ପିଡିଏସ୍‌ ସାମଗ୍ରୀ ପାଇଁ ହିତାଧିକାରୀ ହନ୍ତସନ୍ତ:ଟଙ୍କିକିଆ ଚାଉଳ ପାଇଁ ଖର୍ଚ୍ଚାନ୍ତ

ଭବାନୀପାଟଣା,୨୬।୨(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ ଏନଏସିରେ ପିଡିଏସ୍‌ ସାମଗ୍ରୀ ପାଇଁ ହିତାଧିକାରୀମାନେ ଏବେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ଯାହାକୁନେଇ ସେମାନଙ୍କ ମଧ୍ୟରେ ତୀବ୍ର ଉଦବେଗ୍‌ ପ୍ରକାଶ ପାଇଛି। ଜୁନାଗଡ ଏନଏସିରେ ୧୨ଟି ୱାର୍ଡ ଥିବାବେଳେ ଏଥିରେ ୪୦୬୭ ଜଣ ରାଶନ କାର୍ଡ ହିତାଧିକାରୀ ଅଛନ୍ତି। ପୂର୍ବରୁ ଏନଏସିର ୩ଟି ସ୍ଥାନରେ ପିଡିଏସ୍‌ ବଣ୍ଟନ କରାଯାଉଥିଲା। ହେଲେ ଗତ ଅକ୍ଟୋବର ମାସଠାରୁ ଜୁନାଗଡ ଆରଏମସି ବଜାର ନିକଟରେ ଗୋଟିଏ ସ୍ଥାନରେ ୧୨ଟି ୱାର୍ଡବାସୀଙ୍କ ପାଇଁ ପିଡିଏସ୍‌ ବଣ୍ଟନ କରାଯାଉଛି। ଯହାଦ୍ୱାରା ଏନ୍‌ଏସିର ୧୨ଟି ୱାର୍ଡର ହିତାଧିକାରୀ ଏହି ସ୍ଥାନକୁ ପିଡିଏସ୍‌ ଆଣିବାକୁ ଆସି ନାହଁି ନ ଥିବା ଅସୁବିଧାର ସମ୍ମୁଖୀନ ହେବା ସହ ଖର୍ଚ୍ଚାନ୍ତ ହେଉଛନ୍ତି। ବିଶେଷକରି ଶ୍ରମିକ ଶ୍ରେଣୀର ଲୋକେ କାମ ବନ୍ଦ କରି ଚାଉଳ ନେବା ପାଇଁ ଆସୁଥିବାବେଳେ କାର୍ଡ ସଂଖ୍ୟା ଅଧିକ ରହିଥିବାରୁ ଠିକ୍‌ ସମୟରେ ଚାଉଳ ନ ପାଇ ସେମାନେ ଫେରିଯାଉଥିବା ଦେଖିବାକୁ ମିଳିଛି। ସେହିପରି ସହରର ୩କି.ମି.ଦୂରରେ ଥିବା ପଲସାପଡା, ହଣ୍ଡାଖାଲପଡାବାସୀ ଓଟୋରିକ୍ସାରେ ଟଙ୍କିକିଆ ଚାଉଳ ନେବା ପାଇଁ ଖର୍ଚ୍ଚାନ୍ତ ହୋଇଥାନ୍ତି। ପ୍ରକାଶ ଯେ,ଜୁନାଗଡ ଏନଏସିରେ ରାଶନ କାର୍ଡ ହିତାଧିକାରୀଙ୍କ ସଂଖ୍ୟା ଅଧିକ ଥିବା ଓ ପିଡିଏସ୍‌ ବଣ୍ଟନ କେନ୍ଦ୍ର ଦୂରତା ଥିବାରୁ ଲୋକଙ୍କ ସୁବିଧା ପାଇଁ ଗତ ୨୦୨୩ ମସିହା ଆରମ୍ଭରେ ତକତ୍ାଳୀନ ଜୁନାଗଡ ନଗରପାଳ ମୁକେଶ ଅଗ୍ରୱାଲଙ୍କ ସମୟରେ ଜୁନାଗଡର ଆଉ କିଛି ସ୍ଥାନରେ ପିଡିଏସ୍‌ ସାମଗ୍ରୀ ବଣ୍ଟନ କରିବା ନେଇ ରେଜୁଲେସନ ମାଧ୍ୟମରେ ଧର୍ମଗଡ ଉପଜିଲାପାଳଙ୍କୁ ଜଣାଯାଇଥିଲା। ଯାହାଫଳରେ ଉକ୍ତ ବର୍ଷ ମଧ୍ୟ ଭାଗରେ ଜୁନାଗଡର ୩ଟି ସ୍ଥାନରେ ପିଡିଏସ୍‌ ବଣ୍ଟନ କେନ୍ଦ୍ର କରାଯାଇଥିଲା। ଏହାଯୋଗୁ ସ୍ଥାନୀୟ ହିତାଧିକାରୀମାନେ ଠିକ୍‌ ସମୟରେ ଓ ସୁବିଧାରେ ପିଡିଏସ୍‌ ସାମଗ୍ରୀ ପାଇଁ ଖୁସି ଅନୁଭବ କରୁଥିଲେ। ହେଲେ ପରବର୍ତ୍ତୀ ସମୟରେ ପୂର୍ବତନ ଅଧ୍ୟକ୍ଷ ଅଗ୍ରୱାଲଙ୍କ ଅନାସ୍ଥା ପ୍ରସ୍ତାବ ପରେ ଜୁନାଗଡ ଏନଏସି ଉପାଧ୍ୟକ୍ଷା ହିମାଦ୍ରୀ ନାଏକ ଭାରପ୍ରାପ୍ତ ଏନଏସି ଅଧ୍ୟକ୍ଷା ଭାବେ ଦାୟିତ୍ୱ ନେଇଥିଲେ। ଗତ ଅକ୍ଟୋବରଠାରୁ ଏନଏସିର ୩ଟି ସ୍ଥାନରେ ପିଡିଏସ୍‌ ସାମଗ୍ରୀ ବଣ୍ଟନ କେନ୍ଦ୍ରକୁ ବନ୍ଦ କରାଯାଇ ଏବେ ଗୋଟିଏ ସ୍ଥାନରେ ଆରଏମସି ବଜାର ଭିତରେ ପିଡିଏସ୍‌ ସାମଗ୍ରୀ ଦିଆଯାଉଛି। ଏନେଇ ପିଡିଏସ୍‌ ସାମଗ୍ରୀ ବଣ୍ଟନ କରୁଥିବା ରିଟେଲର ବ୍ରଜେନ୍ଦ୍ର ମେହେରଙ୍କୁ ପଚାରିବାରୁ, ରେନୁଆଲ କରି ନ ପାରିବାରୁ ଏପରି ଅସୁବିଧା ହେଛି। ଏହାସହ ଗୋଟିଏ ସ୍ଥାନରେ ଚାଉଳ ବଣ୍ଟନ ଯୋଗୁ ଲୋକମାନେ ମଧ୍ୟ ହଇରାଣ ହେଉଥିବା କଥାକୁ ସ୍ବିକାର କରିଥିଲେ। ଜୁନାଗଡ ବ୍ଲକ ଯୋଗାଣ ନିରୀକ୍ଷକ ଅଲେଖ ମହିମା ଭୋଇଙ୍କୁ ପଚାରିବାରୁ, କ’ଣ ହେଉଛି ବୁଝିକି କହିବି ବୋଲି ସଫେଇ ଦେଇଥିଲେ। ଅନ୍ୟପକ୍ଷରେ,ଜୁନାଗଡ ଭାରପ୍ରାପ୍ତ ଏନଏସି ଅଧ୍ୟକ୍ଷା ହିମାଦ୍ରୀ ନାଏକଙ୍କୁ ପଚାରିବାରୁ , ୩ଟି ସ୍ଥାନରେ ବନ୍ଦ ହୋଇଥିବା କଥା ମୁଁ ଜାଣି ନାହଁି। ରିଟେଲର ସହ କଥା ହୋଇ ପଦକ୍ଷେପ ନିଆଯିବ ବୋଲି କହିଥିଲେ। କଳାହାଣ୍ଡି ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବ୍ରିକ୍ସ ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ ବିଶ୍ୱ ନେତା

ନୂଆଦିଲ୍ଲୀ,୧୨ା୯ (ପି.ଟି.):ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ଠାରେ ଶନିବାରଠାରୁ ୨ ଦିନ ଧରି ୧୮ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର…

BRICSରେ ସାମିଲ ହେବାକୁ ବାଡେଇଛାଟି ହେଉଛି ପାକିସ୍ତାନ: ବାଟ ଓଗାଳିଛି ଭାରତ!

ନୂଆଦିଲ୍ଲୀ,୧୨।୯: BRICSରେ ସାମିଲ ହେବା ପାଇଁ ଦୀର୍ଘଦିନ ଧରି ପାକିସ୍ତାନ ଉଦ୍ୟମ କରିଆସୁଛି। ୨୦୨୩ରେ ଇସଲାମାବାଦ ଏହି ଗୋଷ୍ଠୀର ସଦସ୍ୟତା ପାଇଁ ଔପଚାରିକ ଭାବେ ଆବେଦନ କରିଥିଲା।…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…

ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…

ସେପ୍ଟେମ୍ବର ୧୭ ପରେ ଏହି ୨ ରାଶିର ଭାଗ୍ୟ ଚମକାଇବେ ସୂର୍ଯ୍ୟ: ଚାକିରିରେ ପଦୋନ୍ନତି ସହ ହେବେ ମାଲାମାଲ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ନେତୃତ୍ୱ, ପଦ-ପ୍ରତିଷ୍ଠା ଓ କ୍ୟାରିୟରର ପ୍ରମୁଖ କାରକ ବୋଲି ମନେ କରାଯାଏ। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନର ପ୍ରଭାବ ଅନେକ ରାଶିର…

୨ ଦିନ ହେଲାଣି ଘରୁ ବାହାରି ଯାଇ ଜଙ୍ଗଲରେ ରହୁଥିଲେ ପ୍ରେମୀଯୁଗଳ, ତା’ପରେ କଲେ ଏମିତି କାମ…

ନୂଆପଡ଼ା,୧୨/୯(ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ କୌଣସି କାରଣରୁ ପ୍ରେମୀଯୁଗଳ ବିଷପାନ କରିବା ପରେ ନାବାଳିକା ପ୍ରେମିକା ଡୋଲେଶ୍ୱରୀ ସା (୧୭)ଙ୍କ ମୃତ୍ୟୁ ଘଟିଛି। ପ୍ରେମିକ…

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

ବଢିଲା ଟିମ ଇଣ୍ଡିଆର ଟେନସନ୍‌: ପଡିଆରେ ଅଭ୍ୟାସ ସମୟରେ ହଠାତ୍‌ ଇଶାନ କିଶନ…

ନୂଆଦିଲ୍ଲୀ,୧୨।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଛି ଚିନ୍ତା ବଢ଼ାଇବା ଭଳି ଖବର। ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?