର ଦେଉଥିବା ମାଗଣା ଜମି ଅର୍ଥାତ୍‌ ୩୨୩ ବର୍ଗଫୁଟ ଜମି ବାଦ୍‌ ଆଲଟ୍‌ ହୋଇଥିବା ଅଧିକ ଜମି ଫେରାଇ ନେବାକୁ ସେମାନେ ଦାବି କରୁଛନ୍ତି। ଏପରିକି ବିଏମ୍‌ସିର ଜାଗା ମିଶନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଜମି ପାଇ ନ ଥିବା ବସ୍ତି ବାସିନ୍ଦାଙ୍କଠାରୁ ଅଭିଯୋଗକାରୀଙ୍କ ସଂଖ୍ୟା ଅଧିକ ରହୁଛି। ଏଥିପାଇଁ ବିଏମ୍‌ସି ମୁଖ୍ୟାଳୟରେ ଗହଳି ବଢ଼ିବାରେ ଲାଗିଛି।
ବିଏମ୍‌ସି ମୁଖ୍ୟାଳୟକୁ ଅଭିଯୋଗ ନେଇ ଆସିଥିବା ନୟାପଲ୍ଲୀ ଆଇଡି ମାର୍କେଟ ଗାନ୍ଧିବସ୍ତିର ପ୍ରଭାସିନୀ ପରିଡା ଅନ୍ୟଘରେ କାମ କରି ଚଳନ୍ତି। ଏବେ ଜାଗା ମିଶନରେ ଅଧିକ ଜମିର ପ୍ରମାଣପତ୍ର ବାବଦକୁ ତାଙ୍କୁ ୧ଲକ୍ଷ ୨୬ହଜାର ଟଙ୍କା ଦେବାକୁ କୁହାଯାଇଛି। ଏହାକୁ ନେଇ ତାଙ୍କ ମୁଣ୍ଡ ଉପରେ ଚଡକ ପଡିଛି। ସେହିପରି ହରେକୃଷ୍ଣ ନଗର ବାସିନ୍ଦା ବସନ୍ତ ବେହେରାଙ୍କୁ ୧ଲକ୍ଷ ୪୫ହଜାର, ମହାବୀର ବସ୍ତିର ବାସୁଦେବ ପଣ୍ଡାଙ୍କୁ ୧.୫ ଲକ୍ଷ ଟଙ୍କା, ମୁଣ୍ଡିଆ ବସ୍ତିର ଅନୁଜ ପ୍ରଧାନଙ୍କୁ ୮୭ହଜାର ଟଙ୍କାର ଡିମାଣ୍ଡ ନୋଟିସ୍‌ ଆସିଛି। ସେହିପରି ଶାନ୍ତି ନଗରରେ ରହୁଥିବା ବିଜୟ ମାତ୍ର ୩୦୦ ବର୍ଗ ମିଟର ଜାଗାରେ ଘର କରି ରହୁଥିବାବେଳେ ତାଙ୍କୁ ମଧ୍ୟ ୭୫ହଜାର ଟଙ୍କାର ଡିମାଣ୍ଡ ନୋଟିସ୍‌ ଆସିଥିବା ଜାଗା ମିଶନ୍‌ର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠାଇଛି।
ଅପରପକ୍ଷେ ହିତାଧିକାରୀଙ୍କ ଅଭିଯୋଗ ପରେ କୋହଳ ଆଭିମୁଖ୍ୟ ଗ୍ରହଣ କରି ବିଏମସି। ହିତାଧିକାରୀମାନେ ୬ ମାସରେ ୬ଟି କିସ୍ତିରେ ପ୍ରିମିୟମ ଟଙ୍କା ଶୁଝି ଅତିରିକ୍ତ ଜମିର ପ୍ରମାଣପତ୍ର ପାରିବେ ବୋଲି କମିଶନର କହିଛନ୍ତି। ସେହିପରି ହିତାଧିକାରୀମାନେ ଅତିରିକ୍ତ ଜମି ଫେରାଇବା କିମ୍ବା ସର୍ଭେରେ ଦଖଲ ଜମି ଭୁଲ ଆସିଥିବା ଅଭିଯୋଗ କଲେ ବିଏମ୍‌ସିର ସ୍ବତନ୍ତ୍ର ଟିମ୍‌ ଫିଜିକାଲ ସର୍ଭେ ପାଇଁ ଯିବ। ତେବେ ବିଏମ୍‌ସି ପକ୍ଷରୁ ସମ୍ପୃକ୍ତ ହିତାଧିକାରୀଙ୍କୁ ସୂଚନା ଗଲେ ହିଁ ସେମାନେ ଟଙ୍କା ପଇଠ କରିବେ। କାହା କଥାରେ ବା ପ୍ରରୋଚନାରେ କେଉଁଠି ଟଙ୍କା ନ ଦେବାକୁ କମିଶନର ଅପିଲ କରିଛନ୍ତି। ଏନେଇ ଓଡ଼ିଶା ବସ୍ତି ସଂଘର୍ଷ ସମିତି ସଭାପତି ପ୍ରତାପ ସାହୁ କହିଛନ୍ତି, ୧୯୯୮ ଓ ଏହା ପୂର୍ବରୁ ବସ୍ତିବାସିନ୍ଦାଙ୍କୁ ମାଗଣାରେ ଜମି ଦିଆଯାଇଛି। ଶିଖରଚଣ୍ଡୀ, ଭରତପୁରଠାରେ ୬ଶହ ବର୍ଗଫୁଟ ଜାଗାକୁ ମାଗଣାରେ ଦିଆଯାଇଥିବାବେଳେ ନୀଳାଦ୍ରିବିହାରରେ ୩୭୫ ବର୍ଗଫୁଟ ଜମିକୁ ମାଗଣାରେ ଦିଆଯାଇଛି। କିନ୍ତୁ ଏବେ ରାଜ୍ୟ ସରକାର ବସ୍ତିବାସିନ୍ଦାଙ୍କଠାରୁ କାହିଁକି ଅର୍ଥ ମାଗୁଛନ୍ତି। ଯଦି ଜାଗା କମ୍‌ ଅଛି, ତେବେ ରାଜ୍ୟ ସରକାର ନୀଳାଦ୍ରିବିହାର ପରି ସମସ୍ତଙ୍କୁ ସମାନ ଜମି ପ୍ରଦାନ କରନ୍ତୁ। ୩୨୩ ବଦଳରେ ୩୭୫ ବର୍ଗଫୁଟ ଜମି ମାଗଣାରେ ଦିଆଯାଉ। ଏହାବାଦ୍‌ ଯଦି କେହି ବସ୍ତିବାସିନ୍ଦା ଜମି ନେବାକୁ ଯାଉଛନ୍ତି ସେମାନେ ବେଞ୍ଚମାର୍କ ମୂଲ୍ୟ ଦେଇ ନେବେ। ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ଦେବା ରାଜ୍ୟ ସରକାରଙ୍କ ଯୋଜାନା ହୋଇଥିବାବେଳେ ଏଥିରେ ଟାଟା କମ୍ପାନୀ ସହିତ ଚୁକ୍ତି କରିବା କ’ଣ ଦରକାର ବୋଲି ସେ ପ୍ରଶ୍ନ କରିଛନ୍ତି। ବିଜୁଳିକୁ ସରକାର ଟାଟା ପାଓ୍ବାରକୁ ବିକ୍ରି କରିଦେବା ପରେ ଏବେ ଟାଟାର ନଜର ସରକାରୀ ଜମି ଉପରେ ଥାଇପାରେ ବୋଲି ସେ କହିଛନ୍ତି। ସେହିପରି ସରକାର ପଟ୍ଟା ନାମରେ ଜମି ପ୍ରମାଣ ପତ୍ର ଦେଇ ବସ୍ତିବାସିନ୍ଦାଙ୍କୁ ଭଣ୍ଡାଉଛନ୍ତି ବୋଲି ପ୍ରତାପ ଅଭିଯୋଗ କରିଛନ୍ତି।
ଜାଗା ମିଶନ ନିୟମ ଅନୁଯାୟୀ ଯେଉଁମାନଙ୍କର ୩୨୩ବର୍ଗ ମିଟରଠାରୁ ଅଧିକ ଜମି ରହିଛି ସେମାନଙ୍କୁ ସମ୍ପୃକ୍ତ ଜମିର ବେଞ୍ଚମାର୍କ ମୂଲ୍ୟର ୧୦ ପ୍ରତିଶତ ଟଙ୍କା ପଇଠ କରିବାକୁ ପଡିବ। ହିତାଧିକାରୀ ଜଣକ ରାସନକାର୍ଡଧାରୀ ହୋଇଥିଲେ ୫% ଟଙ୍କା ପଇଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବକେୟା ଟଙ୍କା ପଇଠ କରିବା ପରେ ହିଁ ସେମାନଙ୍କୁ ଏଲ୍‌ଆର୍‌ସି ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି। ଏହାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଭାଳେଣି ପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?