Posted inଖେଳ

୬ଦିନ କ୍ୱାରାଣ୍ଟାଇନ୍‌ରେ ରହିବେ ଷ୍ଟୋକ୍ସ

ଦୁବାଇ, ୪ା୧୦ (ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳିବା ଲାଗି ବିଶ୍ୱର ଟପ୍‌ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ରବିବାର ୟୁଏଇରେ ପହଞ୍ଚତ୍ବେ। ସେ ତାଙ୍କ ଦଳ ରାଜସ୍ଥାନ ରୟାଲ୍ସରେ ଯୋଗଦେବା ପୂର୍ବରୁ ୬ ଦିନ କ୍ୱାରାଣ୍ଟାଇନ୍‌ରେ ରହିବେ। ଷ୍ଟୋକ୍ସ ତାଙ୍କ ଅସୁସ୍ଥ ପିତା ଜେଡ୍‌ଙ୍କୁ ଦେଖିବା ଲାଗି ନ୍ୟୁଜିଲାଣ୍ଡ ଯାଇଥିଲେ। ତେଣୁ ଟୁର୍ନାମେଣ୍ଟ ଆରମ୍ଭରେ ସେ କିଛି ମ୍ୟାଚ୍‌ ମିସ୍‌ କରିଛନ୍ତି। ରାଜସ୍ଥାନ ରୟାଲ୍ସ ଷ୍ଟୋକ୍ସଙ୍କୁ ୧୨.୫ କୋଟି ଟଙ୍କାରେ କ୍ରୟ କରିଛି। ତାଙ୍କର ୬୭ ଟେଷ୍ଟ, ୯୫ ଅନ୍ତର୍ଜାତୀୟ ଦିନିକିଆ ଏବଂ ୨୬ ଅନ୍ତର୍ଜାତୀୟ ଟି୨୦ ମ୍ୟାଚର ଅଭିଜ୍ଞତା ରହିଛି। ଇଂଲଣ୍ଡର ବିଶ୍ୱକପ୍‌ ସଫଳତା ପଛରେ ତାଙ୍କର ବିଶେଷ ଭୂମିକା ରହିଥିଲା। ୨୦୧୯ରେ ଏକ ଆସେସ ଟେଷ୍ଟରେ ସେ ମ୍ୟାଚ ବିଜୟୀ ଶତକ ହାସଲ କରିଥିଲେ। ତାଙ୍କ ଅନୁପସ୍ଥିତିରେ ରୟାଲ୍ସ ୩ଟି ମ୍ୟାଚରୁ ଦୁଇଟିରେ ବିଜୟ ହାସଲ କରିଛି। ସୂଚନାଯୋଗ୍ୟ, ପିତା ବ୍ରେନ୍‌ କ୍ୟାନ୍‌ସରରେ ପୀଡ଼ିତ ଥିବା ଖବର ପାଇ ୨୯ ବର୍ଷୀୟ ଷ୍ଟୋକ୍ସ ଅଗଷ୍ଟରେ ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜ ମଝିରୁ ଖ୍ରିଷ୍ଟଚର୍ଚ୍ଚ ଯାତ୍ରା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଉର୍ବଶୀ କିଏ ମୁଁ ଜାଣିନାହିଁ: ନଶିମ ଶାହା

ଦୁବାଇ,୧୧।୯: ଏସିଆ କପରେ ଚମତ୍କାର ପ୍ରଦର୍ଶନ କରିଥିବା ପାକିସ୍ତାନୀ ଦ୍ରୁତ ବୋଲର ନଶିମ ଶାହା ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଭାରତ ବିପକ୍ଷରେ ଟି-୨୦ ଡେବ୍ୟୁ କରିଥିବା...

ଶୁଟ୍‌ଆଉଟରେ ଭାରତ ବିଜୟୀ

ରାଉରକେଲା ଅଫିସ/ଭୁବନେଶ୍ୱର (କ୍ରୀଡ଼ା ପ୍ରତିନିଧି), ୧୬।୩: ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ର ବୁଧବାର ଅନୁଷ୍ଠିତ ମ୍ୟାଚରେ ଭାରତ ଶୁଟ୍‌ଆଉଟ/ସଡନ୍‌ଡେଥ୍‌ ୪-୩ ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ...

୧୪୪ ବର୍ଷ ଟେଷ୍ଟ ଇତିହାସରେ ପ୍ରଥମ ବଲ୍‌ରେ ଛକା ମାରିଛନ୍ତି କେବଳ ଏହି କ୍ରିକେଟର, ଏବେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ତାଲିକାରେ ନାମ

ନୂଆଦିଲ୍ଲୀ,୮।୧: କ୍ରିକେଟର ତିନି ଫର୍ମାଟ ମଧ୍ୟରୁ ଟେଷ୍ଟ କ୍ରିକେଟ ସବୁଠାରୁ ଲମ୍ବା। ଏହା ଖେଳାଳିଙ୍କ ଧୌର୍ଯ୍ୟର ପରୀକ୍ଷା ନେଇଥାଏ। ପାଞ୍ଚ ଦିନ ଧରି ଚାଲୁଥିବା ଏହି...

ପତ୍ନୀଙ୍କୁ ବିଧାନସଭା ଟିକେଟ ମିଳିବା ପରେ ମୋଦିଙ୍କୁ ଧନ୍ୟବାଦ ଦେଲେ ରବିନ୍ଦ୍ର ଜାଡେଜା

ନୂଆଦିଲ୍ଲୀ,୧୦ ।୧୧: ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ୧୦ ନଭେମ୍ବର ଅର୍ଥାତ୍ ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା) ୧୮୨ ଆସନ ପାଇଁ ୧୬୦ ପ୍ରାର୍ଥିଙ୍କ ନାମ...

ବିରାଟ-ଅନୁଷ୍କାଙ୍କ ହେବ ଝିଅ!

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ନୂଆବର୍ଷ ଏକ ଖୁସି ନେଇ ଆସିବ। କାରଣ ଖୁବ୍‌ଶୀଘ୍ର ଉଭୟ...

ଗୁଜରାଟ ଜାଏଣ୍ଟ୍ସର ଦ୍ୱିତୀୟ ବିଜୟ

ଲକ୍ଷ୍ନୌ, ୨୦।୯ : ଚଳିତ ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି ଗୁଜରାଟ ଜାଏଣ୍ଟ୍ସ। ଉଦ୍‌ଘାଟନୀ ମ୍ୟାଚରେ ଇଣ୍ଡିଆ କ୍ୟାପିଟାଲ୍ସକୁ...

ପ୍ରଥମ ଅନ୍‌ଲାଇନ୍‌ ଟୁର୍ନାମେଣ୍ଟ ନେଇ ଇଣ୍ଡିଆ ଟାଏକୋଣ୍ଡୋର ଘୋଷଣା

ମୁମ୍ବାଇ,୨୭।୮ (ପି.ଟି.): ଦେଶରେ ପ୍ରଥମ ଅନ୍‌ଲାଇନ୍‌ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଇଣ୍ଡିଆ ଟାଏକୋଣ୍ଡୋ ବୁଧବାର ଘୋଷଣା କରିଛି। ସେପ୍ଟେମ୍ବର ୨୮ରୁ ନଭେମ୍ବର ୪ ତାରିଖ ମଧ୍ୟରେ...

ବୁମ୍‌ରାଙ୍କୁ ‘ବେବି ବୋଲର୍‌’ କହିଲେ ଏହି ପାକିସ୍ତାନୀ କ୍ରିକେଟର: ରାଗିଲେ ପ୍ରଶଂସକ

ନୂଆଦିଲ୍ଲୀ,୧୭।୧: ଭାରତୀୟ ଦଳର ଦ୍ରୁତ ବୋଲର ଜସପ୍ରିତ ବୁମ୍‌ରାଙ୍କ ବଲ୍‌କୁ ଖେଳିବାକୁ ବିଶ୍ୱର ଦିଗ୍ଗଜ ବ୍ୟାଟ୍ସମ୍ୟାନ୍‌ ଡରିଥାନ୍ତି। ଖୁବ୍‌ କମ୍‌ ଦିନର ଅନ୍ତରାଷ୍ଟ୍ରୀୟ କ୍ୟାରିୟରରେ ସେ...

Advertisement
Archives

Model This Week