ଭୂମିହୀନ ବୋଲି ମିଳିଥିବା ଜାଗା ଜବରଦଖଲ ଅଧୀନରେ, ଏବେ ଘର ନିର୍ମାଣକୁ ନେଇ ଦ୍ୱନ୍ଦ୍ୱରେ ଅନ୍ତୋଦୟ ହିତାଧିକାରୀ

ଖଜୁରୀପଡ଼ା,୧୨।୧୧(ବିଦୁର ବେହେରା): ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଖଜୁରୀପଡ଼ା ପଞ୍ଚାୟତର ଚାରିପଡା ଗ୍ରାମରେ ରହୁଥିବା ଭୂମିହୀନ ବିଧବା ମହିଳା ଗୋଲାପ ରଣାକୁ ଆର୍ଥିକ ବର୍ଷ ୨୦୨୫-୨୬ରେ ଅନ୍ତୋଦ୍ୟାୟ ଗୃହ ଯୋଜନାରେ ସାମିଲ କରି ଘର ନିର୍ମାଣ କରିବା ପାଇଁ ସମିତି ପକ୍ଷରୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି । ହେଲେ ସେ ଜଣେ ଅସହାୟ ବିଧବା ଗରିବ ମହିଳା ହୋଇଥିବାରୁ ଜାଗା ସମସ୍ୟା ଦେଇ ଗତି କରୁଛନ୍ତି।
ଗୋଲାପ ରଣାଙ୍କ ଅଭିଯୋଗ ଅନୁଯାୟୀ ଆଜିକୁ କିଛି ବର୍ଷ ହେବ ସ୍ବାମୀ ଆରପାରିକୁ ଚାଲିଗଲା ପରେ ଦୁଇ ଝିଅକୁ ଧରି ଦୁଃଖ କଷ୍ଟରେ ପରିବାର ଚଳୁଥିଲା । ତାଙ୍କର କୌଣସି ଜାଗା ଘରଡିହ ନ ଥିବାରୁ ଭୂମିହୀନରେ ସରକାରୀ ଜାଗା ପାଇଁ ଆବେଦନ କରିଥିଲେ । ସରକାରଙ୍କ ପକ୍ଷରୁ ତାଙ୍କୁ ୫ ଜାନୁଆରୀ ୨୦୨୩ ମସିହାରେ ଖଜୁରୀପଡ଼ା ସୁରଦେଇ ମୌଜାର ଖାତା ନଂ ୭୧୪/୯୦ର ପ୍ଲଟ ନଂ ୧୩୬୨/୨୭୦୩ ଉପରେ ୧୬ ଆର୍‌ ଘରବାରି ଜାଗାର ପଟ୍ଟା ତହସିଲଦାର ପ୍ରଦାନ କରିଥିଲେ। ସେହି ଜାଗାରେ ସରକାର ଦେଇଥିବା ଅନ୍ତୋଦ୍ୟାୟ ଗୃହ ଯୋଜନାର ଘର ନିର୍ମାଣ କରିବା ପାଇଁ ଯିବାରୁ ସେହି ଗାଁର ଜଣେ ବ୍ୟକ୍ତି ଏଇଟା ମୋର ଜାଗା ବୋଲି କହି ଗଣ୍ଡଗୋଳ କରିବା ସହିତ ଏହି ଜାଗାକୁ ପ୍ରବେଶ କରିବୁ ନାହିଁ ବୋଲି ମନା କରିଛନ୍ତି। ଫଳରେ ଏହି ସମସ୍ୟାକୁ ନେଇ ତହସିଲଦାର,ଉପ ଜିଲାପାଳ ,ଜିଲାପାଳ ,ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଛନ୍ତି। ଖଜୁରୀପଡ଼ା ଥାନାରେ ମଧ୍ୟ ଏ ନେଇ ଏତଲା ଦେଇଛନ୍ତି । ଥାନାରେ ୨୫୦/୨୫ ମାମଲା ରୁଜୁ ହୋଇଛି । ତଥାପି ଆଜି ପର୍ଯ୍ୟନ୍ତ ନ୍ୟାୟ ପାଇବାରୁ ବଞ୍ଚିତ ଅଛନ୍ତି ବୋଲି କହିଛନ୍ତି।
ଜାଗା ସମସ୍ୟା ନେଇ ସମସ୍ତ ସରକାରୀ ଅଧିକାରୀଙ୍କୁ ଜଣାଇବା ପରେ ଏବେ ହତାଶ ହୋଇଛନ୍ତି । କିପରି ଭାବେ ଅନ୍ତୋଦ୍ୟାୟ ଗୃହ ଯୋଜନାର ଘର ନିର୍ମାଣ କରିବେ ସେ ନେଇ ଚିନ୍ତାରେ ରହୁଛନ୍ତି ଗୋଲାପ ରଣା । ଏ ନେଇ ତହସିଲଦାର ଶୁଭଶ୍ରୀ ରଥଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ତାଙ୍କୁ ପଟ୍ଟା ପ୍ରଦାନ କରାଯାଇଛି। ସେ ଉପ ଜିଲାପାଳଙ୍କ କାର୍ଯ୍ୟାଳୟ କିମ୍ବା ଥାନାରେ ଅଭିଯୋଗ କଲେ ଉଭୟ ପକ୍ଷକୁ ଡାକି ସମସ୍ୟାର ସମାଧାନ କରାଯାଇ ପାରିବ ବୋଲି କହିଛନ୍ତି।
ଘର ନିର୍ମାଣ ସମସ୍ୟାକୁ ନେଇ ବିଡ଼ିଓ ଶୁଭ ଦତ୍ତାତ୍ରେୟ ବାହିନୀପତିଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ଯେ ଜିଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିରରେ ସେ ଏହି ସମସ୍ୟା ଉପରେ ଅଭିଯୋଗ କରିଥିଲେ। ଏହା ଜାଗା ସମସ୍ୟା , ଜାଗା ସମସ୍ୟା ସମାଧାନ କରି ଘର ନିର୍ମାଣ କରି ପାରିବେ ।

ତେଣୁ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଜାଗା ସମସ୍ୟାର ସମାଧାନ କଲେ ଜଣେ ଅସହାୟ ଗରିବ ବିଧବା ମହିଳା ଘର ଖଣ୍ଡେ ନିର୍ମାଣ କରି ଦୁଇ ଝିଅଙ୍କୁ ସାଙ୍ଗରେ ଧରି ଖୁସିରେ ରହି ପାରିବ। ନଚେତ ଅନ୍ତୋଦ୍ୟାୟ ଗୃହ ଯୋଜନାର ଘର ନିର୍ମାଣ ନ କରି ପାରି ହଇରାଣ ହେବ । ତେଣୁ ସରକାର ଏଥିପ୍ରତି ବିଶେଷ ଦୃଷ୍ଟି ଦେବା ପାଇଁ ବ୍ଲକ କଂଗ୍ରେସ ଦାବି କରିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗଣେଶ ପୂଜା ପାଇଁ ଚଳଚଞ୍ଚଳ ଭଞ୍ଜନଗର: ମଣ୍ଡପରେ ଜମୁଛି ଭକ୍ତଙ୍କ ଭିଡ଼, ଉତ୍ସବମୁଖର …

ଭଞ୍ଜନଗର,୧୫।୯(ବାବୁଲା ପ୍ରଧାନ): ପବିତ୍ର ଗଣେଶ ପୂଜା ଅବସରରେ ଭଞ୍ଜନଗର ସହର ସମେତ ଆଖପାଖ ଗ୍ରାମାଞ୍ଚଳରେ ଏକ ଆନନ୍ଦଉଲ୍ଲାସ ଓ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ଗତ ଦୁଇଦିନ…

ପରିବାର ସହ ନୂଆଁଖାଇ ପାଳିଲେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର; ନୂଆଁଖାଇ ଜୁହାର ଭେଟ ହୋଇ ଜଣାଇଲେ ଶୁଭେଚ୍ଛା

ବଲାଙ୍ଗୀର,୧୫ା୯ (ବୀରେନ୍ଦ୍ର କୁମାର ଝାଙ୍କର): ପବିତ୍ର ନୂଆଁଖାଇ ଅବସରରେ ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ନିଜ ପରିବାର ସହ ନବାନ୍ନ ଭକ୍ଷଣ କରିବା ପରେ ନିଜ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ସଜନା ଶାଗ ତୋଳିବା ହେଲା କାଳ: ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ୩୦ ବର୍ଷୀୟ ଯୁବକଙ୍କ ଜୀବନ

କୋରାପୁଟ,୧୫।୯(ଅମିତାଭ ବେହେରା): ସଜନା ଶାଗ ତୋଳିବାକୁ ଯାଇଥିଲେ, ହେଲେ ଫେରିଲା ମୃତଦେହ। ଅସାବଧାନତାର ଏକ ମୁହୂର୍ତ୍ତ ଜଣେ ଯୁବକଙ୍କ ଜୀବନରେ କାଳ ସାଜିଛି। ୧୧ କେଭି ବିଦ୍ୟୁତ୍…

ପ୍ରଫେସର କୃତ୍ତିବାସ ବିଶ୍ୱାଳଙ୍କୁ ‘ଭଞ୍ଜଶ୍ରୀ ଶ୍ରୀଧର ଶତପଥୀ ସ୍ମୃତି ସମ୍ମାନ’

ଭଞ୍ଜନଗର,୧୫।୯ (ବାବୁଲା ପ୍ରଧାନ): ଘୁମୁସର ମାଟିର ବିଶିଷ୍ଟ ଜ୍ୟୋତିଷ, ଭଞ୍ଜ ସାହିତ୍ୟ ଗବେଷକ ତଥା ପ୍ରତିଷ୍ଠିତ ସାହିତ୍ୟିକ ଭଞ୍ଜଶ୍ରୀ ପଣ୍ଡିତ ଶ୍ରୀଧର ଶତପଥୀଙ୍କ ୧୧୩ତମ ଜୟନ୍ତୀ ମଙ୍ଗଳବାର…

ମୃତଦେହ ନେଇ ଶ୍ମଶାନ ଯାଉଥିବା ବେଳେ ବଡ଼ ଅଘଟଣ: ଟ୍ରକ୍ ଧକ୍କା ଦେଇ ଘୋଷାଡ଼ି ନେଲା, ୫ ଗୁରୁତରଙ୍କୁ ବିଧାୟକ ନିଜ ଗାଡ଼ିରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି – ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ପୋଡ଼ାମାରି ନିକଟସ୍ଥ ରାଜନାପଲ୍ଲୀ ଗ୍ରାମ ମୁଖ୍ୟରାସ୍ତାରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ…

କାମ କରୁ କରୁ ଚାଲିଗଲା ଜୀବନ: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୨୭ ବର୍ଷୀୟା ମହିଳା ଶ୍ରମିକଙ୍କ ମୃତ୍ୟୁ

ଦାରିଙ୍ଗବାଡ଼ି,୧୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ବୁର୍ଜୁବାଡ଼ି ବିଦ୍ୟାଳୟ ସମ୍ମୁଖରେ ଏକ ନିର୍ମାଣାଧୀନ କୋଠାରେ ବିଦ୍ୟୁତ୍ ଆଘାତ ଲାଗି ଜଣେ ମହିଳା ଶ୍ରମିକଙ୍କ…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?