ଭିଟାମିନ୍ ‘ସି’ରେ ଅନେକ ଉପକାରୀ ଗୁଣ ରହିଛି। ଏହି ଭିଟାମିନ୍ ଦୀର୍ଘକାଳୀନ ରୋଗ ପାଇଁ ଲାଭପ୍ରଦ ହୋଇଥାଏ ବୋଲି ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି। ‘ଭିଟାମିନ୍ ‘ସି’ ଓ ଦୀର୍ଘକାଳୀନ ରୋଗ’ ଶୀର୍ଷକ ବିଷୟକୁ ନେଇ ୟୁନିଭର୍ସିଟି ଅଫ ଲଣ୍ଡନର ବିଶେଷଜ୍ଞମାନେ ଏକ ସର୍ଭେ କରିଥିଲେ। ଏହି ସମୟରେ ଦୀର୍ଘକାଳୀନ ରୋଗରେ ପୀଡିତ କେତେକ ରୋଗୀଙ୍କୁ ନିୟମିତ ଭିଟାମିନ୍ ‘ସି’ଯୁକ୍ତ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଥିଲା। ଅନ୍ୟପକ୍ଷରେ ଏପରି ଖାଦ୍ୟର ପ୍ରଭାବ ସେମାନଙ୍କ ଶରୀର ଉପରେ କିପରି ପଡୁଛି ତାହାକୁ ତନ୍ନ ତନ୍ନ କରି ନିରୀକ୍ଷଣ କରାଯାଇଥିଲା। ଆଶ୍ଚର୍ଯ୍ୟଜନକ ଭାବରେ ସର୍ଭେ ପରିସରଭୁକ୍ତ ରୋଗୀଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ରୋଗୀ ଏଭଳି ରୋଗରୁ କେତେକାଂଶରେ ଉପଶମ ଲାଭ କରୁଥିବାର ଜଣାପଡିଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଦୀର୍ଘକାଳୀନ ରୋଗ ପାଇଁ ଏହା ଆଣ୍ଟି ଅକ୍ସିଡ଼ାଣ୍ଟ ଭଳି କାମ କରିଥାଏ। ଉଚ୍ଚ ରକ୍ତଚାପ ଥିବା ରୋଗୀଙ୍କ ପାଇଁ ମଧ୍ୟ ଏହା ଉପକାରୀ ସାବ୍ୟସ୍ତ ହୋଇଥାଏ। ହୃତ୍ପିଣ୍ଡକୁ ମଧ୍ୟ ଏହା ସୁସ୍ଥ ରଖିବାରେ ସାହାଯ୍ୟ କରେ। ଆମେ ଖାଉଥିବା ଖାଦ୍ୟ ଯଥା ଅମୃତଭଣ୍ଡା, ପିଜୁଳି, ବ୍ରକୋଲି, ଲିଚୁ, ଷ୍ଟ୍ରବେରୀ, କମଳା ଆଦିରେ ଭିଟାମିନ୍ ‘ସି’ ଭରି ରହିଛି।
Posted inHome, Home Left, ଜୀବନଚର୍ଯ୍ୟା View All
ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍ପେଣ୍ଡ
ଲିସ୍ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…
ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ
ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍କ୍ରିପଶନରେ ନିଶା ବଟିକା ଏବଂ କଫ୍ ସିରପ୍ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…
ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି
ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…
ପ୍ରଥମେ କାଟିଲେ, ପରେ ଯୋଡ଼ିଲେ
ଭବାନୀପାଟଣା,୧୦ା୧୦(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ହୋଇଥିଲା। ଏଥିରେ ବିଭିନ୍ନ ସଂଗଠନ ଯଥା ଅଖିଳ ଭାରତୀୟ…
ମାନସିକ ଅନଗ୍ରସରଙ୍କ ଅଧିକାର: ସେମାନଙ୍କ ପାଇଁ ମୁକ୍ତ ଆଇନ ସହାୟତା
ଦିଗପହଣ୍ଡି, ୧୦|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ଶନିବାର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଦିଗପହଣ୍ଡି…
ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ
ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍ ଏକ ମାସ ପରେ ଏକ ସାଂଘାତିକ…
ବିଜେଡି ସମର୍ଥିତ ଛାତ୍ରନେତାଙ୍କ ନାମାଙ୍କନ ନାକଚକୁ ନେଇ ଥାନାର ଦ୍ୱାରସ୍ଥ ହେଲା ବିଜେଡି
କେସିଙ୍ଗା, ୧୦/୧୦ (ତୁମେଶ୍ୱର ସାହୁ): ରାଜ୍ୟର ସମସ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଗତକାଲି ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି। ଏହି କ୍ରମରେ କଳାହାଣ୍ଡି ଜିଲାର…
ପାଇଲଟ ସ୍ମିତ୍ ମଚ୍ଛର ଆକ୍ରମଣର ତଦନ୍ତ କରିବ ଏନ୍ଆଇଏ
ନୂଆଦିଲ୍ଲୀ, ୧୦ା୧୦ : ସେପ୍ଟେମ୍ବର ୩୦ରେ ଫ୍ଲାଇଦୁବାଇ ବିମାନର କକ୍ପିଟ ଭିତରେ ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍ ମଚ୍ଛରଙ୍କୁ ହୋଇଥିବା ଆକ୍ରମଣର ତଦନ୍ତ ପାଇଁ ଜାତୀୟ ତଦନ୍ତକାରୀ…

