୩ ବର୍ଷ ପରେ ହେବ ଜଗାର ଖପୁରି ପ୍ରତିରୋପଣ

ଫୁଲବାଣୀ ଅଫିସ, ୪ା୭: ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗାର ଖପୁରି ପ୍ରତିରୋପଣ ଆଉ ୩ ବର୍ଷ ପରେ ହେବ ବୋଲି ଦିଲ୍ଲୀ ଏମ୍‌ସ ଡାକ୍ତର ସ୍ପଷ୍ଟ କରିଛନ୍ତି। ଜଗା ଏବେ ସ୍ବାଭାବିକ ଭାବେ ଚଲାବୁଲା କରିପାରୁଛି। ତାର ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି ବୋଲି ନିୟମିତ ବ୍ୟବଧାନରେ ସ୍ବାସ୍ଥ୍ୟ ଯାଞ୍ଚ କରୁଥିବା ଦିଲ୍ଲୀ ଏମ୍‌ସର ନ୍ୟୁରୋ ସର୍ଜରୀ ବିଭାଗ ଡାକ୍ତର ଦୀପକ ଗୁପ୍ତା ପ୍ରକାଶ କରିଛନ୍ତି। ଗତ ମାସ ୧୮ତାରିଖରେ କଟକ ବଡ଼ ମେଡିକାଲରେ ଜଗାର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସେଠାକୁ ଡାକ୍ତର ଗୁପ୍ତା ଆସି ପରୀକ୍ଷାନିରୀକ୍ଷା କରିଥିଲେ। ଚେକ୍‌ଅପ ବେଳେ ଜଗା ସମ୍ପୂର୍ଣ୍ଣ ସୁସ୍ଥ ଥିଲା। ବିଶେଷକରି ତାର ଖପୁରି ପ୍ରତିରୋପଣ ପାଇଁ ଡାକ୍ତର ଟିମ ମଧ୍ୟରେ ଆଲୋଚନା ହୋଇଥିଲା। ପରିସ୍ଥିତିକୁ ଅନୁଧ୍ୟାନ କରି ୩ ବର୍ଷରେ ଖପୁରି ପ୍ରତିରୋପଣ କରିବାକୁ ନିଷ୍ପତ୍ତିି ନିଆଯାଇଥିଲା। ଜଗାର ବାପା ଭୂୟାଁ କହଁର ଏହି ସୂଚନା ଦେବା ସହ ଖୁସି ବ୍ୟକ୍ତ କରିଛନ୍ତି। ପୁଅ ଶୀଘ୍ର ଭଲ ହୋଇ ଘରକୁ ଫେରିବ। ୫ ବର୍ଷରୁ ଊର୍ଦ୍ଧ୍ୱ ହେଲାଣି ଘରକୁ ଯାଇପାରୁନୁ। ଖପୁରି ପ୍ରତିରୋପଣ ହେବା ପରେ ଜଗା ସ୍ବାଭାବିକ ଜୀବନ ବିତାଇବ ବୋଲି ଭୂୟାଁ କହିଛନ୍ତି।
ସୂଚନାଯୋଗ୍ୟ, ଫିରିଙ୍ଗିଆ ବ୍ଲକ ଡିମିରିଗୁଡା ପଞ୍ଚାୟତ ବିଲୁପଦର ଗ୍ରାମର ଭୂୟାଁ କହଁରଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳୀ ଫିରିଙ୍ଗିଆ ମେଡିକାଲରେ ଯୋଡ଼ାମୁଣ୍ଡ ଶିଶୁଙ୍କୁ ଜନ୍ମ ଦେଇଥିଲେ। ସେଠାର ଡାକ୍ତର ତାଙ୍କୁ ଅଧିକ ଚିକିତ୍ସା ପାଇଁ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଫୁଲବାଣୀରୁ ଏହି ଯମଜ ଶିଶୁଙ୍କୁ ଡାକ୍ତର କଟକ ବଡ ମେଡିକାଲକୁ
ସ୍ଥାନାନ୍ତର କରିଥିଲେ। ସେଠାରେ ଡାକ୍ତର ଚେଷ୍ଟା କରି ଯୋଡାମୁଣ୍ଡ ଶିଶୁଙ୍କୁ ଅଲଗା କରି ହେବ ନାହିଁ କହିଥିଲେ। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସରକାର ଏହାକୁ ଗୁରୁତ୍ୱର ସହ ନେଇଥିଲେ। ଦିଲ୍ଲୀ ଏମ୍‌ସରେ ଅସ୍ତ୍ରୋପଚାର କରାଇବାକୁ ସ୍ଥିର କରି ସରକାର ସମସ୍ତ ଖର୍ଚ୍ଚ ବହନ କରିଥିଲେ। ୨୦୧୭ ଅକ୍ଟୋବରରେ ଦିଲ୍ଲୀ ଏମ୍‌ସରେ ଯୋଡା ମୁଣ୍ଡ ଶିଶୁ ଜଗା ବଳିଆଙ୍କ ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାର ସଫଳ ହୋଇଥିଲା। କିନ୍ତୁ ୨୦୨୦ ଡିସେମ୍ବରରେ ବଳିଆଙ୍କ ମୃତ୍ୟୁ ହୋଇଥିଲା। ଜଗା ସୁସ୍ଥ ରହିବା ସହ ସ୍ବାଭାବିକ ଜୀବନ ବଞ୍ଚୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

ନିର୍ବାଚନ ଲଢିପାରିବେନି ମୋକିମ, ମଇଦାନକୁ ଓହ୍ଲାଇଲେ ଝିଅ!

ଭୁବନେଶ୍ୱର,୨୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ...

କନଫ୍ୟୁଜରେ ସୁର, ବଡ଼ପୁଅ ନା ସାନପୁଅ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର,୨୪।୪: ରୋଚକ ମୋଡ ନେଇଛି ସୁରଙ୍କ ଫ୍ୟାମିଲି ପଲିଟିକ୍ସ । ସାନ ପୁଅ ବିଜେଡି ଟିକେଟ ନେଇ ମଇଦାନକୁ ଓହ୍ଲାଇଥିବା ବେଳେ ବଡ଼ ପୁଅକୁ ନିମାପଡ଼ା...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ବିଜେଡି ସରକାର ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା

ଭୁବନେଶ୍ୱର,୨୪।୪: ବିଜେଡି ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା। ବିଜେଡି ସରକାରରେ ଅନ୍ୟାୟ, ଦୁର୍ନୀତି, ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା, ମହିଳା ବିରୋଧୀ ହିଂସାକୁ ଚାର୍ଜସିଟରେ ସ୍ଥାନ ଦେଇଛି...

ଭୁବନେଶ୍ୱରରେ ହେବ ବିଗ୍‌ ଫାଇଟ୍‌, କାହାର ପଲା ଭାରି

ଭୁବନେଶ୍ବର,୨୪।୪: ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ହେବ ବିଗ ଫାଇଟ । ଯୁବ ଓ ମହିଳା ଭୋଟରଙ୍କୁ ହାତେଇପାରନ୍ତି ଭାଜପା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ବିଜେଡିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri